ଲେଖକ- ରାଧା ରଘୁରୁାମପତ୍ରୁନି
ହାଇଦ୍ରାବାଦ: ୨୦୧୧ ମସିହାରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ସ୍ୱାକ୍ଷରିତ ହେବା ଦିନଠାରୁ ଭାରତ RCEP ଡ୍ରାଫ୍ଟ କମିଟିର ସଦସ୍ୟ ଥିଲା । କିନ୍ତୁ ୨୦୧୯ ନଭେମ୍ବର ୪ରେ ବ୍ୟାଙ୍କକକରେ RCEP ଶିଖର ସମ୍ମିଳନୀ ଅନୁଷ୍ଠିତ ହେବା ପୂର୍ବରୁ ଭାରତ ଏହି ଚୁକ୍ତିରୁ ଓହରିବାକୁ ନିଷ୍ପତ୍ତି ନେଇଥିଲା । ଏସିଆ-ପ୍ରଶାନ୍ତ ମହାସାଗର କ୍ଷେତ୍ରର ୧୫ ରାଷ୍ଟ୍ର ମିଶି ବିଶ୍ବର ସର୍ବବୃହତ ମୁକ୍ତ ବାଣିଜ୍ୟ ଆଞ୍ଚଳିକ ବ୍ୟାପକ ଆର୍ଥିକ ସହଯୋଗିତା (RCEP) ରାଜିନାମାରେ ସ୍ବାକ୍ଷର କରିଥିଲେ । ଏମାନଙ୍କ ମଧ୍ୟରେ ଚୀନ, ଜାପାନ, ଏବଂ ଦକ୍ଷିଣ କୋରିଆ ଭଳି ପ୍ରମୁଖ ଅର୍ଥନୀତି ସମେତ ଆଉ ୧୦ ସଦସ୍ୟ ରାଷ୍ଟ୍ର ସାମିଲ ଥିଲେ ।
ଏହି ଦେଶଗୁଡିକ ବିଶ୍ୱର ଜିଡିପି ଏବଂ ଜନସଂଖ୍ୟାର ପ୍ରାୟ ୩୦ ପ୍ରତିଶତ ପ୍ରତିନିଧିତ୍ୱ କରନ୍ତି । RCEPରୁ ଭାରତ ଓହରିବା ପଛରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଚୀନର ଉପସ୍ଥିତି । ଏକ ଆଶଙ୍କା ରହିଛି ଯେ ଯଦି ଅନ୍ୟ RCEP ଦେଶମାନଙ୍କରେ ଭାରତୀୟ ଉତ୍ପାଦଗୁଡ଼ିକର ବଜାର ସୁବିଧା ବିନା ଚୀନ ତାର ଶସ୍ତା ସାମଗ୍ରୀକୁ ବିକ୍ରି କରେ, ତେବେ ଭାରତର ବାଣିଜ୍ୟ ନିଅଣ୍ଟ ଆହୁରି ବ୍ୟାପକ ହୋଇପାରେ । ଅନ୍ୟପଟେ ଯଦି ଭାରତ RCEPରେ ଯୋଗଦେବାକୁ ଚାହିଁବ, ତେବେ ଆମଦାନୀ ବୃଦ୍ଧି ଯୋଗୁଁ ଏହା ଶିଳ୍ପାୟନ ପ୍ରଭାବିତ ହେବ ।
ଆରସିଇପି ଚୁକ୍ତି ଯୋଗୁଁ ଭାରତରେ ସ୍ବଦେଶୀ ଅପେକ୍ଷା ଚୀନ ସାମଗ୍ରୀ ଅଧିକ ପରିମାଣରେ ଆମଦାନୀ ହେୁଥିଲା । ଚୀନ ଶସ୍ତା ସାମଗ୍ରୀ ଆମଦାନୀ ସହ ଦେଶର କ୍ଷୁଦ୍ର ଶିଳ୍ପ ବ୍ୟାପକ ମାତ୍ରାରେ କ୍ଷତି ସହୁଥିଲା । ଘରୋଇ କମ୍ପାନୀଗୁଡିକ ପ୍ରଭାବିତ ହେଉଥିବା ବେଳେ ନିବେଶ ଓ ନିଯୁକ୍ତି ଉଭୟ ସଙ୍କୁଚିତ ହେଉଥିଲା । ଅନ୍ୟ ଦେଶରୁ ଆସୁଥିବା ସାମଗ୍ରୀ ଦ୍ବାରା ଭାରତର କ୍ଷୁଦ୍ର ବେପାରୀ, ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଉଥିଲା । ଚୀନ ଏହାର ରପ୍ତାନୀ ବଜାରକୁ ତ୍ୱରାନ୍ୱିତ କରିବା ଉପରେ ଅଧିକ ଧ୍ୟାନ ଦେଉଛି । ଭାରତ ଯଦି RCEP ର ଏକ ଅଂଶ ହୋଇଥାନ୍ତା, ତେବେ ଚୀନର ଶସ୍ତା ସାମଗ୍ରୀ ଦେଶର କ୍ଷୁଦ୍ର ଶିଳ୍ପକୁ ପ୍ରଭାବିତ କରିଥାନ୍ତା । କାରଣ ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତର ବାଣିଜ୍ୟ ନିଅଣ୍ଟର ୭୦% ପାଇଁ RCEP ସଦସ୍ୟ ଦାୟୀ ଥିଲେ ।
ଏହା ବି ପଢନ୍ତୁ- ଦେଶର ସ୍ବାର୍ଥ ସର୍ବୋପରି, RCEPରେ ସାମିଲ ନହେବା ନିଷ୍ପତ୍ତି ସମସ୍ତଙ୍କ ହିତରେ: ମୋଦି