ହାଇଦ୍ରାବାଦ:ପାର୍ବଣ ଆସିଲେ ତାର ସିଧା ପ୍ରଭାବ ଆମ ଦୈନିଦିନ ଜୀବନଶୈଳୀ ଉପରେ ପଡିଥାଏ । ଉତ୍ସବ ପାଳନ ବେଳେ ଅତ୍ୟଧିକ ମାତ୍ରାରେ ଓ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ଗ୍ରହଣ ରହିବା, ବିଳମ୍ବିତ ରାତି ପର୍ଯ୍ୟନ୍ତ ଚେଇଁ ରହିବା ଏବଂ ପ୍ରଦୂଷଣ ସଂସ୍ପର୍ଶରେ ଆସିବା ଦେଖାଯାଏ । ଏଗୁଡିକ ହେଉଛି ପ୍ରାୟତଃ ଆଲୋକର ପର୍ବ ଦୀପାବଳିର ପ୍ରମୁଖ ଲକ୍ଷଣ । ଯଦିଓ ପ୍ରଦୂଷଣର ପ୍ରଭାବକୁ ହ୍ରାସ କରିବା ପାଇଁ ଅଧିକ କିଛି କରାଯାଇପାରିବ ନାହିଁ । ଦୀପାବଳି ପରେ ଏକ ସୁସ୍ଥ ଖାଦ୍ୟ ପ୍ରଣଳୀକୁ ଗ୍ରହଣ କରିବାର ବିକଳ୍ପ ଆମ ନିକଟରେ ନିଶ୍ଚିତ ଅଛି ।
- ‘ଡିଟକ୍ସ’ ଖାଦ୍ୟ ପ୍ରଣାଳୀ
ମାତ୍ରାଧିକ ପାଣି କିମ୍ବା ଜୁସ୍ ପିଇବା କିମ୍ବା ଅନ୍ୟ କୌଣସି ଚରମ ପ୍ରକ୍ରିୟା ଗ୍ରହଣ କରିବା ସମ୍ପର୍କରେ ଆମେ ଆଦୌ କହୁନାହୁଁ । ‘ଡିଟକ୍ସ’ ଆଜିର ଦୁନିଆରେ ଏକ ଅତ୍ୟଧିକ ବ୍ୟବହୃତ କିମ୍ବା ବେଶ ଜଣାଶୁଣା ଶବ୍ଦ ପରି ମନେହୁଏ । ତଥାପି ଏହାର ଅର୍ଥକୁ ମଧ୍ୟ ଭୁଲ ଭାବେ ବ୍ୟବହାର କରାଯିବାର ଅଭିଯୋଗ ମଧ୍ୟ ରହିଛି । ‘ଡିଟକ୍ସ’ ଅର୍ଥ ହେଉଛି ଡିଟକ୍ସଫିକେସନ । ଏହା ଏକ ଚିକିତ୍ସା ପ୍ରଣାଳୀ ବା ଏକ ଉପାଦେୟ ‘ହେଲ୍ଥ ପ୍ରୋଟୋକଲ’ । ଏହି ପ୍ରକ୍ରିୟାରେ ଶରୀରକୁ ବର୍ଜ୍ୟବସ୍ତୁ ବା ବିଷାକ୍ତ ଉପାଦାନରୁ ମୁକ୍ତ ରଖାଯାଇପାରେ ।
ବିଶେଷଜ୍ଞମାନେ କୁହନ୍ତି ଯେ ବର୍ଷ ବର୍ଷ ଧରି ଚାଲିଆସୁଥିବା ପାରମ୍ପରିକ ତଥା ସରଳ ଖାଦ୍ୟପେୟ ଅଭ୍ୟାସ ହିଁ ମଣିଷକୁ ସୁସ୍ଥ ରଖିପାରିବ । ଏହାର ପ୍ରଭାବରେ ମଣିଷର ଶରୀର ଡିଟକ୍ସିଫାଏ ରହିପାରିବ । ବିଶିଷ୍ଟ ପୋଷକ ବିଶେଷଜ୍ଞ ଇଶି ଖୋସଲା କୁହନ୍ତି, ‘‘କିଛି ଦିନ ପାଇଁ ଏକ ଡାଏଟ ପ୍ଲାନ କିମ୍ବା କୌଣସି ‘ଡିଟକ୍ସ ପ୍ଲାନ’ ଅନୁସରଣ କରିବା ପରିବର୍ତ୍ତେ ଏହା ଏକ ସୁସ୍ଥ ଖାଦ୍ୟ ପ୍ରଣାଳୀ ଓ ସୁସ୍ଥ ଜୀବନଶୈଳୀକୁ ଗ୍ରହଣ କରିବା ନିହାତି ଫଳପ୍ରଦ ।’’
- ସର୍ବନିମ୍ନ ପ୍ରକ୍ରିୟାକୃତ ଖାଦ୍ୟ ସହ ପନିପରିବାକୁ ଅଧିକ ଗୁରୁତ୍ବ :-
ସେ ଆହୁରି ମଧ୍ୟ କହିଛନ୍ତି, ଏକ ଭଲ ଡାଏଟ୍ ପ୍ଲାନ କେବଳ ଫଳ ଏବଂ ପନିପରିବା ସହ ସମ୍ପୂର୍ଣ୍ଣ ହୋଇପାରିବ । ସର୍ବନିମ୍ନ ପ୍ରକ୍ରିୟାକୃତ ଖାଦ୍ୟ (ପ୍ରୋସେସଡ ଫୁଡ୍) ଉପରେ ଗୁରୁତ୍ୱ ଦେବା ଉଚିତ । ସେହିପରି ଭିଟାମିନ-ସି, ଇ, କପର, ମ୍ୟାଗ୍ନେସିୟମ୍, ସେଲେନିୟମ୍ ଏବଂ ଜିଙ୍କ ପରି ଉପାଦନ ଥିବା ଆଣ୍ଟିଅକ୍ସିଡେଣ୍ଟ ଖାଦ୍ୟ ମଧ୍ୟ ପର୍ଯ୍ୟାପ୍ତ ଭାବେ ଖାଇବା ଉଚିତ । ଫଳରେ ଶରୀରରେ ଡିଟକ୍ସଫିକେସନ୍ ଏନଜାଇମ୍ ବୃଦ୍ଧି ହେବାର ଏହା ସହାୟକ ହୋଇପାରିବ ।’
ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ ଇଶି ଖୋସଲା କିଛି ସରଳ ନିର୍ଦ୍ଦେଶାବଳୀ ସହିତ ‘ଡିଟକ୍ସ’କୁ ବୁଝାଇଛନ୍ତି:-
- ଅନାବଶ୍ୟକ ଖାଦ୍ୟ ଅଭ୍ୟାସ ସନ୍ତୁଳିତ ହେବା ଆବଶ୍ୟକ
- କଠିନ ଖାଦ୍ୟ ପରିବର୍ତ୍ତେ ତରଳ ଖାଦ୍ୟଗୁଡ଼ିକ ଅଧିକ ସହାୟକ ହୋଇଥାଏ
- ସୁପ୍ ଏବଂ ନଡ଼ିଆ ପାଣି ଦ୍ୱାରା ପେଟ ଓ ପାଚନ କ୍ରିୟା ଭଲ ରହିଥାଏ
- ଦିନରେ ଥରୁଟେ ଖାଦ୍ୟରେ ଫଳ ଏବଂ ପନିପରିବା ଗ୍ରହଣ କରନ୍ତୁ
- ମଦ୍ୟପାନରୁ ସମ୍ପୂର୍ଣ୍ଣ ଦୂରଇ ରୁହନ୍ତୁ