ଓଡିଶା

odisha

OPINION: ଚୀନକୁ କାଉଣ୍ଟର କରିବାକୁ ହାତ ମିଳାଇଲେ ଭାରତ-ଜାପାନ, ପ୍ରତିରକ୍ଷା ସୁଦୃଢ଼ ଉପରେ ଗୁରୁତ୍ବ - Third Indo Japan Dialogue

By Major General Harsha Kakar

Published : Sep 3, 2024, 3:48 PM IST

Third Indo-Japan Dialogue At New Delhi: ଭାରତ ଓ ଜାପାନ ମଧ୍ୟରେ ସୁଦୃଢ ହୋଇଛି ସମ୍ପର୍କ । ଉଭୟ ଦେଶ ମିଶି ଶତ୍ରୁ ଦେଶ ଚୀନ ବିରୋଧରେ କରୁଛନ୍ତି ରଣନୀତି । ଶତ୍ରୁଦେଶର ମୁକାବିଲା ପାଇଁ ପଥ ପ୍ରସ୍ତୁତ ହେଉଥିବାବେଳେ ତୃତୀୟ ଇଣ୍ଡୋ-ଜାପାନ ଚୁକ୍ତିନାମାରେ ହୋଇଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା । ଏନେଇ ପଢନ୍ତୁ ମେଜର ଜେନେରାଲ ହର୍ଷ କକ୍କରଙ୍କ ଆଲେଖ୍ୟ ।

Indo Japan Dialogue
Indo Japan Dialogue (ETV Bharat)

ହାଇଦ୍ରାବାଦ: ତୃତୀୟ ଇଣ୍ଡୋ-ଜାପାନ ବାର୍ତ୍ତା ଯାହାକି ବୈଦେଶିକ ମନ୍ତ୍ରାଳୟ ଏବଂ ସେନା ବିଷୟରେ ଅନ୍ତର୍ଭୁକ୍ତ । ଏହି ସମ୍ମିଳନୀ ଗତ ଅଗଷ୍ଟ ତୃତୀୟ ସପ୍ତାହରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିଲା । ଦୁଇ ଦେଶର ମିଳିତ ଚୁକ୍ତିନାମା ଅନୁଯାୟୀ, ସାର୍ବଭୌମତ୍ବ, ଅଖଣ୍ଡତା ବଜାୟ ରଖିବା ସହ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଗୁରୁତ୍ବ ଦିଆଯାଇଛି ।

ଭାରତ-ଜାପାନ ରଣନୀତି:

ଉଭୟ ଦେଶର ପଡୋଶୀ ଦେଶ ଚୀନ ବିରୋଧରେ ରଣନୀତି ପ୍ରସ୍ତୁତ ହୋଇଛି । ଚୀନ ନିଜ ପଡୋଶୀ ଦେଶକୁ ଶୋଷଣ କରିବାକୁ ଚେଷ୍ଟା କରୁଥିବାରୁ ତେଜିଛି ବିରୋଧ । ଏଭଳି ସ୍ଥିତିରେ ଜାପାନ ଓ ଭାରତ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇଛି । ଚୀନର ଗ୍ଲୋବାଲ ଟାଇମ ପକ୍ଷରୁ ଟ୍ବିଟ୍ କରାଯାଇଛି ଯେ, ୨+୨ ମିଟିଂରେ ଭାରତ ଏବଂ ଜାପାନ ମଧ୍ୟରେ ବୁଝାମଣା ହୋଇଛି । ଦୁଇ ଦେଶ ମଧ୍ୟରେ ଦୃଢ ସମ୍ପର୍କ ସ୍ଥାପନ ହୋଇଛି ।

Indo Japan Dialogue (ETV Bharat)

ପ୍ରତିରକ୍ଷାକୁ ଗୁରୁତ୍ବ:

ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ପାଉଥିବାବେଳେ ପ୍ରତିରକ୍ଷା ଅଧିକ ଜରୁରୀ । ଏଣୁ ଭାରତ-ଜାପାନ ସମ୍ପର୍କରେ ପ୍ରତିରକ୍ଷା ଏକ ଗୁରୁତ୍ବପୂର୍ଣ୍ଣ ସ୍ତମ୍ଭ ଭାବେ ଉଭା ହୋଇଛି । ଏହାସହ ଦୁଇ ଦେଶ ମଧ୍ୟରେ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି । ନୌସେନାର ରାଡାର ଉପକରଣ ଭଳି ଟେକ୍ନୋଲୋଜି ବିଷୟରେ ଚର୍ଚ୍ଚା ହୋଇଛି । ଯୋଗାଯୋଗ ପାଇଁ ଆଣ୍ଟେନା ୟୁନିକର୍ଣ୍ଣ (Unified Complex Radio Antena) ବିକ୍ରି ଉପରେ ଆଲୋଚନା ହୋଇଛି । ଆମେରିକା ଭଳି ଜାପାନ ମଧ୍ୟ ଭାରତୀୟ ବନ୍ଦରରେ ନୌସେନାର ଜାହାଜ ଗୁଡ଼ିକର ରକ୍ଷଣାବେକ୍ଷଣ ଏବଂ ମରାମତି ଆଦିକୁ ସକ୍ଷମ କରିବାକୁ ବିଚାର କରୁଥିବା ଜଣାପଡ଼ିଛି ।

ଭାରତରେ ଜାପାନର ଯୁଦ୍ଧାଭ୍ୟାସ:

ଜାପାନ ବାୟୁସେନା ଭାରତରେ ଚାଲିଥିବା ତରଙ୍ଗ ଶକ୍ତି ଅଭ୍ୟାସ (Tarang Shakti Exercise) ରେ ଅଂଶଗ୍ରହଣ କରୁଛି ଜାପାନ । ଯାହା ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟରେ ପ୍ରବେଶ କରିଛି । ତେବେ ଗତବର୍ଷ ସମସ୍ତ ତିନୋଟି ସେବା ସହିତ ମିଳିତ ଅଭ୍ୟାସ କରାଯାଇଥିଲା । ଆଉ ଏହାକୁ ନିୟମିତ କରିବା ପାଇଁ ସ୍ଥିର କରିଥିଲେ ଉଭୟ ଦେଶ । ସୂଚନା ଅନୁସାରେ, ଉଭୟ ଦେଶ QUADର ସଦସ୍ୟ ଅଟନ୍ତି । ଏହାସହ ଦକ୍ଷିଣ ପୂର୍ବ ଏସିଆରେ ଚୀନର ପ୍ରଭାବ ହ୍ରାସ କରିବାରେ ଏହି ଦୁଇ ଦେଶର ଭୂମିକା ଗୁରୁତ୍ବପୂର୍ଣ୍ଣ ।

Indo Japan Dialogue (ETV Bharat)

ଜାପାନ-ଚୀନ ବିବାଦ:

ଜାପାନର ଚୀନ ସହ ଏକ ଦ୍ବୀପକୁ ନେଇ ରହିଛି ବିବାଦ । ଏହି ସେନକାକୁ ଦ୍ବୀପ ବାସପଯୋଗୀ ନଥିବାବେଳେ ପୂର୍ବ ଚୀନ୍ ସାଗରରେ ଅବସ୍ଥିତ । ଯାହାକି ତାଇୱାନଠାରୁ ମାତ୍ର 170 କିଲୋମିଟର ଦୂରରେ ଅବସ୍ଥିତ । ବାଣିଜ୍ୟ କ୍ଷେତ୍ରରେ ଏହି ଦ୍ବୀପପୁଞ୍ଜର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଜାପାନର ବାଣିଜ୍ୟରେ କ୍ଷତି ପହଞ୍ଚାଇବା ପାଇଁ ଚୀନ ଋଣନୀତି କରିଛି । ଚୀନ ଦାବି କରିଛି ଯେ ଯେହେତୁ ଏହି ଦ୍ବୀପପୁଞ୍ଜ ତାଇୱାନରେ ଅଛି, ତେଣୁ ଏହା ଉପରେ ଆମର ଅଧିକାର ଅଛି ।

ଏହା ବି ପଢନ୍ତୁ...ଗ୍ଲୋବାଲ-ସାଉଥର ସ୍ୱର ଏବେ ଭାରତ - India as Voice of the Global South


ଏହା ବି ପଢନ୍ତୁ...ବାଂଲାଦେଶ ସଙ୍କଟ; ମୁକ୍ତି ଯୁଦ୍ଧରେ ଭାରତର ଅବଦାନର ସ୍ମୃତିକୁ ଟାର୍ଗେଟ, ବିପଦରେ ସ୍ମାରକୀ - Bangladesh Crisis

