ଓଡିଶା

odisha

By ETV Bharat Odisha Team

Published : May 3, 2024, 9:56 PM IST

ETV Bharat / politics

ପୁଣି ବଦଳିଲା ଖାରବେଳଙ୍କ ମତ: 'ମୁଁ ଗୋଟିଏ ବ୍ରାଣ୍ଡ, ସ୍ବାଧୀନ ଭାବେ ଲଢି ଜିତିବି' - Kharabela To Contest Election

Kharabela To Contest Election: ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିପାରନ୍ତି ଖାରବେଳ । ବିଜେପିରେ ଥାଇ ସ୍ବାଧୀନ ଭାବେ ଲଢି ଜିତିବାର ଦମ୍ଭୋକ୍ତି ଦେଖାଇଛନ୍ତି । ପଢନ୍ତୁ ପୁରା ଖବର

Kharabela To Contest Election
Kharabela To Contest Election (Etv bharat Odisha)

Kharabela To Contest Election (Etv bharat Odisha)

ବାଲେଶ୍ବର: ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିପାରନ୍ତି ଖାରବେଳ । ବାରମ୍ବାର ସାମ୍ବାଦିକ ସମ୍ମିଳନୀ ଜରିଆରେ ଭିନ୍ନ ମତ ପୋଷଣ କରୁଛନ୍ତି ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ । ମାର୍ଚ୍ଚ 25 ତାରିଖରେ ପ୍ରଥମ ସାମ୍ବାଦିକ ସମ୍ମିଳନୀ ଜରିଆରେ ବାଲେଶ୍ୱର ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀଙ୍କୁ ତେରଚ୍ଛା ବାଣ ମାରିଥିଲେ । ପ୍ରାର୍ଥୀ ବଦଳାଇବା ପାଇଁ ଦାବି କରିଥିଲେ । ପ୍ରାର୍ଥୀ ବଦଳା ନଗଲେ ତେବେ ନିଜେ ଖାରବେଳ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ବୋଲି ଚେତାବନୀ ଦେଇଥିଲେ । ପୁଣି ଏପ୍ରିଲ 1 ତାରିଖ ଆଉ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସେ ପ୍ରତାପ ଷଡ଼ଙ୍ଗୀଙ୍କ ବିରୋଧରେ ମତ ଦେଇଥିଲେ ବୋଲି କହିଥିଲେ ।

ଆଉ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସେ ବିଜେପିରେ ରହି ଖାରବେଳ ସ୍ୱାଇଁ ବ୍ରାଣ୍ଡରେ ନାମାଙ୍କନ ଭରିବେ ବୋଲି ସୂଚନା ଦେଇଛନ୍ତି । ଆଜି ଖାରବେଳଙ୍କ କହିବା ଅନୁସାରେ, ସେ ଦଳକୁ ବିରୋଧ କରୁନାହାନ୍ତି ବରଂ ପ୍ରାର୍ଥିତ୍ବକୁ ବିରୋଧ କରି ଚଳିତ ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି କହିଛନ୍ତି । ଯାହାକୁ ନେଇ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା । ଏପରିକି ୪ ଲକ୍ଷ ଭୋଟରେ ବିଜୟୀ ହେବେ ବୋଲି ଦମ୍ଭୋକ୍ତି ମଧ୍ୟ ଦେଖାଇଛନ୍ତି । ଖାଲି ସେତିକି ନୁହେଁ, "ସାଂସଦଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ବାଚନୀ ଇସ୍ତାହାରରେ ଯେତିକି କାର୍ଯ୍ୟ କରିଥିବା କଥା ସେ କହୁଛନ୍ତି ସେସବୁ ସରକାରୀ କାର୍ଯ୍ୟ । ନିଜେ କ'ଣ କରିଛନ୍ତି ? ବୋଲି ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଖାରବେଳ ପ୍ରଶ୍ନ କରିଛନ୍ତି ।

ଏହା ବି ପଢନ୍ତୁ...ଜନ ସମାବେଶ କରି ଅସନ୍ତୋଷ ବ୍ୟକ୍ତ କଲେ ବିଜେପି ଆଶାୟୀ ବିଜୟ ସେଠୀ - Jana Ashribad Samabesh

ଏମିତିକି ନିଜେ ସାଂସଦ ଥିବାବେଳେ ବାଲେଶ୍ଵର ଲୋକସଭା କ୍ଷେତ୍ରର ବିକାଶ ପାଇଁ ଖାରବେଳ ଅନେକ କିଛି ନିଜସ୍ୱ ପାଣ୍ଠିରୁ କରିଥିବା କଥା କହିଛନ୍ତି । "ସାଂସଦ କାର୍ଯ୍ୟକାଳ ମଧ୍ୟରେ ପ୍ରତାପ ଷଡ଼ଙ୍ଗୀ କିଛି ନ କରି ଖାଲି ନାଁ ନେଇଛନ୍ତି" ବୋଲି କହିଛନ୍ତି ଖାରବେଳ । ଏହାସହ "ଖାରବେଳ ସ୍ୱାଇଁ ଜଣେ ବ୍ରାଣ୍ଡ, ଏଥିପାଇଁ ସେ ନିର୍ବାଚନ ଆରାମରେ ଜିତିବେ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି । ଏହାସହ ବିଜେଡି ସାଂସଦ ପ୍ରାର୍ଥିନୀ ଲେଖାଶ୍ରୀ କନ୍ଧମାଳରେ ତାଙ୍କ ପାଇଁ ସେତେବେଳେ ପ୍ରଚାର କରିଥିବା କଥା ମଧ୍ୟ କହିଛନ୍ତି । ଏଥିପାଇଁ ପ୍ରତାପଙ୍କ କୌଣସି ପତ୍ତା ରହିବ ନାହିଁ ବୋଲି କହିବା ସହ ତାଙ୍କର କେହି ପ୍ରତିଦ୍ବନ୍ଦ୍ବୀ ନାହିଁ ସେ ହିଁ ବିଜୟୀ ହେବେ ବୋଲି କହିଛନ୍ତି । ତେବେ ବାରମ୍ବାର ମତ ପରିବର୍ତ୍ତନ କରୁଥିବା ଖାରବେଳ ଆଗାମୀ ଦିନରେ ନାମାଙ୍କନ ଦାଖଲ କରିବେ ନା ପୁଣି ସାମ୍ବାଦିକ ସମ୍ମିଳନୀ ଜରିଆରେ ଆଉକିଛି କହିବେ ତାହା ସନ୍ଦେହରେ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details