ଓଡିଶା

odisha

ETV Bharat / politics

ନବୀନ ପଟ୍ଟନାୟକ ସାଢେ ଚାରି କୋଟି ଓଡିଆଙ୍କୁ ନୁହେଁ କେବଳ ଜଣଙ୍କୁ ଭଲ ପାଉଛନ୍ତି, ଏମିତି କାହିଁକି କହିଲେ ହିମନ୍ତ ବିଶ୍ବଶର୍ମା - Himanta Biswa Sarma Odisha Campaign - HIMANTA BISWA SARMA ODISHA CAMPAIGN

Assam CM Campaign In Malkangiri: ମାଲକାନଗିରିରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ପ୍ରଚାର । ବଙ୍ଗୀୟ ଭୋଟରଙ୍କ ଭୋଟ ହାତେଇବା ପାଇଁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ହିମନ୍ତ । କହିଲେ ସାଢେ ଚାରି କୋଟି ନୁହେଁ କେବଳ ଜଣଙ୍କୁ ଭଲ ପାଉଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Assam CM Campaign In Malkangiri
Assam CM Campaign In Malkangiri (ETV Bharat)

By ETV Bharat Odisha Team

Published : May 9, 2024, 7:42 PM IST

Assam CM Campaign In Malkangiri (ETV Bharat Odisha)

ମାଲକାନଗିରି: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୩ ତାରିଖରେ ହେବାକୁ ଯାଉଛି । ତେଣୁ ସମସ୍ତ ଦଳ ପ୍ରଚାରରେ ନିଜର ସମ୍ପୂର୍ଣ୍ଣ ଶକ୍ତି ଖଟାଉଛନ୍ତି । ଆଜି ବିଜେପିର ଷ୍ଟାର ପ୍ରଚାରକ ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମାଲକାନଗିରିରେ ପ୍ରଚାର ମଙ୍ଗ ଧରିଛନ୍ତି । ମାଲକାନଗିରି ନିର୍ବାଚନ ମଣ୍ଡଳୀର ଏମପିଭି-୮୨ ଠାରେ ବିଜେପିର ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସିଧା ଆକ୍ରମଣ କରି କହିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ କେବଳ ଜଣଙ୍କୁ ଭଲ ପାଉଛନ୍ତି । ସାଢେ ଚାରି କୋଟି ଓଡିଆଙ୍କୁ ନୁହେଁ ।

ରାଜ୍ୟ ସରକାର ବଙ୍ଗୀୟ ଭାଇଭଉଣୀ ମାନଙ୍କ ପାଇଁ ୨୫ ବର୍ଷରେ କିଛି କରିପାରିଲେ ନାହିଁ । ବିଜେପିର ଡବଲ ଇଞ୍ଜିନ ସରକାର ଆସିଲେ ସମସ୍ତ ବଙ୍ଗୀୟ ଗ୍ରାମକୁ ରାଜସ୍ବ ଗ୍ରାମ କରିବା ସହ ସମସ୍ତ ସ୍କୁଲରେ ବଙ୍ଗୀୟ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ଧାନର ଏମଏସପି ୨୧୦୦ ବଦଳରେ ୩୧୦୦ ଟଙ୍କା କରାଯିବ । ବିଧବା ମହିଳା ଓ ବାର୍ଦ୍ଧକ୍ୟ ଭର୍ତ୍ତା ୧ ହଜାର ପରିବର୍ତ୍ତେ ୩ ହଜାର ପେନସନ ଦିଆଯିବ । ସୁଭଦ୍ରା ଯୋଜନାରେ ସମସ୍ତ ମହିଳାଙ୍କୁ ୫୦ ହଜାର ଟଙ୍କା ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ ହିମନ୍ତ ।

ଏହା ମଧ୍ୟ ପଢନ୍ତୁ....ସମ୍ବଲପୁରରେ ବିଜେଡି ଉପରେ ବର୍ଷିଲେ ଧର୍ମେନ୍ଦ୍ର, ପଚାରିଲେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ? - Dharmendra Slams BJD

ସେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରି କହିଥିଲେ ଯେ ବଙ୍ଗୀୟ ଗ୍ରାମ ଗୁଡିକ ଏମଭି ଓ ଏମପିଭି ସହ ନମ୍ବର ଦିଆଯାଇଛି । ନମ୍ବର କଏଦୀମାନଙ୍କୁ ଦିଆଯାଏ । ଏମାନେ କଣ କଏଦୀ କି ବୋଲି ସେ ପ୍ରଶ୍ନ କରିଥିଲେ । ପରେ ସେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ମାଥିଲି ଠାରେ ମଧ୍ୟ ଭୋଟର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଗୋଟିଏ ଜାଗାରେ ବଙ୍ଗୀୟ ଭୋଟରଙ୍କୁ ପ୍ରଭାବିତ କରିଥିବା ବେଳେ ଆଉ ଏକ ସ୍ଥାନରେ ଆଦିବାସୀ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ସଭା କରିଥିଲେ ହିମନ୍ତ ।

ସେ କହିଛନ୍ତି ଯେ, ଓଡିଶା ଆସିବା ପରେ ସେ ଜାଣିବାକୁ ପାଇଲେ ଯେ ମୁଖ୍ୟମନ୍ତ୍ରୀ ସାଢେ ୪ କୋଟି ଓଡିଆଙ୍କୁ ଭଲ ପାଉନାହାଁନ୍ତି । କେବଳ ଜଣଙ୍କୁ ସେ ଭଲ ପାଉଛନ୍ତି । ଜଣେ ମୁଖ୍ୟମନ୍ତ୍ରୀ ହିସାବରେ ସମଗ୍ର ରାଜ୍ୟବାସୀଙ୍କୁ ସେ ଭଲ ପାଇବା କଥା । ତେଣୁ ଲୋକ ଏଭଳି ଏକ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଆଶା କରିଛନ୍ତି । ଏହାସହ ସେ ଇଣ୍ଡିଆ ମେଣ୍ଟ ଫ୍ଲପ ହୋଇଗଲାଣି ବୋଲି ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୭ ହଜାରରୁ ଅଧିକ ବଙ୍ଗୀୟ ଭୋଟର ଉପସ୍ଥିତ ଥିଲେ । ଏହି ଦୁଇ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ନିମାଇଁ ପାଲ,ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ, ବିଧାୟକ ପ୍ରାର୍ଥୀ ନରସିଂହ ମାଡକାମୀ, ସଞ୍ଜୟ ସରକାର, ମାଣିକ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details