ଓଡିଶା

odisha

ରାଜନୀତି ମୈଦାନରେ ଆଥଲେଟ୍‌ ଅମୀୟ ମଲ୍ଲିକ, ବିଜେଡି ଟିକେଟରୁ ଲଢିପାରନ୍ତି ନିର୍ବାଚନ

Athlete Amiya Mallick: ଦିନେ ଆଥଲେଟିକସ୍‌ ମୈଦାନରେ ଲଢ଼ି ଦେଶ ଓ ରାଜ୍ୟ ପାଇଁ ମେଡଲ ଜିତୁଥିଲେ ଆଥଲେଟ୍‌ ଅମୀୟ ମଲ୍ଲିକ । ଏଥର କିନ୍ତୁ ଜନସେବା ଉଦ୍ଦେଶ୍ୟରେ ରାଜନୀତିରେ ପାଦ ଥାପିବାକୁ କରୁଛନ୍ତି ପ୍ରସ୍ତୁତି । ନିଆଳି ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟ୍‌ରେ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିବା ପାଇଁ ସେ ଆଶାୟୀ ଅଛନ୍ତି । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Feb 19, 2024, 5:19 PM IST

Published : Feb 19, 2024, 5:19 PM IST

ରାଜନୀତି ମୈଦାନରେ ଆଥଲେଟ୍‌ ଅମୀୟ ମଲ୍ଲିକ
ରାଜନୀତି ମୈଦାନରେ ଆଥଲେଟ୍‌ ଅମୀୟ ମଲ୍ଲିକ

ରାଜନୀତି ମୈଦାନରେ ଆଥଲେଟ୍‌ ଅମୀୟ ମଲ୍ଲିକ

ନିଆଳି: ଖୁବ କମ୍‌ ବୟସରେ ପଡ଼ିଆରେ ନିଜର ପ୍ରତିଭା ବଳରେ ଦେଶ ଓ ବିଦେଶରେ ସୁନାମ ଅର୍ଜନ କରିଥିବା ଆଥଲେଟ୍‌ ଅମୀୟ ମଲ୍ଲିକ ଏବେ ରାଜନୀତି ମୈଦାନରେ । ନିଜ ଜନ୍ମମାଟିରେ ରାଜନୀତି ମୈଦାନରେ ରାଜନୀତି ଗୋଟି ଚାଳନା ଆରମ୍ଭ କଲେଣି ଅମୀୟ । କଟକ ଜିଲ୍ଲା ନିଆଳି ବ୍ଲକ ଅଲଣା ପଞ୍ଚାୟତର ସରପଞ୍ଚ ପ୍ରତିମା ମଲ୍ଲିକ ଏବଂ ଅରକ୍ଷିତ ମଲ୍ଲିକଙ୍କ ପୁଅ ହେଉଛନ୍ତି ଅମୀୟ ମଲ୍ଲିକ । ତେବେ ଏଥର 2024 ନିର୍ବାଚନରେ ଅମୀୟ ବିଜେଡି ଟିକେଟରେ ନିଆଳି ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିବା ପାଇଁ ଆଶାୟୀ ଅଛନ୍ତି ।

ଅମୀୟଙ୍କ କ୍ରୀଡ଼ା ଜୀବନ: 14 ବର୍ଷ ବୟସରେ ଅମୀୟ 2006 ମସିହାରେ ଶ୍ରୀଲଙ୍କାରେ ଆୟୋଜିତ ଜୁନିୟର ଏସିଆନ୍‌ ମିଟ୍‌ରେ ଭାଗ ନେଇଥିଲେ । 100 ମିଟର ଦୌଡ଼ ବିଭାଗରେ 7ଟି ଦେଶର ପ୍ରତିନିଧିଙ୍କ ସହ ଖେଳି ସହିତ ଖେଳି ଭାରତ ପାଇଁ ରୌପ୍ୟ ପଦକ ହାସଲ କରିବାରେ ସଫଳତା ହାସଲ କରିଥିଲେ ଅମୀୟ । ସେବେଠାରୁ ଆଥଲେଟ୍‌ ଅମୀୟ ମଲ୍ଲିକ ପଛକୁ ଫେରିନାହାନ୍ତି । ବରଂ ଗୋଟିଏ ପରେ ଗୋଟିଏ ମାଇଲ ଖୁଣ୍ଟ ଅତିକ୍ରମ କରିଛନ୍ତି । 2008 ମସିହାରେ ପୁନେ ଠାରେ କମନୱେଲଥ୍‌ ଗେମ୍ସରେ 200 ମିଟରରେ ବ୍ରୋଞ୍ଜ ହାସଲ କରିଥିଲେ ଅମୀୟ । ଏହାପରେ ସେ 2013ରେ ସାରା ଦେଶର ନଜରକୁ ଆସିଥିଲେ, ଯେତେବେଳେ ସେ ରାଞ୍ଚି ଠାରେ ଆୟୋଜିତ ନ୍ୟାସନାଲ ଓପନ ଆଥଲେଟିକ୍‌ ଚମ୍ପିଆନ୍‌ସିପ୍‌ରେ ଭାଗ ନେଇ ରେକର୍ଡ 21.22 ସେକେଣ୍ଡ ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଅମୀୟ ଦେଶ ଓ ବିଦେଶରେ ଆଥଲେଟିକ୍‌ କ୍ରୀଡ଼ା ମାଧ୍ୟମରେ ଦେଶ ପାଇଁ ଅନେକ ସ୍ବର୍ଣ୍ଣ, ରୌପ୍ୟ ଏବଂ କାଂସ୍ୟ ପଦକ ହାସଲ କରିବାର ସଫଳତା ପାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ନିଆଳିରୁ ବିଜେଡି ପ୍ରାର୍ଥୀ ହେବାକୁ ଆଶାୟୀଙ୍କ ଲମ୍ବା ଲାଇନ, ଶକ୍ତି ପ୍ରଦର୍ଶନ କଲେ ସୁବାଷ ମଲ୍ଲିକ

ରାଜନୀତି ମୈଦାନରେ ଆଗ୍ରହ: ଆଥଲେଟିକ୍‌ ମୈଦାନରେ ଚମକୁଥିବା ଆଥଲେଟ୍‌ ଅମୀୟ ମଲ୍ଲିକ 32 ବର୍ଷ ବୟସରେ ନିଆଳି ନିର୍ବାଚନ ମଣ୍ଡଳୀରେ ବିଧାୟକ ହେବା ପାଇଁ ମନ ବଳାଇଛନ୍ତି । ଗତ କିଛିମାସ ହେବ ନିଆଳି, କଣ୍ଟାପଡ଼ା ଓ ବାରଙ୍ଗ ବ୍ଲକର ବିଭିନ୍ନ ଗାଁକୁ ଯାଇ ସାଧାରଣ ଜନତାଙ୍କୁ ଭେଟିବା ସହିତ ଲୋକଙ୍କ ଆର୍ଶୀବାଦ ଭିକ୍ଷା କରୁଛନ୍ତି । ଶାସକ ବିଜେଡି ଟିକେଟ୍‌ରେ ନିଆଳିରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ଅମୀୟ ମଲ୍ଲିକ ମନ ବଳାଇଛନ୍ତି । ତେବେ ଦିନେ ଅମୀୟ ପଡ଼ିଆରେ ଦେଶକୁ ମେଡଲ ଉପହାର ଦେଉଥିବା ବେଳେ ରାଜନୀତି ମୈଦାନରେ ସେ କେତେ ସଫଳତା ହାସଲ କରୁଛନ୍ତି, ତାହା ସମୟ କହିବ ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details