ଓଡିଶା

odisha

ETV Bharat / photos

ମହାବାହୁଙ୍କ ଘର ବାହୁଡ଼ା; ନୃତ୍ୟଶିଳ୍ପୀଙ୍କ ନୃତ୍ୟରେ କମ୍ପୁଛି ଶରଧାବାଲି, ଦାରୁଦିଅଁଙ୍କୁ ପାଛୋଟି ଆଣିବାକୁ ଜମିଲାଣି ଭିଡ଼ - puri bahuda yatra 2024

ପୁରୀ: ଆଜି ପବିତ୍ର ବାହୁଡା ଯାତ୍ରା। ଜନ୍ମବେଦୀରେ ଲୀଳାଖେଳା ସାରି ବଡ ଭାଇ ବଳଭଦ୍ର ଓ ସାନ ଭଉଣୀ ସୁଭଦ୍ରାଙ୍କୁ ସାଥିରେ ଧରି ଆଜି ଶ୍ରୀନଅର ଫେରିବେ ମହାପ୍ରଭୁ ଜଗନ୍ନାଥ । ତିନିଠାକୁରଙ୍କୁ କୋଳେଇ ନେବାକୁ ଶରଧାବାଲିରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ଅପେକ୍ଷା କରିଛନ୍ତି । ଦାରୁଦିଅଁଙ୍କୁ ରତ୍ନ ସିଂହାସନକୁ ପାଛୋଟି ଆଣିବାକୁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମାଇଲେଣି । ଦେଖନ୍ତୁ ଶରଧା ବାଲିର ଝଲକ, (@IPR_Odisha)

By ETV Bharat Odisha Team

Published : Jul 15, 2024, 11:19 AM IST

ଆଜି ପବିତ୍ର ବାହୁଡ଼ା ଯାତ୍ରା । ଜନ୍ମବେଦୀରେ ଲୀଳାଖେଳା ସାରି ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ଶ୍ରୀନଅର ଫେରିବେ ମହାପ୍ରଭୁ ଜଗନ୍ନାଥ । (@IPR_Odisha)
ତିନିଠାକୁରଙ୍କୁ କୋଳେଇ ନେବାକୁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାରରେ ଦାରୁବ୍ରହ୍ମଙ୍କ ଅପେକ୍ଷାରେ ରହିଛନ୍ତି ତିନି ରଥ । (@SJTA_Puri)
ପୁଷ୍ପମାଳାରେ ସୁସଜ୍ଜିତ ହୋଇଛି ମହାପ୍ରଭୁଙ୍କ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର । (@SJTA_Puri)
ବାହୁଡା ଯାତ୍ରା ଅବସରରେ ରଥ ସମ୍ମୁଖରେ ନୃତ୍ୟ ପରିବେଷଣ କରୁଛନ୍ତି ନୃତ୍ୟଶିଳ୍ପୀ । (@IPR_Odisha)
ତିନି ରଥକୁ ଆଜ୍ଞାମାଳ ବିଜେ ପରେ ଆରମ୍ଭ ହେଲା ପହଣ୍ଡି ବିଜେ । ଶ୍ରୀଜିଉ ରଥାରୂଢ ହେବା ପରେ ଛେରାପହଁରା ନୀତି ହେବ । (@SJTA_Puri)
ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବ । ଖେଚେଡି ଭୋଗ ଖାଇ ବାହୁଡା ଯାତ୍ରାରେ ବାହାରିବେ ମହାପ୍ରଭୁ । (@SJTA_Puri)
ନୃତ୍ୟଶିଳ୍ପୀଙ୍କ ଓଡ଼ିଶା ନୃତ୍ୟ ଲୋକଙ୍କୁ ମନ ମୋହୁଛି । (@IPR_Odisha)
ନୃତ୍ୟଶିଳ୍ପୀଙ୍କ ନୃତ୍ୟରେ ଶରଧାବାଲି କମ୍ପୁଥିବା ବେଳେ ଦାରୁଦିଅଁଙ୍କୁ ପାଛୋଟି ଆଣିବାକୁ ଲକ୍ଷାଧିକ ଭକ୍ତଙ୍କ ଜମିଲାଣି ଭିଡ଼ । (@IPR_Odisha)
ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବା ବେଳେ ମାଉସୀ ମା’ ହାତରୁ ପୋଡ଼ପିଠା ଖାଇବେ ବିଶ୍ବ ନିୟନ୍ତା । (@IPR_Odisha)
ବିଭିନ୍ନ ରାଜ୍ୟର ନୃତ୍ୟଶିଳ୍ପୀ ଆଜିର ଦିନକୁ ଅପେକ୍ଷା କରି ରହିଥିବା ବେଳେ ନିଜ ନୃତ୍ୟ ପରିବେଶଣ କରି ବେଶ ଖୁସି ଅନୁଭବ କରୁଛନ୍ତି । (@IPR_Odisha)

ABOUT THE AUTHOR

...view details