୩ ଦେଶକୁ ଚୀନର ଚାଲେଞ୍ଜ:

ଅଗଷ୍ଟ 2022 ରେ ଆମେରିକା ହାଉସ ବାଚସ୍ପତି ନାନସୀ ପେଲୋସି ତାଇପେଇ ଗସ୍ତରେ ଆସିଥିଲେ । ସେହି ସମୟରେ ତାଇୱାନ ଉପକୂଳରେ ଏକ ଅଭ୍ୟାସ କରିଥିଲା ଚୀନ । ଯେଉଁଥିରେ ୫ଟି କ୍ଷେପଣାସ୍ତ୍ର ଜାପାନର EEZ(ଏକ୍ସକ୍ଲୁସିଭ ଇକୋନୋମିକ ଜୋନ)ରେ ଅବତରଣ କରିଥିଲା । ଆଉ ଏହି ପ୍ରସଙ୍ଗରେ ଜାପାନ ଚୀନକୁ ବିରୋଧ କରିଥିଲା । ବର୍ତ୍ତମାନ ସମାନ ରଣନୀତି ଆପଣାଇ ଜାପାନ, ଫିଲିପାଇନ୍ସ ଓ ଭାରତକୁ ଚାଲେଞ୍ଜ କରିବାକୁ ଯାଉଛି ଚୀନ ।

ଶାନ୍ତି ସମୃଦ୍ଧିକୁ ଗୁରୁତ୍ବ:

ଚୀନ ମୁଖପାତ୍ର କହିଛନ୍ତି, "ଚୀନ ଏବଂ ଜାପାନ ସମ୍ପୃକ୍ତ ଜଳରାଶିରେ ସାମୁଦ୍ରିକ ସୀମା ନିର୍ଦ୍ଦିଷ୍ଟ କରି ନାହାନ୍ତି । ତେଣୁ ଚୀନ ନିଜର ସାମରିକ କାର୍ଯ୍ୟକଳାପ କିମ୍ବା ଜାପାନର EEZ ପ୍ରବେଶ ଉପରେ କୌଣସି ପ୍ରଶ୍ନ ନାହିଁ ।" ଅପରପକ୍ଷେ ଜାପାନ, ଫିଲିପାଇନ୍ସ ଏବଂ ଭାରତକୁ ଚାଲେଞ୍ଜ କରିବା ପାଇଁ ଚୀନ ଆପଣାଇଛି ସମାନ ରଣନୀତି । ଚୀନକୁ ଆଣବିକ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ସହଯୋଗ ଯୋଗାଉଥିବା ଉତ୍ତର କୋରିଆରୁ ମଧ୍ୟ ଜାପାନ ପ୍ରତି ବିପଦ ରହିଛି । ଦେଖିବାକୁ ଗଲେ ଭାରତ, ଜାପାନ ଏବଂ ଫିଲିପାଇନ୍ସ ଏସମସ୍ତ ଦେଶ ନିକଟତର । ତେଣୁ ମିଳିତ ଅଭ୍ୟାସ ସହିତ ପ୍ରତିରକ୍ଷା ସହଯୋଗକୁ ବଢାଇବା ପାଇଁ ଜାପାନ ଏବଂ ଫିଲିପାଇନ୍ସ ଚଳିତ ବର୍ଷ ଜୁଲାଇରେ ଏକ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷର କରିଥିଲ । ଏନେଇ ଜାପାନର ବୈଦେଶିକ ମନ୍ତ୍ରୀ ଜୁକୋ କାମିକାୱା କହିଛନ୍ତି, "ଆଇନ ଉପରେ ଆଧାରିତ ଏକ ମୁକ୍ତ ଅନ୍ତର୍ଜାତୀୟ ବ୍ୟବସ୍ଥା ହେଉଛି ଆଞ୍ଚଳିକ ଶାନ୍ତି ଏବଂ ସମୃଦ୍ଧିର ମୂଳଦୁଆ ।

