ଓଡିଶା

odisha

ETV Bharat / politics

କଙ୍ଗନାଙ୍କୁ ନେଇ ଆପତ୍ତିଜନକ ପୋଷ୍ଟ ମାମଲାରେ ବିଜେପିର କାର୍ଯ୍ୟାନୁଷ୍ଠାନ ଦାବି, ସଫେଇ ରଖିଲେ ସୁପ୍ରିୟା - Supriya Shrinate controversy - SUPRIYA SHRINATE CONTROVERSY

Disgusting comment on Kangana Ranaut: ସଫେଇ ରଖିଲେ ସୁପ୍ରିୟା ଶ୍ରୀନାତେ । କହିଲେ ଅନ୍ୟ କେହି ମେଟା ଆକାଉଣ୍ଟ ବ୍ୟବହାର କରି ଏପରି ଆପତ୍ତିଜନକ ପୋଷ୍ଟ କରିଛନ୍ତି । ସେ କେବେ ହେଲେ ମହିଳାଙ୍କ ଅସମ୍ମାନ କରନ୍ତି ନାହିଁ ।

ଇଂଷ୍ଟାରେ କଙ୍ଗନାଙ୍କୁ ନେଇ ଆପତ୍ତିଜନକ ପୋଷ୍ଟ ମାମଲାରେ ବିଜେପିର କାର୍ଯ୍ୟାନୁଷ୍ଠାନ ଦାବି, ସଫେଇ ରଖିଲେ ସୁପ୍ରିୟା ଶ୍ରୀନାତେ
ଇଂଷ୍ଟାରେ କଙ୍ଗନାଙ୍କୁ ନେଇ ଆପତ୍ତିଜନକ ପୋଷ୍ଟ ମାମଲାରେ ବିଜେପିର କାର୍ଯ୍ୟାନୁଷ୍ଠାନ ଦାବି, ସଫେଇ ରଖିଲେ ସୁପ୍ରିୟା ଶ୍ରୀନାତେ

By ETV Bharat Odisha Team

Published : Mar 25, 2024, 9:41 PM IST

ନୂଆଦିଲ୍ଲୀ:ବିଜେପି ଟିକେଟରେ ରାଜନୀତିରେ ଏଣ୍ଟ୍ରି ମାରିବାକୁ ଯାଉଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ସମ୍ପର୍କରେ କଂଗ୍ରେସର ବରିଷ୍ଠ ନେତ୍ରୀ ସୁପ୍ରିୟା ଶ୍ରୀନାତେଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଆପତ୍ତିଜନକ ପୋଷ୍ଟ ସାମ୍ନାକୁ ଆସିଛି । ଶ୍ରୀନାତେଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ କଙ୍ଗନାଙ୍କ ଏକ ଫଟୋ ସହ ଆପତ୍ତିଜନକ କ୍ୟାପସନ ଥିବା ପୋଷ୍ଟ ଅପଲୋଡ ହେବା ପରେ ବିଜେପି କାର୍ଯ୍ୟାନୁଷ୍ଠାନ ଦାବି କରିଛି । ନିଜେ କଙ୍ଗନା ମଧ୍ୟ ସୁପ୍ରିୟାଙ୍କୁ ସମାଲୋଚନା କରି କଡା ଜବାବ ଦେଇଛନ୍ତି । ପୋଷ୍ଟକୁ ତୁରନ୍ତ ଡିଲିଟ୍‌ ମଧ୍ୟ କରାଯାଇଛି । ଏହା ପରେ ସୁପ୍ରିୟା ବ୍ୟାକଫୁଟକୁ ଆସିବା ସହ ସଫେଇ ରଖିଛନ୍ତି । ସେ କେବେ ହେଲେ ମହିଳାଙ୍କ ଅସମ୍ମାନ କରନ୍ତି ନାହିଁ । ସେ ଏହି ପୋଷ୍ଟ କରିନାହାନ୍ତି । ତାଙ୍କ ମେଟା ଆଉକାଣ୍ଟ (ଫେସବୁକ ଓ ଇଂଷ୍ଟା) ଦୁରୂପଯୋଗ କରାଯାଇ ଏହି ପୋଷ୍ଟ କରାଯାଇଛି । ସେ ଏହି ପୋଷ୍ଟ ସମ୍ପର୍କରେ ଜାଣିବା ପରେ ତୁରନ୍ତ ଏହାକୁ ଡିଲିଟ୍‌ କରାଇଛନ୍ତି ବୋଲି ସୁପ୍ରିୟା କହିଛନ୍ତି ।

