ଓଡିଶା

odisha

ETV Bharat / politics

ବିଜେପିର ମହାମିଶ୍ରଣ, ପଦ୍ମ ଧରିଲେ ସମୀର ସେନା - BJP Joining Program - BJP JOINING PROGRAM

BJP JOINING PROGRAM: ବିଜେପି ହେଲା ଶକ୍ତିଶାଳୀ । ଆଜି ବିଜେଡିରୁ ସମୂହ ଇସ୍ତଫା ଦେଇଥିବା ସମୀର ଦାଶଙ୍କ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି । ଅଧିକ ପଢ଼ନ୍ତୁ

BJP JOINING PROGRAM
BJP JOINING PROGRAM (ETV Bharat Odisha)

By ETV Bharat Odisha Team

Published : May 8, 2024, 7:28 PM IST

BJP JOINING PROGRAM (ETV Bharat Odisha)

ନିମାପଡ଼ା: ଘଡିକେ ଘୋଡା ଛୁଟୁଛି ନିମାପଡ଼ା ରାଜନୀତିରେ । ନିର୍ବାଚନ ପୂର୍ବରୁ ମହାମିଶ୍ରଣ କରି ନିଜର ଶକ୍ତି ପ୍ରଦର୍ଶନ କଲା ବିଜେପି । ସମୀରଙ୍କ ସେନା ବାହିନୀ ନେଇ ବିଜେପି ହେଲା ଶକ୍ତିଶାଳୀ । ମେ ୪ ତାରିଖରେ ବିଜେଡିରୁ ସମୂହ ଇସ୍ତଫା ଦେଇଥିବା ସମୀରଙ୍କ ସମର୍ଥକ ଆଜି ବିଜେପିରେ ସାମିଲ ହୋଇଛନ୍ତି । ସେପଟେ ନିମାପଡାର ଏଭଳି ଐତିହାସିକ ମିଶ୍ରଣ କେବଳ ନିମାପଡ଼ା ନୁହେଁ ରାଜ୍ୟ ରାଜନୀତିରେ ପ୍ରଭାବ ପକାଇବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।

ଗତ 4ରେ ବିଜେଡିର ବିଭିନ୍ନ ପଦ ପଦବୀରୁ ସମୂହ ଇସ୍ତଫା ଦେଇ ଥିବା ବିଜେଡିର ଅନେକ ନେତୃତ୍ଵ ଓ ଜନ ପ୍ରତିନିଧି ଆଜି ବିଜେପିରେ ସାମିଲ ହୋଇ ସୃଷ୍ଟି କରିଛନ୍ତି ରାଜ୍ୟ ରାଜନୀତିରେ ଅଲୋଡ଼ନ । ନିର୍ବାଚନ ପୂର୍ବରୁ ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଅଶୋକ ସାହୁ ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ଖଟେଇଙ୍କ ନେତୃତ୍ବରେ ବିଜେପିରେ ସାମିଲ ହୋଇଛନ୍ତି ନିମାପଡ଼ା ବ୍ଲକ ଅଧ୍ୟକ୍ଷ, ଶଙ୍କର ଭୋଇ, ଉପାଧ୍ୟକ୍ଷ ଅନୁସୟା ମହାନ୍ତି, ନିମାପଡା ଏନଏଏସି ଉପାଧ୍ୟକ୍ଷ ସନ୍ତୋଷ ଦାଶ, ଛଅ ବିଜେଡି କାଉନସିଲଙ୍କ ବ୍ୟତୀତ ୨୦ରୁ ଊର୍ଦ୍ଧ୍ବ ବିଜେଡି ସମର୍ଥିତ ସରପଞ୍ଚ, ବିଜେଡି ମହିଳା, ଯୁବ, ଛାତ୍ର ସଭାପତି । ସମାନ ଢଙ୍ଗରେ ସମାନ ସ୍ଥାନରେ ବିଜେଡିକୁ ବାଏ ବାଏ କରି ବିଜେପିରେ ହୋଇଛନ୍ତି ସାମିଲ ।