Indo Japan Dialogue (ETV Bharat)

ଏହା ବି ପଢନ୍ତୁ...ବାଂଲାଦେଶ ହିଂସା ଘଟଣା: କେମିତି ସୁରକ୍ଷିତ ଦେଶ ଛାଡିଲେ ଶେଖ ହସିନା, ହୋଇଥିଲା କି କିଛି ବୁଝାମଣା ? - Bangladesh violence

ଆମେରିକାର ଚେତାବନୀ:

ଫିଲିପାଇନ୍ସ ଏବଂ ଜାପାନର ନିରାପତ୍ତାକୁ ନିଶ୍ଚିତ କରୁଥିବା ଆମେରିକା ଦକ୍ଷିଣ ଚୀନ ସାଗରରେ ଏକ ସିନୋ-ଫିଲିପାଇନ୍ ଡଙ୍ଗା ବୁଡ଼ିଯିବା ପରେ ଚେତାବନୀ ଦେଇଛି । ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଏବଂ ଫିଲିପାଇନ୍ସର ମଧ୍ୟ ଘନିଷ୍ଠ ସହଯୋଗ ରହିଛି । ଭାରତରେ ଫିଲିପାଇନ୍ସର ରାଷ୍ଟ୍ରଦୂତ ଜୋକେଲ ଫ୍ରାନ୍ସିସ୍କୋ ଇଗନାସିଓ ଏକ ସାକ୍ଷାତକାରରେ କହିଛନ୍ତି, "ଭାରତରୁ ପ୍ରତିରକ୍ଷା ଉପକରଣ ହାସଲ କରିବା ବୃହତ ପ୍ରତିରକ୍ଷା ସମ୍ପର୍କର କେବଳ ଗୋଟିଏ ଦିଗ। ପ୍ରତିରକ୍ଷା ଏବଂ ସାମରିକ ଚୁକ୍ତିନାମା, ସାଧାରଣ ଚିନ୍ତାଧାରା ପ୍ରସଙ୍ଗରେ ମତ ବିନିମୟ ମଧ୍ୟ ଏହି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ” ଏହାସହ ଭାରତରୁ ବ୍ରହ୍ମୋସ କ୍ଷେପଣାସ୍ତ୍ର କିଣିଛି ଫିଲିପାଇନ୍ସ।

ଏହା ବି ପଢନ୍ତୁ...ବାଂଲାଦେଶରେ ହସିନା ସରକାରର ପତନ; ଭାରତୀୟ ସୁରକ୍ଷା ଗତିଶୀଳତାକୁ ଝଟକା - The Fall Of Hasinas Regime

ଏହା ବି ପଢନ୍ତୁ...ପାକିସ୍ତାନ ଆର୍ଥିକ ଅବସ୍ଥା ଶୋଚନୀୟ; ଚୀନ ଯିବାକୁ ଟଙ୍କା ଉଦ୍ଧାର ନେଲା ହକି ଟିମ୍‌ - Pakistan Hockey Team

ଆମେରିକା ଭାରତର ନିକଟତମ ସହଯୋଗୀ :

ଜାପାନ ଏବଂ ଫିଲିପାଇନ୍ସ ସହିତ ଆମେରିକାର ପ୍ରତିରକ୍ଷା ବିଭାଗର ସହଭାଗୀତା ଅଛି । କିନ୍ତୁ ଏହା ଭାରତର ନିକଟତମ ରଣନୀତିକ ସହଯୋଗୀ କହିଲେ ଭୁଲ ହେବ ନାହିଁ । ତେଣୁ ୩ ଦେଶ ନିଜର ଶତ୍ରୁ ଚୀନ୍ ବିରୋଧରେ ପରସ୍ପରକୁ ସହଯୋଗ କରିବାକୁ ଚାହାନ୍ତି । ଭାରତ-ଜାପାନ 2 + 2 ଚୁକ୍ତି କେବଳ ଚୀନର ଆକ୍ରୋଶକୁ ଦମନ କରିବାକୁ ହାତ ମିଳାଇବା । ଏହାବ୍ୟତୀତ US ସହିତ ସାମରିକ ଓ କୁଟନୈତିକ ସମ୍ପର୍କ ରହିଛି ।

ABOUT THE AUTHOR

...view details