ଓଡିଶା

odisha

ETV Bharat / politics

ଅରୁଣାଚଳରେ ସମସ୍ତ 60 ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେପି, ମୁକ୍ତୋରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ - Arunachal Assembly Election

Arunachal Assembly Election: ଗୋଟିଏ ପର୍ଯ୍ୟାୟରେ ଅରୁଣାଚଳ ପ୍ରଦେଶରେ ସମସ୍ତ 60 ବିଧାନସଭା ଆସନରେ ବିଜେପି ଘୋଷଣା କଲା ପ୍ରାର୍ଥୀ । ଲୋକସଭା ନିର୍ବାଚନ ସହ 4 ରାଜ୍ୟରେ ହେବ ବିଧାନସଭା ନିର୍ବାଚନ । ଅଧିକ ପଢନ୍ତୁ

ଅରୁଣାଚଳରେ ସମସ୍ତ 60 ବିଧାନସଭା ଆସନରେ ପ୍ରାର୍ଥୀ ଦେଲେ ବିଜେପି, ମୁକ୍ତୋରୁ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ
ଅରୁଣାଚଳରେ ସମସ୍ତ 60 ବିଧାନସଭା ଆସନରେ ପ୍ରାର୍ଥୀ ଦେଲେ ବିଜେପି, ମୁକ୍ତୋରୁ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ

By ETV Bharat Odisha Team

Published : Mar 13, 2024, 5:25 PM IST

ନୂଆଦିଲ୍ଲୀ:ଚଳିତ ସାଧାରଣ ନିର୍ବାଚନ ସହ 4 ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଛି । ଲୋକସଭା ନିର୍ବାଚନ ସହ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ସିକିମ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ମଧ୍ୟ ହେବ । ଏଥିପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ଅରୁଣାଚଳ ପ୍ରଦେଶରେ ସମସ୍ତ 60 ଆସନରେ ଗୋଟିଏ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିଛି । ଦଳ ଟ୍ବିଟ୍‌ କରି ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି ।

ମୁକ୍ତୋ ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ନବାଗତ ଚେହେରା ଭାବେ ରାତୁ ତେଚିଙ୍କ ଦଳ ଟିକେଟ ଦେଇଛି । ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବାମ ଟୁକିଙ୍କ ପାରମ୍ପରିକ ଆସନ ‘ସାଗାଲେ’ରୁ ଲଢ଼ିବେ । 2019ରେ ହୋଇଥିବା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ରାଜ୍ୟରେ 41 ଆସନରେ ଜିତି ସରକାର ଗଠନ କରିଥିଲା । ଦଳ ଏଥର ଅଧିକ ଆସନ ଜିତିବା ସହ କ୍ଷମତା ଅପରିବର୍ତ୍ତିତ ରଖିବାକୁ ପ୍ରୟାସ କରିବ ।

ଲୋକସଭା ନିର୍ବାଚନ ସହ 4 ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଥିବା ବେଳେ ଆନ୍ଧ୍ର ପ୍ରଦେଶରେ ବିଜେପି-ଟିଡିପି ମେଣ୍ଟରେ ନିର୍ବାଚନ ଲଢିବାକୁ ଯାଉଛନ୍ତି । ନିକଟରେ ଟିଡିପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବିଜେପି ନେତୃତ୍ବାଧୀନ ଏନଡିଏରେ ସାମିଲ ହୋଇ ସାରିଛନ୍ତି । ଓଡ଼ିଶାରେ ମଧ୍ୟ ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ଆଲୋଚନା ଜାରି ରହିଛି । ମେଣ୍ଟ ନେଇ ଆସନ ଛିଡ଼ିବା ପରେ ଉଭୟ ଦଳ ଲୋକସଭା ଓ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବାର ଯଥେଷ୍ଟ ସମ୍ଭବାନା ରହିଛି ।

ଏହା ମଧ୍ୟ ପଢନ୍ତୁ :- ଆସ୍ଥାଭୋଟ ଜିତିଲେ ହରିୟାଣା ନୂତନ ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନି

ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ 18 ରାଜ୍ୟର 195 ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ଆନ୍ଧ୍ର ଏବଂ ଓଡ଼ିଶାର ଖାତା ଖୋଲିନାହିଁ । ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପ୍ରମୁଖଙ୍କୁ ଦଳ ଟିକେଟ ଦେଇସାରିଛି । ଆସନ୍ତା ପର୍ଯ୍ୟାୟରେ ଅବଶିଷ୍ଟ ଆସନରେ ଦଳ ଟିକେଟ ଘୋଷଣା କରିବା ନେଇ ପ୍ରକ୍ରିୟା ଜାରି ରଖିଛି । ଗତକାଲି ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଉଭୟ ଲୋକସଭା ଓ 4 ରାଜ୍ୟର ବିଧାନସଭା ପ୍ରାର୍ଥୀ ତାଲିକା ଉପରେ ଆଲୋଚନା ଜାରି ରହିଛି । 4 ଶହ ପାର ନାରା ସହ ଚଳିତ ନିର୍ବାଚନ ଲଢିବାକୁ ଯାଉଥିବା ବିଜେପି ଟିକେଟ ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details