ଓଡିଶା

odisha

ଖଡ୍‌ଗେଙ୍କ ଟାର୍ଗେଟ୍‌ରେ ମୋଦି-ନବୀନ, କହିଲେ ପ୍ରେମ ବିବାହ କରିଛନ୍ତି ବିଜେଡି-ବିଜେପି

By ETV Bharat Odisha Team

Published : Jan 29, 2024, 8:15 PM IST

Kharge Targets BJP and BJD: ଲୋୟର ପିଏମ୍‌ଜିରେ କଂଗ୍ରେସର ଓଡ଼ିଶା ବଞ୍ଚାଅ ସମାବେଶରେ ବିଜେପି ଓ ବିଜେପିକୁ ଟାର୍ଗେଟ୍‌ କଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ । ଏଥର ନିର୍ବାଚନରେ ଓଡ଼ିଶାରୁ ନବୀନ ସରକାର ଓ କେନ୍ଦ୍ରରୁ ମୋଦି ସରକାର ହଟାଇବାକୁ ଜନତାଙ୍କୁ ଦେଲେ ଆହ୍ବାନ । ଅଧିକ ପଢ଼ନ୍ତୁ

ଖଡ୍‌ଗେଙ୍କ ଟାର୍ଗେଟ୍‌ରେ ମୋଦି-ନବୀନ
ଖଡ୍‌ଗେଙ୍କ ଟାର୍ଗେଟ୍‌ରେ ମୋଦି-ନବୀନ

ଖଡ୍‌ଗେଙ୍କ ଟାର୍ଗେଟ୍‌ରେ ମୋଦି-ନବୀନ

ଭୁବନେଶ୍ବର: କଂଗ୍ରେସର ଓଡ଼ିଶା ବଞ୍ଚାଅ ସମାବେଶରେ ଗର୍ଜିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ । ଓଡ଼ିଶା ବଞ୍ଚାଅ ସମାବେଶ ମଞ୍ଚରୁ ବିଜେପି ଓ ବିଜେଡିକୁ କଡ଼ା ଟାର୍ଗେଟ । ବିଜୁ ପଟ୍ଟନାୟକଙ୍କ ସହ ନବୀନ ପଟ୍ଟନାୟକଙ୍କୁ ତୁଳନା କରି ଲୋକଙ୍କୁ ବତାଇଲେ ପାର୍ଥକ୍ୟ । କହିଲେ ବିଜେପି ଓ ବିଜେଡିର ହୋଇଛି ଲଭ୍‌ ମ୍ୟାରେଜ୍‌ । କଂଗ୍ରେସ ସମୟରେ ଓଡ଼ିଶା ସର୍ବଦା ଗୁରୁତ୍ବ ପାଇଛି କହିଲେ ଖଡ୍‌ଗେ । ଏଥର ନିର୍ବାଚନରେ ଓଡ଼ିଶାରୁ ନବୀନ ସରକାର ଓ କେନ୍ଦ୍ରରୁ ମୋଦି ସରକାର ହଟାଇବାକୁ ଜନତାଙ୍କୁ ଦେଲେ ଆହ୍ବାନ ।

