ଓଡିଶା

odisha

ETV Bharat / politics

ଛୋଟ ବୋର୍ଡ ଲାଗିବାର 2ବର୍ଷ ପରେ ସମାନ କଥା ଥାଇ ବଡ଼ ବୋର୍ଡ ଲାଗିଲା କାହିଁକି ? ଜବାବ ଦବ କି ପୂର୍ତ୍ତ ବିଭାଗ

Corruption in Installation Of Hoardings: ଛୋଟ ଛୋଟ ସାଇନେଜ ପରେ ପୁଣି ବଡ଼ ବଡ଼ ସାଇନେଜ ହୋର୍ଡିଂ ଲଗାଯାଇଛି । ଅନାବଶ୍ୟକ କାର୍ଯ୍ୟରେ ପ୍ରଚୁର ପରିମାଣର ଅର୍ଥ ବ୍ୟୟ କରାଯାଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 24, 2024, 10:11 PM IST

ସାଇନେଜ ବୋର୍ଡ ବିବାଦ
ସାଇନେଜ ବୋର୍ଡ ବିବାଦ

ସାଇନେଜ ବୋର୍ଡ ବିବାଦ

ଭୁବନେଶ୍ବର:ଛୋଟ ଛୋଟ ସାଇନେଜ ପରେ ଲାଗିଛି ବଡ଼ ବଡ଼ ସାଇନେଜ ହୋର୍ଡିଂ । ଯାହାକି ସମାନ ଅର୍ଥ ଦର୍ଶାଉଛି । ବର୍ତ୍ତମାନର ସର୍ବୋଚ୍ଚ ଯନ୍ତ୍ରୀ 2 ବର୍ଷ ତଳେ ଯେତେବେଳେ ପୂର୍ତ୍ତ ବିଭାଗର ଦାୟିତ୍ବରେ ଥିଲେ ସେତେବେଳେ ଚାରିଆଡେ ଛୋଟ ଛୋଟ ସାଇନେଜ ବୋର୍ଡ ଲଗାଇଥିଲେ । ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିଥିଲା । ଆଉ ଲେଖା ଥିଲା, "ଏ ସମ୍ପତ୍ତି ଆପଣଙ୍କର ଆପଣଙ୍କ ପଇସାରେ । ଆପଣଙ୍କ ସେବା ପାଇଁ ଉଦ୍ଦିଷ୍ଟ। ଏହାର ଯତ୍ନ ନିଅନ୍ତୁ ।" 2ବର୍ଷ ପରେ ଛୋଟ ଛୋଟ ହୋର୍ଡିଂ ତ ରହିଲା ତା' ପାଖରେ ଆହୁରି ବଡ଼ ବଡ଼ ସାଇନେଜ ହୋର୍ଡିଂ ଲାଗିଲା । ହୋର୍ଡିଂରେ ବଡ଼ ବଡ଼ ଲେଖା ରହିଲା । ଲେଖାର ଅର୍ଥ ସମାନ । ତେଣୁ ବଡ ହୋର୍ଡିଂ ଲେଖିବାର ମାନେ କ'ଣ ? ତାହାକୁ ନେଇ ପ୍ରଶ୍ନ ଉଠିଛି ।

ଏନେଇ AITUC ସାଧାରଣ ସମ୍ପାଦକ ବିଜୟ ଜେନା ପ୍ରଶ୍ନ କରିଛନ୍ତି, "ରାଜ୍ୟରେ ଏଭଳି ହୋର୍ଡିଂ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି? ଲୋକଙ୍କ ଟଙ୍କାରେ କାହିଁକି ଏସବୁ ଅଯଥା ଖର୍ଚ୍ଚ କରାଯାଇଛି? ଏପରି କରିବା ପରିବର୍ତ୍ତେ ଯଦି ଭୁବନେଶ୍ବର ମହାନଗର ନିଗମର ଉନ୍ନତି ପାଇଁ ଖର୍ଚ୍ଚ କରାଯାଆନ୍ତା ତାହେଲେ ଭଲ ହୋଇଥାଆନ୍ତା ।"

