ଓଡିଶା

odisha

ETV Bharat / politics

ଭୁବନେଶ୍ୱର ପରେ କଟକରେ ବିଜେଡି ଗୋଷ୍ଠୀ କନ୍ଦଳ ! କାର୍ଯ୍ୟକ୍ରମରେ ଅନୁପସ୍ଥିତ ମେୟର, କର୍ପୋରେଟରଙ୍କ ଅସନ୍ତୋଷ

ପୁଣି ବିଜେଡିରେ ଗୋଷ୍ଠୀ କନ୍ଦଳ। ଭୁବନେଶ୍ୱର ପରେ କଟକରେ କର୍ପୋରେଟରଙ୍କ ମଧ୍ୟରେ ଦେଖାଦେଇଛି ବିବାଦ।

By ETV Bharat Odisha Team

Published : 5 hours ago

Cuttack BJD Conflict
Cuttack BJD Conflict (ETV Bharat Odisha)

କଟକ: ବିଜେଡିରେ ବଢୁଛି କି ଗୋଷ୍ଠୀ କନ୍ଦଳ? କେତେବେଳେ ପୂର୍ବତନ ବିଧାୟକ ଦଳକୁ ନେଇ ଟିପ୍ପଣୀ ଦେଉଛନ୍ତି ତ ଆଉ କେତେବେଳେ ସାଂସଦ। ଏହାସହ କର୍ପୋରେଟର ବି ଦଳ ବିରୋଧରେ ଆସନ୍ତୋଷ ଝାଡୁଛନ୍ତି । ଭୁବନେଶ୍ବର ପରେ ଏବେ କଟକରେ ଦେଖାଦେଇଛି ବିଜେଡି କର୍ପୋରେଟରଙ୍କ କଳି । କଟକ ସାଆନ୍ତ ସାହିର ଏକ ମଣ୍ଡପ ଉଦଘାଟନକୁ ନେଇ ସହରରେ ବିଜେଡିର ଦୁଇ ମହିଳା କର୍ପୋରେଟରଙ୍କ ମଧ୍ୟରେ ବିବାଦ ଦେଖା ଦେଇଛି । ଦୀପ୍ତିମୟା ମୂଳିଆ ଓ ଇତିଶ୍ରୀ ଦାସଙ୍କ କଳି ଦଳ ଭିତରେ ଥିବା ଫାଟକୁ ପୁଣି ଥରେ ପଦାରେ ପକାଇଛି ।

ଦୁଇ କର୍ପୋରେଟରଙ୍କ ମଧ୍ୟରେ ମତାନ୍ତର ବିଜେଡି କଳିକୁ ପଦାରେ ପକାଇଛି । ସେପଟେ ସହର ଭିତରେ ବିଜେଡି ଦ୍ବାରା ଆୟୋଜିତ ଅନେକ କାର୍ଯ୍ୟକ୍ରମରେ ମେୟର ସୁବାସ ସିଂ ଅନୁପସ୍ଥିତ ରହିଥିଲେ। ଖାଲି ସେତିକି ନୁହେଁ, ସାଆନ୍ତ ସାହିରେ ଆୟୋଜିତ କୁମାର ଉତ୍ସବରେ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରଭାତୀ ପରିଡ଼ାଙ୍କଠାରୁ ଆରମ୍ଭ କରି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ପର୍ଯ୍ୟନ୍ତ ନେତାଙ୍କୁ ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିଲା । ହେଲେ ମେୟରଙ୍କୁ କାର୍ଯ୍ୟକ୍ରମକୁ ଡକାନଯିବାକୁ ନେଇ ତୀବ୍ର ହୋଇଛି ରାଜନୀତି ।

Cuttack BJD Conflict (ETV Bharat Odisha)


ବିବାଦ ପଛର କାରଣ:
ସୂଚନା ଅନୁସାରେ, ସାଆନ୍ତ ସାହି କୁମାର ଉତ୍ସବ କମିଟି ନୂତନ ମଣ୍ଡପ ଉଦଘାଟନକୁ ନେଇ ବିଜେଡିର ଦୁଇ ମହିଳା କର୍ପୋରେଟର ଦୀପ୍ତିମୟା ମୂଳିଆ ଓ ଇତିଶ୍ରୀ ଦାସଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । "ଏହି ମଣ୍ଡପଟି ସିଏମସି ଦ୍ବାରା ପ୍ରଦାନ କରାଯାଇଥିବା ଅର୍ଥରେ ନିର୍ମିତ ହୋଇଛି । ଏହା ସିଏମସିର ୨୭ ନମ୍ବର ୱାର୍ଡରେ ରହିଥିଲେ ମଧ୍ୟ ମେୟରଙ୍କୁ ଉଦଘାଟନ କାର୍ଯ୍ୟକ୍ରମରେ ଡକାଯାଇନାହିଁ" ବୋଲି କହିଛନ୍ତି ଇତିଶ୍ରୀ ଦାସ । ଏହାବ୍ୟତୀତ ସାଆନ୍ତ ସାହିରେ ଆୟୋଜିତ ହୋଇଥିଲା କୁମାର ଉତ୍ସବ । ଉପମୁଖ୍ୟମନ୍ତ୍ରୀଙ୍କ ପ୍ରଭାତୀ ପରିଡ଼ାଙ୍କଠାରୁ ଆରମ୍ଭ କରି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ପଯ୍ୟନ୍ତ ନେତାଙ୍କୁ ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିଲା। ମେୟରଙ୍କୁ ସେହି କାର୍ଯ୍ୟକ୍ରମକୁ ଡକାନଯିବାକୁ ନେଇ ତୀବ୍ର ନିନ୍ଦା କରିଛନ୍ତି ଇତିଶ୍ରୀ। ଏହି ଅଭିଯୋଗର ଉତ୍ତର ରଖିଛନ୍ତି ଦୀପ୍ତିମୟା ମୂଳିଆ ଓ ରଞ୍ଜନ ବିଶ୍ବାଳ । କେବଳ କୁମାର ଉତ୍ସବ ନୁହେଁ ବରଂ ବିଜେଡି ପକ୍ଷରୁ ଆୟୋଜିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ମେୟର ସୁବାସ ସିଂଙ୍କୁ ଡକାଯାଉ ନଥିବା ଦଳୀୟ ମହଲରେ ଆଲୋଚନା ହେଉଛି ।

