ଓଡିଶା

odisha

ETV Bharat / politics

କଟକ-ବାରବାଟୀରେ ନିର୍ବାଚନୀ ଉଷ୍ମତା; ପ୍ରଚାର ଆରମ୍ଭ କଲା ବିଜେଡି, କଂଗ୍ରେସ କହିଲା ଆମର ସରିଲାଣି - Barabati Cuttack Assembly - BARABATI CUTTACK ASSEMBLY

Barabati Cuttack Assembly Constituency: ବାରବାଟୀ କଟକ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଆରମ୍ଭ କଲେ ବିଜେଡି ବିଧାୟକ ପ୍ରାର୍ଥୀ । ଏ ପର୍ଯ୍ୟନ୍ତ କଂଗ୍ରେସ ଓ ବିଜେପି କରିନାହାନ୍ତି ପ୍ରାର୍ଥୀ ଘୋଷଣା । ଅଧିକ ପଢନ୍ତୁ

bjd candidate starts campaign
bjd candidate starts campaign

By ETV Bharat Odisha Team

Published : Apr 9, 2024, 11:37 AM IST

Updated : Apr 9, 2024, 12:50 PM IST

BARABATI CUTTACK ASSEMBLY

କଟକ: ବାରବାଟୀ କଟକ ନିର୍ବାଚନ ମଣ୍ଡଳୀରେ ବଢିଲାଣି ରାଜନୈତିକ ଉଷ୍ମତା । ନିର୍ବାଚନ ପାଇଁ ଚଳଚଞ୍ଚଳ କଟକ ବାରବାଟୀ ନିର୍ବାଚନ ମଣ୍ଡଳୀ । ଏହି ଆସନରୁ ବିଜେଡି ପ୍ରକାଶ ବେହେରାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଘୋଷଣା କରିନାହାନ୍ତି । ବିଜେପିର ଏକାଧିକ ଆଶାୟୀ ପ୍ରାର୍ଥୀ ରହିଥିବା ବେଳେ କଂଗ୍ରେସରୁ ମହମ୍ମଦ ମୋକିମ ପ୍ରାର୍ଥୀ ହୋଇପାରିନ୍ତି ବୋଲି ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ପ୍ରଚାର ଆରମ୍ଭ କରିଛି ବିଜେଡି । ଚଳିତ ନିର୍ବାଚନରେ ବାରବାଟୀ କଟକରେ କଂଗ୍ରେସର ପଲା ଭାରି ରହିବ ବୋଲି କୁହାଯାଉଛି । କାହିଁକିନା ଏଠାରେ ବର୍ତ୍ତମାନ ବିଧାୟକ ରହିଛନ୍ତି କଂଗ୍ରେସର ମହମ୍ମଦ ମୋକିମ । କିନ୍ତୁ ଏହି ଆସନ ଦଖଲ କରିବାକୁ ବିଜେଡି ଏବଂ ବିଜେପି ନିଜ ନିଜର ଶକ୍ତି ଲଗାଇଦେବ ବୋଲି କୁହାଯାଉଛି ।

ପ୍ରକାଶ ବେହେରା ବାରବାଟୀ କଟକ ଆସନ ପାଇଁ ନୂଆ ଚେହେରା ହୋଇଥିବା ବେଳେ ବିଜେଡି ନିଜର କର୍ମକର୍ତ୍ତାଙ୍କୁ ନେଇ ନିର୍ବାଚନ ଲଢ଼ିବାକୁ ପରାମର୍ଶ ଦେଇଛି । ଗତକାଲି ଶାରଳା ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରକାଶଙ୍କୁ ସମସ୍ତ କର୍ମକର୍ତ୍ତାଙ୍କ ସହ ପରିଚୟ କରାଯାଇଥିଲା । କେବଳ ସେତିକି ନୁହେଁ ସମସ୍ତେ ମିଳିମିଶି ନିର୍ବାଚନ ଲଢ଼ିବାକୁ ଦଳ ପରାମର୍ଶ ଦେଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରକାଶଙ୍କ ସହ ଦେବାଶିଷ ସାମନ୍ତରାୟ ଓ କଟକ ମେୟର ସୁବାଷ ସିଂଙ୍କ, ଦଳୀୟ ନେତାମାନେ କଟକ ସହରର ହୋଇଥିବା ବିକାଶକୁ ଏଥର ନିର୍ବାଚନୀ ମୁଦ୍ଦା କରିବା ସହ ଏହାକୁ ନେଇ ଲୋକଙ୍କ ପାଖକୁ ଯିବା ଲାଗି କର୍ମୀଙ୍କୁ ଆହ୍ୱାନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁୃ-ପାରାଦ୍ୱୀପରେ ସମ୍ବିତ ଓ ସମ୍ପଦଙ୍କ ମଧ୍ୟରେ ତୁ ତୁ ମେ ମେ - PARADEEP ASSEMBLY ELECTION


ଅନ୍ୟପଟେ କଂଗ୍ରେସ ମଧ୍ୟ ଏହି ପ୍ରକ୍ରିୟାରୁ ବାଦ୍ ପଡିନାହିଁ । ଦଳ ଏହି ଆସନରେ ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ମୋକିମ ହିଁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ମହମ୍ମଦ ମୋକିମ କହିଛନ୍ତି, ''ନିର୍ବାଚନ ମଣ୍ଡଳୀରେ ଅନେକ କାର୍ଯ୍ୟ ଶେଷ ହେଲାଣି । ସମସ୍ତ ୱାର୍ଡରେ କର୍ମୀ ସମ୍ମିଳନୀ ମଧ୍ୟ ସରିଲାଣି । ଏହି କାର୍ଯ୍ୟ ଏବେଠାରୁ ନୁହେଁ, ବରଂ ଦୀର୍ଘ ଦିନ ହେବ ଆରମ୍ଭ କରାଯାଇଛି । 2019 ପୂର୍ବରୁ କଟକର ବିକାଶ କେବଳ ନାମକୁ ମାତ୍ର ହୋଇଥିଲା । ନୂଆ କଟକ ଗଢିବାକୁ ସଂକଳ୍ପ ନେଇ ଦଳ ଓ ମୁଁ ନିର୍ବାଚନ ଲଢ଼ିଥିଲି । ନିର୍ବାଚିତ ହୋଇ ଆସିବା ପରେ କଟକର ବିକାଶ ଦିଗରେ ନିରନ୍ତର ପ୍ରୟାସ ହିଁ ଆଜି ସହରବାସୀଙ୍କ ସାମ୍ନାରେ ରହିଛି । ତେଣୁ ମୋର ଆଉ ପ୍ରଚାର ପ୍ରସାର ଆବଶ୍ୟକତା ନାହିଁ ।

ବାରବାଟୀରେ ବିଜେଡି ପ୍ରଚାର ପ୍ରସାର ଆରମ୍ଭ କରି ଦେଇଥିବା ବେଳେ ବିଜେପି ଏହି ପ୍ରକ୍ରିୟାରେ ପଛରେ ପଡି ଯାଇଛି । ଏହି ନିର୍ବାଚନ ମଣ୍ଡଳୀରେ ବିଜେପିରୁ ଅନେକ ଆଶାୟୀ ରହିଥିବା ବେଳେ ଦଳ ଏ ଯାଏଁ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ ।

ଇଟିଭି ଭାରତ, କଟକ

Last Updated : Apr 9, 2024, 12:50 PM IST

ABOUT THE AUTHOR

...view details