୨୦୦୨ ମସିହା ଜୁଲାଇ ୯ତାରିଖରୁ ଅଗଷ୍ଟ ୬ ତାରିଖ, ୨୦୦୯ ମସିହା ମେ ୨୨ତାରିଖରୁ ୨୦୧୪ ମସିହା ମେ ୨୧ତାରିଖ ଏବଂ ୨୦୧୪ ମସିହା ମେ ୨୧ରୁ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଥିଲା ଏହି ବିଭାଗ । କିନ୍ତୁ ୬ ବର୍ଷ ହେଲା ଏହି ବିଭାଗ ପ୍ରଫୁଲ୍ଲ ମଲ୍ଲିକଙ୍କ ଅଧିନକୁ ଆସିଛି । ସେବେଠାରୁ ଏ ପ୍ରକାରର ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, ପୁରା କାମକୁ ଟେଣ୍ଡର କରାନଯାଇ କାମ ହୋଇଛି । ଏହାକୁ ଛୋଟ ଛୋଟ ଆମାଉଣ୍ଟରେ ଭାଙ୍ଗି ଦିଆଯାଇଛି । ଫଳରେ ଜଣେ ଜଣେ ବ୍ୟକ୍ତି ଏକାଧିକ ବାର କାମ ପାଇଛନ୍ତି । କାହିଁକି ଟେଣ୍ଡର ହେଲା ନାହିଁ? ଏହାର ଜବାବ କାହାରି ପାଖରେ ନାହିଁ । ସିଭିଲ ଯନ୍ତ୍ରୀ ମୁଖ୍ୟଙ୍କୁ ରୋଡର ଦାୟିତ୍ବ କିପରି ଦିଆଗଲା ସେନେଇ ମଧ୍ୟ ପ୍ରଶ୍ନ ଉଠିଛି ।

ଏହା ମଧ୍ୟ ପଢନ୍ତୁ...ରାସ୍ତାରେ ବେଆଇନ ହୋର୍ଡିଂ ବିରୋଧ, ଜୋର ଧରିଲା କାର୍ଯ୍ୟାନୁଷ୍ଠାନ ଦାବି

ଏନେଇ ରୋଡର ଅତିରିକ୍ତ ଦାୟିତ୍ବରେ ଥିବା ଇଞ୍ଜିନିୟର ଇନ ଚିଫଙ୍କୁ ଯୋଗାଯୋଗ କରାଯାଇଥିଲା । ଏହି ପ୍ରସଙ୍ଗରେ ସେ କିଛି କହିବାକୁ ମନା କରିଦେଇଥିଲେ ।

ସୂଚନା ଅନୁସାରେ, ୨୦୨୧-୨୨ ଆର୍ଥିକ ବର୍ଷରେ ୧କୋଟି ୦୭ ଲକ୍ଷ ୩ ହଜାର ୨୧୨ ଟଙ୍କାର ମୋଟ୍ କାମ ହୋଇଛି । କିନ୍ତୁ ଏସବୁ କାମ ବିନା ଟେଣ୍ଡରରେ ହୋଇଥିବା ଜଣାପଡିଛି । କାହିଁକି ଟେଣ୍ଡର ହେଲାନି ତାହା ଏବେବି ଅସ୍ପଷ୍ଟ । ବଡ଼ କଥା ହେଲା ଲୋକଙ୍କ ପଇସାରେ ଛୋଟ ଛୋଟ ବୋର୍ଡ ଲାଗିଥିବାବେଳେ ସମାନ କଥା ଥାଇ ବଡ଼ ବୋର୍ଡ ଲେଖିବା ପଛର ରହସ୍ୟ କ'ଣ ? ତାହା ଏବେବି ଅବୁଝା ହୋଇ ରହିଛି ।



ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details