ଓଡିଶା

odisha

ETV Bharat / opinion

ଭାରତୀୟ ମୁଦ୍ରାକୁ ଅନ୍ତରାଷ୍ଟ୍ରୀୟ ମୁଦ୍ରାରେ ପରିଣତ କିପରି କରାଯିବ ? - International Currency

International Currency: ଅନ୍ତରାଷ୍ଟ୍ରୀୟ ବଜାରରେ ଭାରତୀୟ ମୁଦ୍ରାର ପ୍ରଚଳନ କିପରି କରାଯିବ, ଏହାର ମାତ୍ରା ବୃଦ୍ଧି ପାଇଁ କେଉଁ କେଉଁ ପନ୍ଥା ଅବଲମ୍ବନ କରିବାକୁ ହେବ, ସେନେଇ ନିଜର ମତ ରଖିଛନ୍ତି ଅର୍ଥନୈତିଜ୍ଞ ଶ୍ରୀରାମ ଚେକୁରୀ । ପଢନ୍ତୁ ଆଲେଖ୍ୟ

International Currency
International Currency

By ETV Bharat Odisha Team

Published : Apr 11, 2024, 8:24 PM IST

ଲେଖକ- ଶ୍ରୀରାମ ଚେକୁରୀ

ହାଇଦ୍ରାବାଦ: ବିଦେଶୀ ମୁଦ୍ରା ବିନିମୟ ମାନବ ସଭ୍ୟତାର ପ୍ରାରମ୍ଭରେ ପ୍ରଚଳିତ ବାଣିଜ୍ୟ କାରବାରରୁ ଆରମ୍ଭ ହୋଇଥିଲା । ୧୯୫୦ରେ ସଂଯୁକ୍ତ ଆରବ ଏମିରେଟ୍ସ (UAE), କୁଏତ, ବହାରେନ, ଓମାନ ଏବଂ କାତାରରେ ଭାରତୀୟ ମୁଦ୍ରାର ବ୍ୟବହାର ଟେଣ୍ଡର ପାଇଁ ଆଇନ ସମ୍ମତ ଭାବେ ବହୁଳ ଭାବରେ ବ୍ୟବହୃତ କରାଯାଉଥିଲା । 1966 ବେଳେ ଭାରତୀୟ ମୁଦ୍ରାର ଅବନତି ହେତୁ ଏହି ଦେଶ ଗୁଡିକର ଭାରତୀୟ ମୁଦ୍ରା ବ୍ୟବହାର ଉପରେ ନିର୍ଭରଶୀଳତା ହ୍ରାସ ପାଇଲା । ଦ୍ବିତୀୟ ବିଶ୍ବଯୁଦ୍ଧ ଶେଷ ଅର୍ଥାତ୍ ଅଗଷ୍ଟ 1971 ପର୍ଯ୍ୟନ୍ତ ଆମେରିକୀୟ ଡଲାର ଏବଂ ଷ୍ଟର୍ଲିଂ ପାଉଣ୍ଡ ପ୍ରମୁଖ ଅନ୍ତରାଷ୍ଟ୍ରୀୟ ମୁଦ୍ରା ପ୍ରଚଳନ ହେଲା । ଅଗଷ୍ଟ 15, 1971 ରେ ରାଷ୍ଟ୍ରପତି ନିକ୍ସନ ଡଲାର ସ୍ଥାନରେ ସୁନା କାରବାର ଉପରେ ରୋକ୍ ଲଗାଇବାକୁ ଘୋଷଣା କରିଥିଲେ । ଏହା ପରେ ପରେ ଧୀରେ ଧୀରେ ଜର୍ମାନର ମାର୍କ, ଜାପାନର ୟେନ୍, ଆମେରିକୀୟ ଡଲାର ଏବଂ ବ୍ରିଟିଶ ପାଉଣ୍ଡ ଭଳି ପ୍ରମୁଖ ମୁଦ୍ରା ମଧ୍ୟରେ ପ୍ରତିଦ୍ବନ୍ଦିତା ହେବାକୁ ଲାଗିଲା ।

