ଓଡିଶା

odisha

By ETV Bharat Odisha Team

Published : Mar 3, 2024, 7:46 AM IST

ETV Bharat / politics

ମୌଳିକ ଅଧିକାର ଦାବିରେ ରାୟଗଡାରେ ଆପର ଧାରଣା

AAP Stage Mass Protest: ଗତ ଶୁକ୍ରବାର ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଆପ୍ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଏହି ଅବସରରେ ଦଳ ପକ୍ଷରୁ ଏକ ୭ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା । ଅଧିକ ପଢନ୍ତୁ

ମୌଳିକ ଅଧିକାର ଦାବିରେ ଆପର ଧାରଣା, ପ୍ରଶାସନକୁ ୭ ଦଫା ଦାବିପତ୍ର ପ୍ରଦାନ
ମୌଳିକ ଅଧିକାର ଦାବିରେ ଆପର ଧାରଣା, ପ୍ରଶାସନକୁ ୭ ଦଫା ଦାବିପତ୍ର ପ୍ରଦାନ

ମୌଳିକ ଅଧିକାର ଦାବିରେ ଆପର ଧାରଣା, ପ୍ରଶାସନକୁ ୭ ଦଫା ଦାବିପତ୍ର ପ୍ରଦାନ

ରାୟଗଡ଼ା:ସାଧାରଣ ଲୋକଙ୍କ ମୌଳିକ ଅଧିକାର ଓ ସମସ୍ୟା ସମାଧାନ ଦାବିରେ ରାୟଗଡ଼ା ଆମ ଆଦ୍‌ମୀ ପାର୍ଟି ପକ୍ଷରୁ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦିଆଯାଇଥିଲା । ଆମ ଆଦ୍‌ମୀ ପାର୍ଟିର ରାଜ୍ୟ ଆବାହକ ତଥା ଜିଲ୍ଲା ସଭାପତି ଜନ୍ମେଜୟ ସ୍ବାଇଁଙ୍କ ନେତୃତ୍ବରେ ଏକ ବିଶାଳ ସମାବେଶ ହୋଇଥିଲା । ଏହି ଅବସରରେ ଦଳ ପକ୍ଷରୁ ଏକ ୭ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା । ବାର୍ଦ୍ଧକ୍ୟ, ବିଧବା, ଅବିବାହିତା ଓ ଦିବ୍ୟାଙ୍ଗ‌ଙ୍କୁ ମାସିକ ୨୫୦୦ ଟଙ୍କା ଭତ୍ତାପ୍ରଦାନ, ଦିଲ୍ଲୀ ଓ ପଞ୍ଜାବ ଭଳି ରାଜ୍ୟରେ ସମସ୍ତ ପରିବାରକୁ ମାସିକ ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ସେବା, ଭୂମିହୀନଙ୍କୁ ଥଇଥାନ କରିବା, ଜିଲ୍ଲାରେ ସୁପର ସ୍ପେଶାଲିଟି ମେଡିକାଲ ଏବଂ ମେଡିକାଲ କଲେଜ ସ୍ଥାପନ କରିବା, ସହରରେ ବୃଦ୍ଧି ପାଉଥୁବା ଚୋରି ଓ ରାହାଜାନି ରୋକିବା ସହିତ ୨ଟି ନୂତନ ଟାଉନ ଥାନା ଖୋଲିବା ଏବଂ ରାୟଗଡ଼ା ବ୍ଳକର ଡାଙ୍ଗଲୋଡ଼ି ପଞ୍ଚାୟତର ସୁଲୁବାଡ଼ି ଏବଂ ପାଙ୍ଗାପାଇ ଗ୍ରାମକୁ ପକ୍କାରାସ୍ତା କରିବା, ସ୍ମାର୍ଟ ମିଟର ଲଗାଇବା ବନ୍ଦ କରିବା ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ଦୃଢ ସ୍ଥିତିରେ ବିଜେଡି; ୧୭ ଲୋକସଭା ଓ ୧୨୦ରୁ ଊର୍ଦ୍ଧ୍ବ ବିଧାନସଭା ଆସନ ଜିତିବୁ କହିଲେ ସସ୍ମିତ

ଏଥିସହିତ ଜିଲାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ହେଉଥ‌ିବା ଦୁର୍ନୀତିକୁ ରୋକିବା ସହିତ ଗରିବ ହିତାଧିକାରୀଙ୍କ ନିକଟରେ କିଭଳି ସମସ୍ତ ଯୋଜନା ପହଞ୍ଚିବ ସେଥ‌ିପ୍ରତି ଧ୍ୟାନଦେବାକୁ ଦାବି ହୋଇଛି । ଜିଲ୍ଲା ସଭାପତି ଜନ୍ମେଜୟ ସ୍ବାଇଁ କହିଛନ୍ତି ଯେ ବିଜେଡି ସରକାର ଦୁର୍ନୀତିରେ ଲିପ୍ତ ରହିଛି । ବିଜେଡି ନେତା ଏନ ଭାସ୍କର ରାଓ ଖୋଦ୍ ଦୁର୍ନୀତିର ମୂଳ ମଞ୍ଜି । ସେହିପରି ରାୟଗଡା ମ୍ୟୁନିସିପାଲଟି ଦୁର୍ନୀତିର ଗନ୍ତାଘର ସାଜିଛି ।

ଏହି କାର୍ଯ୍ୟକ୍ରମରେ ଆପର କର୍ଣ୍ଣାଟକ ରାଜ୍ୟ ପ୍ରଭାରୀ ନିତ୍ୟାନନ୍ଦ ସାହୁ, ଗଞ୍ଜାମ ଜିଲ୍ଲା ସଭାପତି ସୁବାସ ରାଉତ ଓ ସମ୍ପାଦକ ଆଦିତ୍ୟ ରଥ, ହରପ୍ରସାଦ ସାହୁ, କଳାହାଣ୍ଡି ଲୋକସଭା ମଣ୍ଡଳୀ ସଭାପତି କୃଭିବାସ ମୁଣ୍ଡ, ବଲାଙ୍ଗୀର ଜିଲା ସଭାପତି ଆଶିଷ ପାଣ୍ଡେ, କଟକ ଜିଲା ସଭାପତି ଦୁର୍ଗା ପରିଡ଼ା ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଭାପତି ଜନ୍ମେଜୟ ସ୍ବାଇଁ ଓ ଉପସଭାପତି ଜିତେନ୍ଦ୍ର ସେନାପତି ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଷମକଟକ ବ୍ଲକ ସଭାପତି ରମେଶ ଚନ୍ଦ୍ର ପାତ୍ର, ସନ୍ତୋଷ ପାଇକ, ହେମନ୍ତ ଖୋସ୍‌ଲା, ସୁନ୍ଦର କାଡ୍ରାକା, ବିଜୁ କିଲାକା, ଚକ୍ରଧର ମହାପାତ୍ର, ଦୁର୍ଗାଚରଣ ପଟ୍ଟନାୟକ, ଉତ୍ତମ ନାଗ, ମଧୁସୂଦନ ପାଣିଗ୍ରାହୀଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଯୋଗଦେଇଥିଲେ ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details