ଓଡିଶା

odisha

ETV Bharat / politics

BJDର ଆୟୁଷ କମ କହିଲେ ଜୟନାରାୟଣ, ପ୍ରମିଳାଙ୍କ ଜବାବ ଜ୍ୟୋତିଷ ଦୋକାନ ଖୋଲନ୍ତୁ ସମ୍ବଲପୁର ବିଧାୟକ - JAYANARAYAN MISHRA ON BJD - JAYANARAYAN MISHRA ON BJD

JAYANARAYAN MISHRA ON BJD: ବିଜେଡିର ସ୍ଥାୟିତ୍ବ ଉପରେ ପ୍ରଶ୍ନ ଉଠାଇଲେ ଜୟ ନାରାୟଣ ମିଶ୍ର । କହିଲେ ଦଳ ବେଶି ଦିନ ନୁହେଁ । ବିଜେଡି କହିଲା ଜ୍ୟୋତିଷ ଦୋକାନ ଖୋଲନ୍ତୁ ଜୟନାରାୟଣ । ଅଧିକ ପଢନ୍ତୁ

‘BJDର ଆୟୁଷ କମ’: କାହିଁକି ଏମିତି କହିଲେ ଜୟ ନାରାୟଣ
‘BJDର ଆୟୁଷ କମ’: କାହିଁକି ଏମିତି କହିଲେ ଜୟ ନାରାୟଣ (ETV Bharat Oidsha)

By ETV Bharat Odisha Team

Published : Jul 22, 2024, 5:29 PM IST

Updated : Jul 22, 2024, 6:34 PM IST

ଭୁବନେଶ୍ବର: ରାଜ୍ୟରେ 24ବର୍ଷ ପରେ କ୍ଷମତା ପରିବର୍ତ୍ତନ ହୋଇଛି । ପ୍ରଥମ ଥର ଭାରତୀୟ ଜନତା ପାର୍ଟି (ବିଜେପି) ଏକାକୀ ସରକାର ଗଠନ କରିଥିବା ବେଳେ ପ୍ରତିଷ୍ଠା ହେବା ପରଠାରୁ କ୍ଷମତା ଉପଭୋଗ କରିଆସୁଥିବା ନବୀନଙ୍କ ଦଳ ‘ବିଜେଡି’ କ୍ଷମତାରୁ ହଟି ବିରୋଧୀ ଦଳ ଭୂମିକାକୁ ଆସିଛି । ତେବେ ବିଜେଡିର ଆୟୁଷ ଅଧିକ ଦିନ ନୁହେଁ ବୋଲି କହିଛନ୍ତି ବରିଷ୍ଠ ବିଜେପି ବିଧାୟକ ତଥା ପୂର୍ବତନ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ‘ବିଜେଡି’ ଆସନ୍ତା ନିର୍ବାଚନରେ କ୍ଷମତାକୁ ଆସିବା କଥା କହୁଛି, ହେଲେ ସେପର୍ଯ୍ୟନ୍ତ ଦଳ ଅସ୍ଥିତ୍ବରେ ନଥିବ ବୋଲି ଜୟଙ୍କ ମନ୍ତବ୍ୟ ବିଭିନ୍ନ ଦିଗକୁ ସଙ୍କେତ ଦେଉଛି ।

BJDର ଆୟୁଷ କମ କହିଲେ ଜୟନାରାୟଣ, ବିଜେଡିର ଜବାବ ଜ୍ୟୋତିଷ ଦୋକାନ ଖୋଲନ୍ତୁ ସମ୍ବଲପୁର ବିଧାୟକ (ETV Bharat Odisha)