1974ରେ ପେଟ୍ରୋଲିୟମ ସଙ୍କଟ ମୁଦ୍ରା ସମସ୍ୟାକୁ ବଢାଇଦେଲା । ଅନେକ ଦେଶ ମୁଦ୍ରା ହସ୍ତାନ୍ତରଣ କରିଥିଲେ । 1994 ରେ ସାମଗ୍ରୀ ଏବଂ ସେବା ସହିତ ଜଡିତ ଆକାଉଣ୍ଟ କାରବାରରେ ଭାରତୀୟ ମୁଦ୍ରା ପ୍ରଚଳନକୁ ଅନୁମତି ଦେଇଥିଲା ଆରବିଆଇ । ଆନ୍ତର୍ଜାତୀୟ ସ୍ତରରେ ଭାରତୀୟ ମୁଦ୍ରା ପ୍ରଚଳନ ଅନେକ ଦେଶ ସହ ସମ୍ପର୍କ ମଜବୁତ କରିବାରେ ସହାୟକ ହେବ । ଏହାଦ୍ବାରା ଦ୍ବିପାକ୍ଷିକ ଚୁକ୍ତିନାମା ସହଜ ହୋଇଥାଏ । ହେଲେ ଘରୋଇ ଅର୍ଥନୀତିରେ ସ୍ଥିରତା ବଜାୟ ରଖି ବିଶ୍ବର ଅବଶ୍ୟକତା ପୂରଣ କରିବା ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ । ଡଲାର ବିଶ୍ବରେ ଗ୍ରହଣୀୟ ହୋଇଥିବାରୁ ଅନ୍ତର୍ଜାତୀୟ ସ୍ତରରେ ଏହା ନିଜର ସ୍ଥିତିକୁ ବଜାୟ ରଖିପାରିଛି । ସେପଟେ ଏସୀୟ ଦେଶ ଗୁଡିକ ବଜାରରେ ଆମେରିକା ମୁଦ୍ରାର ବିକଳ୍ପ ଭାବରେ ଅନ୍ୟ ମୁଦ୍ରାର ଆବଶ୍ୟକତା ଉପରେ ଆଲୋଚନା କରୁଥିବା କୁହାଯାଉଛି । BRICS (ବ୍ରାଜିଲ, ଋଷ, ଭାରତ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକା) ର କେପ୍ ଟାଉନରେ ଅନୁଷ୍ଠିତ ବୈଠକରେ ଏନେଇ ଆଲୋଚନା ହୋଇଥିଲା । BRICSର ସଦସ୍ୟ ଥିବା ଦେଶ ଗୁଡ଼ିକର ବୈଦେଶିକ ବ୍ୟାପାର ମନ୍ତ୍ରୀ ମିଳିତ ବିବୃତ୍ତି ପ୍ରକାଶ କରିଥିଲେ । ଅନ୍ତର୍ଜାତୀୟ ବାଣିଜ୍ୟ ଏବଂ ଆର୍ଥିକ କାରବାରରେ ସ୍ଥାନୀୟ ମୁଦ୍ରାର ବ୍ୟବହାର ନେଇ ପ୍ରୋତ୍ସାହନ ପ୍ରଦାନ କରାଯିବାକୁ ଗୁରୁତ୍ବ ଦିଆଯାଇଛି ।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି,ଭାରତୀୟ ମୁଦ୍ରାକୁ ଏକ ସମ୍ଭାବ୍ୟ ଆନ୍ତର୍ଜାତୀୟ ମୁଦ୍ରା ଭାବରେ ଚିହ୍ନଟ କରିଛି ଆଇଏମଏଫ (IMF) । ଗତବର୍ଷ ଜୁଲାଇ ୫ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଆଇଡିଜି ଗ୍ରୁପ ଭାରତୀୟ ମୁଦ୍ରାର ଆନ୍ତର୍ଜାତୀୟକରଣ ପାଇଁ ଏକ ରୋଡମ୍ୟାପ ଉପସ୍ଥାପନ କରିଥିଲା । ଏ କ୍ଷେତ୍ରରେ ଭାରତ ପୁଞ୍ଜି କାରବାର ଦିଗରେ କିଛି ମାତ୍ରାରେ ସକ୍ଷମ ରହିଛି । ଯେପରିକି କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ବାହ୍ୟ ବାଣିଜ୍ୟ ଋଣ ଏବଂ ମସାଲା ବଣ୍ଡ (ଭାରତ ବାହାରେ ଭାରତୀୟ ସଂସ୍ଥା ଦ୍ବାରା ଜାରି ହୋଇଥିବା ଟଙ୍କା-ବଣ୍ଡ) ମାଧ୍ୟମରେ ଉତ୍ସ ସଂଗ୍ରହ କରିବାକୁ ଅନୁମତି ମିଳିଛି । ତୈଳ ରପ୍ତାନି କରୁଥିବା ଦେଶ ସହିତ ଅନ୍ତର୍ଜାତୀୟ ବାଣିଜ୍ୟ କାରବାରର ଇନଭଏସ ଏବଂ ସମାଧାନ ପାଇଁ ଆକାଉଣ୍ଟ ନିଅଣ୍ଟ (CAD) ସମସ୍ୟାର ସମାଧାନ କରାଯିବ । ବୃହତ ବୈଦେଶିକ ମୁଦ୍ରା ସଂରକ୍ଷଣର ଭାର ହ୍ରାସ ସହ ବ୍ୟାପକ ଲାଭ ଆଣିବା ନେଇ ନିଆଯାଇଛି ପଦକ୍ଷେପ । ପେମେଣ୍ଟ ସମାଧାନ ପାଇଁ 22 ଟି ଦେଶର ବ୍ୟାଙ୍କଗୁଡିକରେ ସ୍ବତନ୍ତ୍ର ଭୋଷ୍ଟ୍ରୋ ରୁପି ଆକାଉଣ୍ଟସ (SVRA) ଖୋଲିବାକୁ ଅନୁମତି ଦିଆଯାଇଛି । ଏହା ଭାରତୀୟ ବ୍ୟବସାୟୀଙ୍କୁ ସମସ୍ତ ଆମଦାନୀ ପାଇଁ ଟଙ୍କା ଦେବାରେ ସାହାଯ୍ୟ କରିବ । ଆଉ ଭାରତୀୟ ରପ୍ତାନିକାରୀଙ୍କୁ ନିର୍ଦ୍ଦିଷ୍ଟ ଭୋଷ୍ଟ୍ରୋ ଆକାଉଣ୍ଟରେ ବାଲାନ୍ସରୁ ପ୍ରଦାନ କରାଯିବ ।