'ସେ ପଟ୍ଟନାୟକ ଓ ଏ ପଟ୍ଟନାୟକଙ୍କ ମଧ୍ୟରେ ବହୁତ ତଫାତ': ଓଡ଼ିଶା ବଞ୍ଚାଅ ସମାବେଶରେ ଖଡ୍‌ଗେ କହିଛନ୍ତି, "୮୨ ବର୍ଷ ବୟସରେ ମୋତେ AICC ସଭାପତି ପଦ ଦେଇଛି ଦଳ । ଓଡ଼ିଶା ଜଗନ୍ନାଥଙ୍କ ପୁଣ୍ୟକ୍ଷେତ୍ର । ପଣ୍ଡିତ ନେହରୁଙ୍କ ଦୃଷ୍ଟିରେ ଓଡ଼ିଶା ବିଶେଷ ସ୍ଥାନ ନେଇଥିଲା । ଓଡ଼ିଶାରେ କଂଗ୍ରେସର ବହୁତ ବଡ଼ ଅଧିବେଶନ ହୋଇଥିଲା । କଂଗ୍ରେସ ପାଇଁ ଓଡ଼ିଶା ସର୍ବଦା ମହତ୍ବପୂର୍ଣ୍ଣ ସ୍ଥାନ ନେଇଛି । ବିଜୁ ପଟ୍ଟନାୟକଙ୍କ ସହ ନେହରୁଙ୍କ ଘନିଷ୍ଠ ସଂପର୍କ ଥିଲା । ଏବେର ପଟ୍ଟନାୟକଙ୍କର କିନ୍ତୁ ବିଜେପି ସହ ଘନିଷ୍ଠ ସମ୍ପର୍କ ରହିଛି । ସେ ପଟ୍ଟନାୟକ ଓ ଏ ପଟ୍ଟନାୟକଙ୍କ ମଧ୍ୟରେ ବହୁତ ତଫାତ । ବିଜେପି-ବିଜେଡି ମଧ୍ୟରେ ଆମେ ବାହାଘର କରିଛୁ । ଉଭୟଙ୍କ ମଧ୍ୟରେ ଲଭ୍‌ ମ୍ୟାରେଜ୍‌ ହୋଇଯାଇଛି ।" ପାରାଦୀପ ବନ୍ଦର, ରାଉରକେଲା ଷ୍ଟିଲ ପ୍ଲାଣ୍ଟ କଂଗ୍ରେସ କରିଛି । ନବୀନ ପଟ୍ଟନାୟକ ଓ ମୋଦି ଓଡ଼ିଶାକୁ କଣ ଦେଇଛନ୍ତି ବୋଲି ପ୍ରଶ୍ନ କଲେ ଖଡ୍‌ଗେ । ଓଡ଼ିଶାରେ ଯାହା ବି ହୋଇଛି, ସବୁ କଂଗ୍ରେସ ସମୟରେ ହୋଇଛି । ମୋଦି ଲୋକତନ୍ତ୍ର, ସମ୍ବିଧାନକୁ ବରବାଦ କରୁଛନ୍ତି । ଧନୀ ଲୋକ ବିଜେପି ସହ ଓ ନବୀନ ପଟ୍ଟନାୟକ ସହ ଅଛନ୍ତି । ଗରିବଙ୍କ ସହ ସବୁବେଳେ କଂଗ୍ରେସ ଛିଡ଼ା ହୋଇଛି ବୋଲି ଖଡ୍‌ଗେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଭୁବନେଶ୍ବରରେ ଖଡ୍‌ଗେଙ୍କୁ ଜୋରଦାର ସ୍ବାଗତ

'ଏଥର ଜିତିଲେ ଏକଛତ୍ରବାଦ ଶାସନ ଚଳାଇବେ ମୋଦି': ଖଡ୍‌ଗେ କହିଛନ୍ତି, "ରାହୁଲ ଗାନ୍ଧୀ ଦେଶକୁ ଏକତା ସୂତ୍ରରୁ ବାନ୍ଧୁଛନ୍ତି, ବିଜେପି ଭାଙ୍ଗୁଛି । ସିବିଆଇ, ଇଡି ଲଗାଇ ହୁକୁମତି କରୁଛନ୍ତି । ଡରରେ କିଏ ପାର୍ଟି ଛାଡୁଛି, କିଏ ମେଣ୍ଟ ଛାଡ଼ି ପଳାଉଛି । ଏତେ ଡର ରହିଲେ ଗଣତନ୍ତ୍ର ବଞ୍ଚିବ କି ? ଏପଟେ ନୀତିଶ କୁମାର ଡରି ପଳେଇଲେ । ଏମିତି ଭୟାଳୁ ରହିଲେ କିପରି ଗଣତନ୍ତ୍ର ସୁରକ୍ଷିତ ରହିବ ? 146 ସାଂସଦଙ୍କୁ ନିଲମ୍ବନ କଲେ । ଗଣତନ୍ତ୍ର ରହିଲା କେଉଁଠି ? ଏଥର ଯଦି ମୋଦି ଜିତିବେ, ତେବେ ଏକଛତ୍ରବାଦ ଚଳାଇବେ । ଆଗକୁ ଋଷିଆର ପୁଟିନ ଭଳି ଶାସନ କରିବେ ମୋଦି । ତେଣୁ ଏହା ଶେଷ ନିର୍ବାଚନ, ଆପଣମାନଙ୍କ ପାଇଁ ଶେଷ ସୁଯୋଗ । ଆପଣମାନେ ଗୁଲାମ ହୋଇ ରହିବେ କି ନାହିଁ, ଆପଣଙ୍କ ପସନ୍ଦ । ଏ ଲଢ଼େଇ ଧନୀ- ଗରିବଙ୍କ ମଧ୍ୟରେ ଚାଲିଛି । ୩୦ ଲକ୍ଷ ପଦବୀ ଖାଲି ପଡ଼ିଛି ଦେଶରେ । ୨ କୋଟି ନିଯୁକ୍ତି ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏ ହେଲା ମୋଦି କି ଗ୍ୟାରେଣ୍ଟି । ୧୫ ଲକ୍ଷ କଳାଧନ ଆକାଉଣ୍ଟକୁ ପଠେଇବେ କହିଥିଲେ । ଚାଷୀ ଆମଦାନୀ ଦୁଇ ଗୁଣା କରିବେ କହିଥିଲେ ।"

