ଓଡିଶା

odisha

ETV Bharat / politics

ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ଓ ବ୍ରହ୍ମଗିରିବାସୀଙ୍କ ଅସ୍ଥାରୁ ନିର୍ବାଚନ ଜିତିବି: ଉମା - Uma Samantaray

Uma Samantaray at Naveen Niwas: ବ୍ରହ୍ମଗିରିରୁ ଉମା ସାମନ୍ତରାୟ ବିଜେଡି ପକ୍ଷରୁ ବିଧାୟକ ପ୍ରାର୍ଥୀ ହେବା ପରେ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ଉମା । ଅଧିକ ପଢ଼ନ୍ତୁ

ଉମା ସାମନ୍ତରାୟ
ଉମା ସାମନ୍ତରାୟ

By ETV Bharat Odisha Team

Published : Mar 29, 2024, 7:20 PM IST

ଉମା ସାମନ୍ତରାୟ

ଭୁବନେଶ୍ବର: ବଦଳିଛି ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ଆସନ । ଚଳିତ ସାଧାରଣ ନିର୍ବାଚନ ପାଇଁ ଉମାଙ୍କୁ ସତ୍ୟବାଦୀ ବଦଳରେ ବ୍ରହ୍ମଗିରିରୁ ଟିକେଟ ଦେଇଛି ବିଜେଡି । ବ୍ରହ୍ମଗିରି ତାଙ୍କ ପାଇଁ ଚ୍ୟାଲେଞ୍ଜ ହେବ ବୋଲି ସ୍ୱୀକାର କରିଛନ୍ତି ଉମା । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ, ୫ଟି ଅଧ୍ୟକ୍ଷଙ୍କ ସହଯୋଗ ଓ ବ୍ରହ୍ମଗିରିବାସୀଙ୍କ ଅସ୍ଥାରୁ ନିର୍ବାଚନ ବୈତରଣୀ ପାର ହେବେ ବୋଲି ଆଶାବାଦୀ ଅଛନ୍ତି ଉମା ।

ଚଳିତ ନିର୍ବାଚନରେ ବଦଳିଛି ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଧାୟକ ଉମା ସାମନ୍ତରାୟଙ୍କ ପାରମ୍ପରିକ ଆସନ । ସତ୍ୟବାଦୀ ବଦଳରେ ବିଜେଡି ଉମାଙ୍କୁ ଏଥର ବ୍ରହ୍ମଗିରି ଆସନରୁ ଟିକେଟ ଦେଇଛି । ସେହିପରି ସତ୍ୟବାଦୀରୁ ଏଥର ମଇଦାନକୁ ଓହ୍ଲାଇବେ ବିଜେଡିର ମୁଖ୍ୟାଳୟ ସମ୍ପାଦକ ସଞ୍ଜୟ ଦାସବର୍ମା । ସଞ୍ଜୟ ଓ ଉମାଙ୍କ ଆସନ ଅଦଳବଦଳ ହେବା ନେଇ ଟିକେଟ ଘୋଷଣାର ଢେର ଆଗରୁ ଚର୍ଚ୍ଚା ହେଉଥିଲା । ଏମିତିକି ସେ ସତ୍ୟବାଦୀରୁ ଲଢୁଛନ୍ତି ବୋଲି ସଞ୍ଜୟ ଏକ ବୈଠକରେ ଘୋଷଣା କରିଥିଲେ । ଏହାର ଭିଡିଓ ଭାଇରାଲ ହେବା ପରେ ତାତି ଥିଲେ ଉମା । ଏ ନେଇ ଦଳ ପକ୍ଷରୁ ବୈଠକ ବସି ଆଲୋଚନା ମାଧ୍ୟମରେ ସମାଧାନ ହୋଇଥିଲା । ଆଉ ସଞ୍ଜୟ ଓ ଉମାଙ୍କ ଆସନ ଅଦଳବଦଳ ହୋଇଛି । ସତ୍ୟବାଦୀ ବଦଳରେ ବ୍ରହ୍ମଗିରି ଉମାଙ୍କ ପାଇଁ ଆଣିଛି ବହୁ ଚ୍ୟାଲେଞ୍ଜ । ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିବା ସହ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ଉମା ।

ଏହା ମଧ୍ୟ ପଢ଼ନ୍ତୁ....ରାୟଗଡା ବିଜେଡିରେ ରାଜନୈତିକ ଝଡ, ପ୍ରାର୍ଥୀ ନାଁ ଘୋଷଣା ପରେ 2 ଫାଳ ବିଜେଡି - Rayagada BJD Politics


ବ୍ରହ୍ମଗିରିର ବିଜେଡି ପ୍ରାର୍ଥୀ ଉମା ସାମନ୍ତରାୟ କହିଛନ୍ତି, "ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ପ୍ରାର୍ଥୀ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ଆଜି ମୁଁ ନେଇଛି । ସେ ମୋତେ ଆଶୀର୍ବାଦ ମଧ୍ୟ କରିଛନ୍ତି । ସବୁ ପ୍ରକାର ସହଯୋଗ କରିବେ ବୋଲି 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ନୂଆ ନିର୍ବାଚନ ମଣ୍ଡଳୀ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଆଶିର୍ବାଦ ଓ ବ୍ରହ୍ମଗିରିବାସୀଙ୍କ ଅସ୍ଥା ଭାଜନ ହୋଇ ନିର୍ବାଚନ ବୈତରଣୀ ପାର ହେବି । ନିଶ୍ଚିତ ଭାବେ ଖୁସି ଅଛି । ମୁଖ୍ୟମନ୍ତ୍ରୀଙ୍କ ଯାହା ନିର୍ଦ୍ଦେଶ ଥାଏ, ସେହି ଅନୁସାରେ କାମ କରିଥାଏ । ନିଶ୍ଚୟ ଭାବେ ବ୍ରହ୍ମଗିରି ଚ୍ୟାଲେଞ୍ଜ ହେବ । କିନ୍ତୁ କୌଣସି ଯୁଦ୍ଧକୁ ଦେଖି ମୁଁ ପଛ ଘୁଞ୍ଚା ଦେଇନାହିଁ । ବ୍ରହ୍ମଗିରି ବାସୀ ନିଶ୍ଚୟ ଭାବେ ମୋତେ ସହଯୋଗ ଓ ଆଶୀର୍ବାଦ କରିବେ । ନିଶ୍ଚୟ ଭାବେ ବିଜୟୀ ହେବି । ବିଜୟ ହେବା ପାଇଁ ମୁଖ୍ୟମନ୍ତ୍ରୀ ଆଶୀର୍ବାଦ କରିଛନ୍ତି । ଅସନ୍ତୁଷ୍ଟ ନେତା ଓ କର୍ମୀଙ୍କୁ ମନେଇବା ମୋ କାମ । ଯିଏ ପ୍ରାର୍ଥୀ ହୁଏ ସେ ଏହି କାର୍ଯ୍ୟକ୍ରମ କରେ ।"



ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details