ଏହା ମଧ୍ୟ ପଢ଼ନ୍ତୁ.. କେନ୍ଦ୍ରାପଡାରେ ବିଜେପିର ଗ୍ୟାରେଣ୍ଟି କାର୍ଡ, 'କଳକାରଖାନା ପ୍ରତିଷ୍ଠା କରାଯାଇ ରୋକାଯିବ ଦାଦନ' - Kendrapara BJP Manifesto

ସେପଟେ ସମୀରଙ୍କୁ ଦଳ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ବିଜେଡି ପର୍ଯ୍ୟବେକ୍ଷକ କରିଥିବାର ଦୁଇ ଦିନ ନବିତୁଣୁ ସମୀରଙ୍କ ଶହ ଶହ ସଂଖ୍ୟାରେ ବିଜେଡ଼ି ଆଗ ଧାଡ଼ିର ନେତୃତ୍ବ ବିଜେପିରେ ସାମିଲ ହୋଇଛନ୍ତି ।

ଏହି ମିଶ୍ରଣ ପର୍ବ ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି "ଏହି ବିଜେପିର ମହାମିଶ୍ରଣ ପ୍ରଭାବ ଓଡ଼ିଶାରେ ରହିବ, ରେକର୍ଡ ଭୋଟରେ ଆମେ ନିମାପଡ଼ାରେ ନିର୍ବାଚନ ବିଜୟୀ ହେବୁ । ନିମାପଡ଼ାର ଏହି ମିଶ୍ରଣ ବିଜେପିକୁ ଶକ୍ତିଶାଳୀ କରିବ ଏହାର ପ୍ରଭାବ ଆଗାମୀ ନିର୍ବାଚନରେ ଭୋଟରେ ପରିପ୍ରକାଶ ହେବ ।"

ଅନ୍ୟପଟେ ସାଂସଦ ପ୍ରାର୍ଥୀ ବିଭୂ ତରାଇ କହିଛନ୍ତି "ବିଜୁ ଜନତା ଦଳର ଅସଲ ଶକ୍ତି ବିଜେପି ସହିତ ସାମିଲ ହୋଇଛି, ତେଣୁ ଏକଥା ସ୍ପଷ୍ଟ ହୋଇଛି ବିଜେପି ନିମାପଡ଼ାରେ ଏକ ତରଫା ବାଜିମାତ କରିବ, ନିମାପଡ଼ାର ଆଜିର ଏହି ମିଶ୍ରଣ ପର୍ବ ମୋତେ ନିର୍ବାଚନ ଜିତାଇବାରେ ପ୍ରମୁଖ ଭୂମିକା ନେବ ।"

ବିଜେଡିକୁ ଅହଙ୍କାରୀ କହି ତାତ୍ସଲ୍ୟ କରିଛନ୍ତି ବିଜେଡିର ପୂର୍ବତନ ବ୍ଲକ ସଭାପତି ଅଶୋକ ସାହୁ କହିଛନ୍ତି । ବିଜେପିର ଆମ ମିଶ୍ରଣ ବିଜେପିକୁ ଶକ୍ତିଶାଳୀ କରାଇବା ସହିତ ନିମାପଡ଼ାରେ ବିଜେପିକୁ ବିଜୟ କରାଇବ ବୋଲି ବିଜେଡିର ପୂର୍ବତନ ସଭାନେତ୍ରୀ ମୋହିନ ଜେନା କହିଛନ୍ତି । ତେବେ ମିଶ୍ରଣ ପର୍ବରେ ବିଜେଡିର ଶତାଧିକ ନେତୃତ୍ବ ଓ ଜନ ପ୍ରତିନିଧିଙ୍କୁ ସାଥିରେ ନେଇ ଶକ୍ତିଶାଳି ହୋଇ ଥିବା ବିଜେପିକୁ ନିର୍ବାଚନରେ କେତେ ଶକ୍ତି ଯୋଗାଉଛି ତାହା ଉପରେ ରହିଛି ସମସ୍ତଙ୍କ ନଜର।

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details