ଓଡିଶା

odisha

ETV Bharat / photos

ବ୍ଲାକ ସୁଟରେ ଫ୍ୟାନ୍ସଙ୍କୁ ଦିୱାନା କଲେ କିଙ୍ଗ ଖାନ - ShahRukh Khan Latest Pictures

ShahRukh Khan Latest Pictures: ବଲିଉଡ ବାଦଶାହା ଶାହାରୁଖ ଖାନ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ତାଙ୍କର ଅନେକ ଫ୍ୟାନ୍ସ ରହିଛନ୍ତି । ଅଭିନୟ ବ୍ୟତୀତ ସେ ତାଙ୍କ ଷ୍ଟାଇଲ ଏବଂ ଲୁକରେ ମଧ୍ୟ ସମସ୍ତଙ୍କ ବେଶ ମନ ଜିତିଥାନ୍ତି । ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ କିଙ୍ଗ ଖାନ ବ୍ଲାକ ସୁଟରେ ନଜର ଆସିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

By ETV Bharat Odisha Team

Published : Mar 11, 2024, 8:10 PM IST

ଅଭିନୟ ବ୍ୟତୀତ ଷ୍ଟାଇଲ ଏବଂ ଲୁକରେ ମଧ୍ୟ ସମସ୍ତଙ୍କ ବେଶ ମନ ଜିତିଥାନ୍ତି ବଲିଉଡର କିଙ୍ଗ ଖାନ ଶାହାରୁଖ ଖାନ
କେବଳ ଭାରତରେ ନୁହଁ ବିଦେଶରେ ମଧ୍ୟ ଶାହାରୁଖ ଖାନଙ୍କ ଅନେକ ଫ୍ୟାନ୍ସ ରହିଛନ୍ତି
ନିକଟରେ ସେ ଜି ସିନେ ଆୱାର୍ଡରେ ନଜର ଆସିଥିଲେ । ଯେଉଁଠାରେ ସେ ବ୍ଲାକ ସୁଟ ଲୁକରେ ଆସି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଏହି ଆୱାର୍ଡ ଶୋ'ରେ ସେ ତାଙ୍କର ଅଭିନୀତ ଫିଲ୍ମ ଜବାନ ଏବଂ ପଠାନରେ ଦମଦାର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି ।
ଶାହାରୁଖ ଖାନ ଦୀର୍ଘ ୪ ବର୍ଷର ବ୍ରେକ ପରେ ପରଦାକୁ ୨୦୨୩ରେ ଫେରିଥିଲେ
୨୦୨୩ରେ ଶାହାରୁଖଙ୍କ ଫିଲ୍ମ ପଠାନ, ଜବାନ ଏବଂ ଡଙ୍କି ଭଳି ୩ଟି ରିଲିଜ ହୋଇଥିଲା ଏବଂ ଏହି ଫିଲ୍ମ ହିଟ ମଧ୍ୟ ହୋଇଥିଲା ।
ନିକଟରେ ଶାହାରୁଖ ଅନନ୍ତ ଅମ୍ୱାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ବିବାହରେ ମଧ୍ୟ ସାମିଲ ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଏହି ବିବାହ ଉତ୍ସବରେ ଶାହାରୁଖ ଆମୀର ଖାନ ଏବଂ ସଲମାନ ଖାନଙ୍କ ସହ ଦମଦାର ପରଫର୍ମ ଦେଇଥିଲେ ।
ବର୍ତ୍ତମାନ ଶାହାରୁଖ ଆଗାମୀ ଫିଲ୍ମ 'ଟାଇଗର ଭର୍ସେସ ପଠାନ'ରେ ନଜର ଆସିବେ ।

ABOUT THE AUTHOR

...view details