Cuttack BJD Conflict (ETV Bharat Odisha)

ଏହା ବି ପଢନ୍ତୁ...ନିଆଁରେ ଘିଅ ଢାଳିଲେ ପାଟ୍ଟଶାଣୀ; ‘ପାଣ୍ଡିଆନଙ୍କ ପାଇଁ ଛାଡିଥିଲେ ବିଜେଡି’, ଜବାବ ରଖିଲେ ଲେନିନ

ବିଜେଡି ଛାଡିବେ କି ଅମର ? ଶ୍ୱାସରୁଦ୍ଧ ହୋଇଥିଲେ ଦଳ ଛାଡନ୍ତୁ କହିଲେ ଲେନିନ, ବିଜେପି କହିଲା...

ଏହା ବି ପଢନ୍ତୁ- ନିଜ ଦଳର ପୋଲ୍‌ ଖୋଲିଲେ ବିଜେଡି ବିଧାୟକ ସୌଭିକ !

ଏହା ବି ପଢନ୍ତୁ- ଉତ୍କଳ ବିଶ୍ବବିଦ୍ୟାଳୟରେ ନାମ ଲେଖାରେ ଜାଲିଆତି ! ରାଜଭବନ ଘେରିଲା ଛାତ୍ର କଂଗ୍ରେସ

Cuttack BJD Conflict (ETV Bharat Odisha)

ନବୀନଙ୍କ ଜନ୍ମଦିନ କାର୍ଯ୍ୟକ୍ରମରେ ମେୟର ଅନୁପସ୍ଥିତ:

ଗତକାଲି (ବୁଧବାର) ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ବାରବାଟୀ କଟକ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଆୟୋଜିତ ହୋଇଥିଲା ରକ୍ତଦାନ ଶିବିର। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ବିଜେଡି ନେତା ସଂତୃପ୍ତ ମିଶ୍ର, ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଜିଲ୍ଲା ବିଜେଡି ଉପ-ସଭାପତି ଡକ୍ଟର ରଞ୍ଜନ ବିଶ୍ବାଳ ପ୍ରମୁଖ ଯୋଗ ଦେଇଥିଲେ । କିନ୍ତୁ ସେଠାକୁ ମଧ୍ୟ ମେୟରଙ୍କୁ ଡକାଯାଇନଥିଲା । "ମେୟରଙ୍କୁ ନିମନ୍ତ୍ରଣ କରାଯାଇଥିଲା। ହେଲେ ସେ କାହିଁକି ଆସିନାହାନ୍ତି ତା' ଉତ୍ତର ମେୟର ହିଁ ଦେଇପାରିବେ। ଯଦିଓ ଯୋଗାଯୋଗ ହୋଇପାରିନଥିଲା, ଆମେ ଖବର ପଠାଇଥିଲୁ" କିନ୍ତୁ ତାହା ସମ୍ଭବପର ହୋଇନଥିଲା ବୋଲି ଜିଲ୍ଲା ଛାତ୍ର ବିଜେଡି ସଭାପତି ଆସିଫ ଅମିନ କହିଛନ୍ତି । ଅପରପକ୍ଷେ, କଟକ ମେୟର ସୁବାସ ସିଂ କହିଛନ୍ତି, ବିଜେଡିରେ ଏକତା ରହିଛି ମାତ୍ର କିଏ କେଉଁ କାର୍ଯ୍ୟକ୍ରମ କରୁଛି ଏବଂ କିଏ କାହାକୁ ଡାକିବ ତାହା ସେମାନଙ୍କ ବ୍ୟକ୍ତିଗତ ଇଚ୍ଛା ।"

Cuttack BJD Conflict (ETV Bharat Odisha)

ଇଟିଭି ଭାରତ, କଟକ

ABOUT THE AUTHOR

...view details