ଭାରତୀୟ ଟଙ୍କା ବ୍ୟବହାର କରି ବାଣିଜ୍ୟ କାରବାର କରିବାକୁ ଭାରତ ଏବଂ ଇରାନ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା । ଭାରତ ଏବଂ ଇରାନ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ଦେୟ ବ୍ୟବସ୍ଥା (2018) ଅନୁଯାୟୀ, ଇରାନର ସଂସ୍ଥାଗୁଡ଼ିକର ସାମଗ୍ରୀ ଏବଂ ସେବା ଯୋଗାଣ ପାଇଁ ଦିଆଯାଉଥିବା ଇନଭଏସ୍ ଭାରତୀୟ ରୂପିରେ ବ୍ୟାଙ୍କ ଖାତାରେ ଜମା ହେବ । ଆମଦାନୀକାରୀଙ୍କ ତରଫରୁ ଭାରତୀୟ ରୁପି ଭୋଷ୍ଟ୍ରୋ ଆକାଉଣ୍ଟରେ 100 ପ୍ରତିଶତ ଜମା କରାଯିବାର ନିୟମ ରହିଛି । ସେହିପରି କ୍ୟୁବା ଏବଂ ଲକ୍ସେମବର୍ଗ ମଧ୍ୟ ରୁପି ଉପରେ ଆଧାରିତ ବାଣିଜ୍ୟ କାରବାର ପାଇଁ ଆଗ୍ରହୀ ଥିବା ଜଣାପଡୁଛି । ସିଙ୍ଗାପୁର, ମାଲେସିଆ, ଇଣ୍ଡୋନେସିଆ, ହଂକଂ, ଶ୍ରୀଲଙ୍କା, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), କୁଏତ, ଓମାନ, କତାର ଏବଂ ଯୁକ୍ତରାଜ୍ୟରେ ଭାରତୀୟ ଟଙ୍କା କିଛି ପରିମାଣରେ ଗ୍ରହଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ବିକଶିତ ଭାରତ@2047: ଭାରତରେ ବିଲେନିୟର ରାଜ, ଆୟ ଏବଂ ସମ୍ପତ୍ତି ଅସମାନତା ବୃଦ୍ଧି - Economic Inequality In India