ସୁପ୍ରିୟାଙ୍କ ଏହି ପୋଷ୍ଟ ଅପଲେଡ ହେବା ପରେ ବିଜେପି ମିଡିଆ ସେଲ ମୁଖ୍ୟ ଅମିତ ମାଲବ୍ୟ ଓ ପ୍ରବକ୍ତା ସେହଜାଦ ପୁନାଓ୍ବାଲା ପୋଷ୍ଟ କରି ତାଙ୍କୁ କାଉଣ୍ଟର କରିଥିଲେ । ଜଣେ ମହିଳାଙ୍କ ବିରୋଧରେ ଏପରି ଅଭଦ୍ର ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ସେ ଦାବି କରିଥିଲେ । କଂଗ୍ରେସ ଦଳୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସୁପ୍ରିୟାଙ୍କୁ ଦଳରୁ ନିଲମ୍ବିତ କରିବା ଉଚିତ ବୋଲି ଉଭୟ ଦାବି କରିଥିଲେ । ଏହା ପରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ସୁପ୍ରିୟାଙ୍କୁ ଟାର୍ଗେଟ କରିଥିଲେ । ପରେ ଏକ ଦୀର୍ଘ ପୋଷ୍ଟରେ ନିଜେ କଙ୍ଗନା ମଧ୍ୟ ସୁପ୍ରିୟାଙ୍କୁ କଡା ସମାଲୋଚନା କରିଥିଲେ ।

ତମାମ ସମାଲୋଚନା ପରେ ‘ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରି ସୁପ୍ରିୟା ସ୍ପଷ୍ଟୀକରଣ ରଖିଛନ୍ତି । ସେ ପୋଷ୍ଟ କରିନାହାନ୍ତି, ବରଂ ତାଙ୍କ ମେଟା ଆକାଉଣ୍ଟର ଅପବ୍ୟବହାର କରି ଏପରି ପୋଷ୍ଟ କରାଯାଇଛି । ସେ କେବେହେଲେ କୌଣସି ମହିଳାଙ୍କ ବିରୋଧରେ ଏପରି ଅଭଦ୍ର ମନ୍ତବ୍ୟ ଦିଅନ୍ତି ନାହିଁ । ଘଟଣା ସମ୍ପର୍କରେ ଜଣାପଡିବା ପରେ ସେ ପୋଷ୍ଟକୁ ତୁରନ୍ତ ଡିଲିଟ କରିଛନ୍ତି । ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ମଧ୍ୟ ସେ ଜାଣିବାକୁ ପ୍ରୟାସ କରୁଛନ୍ତି ବୋଲି ସୁପ୍ରିୟା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ରାମ ମନ୍ଦିରରେ ପ୍ରଥମ ହୋଲି ଉତ୍ସବ ପାଇଁ ସ୍ବତନ୍ତ୍ର ନୀତିକାନ୍ତି, ଫଗୁ ଖେଳିଲେ ଶ୍ରଦ୍ଧାଳୁ - First Holi Celebrations At Ayodhya

ତେବେ ବଲିଉଡର ଏହି ଚର୍ଚ୍ଚିତ ଓ ବିବାଦୀୟ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ନିଜ ଗୃହରାଜ୍ୟ ହିମାଚଳ ପ୍ରଦେଶର ମଣ୍ଡିରୁ ଚଳିତଥର ଲୋକସଭା ଟିକେଟ ଦେଇଛି ଭାରତୀୟ ଜନତା ପାର୍ଟି । ପୂର୍ବରୁ ମଧ୍ୟ କଙ୍ଗନା ବିଜେପି ସମର୍ଥନରେ ଏକାଧିକ ଥର ବୟାନ ଦେଇ ଚର୍ଚ୍ଚାର କେନ୍ଦ୍ରକୁ ଆସିସାରିଛନ୍ତି । ଏବେ ସେ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଏପରି ଏକ ଆପତ୍ତିଜନକ ପୋଷ୍ଟ ପ୍ରସଙ୍ଗ ତାଙ୍କୁ ପୁଣି ଚର୍ଚ୍ଚାର ପରିସରକୁ ଟାଣିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details