ହାଇଦ୍ରାବାଦ: ଫରାସୀ ଇଣ୍ଡୋଲୋଜିଷ୍ଟ ସିଲଭେନ ଲେଭି ତାଙ୍କ ପୁସ୍ତକ ‘ମଦର ଅଫ୍ ଓ୍ବିଶଡମ’ ରେ ଲେଖିଛନ୍ତି, ଭାରତ ଏହାର ପୌରାଣିକ କାହାଣୀ ମାଧ୍ୟମନରେ ପଡୋଶୀ ଦେଶର ସଂସ୍କୃତିକୁ ମଧ୍ୟ ଦେଇଛି । ଯାହାର ସ୍ପଷ୍ଟ ପ୍ରତିଫଳନ ରହିଛି । ଯାହା ପରବର୍ତ୍ତୀ ସମୟରେ ବିଶ୍ବର ବିଭିନ୍ନ ଦେଶରେ ମଧ୍ୟ ଏହାର ଛାପ ଛାଡିଛି । ସିଲଭେନ ଆହୁରି ମଧ୍ୟ ଉକ୍ତ ପୁସ୍ତକରେ ଲେଖିଛନ୍ତି ଯେ ଭାରତ ହେଉଛି ନ୍ୟାୟ ଏବଂ ଦର୍ଶନର ମା’ । ଭାରତ ହିଁ ସର୍ବବୃହତ୍ତ ମହାଦେଶ ଏସିଆର ପ୍ରାୟ ତିନି-ଚତୁର୍ଥାଂଶ ଦେଶକୁ ଗୋଟିଏ ଇଶ୍ବର, ଗୋଟିଏ ଧର୍ମ, ଗୋଟିଏ ନୀତି, ଗୋଟିଏ କଳାର ତତ୍ବ ପ୍ରଦାନ କରିଛି । ଏହି ସାଂସ୍କୃତିକ ଶୃଙ୍ଖଳାର ଏକ ଆଦ୍ୟ ଉଦାହରଣ ହେଉଛି ପ୍ରାୟ 2,500 ବର୍ଷ ପୂର୍ବେ ମହର୍ଷୀ ବାଲ୍ମିକୀଙ୍କ ଦ୍ୱାରା ଲିଖିତ ଭାରତୀୟ ମହାଗ୍ରନ୍ଥ ‘ରାମାୟଣ’।
ସର୍ବାଧିକ ପ୍ରସାରିତ ବିଶ୍ବିକ ମହାକାବ୍ୟ:
ରାମାୟଣ ହେଉଛି ବିଶ୍ବର ସର୍ବଶ୍ରେଷ୍ଠ ମହାକାବ୍ୟ । ସମଗ୍ର ଦକ୍ଷିଣ-ପୂର୍ବ ଏସୀୟ ଦେଶଗୁଡିକର ସାଂସ୍କୃତିକ ପରମ୍ପରାରେ ଏହା ମଧ୍ୟ ଏକ ପ୍ରଭାବଶାଳୀ ଛାପ ଛାଡିଛି । ଦକ୍ଷିଣ-ପୂର୍ବ ଏସୀୟ ଦେଶମାନଙ୍କର ମୂଳ ସଂସ୍କୃତିରେ ଅତି ସ୍ପଷ୍ଟ ଭାବେ ଏହି ତତ୍ବର କଳା ବାରି ହୋଇପଡେ । ସଙ୍ଗୀତ, ଚିତ୍ର, ମୂର୍ତ୍ତି, ରାଜକୀୟ ପରମ୍ପରାରେ ଇତ୍ୟାଦିରେ ରାମାୟଣର ଝଲକ ସ୍ପଷ୍ଟ ଦେଖାଯାଏ । ଏପରିକି କେତେକ ଦେଶର ସାମାଜିକ ରୀତିନୀତି ଏବଂ ପ୍ରଶାସନିକ ନୀତିରେ ପ୍ରମୁଖ ପ୍ରତିନିଧିତ୍ୱ ମଧ୍ୟ ଏହି ପ୍ରଭାବରେ ପ୍ରଭାବିତ । କେତେକ ଦେଶରେ, ଏହି ପ୍ରଭାବ 1,500 ବର୍ଷ ପୂର୍ବେ କିମ୍ବା ତା’ଠାରୁ ଅଧିକ ପୂର୍ବରୁ ଆରମ୍ଭ ହୋଇଥିଲା । ସବୁଠାରୁ ବଡକଥା ହେଲେ ଏହି ତତ୍ତ୍ବ କେବଳ ହିନ୍ଦୁଧର୍ମରେ ସମୀତ ନଥିବା ବେଳେ ବୌଧ ଓ ଇସଲାମ ଧର୍ମରେ ମଧ୍ୟ ପ୍ରତିଫଳିତ ହୋଇଛି । ରାମାୟଣ ବୋଧହୁଏ ସର୍ବଭାରତୀୟ ସ୍ତରରେ ସର୍ବାଧିକ ପ୍ରଦର୍ଶନ କରାଯାଇଥିବା ନାଟ୍ୟ ବୋଲି ମଧ୍ୟ କହିବା କିଛି ଭୁଲ ହେବ ନାହିଁ ।
ସମୟ ସହିତ ତାଳ ମିଳାଇ ଦକ୍ଷିଣ-ପୂର୍ବ ଏସୀୟ ଅନେକ ଶାସକ ପ୍ରଭୁ 'ରାମ'ଙ୍କ ଆଖ୍ୟା ମଧ୍ୟ ଗ୍ରହଣ କରିଛନ୍ତି । ଭଗବାନ ବିଷ୍ଣୁଙ୍କ ସହ ଜଡିତ ପ୍ରତିଛବିଗୁଡ଼ିକ ସେମାନଙ୍କର ରାଜକୀୟ ପରମ୍ପରାରେ ମଧ୍ୟ ଦେଖିବାକୁ ମିଳେ । ଦକ୍ଷିଣ ପୂର୍ବ-ଏସୀୟ ଦେଶମାନଙ୍କର ସହର ଏବଂ ମହାନଗରଗୁଡିକ ମଧ୍ୟ ବାଲ୍ମିକୀର ଉପନ୍ୟାସ ରାମାୟଣରେ ଉଲ୍ଲେଖିତ ଐତିହ୍ୟ ସ୍ଥାନଗୁଡ଼ିକର ନାମକରଣ କରିବାକୁ ଲାଗିଥିଲେ । ଏବେ ମଧ୍ୟ ଏହି ଦେଶଗୁଡିକର ଅନେକ ପ୍ରଖ୍ୟାତ ସହର ଓ ଐତିହାସିକ ସ୍ଥାନର ନାମକରଣ ମଧ୍ୟ ରାମାୟଣ ଘଟଣାବଳିର ନାମକରଣ ସଦୃଶ ରହିଛି ।