‘ବିଜେଡି’ର ଶୋଚନୀୟ ପରାଜୟ ପରେ ଏଥର ନିର୍ବାଚିତ ବିଧାୟକମାନେ ଦଳ ଛାଡିବା ଉଦ୍ଦେଶ୍ୟରେ ରହିଛନ୍ତି କି ? ସେମାନେ ଶାସକ ଦଳ ସହ ଯୋଗାଯୋଗରେ ରହିଛନ୍ତି କି ? ନିର୍ବାଚନ ହାରିଥିବା କିଛି ବରିଷ୍ଠ ନେତା ଦଳ ଉପରେ ଅସନ୍ତୋଷ ବ୍ୟକ୍ତ କରୁଥିବା ଚର୍ଚ୍ଚା ମଧ୍ୟରେ ସେମାନେ ଶାସକ ଭାରତୀୟ ଜନତା ପାର୍ଟି ଯୋଗାଯୋଗରେ ଅଛନ୍ତି କି ବୋଲି ପ୍ରଶ୍ନ ସୃଷ୍ଟି ହେଉଛି । କେଉଁ ଆଧାରରେ ବିଜେଡିର ଅସ୍ଥିତ୍ବ ବେଶୀ ଦିନ ନୁହେଁ ବୋଲି ଜୟ କହିଲେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ନବୀନଙ୍କ କ୍ୟାମ୍ପରୁ ମଧ୍ୟ ତୁରନ୍ତ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ବିଜେଡିର ଜବାବ ଜ୍ୟୋତିଷ ଦୋକାନ ଖୋଲନ୍ତୁ ଜୟ ନାରାୟଣ: ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଜୟ ନାରାୟଣ ଜ୍ୟୋତିଷ ଦୋକାନ ଖୋଲନ୍ତୁ । ରାଜନୀତି ଛାଡି, ସେ କାହା ଆୟୁଷ କେତେ, ସେ ସମ୍ପର୍କରେ ଟିପ୍ପଣୀ କରନ୍ତୁ । ପ୍ରମିଳା ଆହୁରି ମଧ୍ୟ କହିଛନ୍ତି, ଆଜି ବିଧାନସଭାରେ ରାଜ୍ୟପାଳ ଅଭିଭାଷଣ ରଖିବା ବେଳେ ଏହାକୁ ବିରୋଧ କରି ବିରୋଧୀ ଦଳ ନେତା କକ୍ଷତ୍ୟାଗ କରିଥିଲେ । ଏହି ସମୟରେ ଗୃହରେ ମାଇକ ଓ କ୍ୟାମେରା ବନ୍ଦ କରିଦିଆଗଲା । ବିରୋଧୀ ଦଳ ‘ବିଜେଡି’ ଏହାର କଡା ନିନ୍ଦା କରୁଛନ୍ତି । ଏପରି ଆଚରଣ ବିରୋଧୀ ଦଳ ଓ ଏହାର ନେତାଙ୍କୁ ଅପମାନ । ସମଗ୍ର ରାଜ୍ୟବାସୀ ଏହାର ନିନ୍ଦା କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ASOଙ୍କୁ ମାଡ଼ ଘଟଣାରେ ମୋହନ ସରକାରକୁ ନବୀନଙ୍କ ପ୍ରଶ୍ନ; ରାଜ୍ୟପାଳଙ୍କ ପୁଅ ଉପରେ କାର୍ଯ୍ୟାନୁଷ୍ଠାନ କେବେ ? - Naveen Patnaik On ASO Assault Case

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନିର୍ବାଚନରେ ବିଜେଡି ଶୋଚନୀୟ ଭାବେ ପରାଜିତ ହେବା ପରେ ଗୋଟିଏ ପରେ ଗୋଟିଏ ଦଳୀୟ କନ୍ଦଳ ସାମ୍ନାକୁ ଆସିବାରେ ଲାଗିଛି । ଦୁଇଦିନ ପୂର୍ବରୁ ଦଳର ପୂର୍ବତନ ସାଙ୍ଗଠନିକ ସମ୍ପାଦକ ତଥା ଏକଦା ପ୍ରଭାବଶାଳୀ ନେତା କୁହାଯାଉଥିବା ବବି ଦାସ ଓ ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କ ମଧ୍ୟରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବଚସା ହୋଇଥିବା ଚର୍ଚ୍ଚା ହୋଇଥିଲା । ଏହା ପୂର୍ବରୁ କଟକ-ଚୌଦାରର ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ବିଶ୍ବାଳ ମଧ୍ୟ ଏକ ଖୋଲା ମଞ୍ଚରେ ଦଳର ପରାଜୟ ପାଇଁ ନିର୍ଦ୍ଦିଷ୍ଟ ପ୍ରଭାବଶାଳୀ ଗୋଷ୍ଠୀକୁ ଦାୟୀ କରିଥିଲେ । ନିର୍ବାଚନ ହାରିଥିବା ଏକାଧିକ ବରିଷ୍ଠ ବିଜେଡି ନେତା ମଧ୍ୟ ଦଳ ପରିଚାଳନାରେ ଅସନ୍ତୋଷ ବ୍ୟକ୍ତ କରି ବିଜେପି ସହ ଯୋଗାଯୋଗ ବଢାଉଥିବା ନିୟମିତ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 22, 2024, 6:34 PM IST

ABOUT THE AUTHOR

...view details