ଓଡିଶା

odisha

ଟିଭି ରିପୋର୍ଟରରୁ ମିସ୍ ୟୁନିଭର୍ସ ଶ୍ରୀଲଙ୍କା: ବଲିଉଡ ବଦଳାଇ ଦେଲା ସିଂହଳୀ ସୁନ୍ଦରୀ ଜ୍ୟାକଲିନଙ୍କ ଭାଗ୍ୟ - Jacqueline Fernandez Birthday

By ETV Bharat Odisha Team

Published : Aug 11, 2024, 1:38 PM IST

Jacqueline Fernandez Birthday: ମିସ୍ ୟୁନିଭର୍ସ ଶ୍ରୀଲଙ୍କା ରହିସାରିଛନ୍ତି ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ । ଜ୍ୟାକଲିନ ୨୦୦୯ରେ ଆଲାଦ୍ଦିନ ଚଳଚ୍ଚିତ୍ର ସହ ବଲିଉଡରେ ଡେବ୍ୟୁ କରିଥିବା ବେଳେ ଆଜି ନିଜ ସୌନ୍ଦର୍ଯ୍ୟ, ଡ୍ୟାନ୍ସ ଏବଂ ଅନ୍ଦାଜରେ ଦର୍ଶକଙ୍କ ମନ ଜିତିଛନ୍ତି । ତେବେ ଆଜି ଅଭିନେତ୍ରୀଙ୍କ ଜନ୍ମଦିନରେ ଚାଲନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ରୋଚକ କଥା, (Jacqueline Fernandez, instagram)
ଆଜି ଅଗଷ୍ଟ ୧୧ରେ ୩୯ ବର୍ଷରେ ପାଦ ଥାପିଛନ୍ତି ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ । (Jacqueline Fernandez)
ଜ୍ୟାକଲିନ୍ ଅଗଷ୍ଟ 11, 1985ରେ ଶ୍ରୀଲଙ୍କାର କଲମ୍ବୋରେ ଜନ୍ମଗ୍ରହଣ କରିଥିଲେ । ବାହାରିନରେ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ । (Jacqueline Fernandez, instagram)
ଅଷ୍ଟ୍ରେଲିଆର ସିଡନୀ ବିଶ୍ୱବିଦ୍ୟାଳୟରୁ ସାମ୍ୱାଦିକ ଏବଂ ଗଣ ଯୋଗାଯୋଗ ପାଠ୍ୟକ୍ରମ ସମାପ୍ତ କରିଥିଲେ । (Jacqueline Fernandez, instagram)
ସ୍ନାତକ ପରେ ଜ୍ୟାକଲିନ୍ ଶ୍ରୀଲଙ୍କାରେ କିଛି ସମୟ ପାଇଁ ଟିଭି ସାମ୍ବାଦିକ ଭାବରେ କାର୍ଯ୍ୟ କରିଥିଲେ । (Jacqueline Fernandez, instagram)
ରିପୋର୍ଟିଂ ସହ ମଡେଲିଂ ମଧ୍ୟ କରୁଥିଲେ ଜ୍ୟାକଲିନ । ପିଲାଦିନର ଆକ୍ଟିଂ କରିବାର ନିଶା ତାଙ୍କୁ ବନେଇଦେଲା ଅଭିନେତ୍ରୀ । (Jacqueline Fernandez, instagram)
ଜ୍ୟାକଲିନ ୨୦୦୬ରେ 'ମିସ୍ ୟୁନିଭର୍ସ ଶ୍ରୀଲଙ୍କା' ଟାଇଟଲ ହାତେଇଥିଲେ । (Jacqueline Fernandez, instagram)
୨୦୦୯ରେ 'ଆଲାଉଦ୍ଦିନ' ସହ ବଲିଉଡରେ ଡେବ୍ୟୁ କରିଥିଲେ । ହେଲେ ଫିଲ୍ମ 'ମର୍ଡର ୨' ତାଙ୍କ ପାଇଁ ଆଣିଥିଲା ସଫଳତା । (Jacqueline Fernandez, instagram)
ଏହାପରେ ସେ ହାଉସଫୁଲ ୨, ରେସ, କିକ୍, ହାଉସଫୁଲ ୩, ରେସ ୩ ଭଳି ଅନେକ ଚଳଚ୍ଚିତ୍ରରେ କାମ କରି ଲୋକପ୍ରିୟତା ହାସଲ କରିଥିଲେ । (Jacqueline Fernandez, instagram)
ରିପୋର୍ଟ ଅନୁସାରେ ଜ୍ୟାକଲିନଙ୍କ ନେଟୱର୍ଥ ମୋଟ ୧୦୧ କୋଟି ଟଙ୍କା । ଜ୍ୟାକଲିନ ଏକ ଫିଲ୍ମ ପାଇଁ ପ୍ରାୟ 4 ରୁ 6 କୋଟି ଟଙ୍କା ଚାର୍ଜ କରନ୍ତି । (Jacqueline Fernandez, instagram)

ABOUT THE AUTHOR

...view details