ଓଡିଶା

odisha

ETV Bharat / opinion

ତୈଳ ଚାହିଦା ହ୍ରାସ ଏବଂ ଯୋଗାଣ ବୃଦ୍ଧି - OIL DEMAND AND SUPPLY

ଆଗାମୀ ବର୍ଷମାନଙ୍କରେ ତୈଳ ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ପ୍ରୟାସ କରାଯାଉଛି । ଅପରପକ୍ଷେ, ଚାହିଦା କମିବାରେ ଲାଗିଛି । ଏହାକୁ ନେଇ ପଢନ୍ତୁ ପେନାର ଇଣ୍ଡଷ୍ଟ୍ରିଜ ନିର୍ଦ୍ଦେଶକ ପିବି ରାଓଙ୍କ ଆଲେଖ୍ୟ ।

OIL DEMAND AND SUPPLY
OIL DEMAND AND SUPPLY (ETV Bharat)

By ETV Bharat Odisha Team

Published : Oct 26, 2024, 6:46 AM IST

ହାଇଦ୍ରାବାଦ:ବିଶ୍ବରେ ତୈଳ ଚାହିଦା ହ୍ରାସ ପାଇବାର ଆଶଙ୍କା ଦେଖା ଦେଇଛି । ବିଶ୍ବରେ ତୈଳ ଉତ୍ପାଦନ ନେଇ ଥିବା ଚାପ ମଧ୍ୟ ହ୍ରାସ ପାଇବ। IEAର (ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି) ଅନୁସାରେ, ଏଣିକି ବଜାରରେ ତୈଳ ବ୍ୟବସାୟ ନେଇ ନୂଆ ଢାଞ୍ଚା ଦେଖିବାକୁ ମିଳିବ । ନିକଟରେ IEAର ପ୍ରକାଶିତ ବାର୍ଷିକ ରିପୋର୍ଟ 'ଅଏଲ 2024' ଅନୁସାରେ, ତୈଳ ଯୋଗାଣ ସୁରକ୍ଷା, ବିଶୋଧନ, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ପାଇଁ ସୁଦୂରପ୍ରସାରୀ ପଦକ୍ଷେପ ଆବଶ୍ୟକ । ରିପୋର୍ଟରେ ଦର୍ଶାଯାଇଛି ଯେ, ଅତ୍ୟାଧୁନିକ ନୀତି ଏବଂ ବଜାର ଧାରା ଉପରେ ଆଧାର କରି ଏସିଆର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ତଥା ବିମାନ ଚଳାଚଳ ଏବଂ ପେଟ୍ରୋକେମିକାଲ୍ କ୍ଷେତ୍ର ଗୁଡିକର ଚାହିଦା ଆଗାମୀ ବର୍ଷରେ ତୈଳ ବ୍ୟବହାରକୁ ଆଗକୁ ବଢିବାରେ ସହାୟକ ହେବ ।

ଏହାଦ୍ବାରା ବୈଦ୍ୟୁତିକ କାର ବିକ୍ରିରେ ବୃଦ୍ଧି ହୋଇପାରେ । ପାରମ୍ପରିକ ଯାନରେ ଇନ୍ଧନ ଦକ୍ଷତା ବୃଦ୍ଧି ସହ ମଧ୍ୟ ପୂର୍ବରେ ବିଦ୍ୟୁତ ଉତ୍ପାଦନ ପାଇଁ ତୈଳ ବ୍ୟବହାର ହ୍ରାସ ପାଇପାରେ । ଏକ ରିପୋର୍ଟରେ ଆକଳନ କରାଯାଇଛି ଯେ, ଜୈବ ଇନ୍ଧନ ସମେତ ବିଶ୍ବର ତୈଳ ଚାହିଦା 2023 ମସିହାରେ ଦୈନିକ ହାରାହାରି 102 ନିୟୁତ ବ୍ୟାରେଲରୁ ଅଧିକ ହେବ ଏବଂ ଦଶନ୍ଧି ଶେଷ ସୁଦ୍ଧା ଦିନକୁ ପ୍ରାୟ 106 ନିୟୁତ ବ୍ୟାରେଲରେ ପହଞ୍ଚିପାରେ।

