ଓଡିଶା

odisha

ETV Bharat / opinion

OECD ଗ୍ଲୋବାଲ ଟ୍ୟାକ୍ସ ଡିଲର ପ୍ରଥମ ସ୍ତମ୍ଭକୁ କାହିଁକି ବିରୋଧ କରୁଛି ଭାରତ ? - OECD Global Tax Deal

OECD Global Tax Deal: ପ୍ରଥମ ସ୍ତମ୍ଭକୁ କାହଁକି ବିରୋଧ କରୁଛି ଭାରତ । କେମିତି ପ୍ରଭାବିତ ହୋଇପାରେ ଭାରତୀୟ ଟିକସ ବ୍ୟବସ୍ଥା । ପଢନ୍ତୁ ଅରୁଣିମ ଭୂୟାଁଙ୍କ ଆଲେଖ୍ୟ

ଭାରତ OECD ଗ୍ଲୋବାଲ ଟ୍ୟାକ୍ସ ଡିଲର ପ୍ରଥମ ସ୍ତମ୍ଭକୁ କାହିଁକି ବିରୋଧ କରୁଛି ? ଏକ ବିଶ୍ଳେଷଣ
ଭାରତ OECD ଗ୍ଲୋବାଲ ଟ୍ୟାକ୍ସ ଡିଲର ପ୍ରଥମ ସ୍ତମ୍ଭକୁ କାହିଁକି ବିରୋଧ କରୁଛି ? ଏକ ବିଶ୍ଳେଷଣ (ETV Bharat Odisha)

By Aroonim Bhuyan

Published : May 27, 2024, 3:40 PM IST

ହାଇଦ୍ରାବାଦ:ଅର୍ଥନୈତିକ ସହଯୋଗ ଏବଂ ବିକାଶ ସଂଗଠନ (OECD)ର ପ୍ରଥମ ସ୍ତମ୍ଭକୁ ବିରୋଧ କରୁଛି ଭାରତ । ଗ୍ଲୋବାଲ୍ ଟ୍ୟାକ୍ସ ଡିଲ ଅନ୍ତର୍ଗତ ଏହି ବିଚାରରେ ଭାରତ ସାମିଲ ମଧ୍ୟ ହେବନାହିଁ । ନିକଟରେ (ଶନିବାର) ଇଟାଲୀର ଷ୍ଟ୍ରେସା ସହରରରେ ସମାପିତ ହୋଇଥିବା ଜି-7 ରାଷ୍ଟ୍ରମାନଙ୍କର ଅର୍ଥମନ୍ତ୍ରୀଙ୍କ ବୈଠକରେ ଆମେରିକାର ଟ୍ରେଜେରୀ ସଚିବ ଜେନେଟ ୟେଲେନ ଏହି ତଥ୍ୟ ଉନ୍ମୋଚନ କରିଛନ୍ତି । କହିଛନ୍ତି OECDର ପ୍ରଥମ ସ୍ତମ୍ଭକୁ ଉଭୟ ଭାରତ ଏବଂ ଚୀନ ବିରୋଧ କରୁଛନ୍ତି । ଉଭୟ ଦେଶ ଏଥିରେ ଅଂଶଗ୍ରହଣ କରିବା ପାଇଁ ଉତ୍ସାହିତ ମଧ୍ୟ ନଥିବା କହିଛନ୍ତି ଜେନେଟ ୟେଲେନ ।

OECD ଗ୍ଲୋବାଲ୍ ଟ୍ୟାକ୍ସ ଡିଲ୍ କ’ଣ?

ଅର୍ଥନୈତିକ ସହଯୋଗ ଏବଂ ବିକାଶ ସଂଗଠନ (OECD) ଗ୍ଲୋବାଲ୍ ଟ୍ୟାକ୍ସ ଡିଲ ବିଚାରର ଏକ ଅଂଶବିଶେଷ । ଆଧୁନିକ ଅର୍ଥନୀତିରେ ଡିଜିଟାଲାଇଜେସନ ରୂପାନ୍ତରଣ ପ୍ରକ୍ରିୟାରୁ ସୃଷ୍ଟି ହୋଇଥିବା ଟିକସ ଚ୍ୟାଲେଞ୍ଜର ସମାଧାନ ପାଇଁ ଦୁଇ ସ୍ତମ୍ଭର ସମାଧାନ ଭାବରେ ଏହି ବିଚାର ସାମ୍ନାକୁ ଆସିଛି । ବିଶ୍ବ ଅର୍ଥନୀତି ଏବଂ ବହୁରାଷ୍ଟ୍ରୀୟ ଉଦ୍ୟୋଗର ଡିଜିଟାଲାଇଜେସନ ଦ୍ବାରା ସୃଷ୍ଟି ହୋଇଥିବା ଟିକସ ପ୍ରକ୍ରିୟାଗତ ଆହ୍ବାନ ଓ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏକ ଅନ୍ତର୍ଜାତୀୟ ଟିକସ ସଂସ୍କାର ପଦକ୍ଷେପ ଭାବେ ଏହାକୁ ବିକଶିତ କରାଯାଇଛି । ହେଲେ ଏହାର କାର୍ଯ୍ୟକାରିତା ପାଇଁ ବିଭିନ୍ନ ପ୍ରଶାସନିକ ସମସ୍ୟା ଓ ଜଟଳିତା ମଧ୍ୟ ରହିଛି । ବିଶ୍ବର ପ୍ରମୁଖ ଅର୍ଥନୀତି ଦେଶମାନଙ୍କ ମଧ୍ୟରେ ଏହାକୁ ନେଇ ବୈଚାରିକ ମତଭେଦ ରହିଛି ।

OECDର ପ୍ରଥମ ସ୍ତମ୍ଭ କ’ଣ ?

