ଓଡିଶା

odisha

By ETV Bharat Odisha Team

Published : Apr 8, 2024, 11:17 AM IST

ETV Bharat / politics

ଗୋଟିଏ ପଞ୍ଚାୟତରୁ ଦୁଇ ପୁରୁଖା ନେତା ପ୍ରତିଦ୍ବନ୍ଦ୍ବୀ, କିଏ ମାରିବ ବାଜି - Athamallick constituency

Athamallick constituency: ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଭାବେ ନଳୀନି କାନ୍ତ ପ୍ରଧାନ ଲଢୁଥିବା ବେଳେ ବିଜେପିରୁ ସଞ୍ଜୀବ ସାହୁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଉଭୟ ନେତା ଗୋଟିଏ ପଞ୍ଚାୟତବାସୀ । ତେବେ କାହାକୁ ଯିବ ଭୋଟ ରହିଛି ସମସ୍ତଙ୍କ ନଜର । ଅଧିକ ପଢନ୍ତୁ

Athamallick constituency
Athamallick constituency

Athamallick constituency

ତାଳଚେର:ଏଥର ସାଧାରଣ ନିର୍ବାଚନରେ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗୋଟିଏ ପଞ୍ଚାୟତରୁ ଦୁଇ ପୁରୁଖା ନେତା ପ୍ରତିଦ୍ବନ୍ଦିତା କରୁଛନ୍ତି । ତାହା ପୁଣି ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ ବିଜେଡିରୁ । ବିଜେଡିରୁ ବରିଷ୍ଠ ନେତା ନଳିନୀ କାନ୍ତ ପ୍ରଧାନ ଓ ବିଜେପିରୁ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ଉଭୟ ଅଙ୍ଗପଡା ପଞ୍ଚାୟତର ଅଟନ୍ତି । ତେଣୁ ସମସ୍ତଙ୍କ ନଜର ଏବେ ସେହି ଦୁଇ ତୁଙ୍ଗ ନେତାଙ୍କ ଉପରେ ।

ବାଜିସାରିଛି ନିର୍ବାଚନ ବିଗୁଲ । ପ୍ରମୁଖ ଦଳଗୁଡିକ ଉଭୟ ଲୋକସଭା ଓ ବିଧାନସଭା ନିମନ୍ତେ ଅଧିକାଂଶ ପ୍ରାର୍ଥୀ ନାଁ ମଧ୍ୟ ଘୋଷଣା କରି ସାରିଛନ୍ତି । ତେବେ ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ରହିଛି ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀ । ଯେହେତୁ ଏଥର ସମ୍ବଲପୁର ଲୋକସଭାରେ ଦୁଇ ହେବିୱେଟ ନେତା ପ୍ରଣବ ପ୍ରକାଶ ଦାସ ଏବଂ ଧର୍ମେନ୍ଦ୍ର ପ୍ରଧାନ ପରସ୍ପର ମୁହାଁମୁହିଁ ହେଉଛନ୍ତି ତେଣୁ ସାରା ରାଜ୍ୟର ନଜର ସେହି ଲୋକସଭା ଉପରେ ରହିଛି । ଅନ୍ୟପଟେ ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି ବରିଷ୍ଠ ନେତା ନଳିନୀକାନ୍ତ ପ୍ରଧାନ । ୨୦୧୯ରେ ଲୋକସଭା ନିର୍ବାଚନରେ ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ଲଢିଥିବା ବେଳେ ମାତ୍ର ୯୧୬୨ ଖଣ୍ଡ ଭୋଟରେ ବିଜେପିର ନୀତିଶ ଗଙ୍ଗଦେବଙ୍କ ପରାଜିତ ହୋଇଥିଲେ ବିଜେଡିର ନଳିନୀ କାନ୍ତ । କିନ୍ତୁ ରାଜନୀତିରେ ବେଶ ସକ୍ରିୟ ଅଛନ୍ତି ନଳିନୀ । ଆଉ ଚଳିତ ବିଧାନସଭା ନିର୍ବାଚନରେ ସେ ବିଜୟ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ତାଙ୍କ ସମର୍ଥକମାନେ ମଧ୍ୟ ସମାନ କଥା ଦୋହରାଇଛନ୍ତି ।


