ଓଡିଶା

odisha

ETV Bharat / photos

ବସଷ୍ଟାଣ୍ଡରେ ଏୟାରପୋର୍ଟ ଅନୁଭୂତି, ଦେଖନ୍ତୁ ବାବା ସାହେବ ଭୀମରାଓ ଆମ୍ବେଦକର ବସ ଟର୍ମିନାଲ ଆଖି ଝଲସା ଫଟୋ - ବରମୁଣ୍ଡା ବସ ଟର୍ମିନାଲ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଲୋକାର୍ପିତ ହୋଇଛି ବରମୁଣ୍ଡାର ବାବା ସାହେବ ଭୀମରାଓ ଆମ୍ବେଦକର ବସ ଟର୍ମିନାଲ । ଏଠାରେ ଯାତ୍ରୀମାନଙ୍କୁ ମିଳିବ ଏୟାରପୋର୍ଟ ଭଳି ଅତ୍ୟାଧୁନିକ ସୁବିଧା । ଚମକୁଥିବା ଏହି ବସ ଟର୍ମିନାଲ୍ ଦେଖିବାକୁ ଆକର୍ଷଣୀୟ ରହିଥିବା ବଳେ ଯାତ୍ରୀଙ୍କ ବିଶ୍ରାମ ସ୍ଥାନ ଠାରୁ ଆରମ୍ଭ କରି ଟିକେଟ କାଉଣ୍ଟର, ଲଗେଜ୍ ସ୍କାନର, ଫୁଡ୍ କୋର୍ଟ ସହ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

By ETV Bharat Odisha Team

Published : Mar 2, 2024, 10:44 AM IST

ବରମୁଣ୍ଡା ବାବା ସାହେବ ଭୀମରାଓ ଆମ୍ବେଦକର ବସଷ୍ଟାଣ୍ଡ
ବିଶ୍ୱସ୍ତରୀୟ ବସ ଟର୍ମିନାଲକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ
15.5 ଏକର ସ୍ଥାନରେ ପରିବ୍ୟାପ୍ତ ବରମୁଣ୍ଡା ବସ୍ ଟର୍ମିନାଲ ପ୍ରକଳ୍ପ ଯାତ୍ରୀଙ୍କୁ ଏକ ବିଶ୍ୱସ୍ତରୀୟ ଭ୍ରମଣ ଅଭିଜ୍ଞତା ପ୍ରଦାନ କରିବ ।
ବସ ଟର୍ମିନାଲରେ ଯାତ୍ରୀମାନଙ୍କୁ ମିଳିବ ଏୟାରପୋର୍ଟ ଭଳି ଅତ୍ୟାଧୁନିକ ସୁବିଧା ।
ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜରୁରୀକାଳୀନ ମେଡିକାଲ ସେବା ଯୋଗାଇ ଦିଆଯିବ ।
ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିବା ସହ ଉପସ୍ଥିତ ଯାତ୍ରୀଙ୍କୁ ଖାଦ୍ୟ ପରସି ଦେଉଛନ୍ତି ।
ବାବା ସାହେବଙ୍କ ପ୍ରତି ଓଡିଶାବାସୀଙ୍କର ଏହି ବସ ଟର୍ମିନାଲ ହେଉଛି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।
ବସ୍ ଟର୍ମିନାଲର ବେସମେଣ୍ଟରେ 115ଟି କାର ପାର୍କିଂ ପାଇଁ ସ୍ଥାନ ସଂରକ୍ଷିତ ରହିଛି ।

ABOUT THE AUTHOR

...view details