ଓଡିଶା

odisha

ETV Bharat / photos

ଫ୍ୟାନ୍ସଙ୍କୁ ଫିଦା କଲା ଦୀପିକାଙ୍କ ଦେଶୀ ଲୁକ, ଫଟୋରୁ ହଟିବନି ନଜର - ଦୀପିକା ପାଦୁକୋନ

Deepika Padukone Latest Pictures: 'ବାଫଟା' ଆୱାର୍ଡ ଶୋ'ରେ ସାମିଲ ହୋଇ ଭାରତର ସମ୍ମାନ ବଢାଇଲେ ଦୀପିକା ପାଦୁକୋନ । ଅଭିନେତ୍ରୀ ଏହି ଶୋ'ରେ ଦେଶୀ ଲୁକରେ ନଜର ଆସି ସମସ୍ତଙ୍କ ମନ ଜିତିଛନ୍ତି । ସୋସିଆଲ ମିଡିଆରେ ନିଜ ଲାଟେଷ୍ଟ ଫଟୋସୁଟର ଫଟୋ ସେୟାର କରିଛନ୍ତି । ତେବେ ନଜର ପକାନ୍ତୁ ଦୀପିକାଙ୍କ ବାଫଟା ଲୁକ୍ ଉପରେ,

By ETV Bharat Odisha Team

Published : Feb 19, 2024, 10:05 AM IST

ଦୀପିକା ପାଦୁକୋନ ଓସ୍କାର ପରେ ପୁଣି ୭୭ ତମ ବ୍ରିଟିଶ ଏକାଡେମୀ ଚଳଚ୍ଚିତ୍ର BAFTA ପୁରସ୍କାରରେ ସାମିଲ ହୋଇ ଦେଶକୁ ଗୌରବାନ୍ୱିତ କରିଛନ୍ତି
ଦୀପିକାଙ୍କ ଦେଶୀ ଲୁକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି
ବଲିଉଡ ମସ୍ତାନୀ ଲୋକପ୍ରିୟ ପୋଷାକ ଡିଜାଇନର ସବ୍ୟସାଚୀଙ୍କ ଦ୍ୱାରା ପ୍ରସ୍ତୁତ ହ୍ବାଇଟ ଶାଢୀରେ ନଜର ଆସିଛନ୍ତି
ଦୀପିକା ଲାଟେଷ୍ଟ ଫଟୋସୁଟର ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି
BAFTAରେ ଦୀପିକା 'ଦ ଜୋନ ଅଫ ଇଣ୍ଟରେଷ୍ଟ' ପାଇଁ ଅଭିନେତା ଜୋନାଥନ ଗ୍ଲେଜରଙ୍କୁ ଶ୍ରେଷ୍ଠ ଫିଲ୍ମ ନଟ ଇନ ଇଂଲିସ୍ ପୁରସ୍କାର ପ୍ରଦାନ କରିଛନ୍ତି
ଏହି ଫଟୋ ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିବା ସହ ଖୁବ ପ୍ରଶଂସା କରିଛନ୍ତି
ଏହା ପୂର୍ବରୁ ଦୀପିକା ଗତବର୍ଷ (୨୦୨୩) ଆୟୋଜିତ ହୋଇଥିବା ୯୫ତମ ଓସ୍କାର ଆୱାର୍ଡ ଶୋ’ରେ ଉପସ୍ଥାପିକା ଭାବେ ସାମିଲ ହୋଇଥିଲେ
ଓସ୍କାରରେ ଦୀପିକା ସାଉଥ ସିନେମାର ମେଗା-ବ୍ଲକବଷ୍ଟର ଚଳଚ୍ଚିତ୍ର ତଥା ଶ୍ରେଷ୍ଠ ଗୀତ ପୁରସ୍କାର ଭାବେ ଓସ୍କାର ପାଇଥିବା 'ଆରଆରଆର' ର ସୁପରହିଟ୍ ଗୀତ 'ନାଟୁ-ନାଟୁ'କୁ ଉପସ୍ଥାପନା କରିଥିଲେ
ଦୀପିକା ପାଦୁକୋନ ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ 'ଏକାଡେମୀ ମ୍ୟୁଜିୟମ ଗାଲା'ରେ ବି ଯୋଗ ଦେଇ ଭାରତର ନାଁ ରଖିଥିଲେ

ABOUT THE AUTHOR

...view details