ଆରବିଆଇ, ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ର ମିଳିତ ସହଯୋଗରେ, ଟଙ୍କା ପଠାଇବା ସହିତ କାରବାରକୁ ସୁଗମ କରିବା ପାଇଁ UPI ସିଷ୍ଟମର ବିଶ୍ବ ସ୍ତରୀରେ ପହଞ୍ଚିଛି । ଫେବୃଆରୀ 21, 2023 ରେ ଭାରତର ଖୁଚୁରା ଦେୟ ବ୍ୟବସ୍ଥା, ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ଏବଂ ସିଙ୍ଗାପୁରର ପ୍ରତିପକ୍ଷ ନେଟୱାର୍କ ସଶକ୍ତ କରାଯାଇଥିଲା । ସେହିପରି ୨୦୨୩ ଜୁଲାଇ ୧୫ତାରିଖରେ ସୀମା ପାର୍ ଅର୍ଥ ବିନିମୟ (Cross-Border Transactions) ନେଇ ଭାରତ ଓ ୟୁଏଇ ମଧ୍ୟରେ ଏକ ଏମଓୟୁ ସ୍ବାକ୍ଷରିତ ହୋଇଛି । ଅନ୍ତରାଷ୍ଟ୍ରୀୟ ସଂଗଠନରେ ଭାରତୀୟ ମୁଦ୍ରାକୁ ନିଜର ଗ୍ରହଣୀୟତା ବୃଦ୍ଧି କରିବାକୁ ପଡ଼ିବ । ଶ୍ରୀଲଙ୍କା ପରି ଭାରତକୁ ଡଲାର ଭଳି ଆରକ୍ଷିତ ମୁଦ୍ରା ବ୍ୟବହାର ନକରି ବାଣିଜ୍ୟ ଓ ପୁଞ୍ଜି ବିନିଯୋଗ କାରବାରକୁ ଟଙ୍କାରେ ସମାଧାନ ନେଇ ଅନୁମତି ଦେବାକୁ ପଡ଼ିବ । ଏହାସହ ବିମୁଦ୍ରୀକରଣ ଭଳି ଆକଷ୍ମିକ ପରିବର୍ତ୍ତନ ନକରାଯିବା ଉଚିତ । ନଚେତ ଏହା ମୁଦ୍ରାର ସ୍ଥିରତା ଉପରେ ପ୍ରଭାବ ପକାଇପାରେ । ତେବେ ଏସବୁ ପଦକ୍ଷେପ ଗ୍ରହଣ କରିବା ଦ୍ବାରା ଭାରତୀୟ ମୁଦ୍ରା ଭରସାଯୋଗ୍ୟ ହେବା ସହ ପୁନରୁଦ୍ଧାର ହୋଇପାରିବ ।

ABOUT THE AUTHOR

...view details