ସେହିପରି ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଅନ୍ୟାନ୍ୟ ଆମେରିକୀୟ ଉତ୍ପାଦନକାରୀଙ୍କ ନେତୃତ୍ବରେ ବିଶ୍ବର ଉତ୍ପାଦନ କ୍ଷମତା ବୃଦ୍ଧି ପାଇପାରେ । 2030 ମଧ୍ୟରେ ଏହାର ଚାହିଦା ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି । ରିପୋର୍ଟରେ ଦର୍ଶାଯାଇଛି ଯେ 2030 ସୁଦ୍ଧା ମୋଟ ଯୋଗାଣ କ୍ଷମତା ଦିନକୁ ପ୍ରାୟ 114 ନିୟୁତ ବ୍ୟାରେଲକୁ ବୃଦ୍ଧି ପାଇବ । ଯାହା ବିଶ୍ବର ଦୈନିକ ଚାହିଦା 8 ନିୟୁତ ବ୍ୟାରେଲ ଠାରୁ ଅଧିକ ଅଟେ ।

ଏହା ବି ପଢନ୍ତୁ...ରାଜନୀତିରେ ସ୍ବାର୍ଥ ହାସଲ ପାଇଁ ସୀମା ଲଙ୍ଘିଲେ ଟ୍ରୁଡୋ, ଭାରତ-କାନାଡା ସମ୍ପର୍କରେ ତିକ୍ତତା

ଅଭିବୃଦ୍ଧିର ମନ୍ଥରତା ସତ୍ତ୍ବେ ଯଦି ଦୃଢ ନୀତିଗତ ପଦକ୍ଷେପ କାର୍ଯ୍ୟକାରୀ ନହୁଏ ତେବେ ବିଶ୍ବ ତୈଳ ଚାହିଦା 2030ରେ 2023 ତୁଳନା ଦୈନିକ 3.2 ନିୟୁତ ବ୍ୟାରେଲ ଅଧିକ ହେବ ବୋଲି ଆକଳନ କରାଯାଇଛି । ବିଶେଷଜ୍ଞଙ୍କ ମତରେ, ପ୍ରିମିୟମ୍ ମୂଲ୍ୟରେ ଭାରତୀୟ ଷ୍ଟକ୍ କାରବାର କରାଯାଉଥିବାବେଳେ ଦୀର୍ଘ ଦିନ ଧରି ଚାଲିଆସୁଥିବା ବିବାଦ ବିଶ୍ବର ନିବେଶକମାନଙ୍କୁ ଭାରତରୁ ସେମାନଙ୍କ ଧ୍ୟାନ ହଟାଇବାକୁ ବାଧ୍ୟ କରିପାରେ । ଯାହା ବର୍ତ୍ତମାନ ବିଶ୍ବର ସର୍ବୋଚ୍ଚ ପ୍ରଦର୍ଶନକାରୀ ଷ୍ଟକ୍ ଅଟେ । ଏପରି ପରିସ୍ଥିତିରେ, ନିବେଶକମାନେ ସେମାନଙ୍କର ପୁଞ୍ଜି ସୁରକ୍ଷିତ ନିବେଶକୁ ସ୍ଥାନାନ୍ତର କରିବାର ଆଶଙ୍କା ରହିଛି ।

ଏହା ବି ପଢନ୍ତୁ...ଭାରତ-କାନାଡା ସଂପର୍କରେ ତିକ୍ତତା; କାନାଡାରୁ ହାଇକମିଶନରଙ୍କୁ ପ୍ରତ୍ୟାହାର କଲା ଭାରତ, 6 କୂଟନୀତିଜ୍ଞ ବହିଷ୍କୃତ

ଏହା ବି ପଢନ୍ତୁ...ଇସ୍ରାଏଲ ଆକ୍ରମଣ ଜବାବ ଦେଲା ଇରାନ: ବଢିପାରେ ଆଞ୍ଚଳିକ ବିବାଦ, କିନ୍ତୁ.. - Iran Response To Israel

ଏହା ବି ପଢନ୍ତୁ...ଇସ୍ରାଏଲ ଉପରେ ଇରାନ ଆକ୍ରମଣ, ପଶ୍ଚିମ ଏସିଆ ଆକାଶରେ ଯୁଦ୍ଧର କଳାବାଦଲ

ABOUT THE AUTHOR

...view details