ଭୁବନେଶ୍ବର:କଂଗ୍ରେସରେ ମିଶିଲେ ବିଜେଡିର ଟାଣୁଆ ନେତା ଅସିତ ପଟ୍ଟନାୟକ । ସେ କହିଛନ୍ତି, "ବିଜେଡି ପ୍ରାର୍ଥୀ ଚୟନ ନେଇ ଭଦ୍ରକବାସୀ ସ୍ତବ୍ଧ, ମର୍ମାହତ। ଭଦ୍ରକରୁ ମୋତେ ଦଳ ଛାଡିବା ପାଇଁ ପ୍ରବଳ ଚାପ ରହିଲା। ବିଜେଡିରୁ ଯିଏ ପ୍ରାର୍ଥୀ ହୋଇଛନ୍ତି ତାଙ୍କ ବିରୋଧରେ ED ଯାଞ୍ଚ ହେଉଛି।ଭଦ୍ରକବାସୀ ଚାହୁଁଛନ୍ତି ବିଜେଡି ଯେଉଁ ନିଷ୍ପତ୍ତି ନେଇଛି ତାହା ବିରୋଧରେ ସ୍ୱର ଉତ୍ତୋଳନ କରାଯାଉ । ପିସିସି ଚାହିଁଲେ ଭଦ୍ରକ ଜିଲ୍ଲାରେ 3ଟି ସିଟ୍ କଂଗ୍ରେସ ଜିତିବ।"
ଗୋଟିଏ ପଟେ ବିଜେଡି ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିବାବେଳେ ଅନ୍ୟପଟେ ଦଳ ଛାଡିଛନ୍ତି ଭଦ୍ରକ ବିଜେଡ଼ିର ଟାଣୁଆ ଯୁବ ନେତା ଅସିତ ବା ବୁଲୁ ପଟ୍ଟନାୟକ । ବିଜୁ ଜନତା ଦଳ ଭଦ୍ରକ ଜିଲ୍ଲା ଉପସଭାପତି ତଥା ମଧୁବାବୁ ପେନସନ୍ ଯୋଜନାର ମୁଖ୍ୟ ଉପଦେଷ୍ଟା ଅସିତ ପଟ୍ଟନାୟକ ତାଙ୍କର ଶହ ଶହ ସମର୍ଥକଙ୍କ ସହିତ କଂଗ୍ରେସରେ ସାମିଲ ହୋଇଛନ୍ତି । ବହୁ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦର ସଦସ୍ୟ, ବିଭିନ୍ନ ପଞ୍ଚାୟତର ସରପଞ୍ଚଙ୍କ ସମେତ ହଜାରରୁ ଅଧିକ ସମର୍ଥକଙ୍କ ସହିତ ଆସି ସେ ଦଳରେ ଯୋଗ ଦେଇଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ, ମେନିଫେଷ୍ଟୋ କମିଟିର ଅଧ୍ୟକ୍ଷ ପଞ୍ଚାନନ କାନୁନ୍ଗୋ, ପ୍ରଚାର କମିଟିର ଉପାଧ୍ୟକ୍ଷଙ୍କ ଉପସ୍ଥିତିରେ ସେମାନେ ଦଳରେ ସାମିଲ ହୋଇଛନ୍ତି ।
ଏହା ବି ପଢନ୍ତୁ...ଛିଡ଼ୁଛି ହାତ, ବିଜେଡିରେ ମିଶିଲେ ପିସିସି ସମ୍ପାଦକ ପ୍ରଫୁଲ୍ଲ ସୁନ୍ୟାନି - BJD Joining Program