'ଓଡ଼ିଶାରେ ଅଫିସର ରାଜ କାହିଁକି ?': ଓଡ଼ିଶା ସରକାରକୁ ଟାର୍ଗେଟ କରି ଖଡ୍‌ଗେ କହିଛନ୍ତି, "ମୋଦି-ନବୀନ ମିଶିକି ଶାସନ କରି ବିକାଶ ଆଡ଼କୁ ଯାଉଥିଲେ କିଛି ଅସୁବିଧା ନାହିଁ । କିନ୍ତୁ ରାଜ୍ୟରେ ବେକାରୀ ବଢୁଛି । ଏହା ଚିନ୍ତାର ବିଷୟ । ନବୀନ କହିଲେ ପ୍ରତି ବ୍ଲକରେ ଜଳସେଚନ ସୁବିଧା ମିଳିବ । କିନ୍ତୁ ଅସମ୍ପୂର୍ଣ୍ଣ ଅଛି । ନିରବଚ୍ଛିନ୍ନ ସରକାରରେ ଏହା ହେଲାନି କାହିଁକି ? ଶୀତଳ ଭଣ୍ଡାର କୁଆଡେ ଗଲା ? ଅଫିସରଙ୍କୁ ଆଣି ଶାସନ କରୁଛନ୍ତି ନବୀନ । ନେତା କଣ ମରି ଯାଇଛନ୍ତି ? ତାମିଲନାଡୁରୁ ଆସି ଜଣେ ଆଇଏଏସ୍‌ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା । କଣ ଓଡ଼ିଶାରୁ କେହି ମିଳିଲେନି ?"

ଏହା ମଧ୍ୟ ପଢ଼ନ୍ତୁ...ଭୁବନେଶ୍ବରରେ ପହଞ୍ଚିଲେ ମଲ୍ଲିକାର୍ଜୁନ ଖଡଗେ

ପାଣ୍ଡିଆନଙ୍କୁ ମୋକିମଙ୍କ ଟାର୍ଗେଟ: ଏପଟେ ମୋକିମ କହିଛନ୍ତି, "ତାମିଲନାଡୁ ଲୋକଙ୍କୁ ଓଡ଼ିଶାରେ ବୁଲେଇ ଦେବାନି । ଭାଷଣ ଆଉ ଶୁଣିବାର ନାହିଁ, ନବୀନ ଏୟା କଲେ ନବୀନ ସେୟା କଲେ । ନବୀନ ଓଡ଼ିଶାରୁ ନେତା ପାଇଲେନି ତାମିଲନାଡୁ ଗଲେ । ପାଣ୍ଡିଆନ ଉପରେ, ମନ୍ତ୍ରୀ ତଳେ ବସିବେ । ଏହା ଲଜ୍ଜା ଜନକ । ସେଭଳି ମନ୍ତ୍ରୀ ବିଧାୟକ ଇସ୍ତଫା ଦେଇ ପଳେଇ ଆସିବା କଥା । ଆଗାମୀ ନିର୍ବାଚନ ନିର୍ଣ୍ଣାୟକ ନିର୍ବାଚନ ହେବ ।" ଭୁବନେଶ୍ବର ନଆସି ନିଜ ନିଜ ନିର୍ବାଚନ ମଣ୍ଡଳୀରେ କାମ କରିବା ପାଇଁ ନେତା ଓ କର୍ମୀଙ୍କୁ ଆହ୍ବାନ ଦେଲେ ମୋକିମ ।

'ପାଣ୍ଡିଆନ, ନବୀନ ବାବୁ ଯାଉଛନ୍ତି କଂଗ୍ରେସ ଆସୁଛି': ଏପଟେ ନବ ଦାସ ହତ୍ୟା ଘଟଣା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ପ୍ରଭାରୀ ଡଃ ଅଜୟ କୁମାର । ସେ ଆହୁରି କହିଛନ୍ତି, "ହୀରାକୁଦ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ନାଲ୍‌କୋ, ନରେଗା କଂଗ୍ରେସର ଉପଲବ୍ଧି ରାଜ୍ୟ ପାଇଁ । ବିଜେଡି କଣ କରିଛି ? ପାଣ୍ଡିଆନ, ନବୀନ ବାବୁ ଯାଉଛନ୍ତି କଂଗ୍ରେସ ଆସୁଛି । ୩୦ ଲକ୍ଷ ଲୋକ ଓଡ଼ିଶାରୁ ଦାଦନ ଯାଉଛନ୍ତି । ଇଡି, ସିବିଆଇ ନବୀନ ବାବୁଙ୍କ ହାତରେ ରାଖୀ ବାନ୍ଧିଛନ୍ତି । କଂଗ୍ରେସର ଏତେ ବଡ ସମାବେଶ ବହୁତ ଦିନ ପରେ ହେଉଛି ।" ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରାରେ ଯୋଡ଼ି ହେବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କଲେ କଂଗ୍ରେସ ପ୍ରଭାରୀ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details