ଏହାମଧ୍ୟ ପଢନ୍ତୁ.. ଆଠମଲ୍ଲିକ ବିଜେଡ଼ିରେ ଫାଟ ! ନଳିନୀଙ୍କ ପରେ ବିଧାୟକଙ୍କ ପାୱାର ଶୋ'

ଅନ୍ୟପଟେ ଆଠମଲ୍ଲିକ ବିଧାନସଭା ବିଧାୟକ ପ୍ରାର୍ଥୀ ଭାବେ ବିଜେପି ସଂଜୀବ କୁମାର ସାହୁଙ୍କ ଉପରେ ଭରସା କରିଛି । ସଞ୍ଜୀବ ଜଣେ ଦକ୍ଷ ରାଜନୀତିଜ୍ଞ ଭାବେ ଜଣାଶୁଣା । କାରଣ ଗତ ୨୦୦୩ରେ ପ୍ରଥମେ ସେ ବୀରମହରାଜପୁର ଉପନିର୍ବାଚନରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୦୪ ସାଧାରଣ ନିର୍ବାଚନରେ ମଧ୍ୟ ବିଧାୟକ ଭାବେ ବିଜୟୀ ହୋଇଥିଲେ । ଗତ ୨୦୦୯ ଓ ୨୦୧୪ରେ ଆଠମଲ୍ଲିକ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ । ଦେଖିବାକୁ ଗଲେ ସେ ୪ଥର ସେ ଅଞ୍ଚଳରୁ ବିଧାୟକ ଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପରିବହନ, ଶିକ୍ଷା, ସମବାୟ ଭଳି ଗୁରୁତ୍ୱପୂର୍ଣ୍ଣ ଦୁଇଥର ମନ୍ତ୍ରୀ ପଦ ପାଇଥିଲେ ।

କିନ୍ତୁ ୨୦୧୯ରେ ବିଜେଡି ତାଙ୍କୁ ଟିକେଟ ନଦେବାରୁ ଅସନ୍ତୁଷ୍ଟ ହୋଇ ୨୦୧୯ ନଭେମ୍ବରରେ ବିଜେପିରେ ଯୋଗ ଦେଇଥିଲେ । ସେଦିନରୁ ସେ ନିଜର ସଙ୍ଗଠନକୁ ସୁଦୃଢ଼ କରି ରଖିଛନ୍ତି । ଏଥର ବିଜେପି ତାଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ସୁଯୋଗ ଦେଇଛି । ତାଙ୍କର କାର୍ଯ୍ୟକାଳ ମଧ୍ୟରେ ନିଜ ପଞ୍ଚାୟତ ତଥା ନିଜ ଅଞ୍ଚଳ ପାଇଁ ବହୁ ବିକାଶ ମୂଳକ କାର୍ଯ୍ୟ କରିଛନ୍ତି । ତେଣୁ ପଞ୍ଚାୟତ ବାସିନ୍ଦା ସବୁବେଳେ ତାଙ୍କ ପଛରେ ଅଛନ୍ତି ବୋଲି ଆଶା ରଖିଛନ୍ତି ସଞ୍ଜୀବ । ସବୁଠାରୁ ବଡ଼ କଥା ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଠାରୁ ଲୋକସଭା ଲଢ଼ୁଥିବାରୁ ଏହାର ଜବରଦସ୍ତ ପ୍ରଭାବ ରହିଛି । ତେଣୁ ପଞ୍ଚାୟତ ବାସିନ୍ଦା ତଥା ନିର୍ବାଚନ ମଣ୍ଡଳୀର ଭୋଟର ମାନଙ୍କ ସହଯୋଗରେ ସେ ନିଶ୍ଚିତ ବିଜୟ ହାସଲ କରିବେ ବୋଲି ଆଶାବାଦୀ ରହିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details