ଆଧାର ହ୍ରାସ ଓ ଲାଭାଂଶ ସ୍ଥାନାନ୍ତରଣ (BEPS) ଉପରେ OECD ଏକ ଅନ୍ତର୍ଭୂକ୍ତ ଫ୍ରେମୱାର୍କ ବା କାର୍ଯ୍ୟଖସଡା । ଅର୍ଥନୀତିରେ ଡିଜିଟାଲାଇଜେସନ ଏବଂ ଜଗତୀକରଣ ପରି ପରିବର୍ତ୍ତିତ ସ୍ଥିତିରେ ସୃଷ୍ଟି ହେଉଥିବା ଟିକସ ଆହ୍ବାନର ସମାଧାନ ଓ ସରଳୀକରଣ ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି । ଏହି ବିଚାରରେ ମୋଟ ଦୁଇଟି ସ୍ତମ୍ଭ ରହିଛି । ପ୍ରଥମ ସ୍ତମ୍ଭଟି ବିଶେଷ ଭାବେ ଟିକସ ଅଧିକାରର ପୁନଃଆବଣ୍ଟନ ଉପରେ ଧ୍ୟାନ ଦେଇଥାଏ । ବହୁରାଷ୍ଟ୍ରୀୟ ଉଦ୍ୟୋଗ ଗୁଡିକ (MNEs) ସେମାନେ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟ କରୁଥିବା ଏବଂ ଅଧିକ ଲାଭ ଉପାର୍ଜନ କରୁଥିବା ଦେଶରେ କର ଦେବା ପାଇଁ ସକ୍ଷମ ହେବେ । କିମ୍ବା ଯେଉଁଠାରେ କମ୍ପାନୀ ବା ସଂସ୍ଥା ନିଜର ମୁଖ୍ୟାଳୟ ପ୍ରତିଷ୍ଠା କରିଛି, ସେଠାରେ ସେମାନେ ଟାକ୍ସ ଦେବାକୁ ବାଧ୍ୟ ହେବେ ।

କାହିଁକି ବିରୋଧ କରୁଛି ଭାରତ:-

ଯଦି ବିଶ୍ଳଷଣାତ୍ମକ ଭାବେ ଦେଖାଯାଏ, ତେବେ ଭାରତ ବିଭିନ୍ନ ଅର୍ଥନୈତିକ କାରଣରୁ OECD ଗ୍ଲୋବାଲ ଟ୍ୟାକ୍ସ ଡିଲର ପ୍ରଥମ ସ୍ତମ୍ଭକୁ ବିରୋଧ କରୁଛି । ଅନ୍ତର୍ଜାତୀୟ ଟିକସ ବ୍ୟବସ୍ଥାରେ ସ୍ବଚ୍ଛତା, ଅଂଶଧନ ଓ ଟିକସ ରାଜସ୍ୱ ଉପରେ ସମ୍ଭାବ୍ୟ ପ୍ରଭାବକୁ ନେଇ ଚିନ୍ତାଗ୍ରସ୍ତ ହୋଇଛି ଭାରତ । ଏହି ବିଚାର ସହ ନୂଆଦିଲ୍ଲୀ ବିଶ୍ବାସ କରେ ଯେ, ଏଥିରେ ବିକଶିତ ଦେଶମାନେ ଅଧିକ ଲାଭ ପାଇବେ । କ୍ଷୁଦ୍ର ଦୁର୍ବଳ ଅର୍ଥନୀତି ଓ ବିକାଶଶୀଳ ଦେଶମାନେ ଏଥିରେ ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି । ଯଦି ପ୍ରଥମ ସ୍ତମ୍ଭରେ ନିୟମକୁ ସମର୍ଥନ କରାଯାଏ ଯେ, ଏଥିରେ ଭାରତ ଓ ସେହିଶ୍ରେଣୀର ଦେଶଙ୍କ ଅର୍ଥନୀତି ପ୍ରଭାବିତ ହେବ । କାରଣ ବୃହତ୍ତ ବହୁଦେଶୀୟ କମ୍ପାନୀ ବା ଉଦ୍ୟୋଗ ଗୁଡ଼ିକର ବିକାଶଶୀଳ ଦେଶରେ ମୁଖ୍ୟାଳୟ ସ୍ଥାପନ କରିଛନ୍ତି । ସେଠାରେ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ କାର୍ଯ୍ୟକଳାପ ଏବଂ ଉପଭୋକ୍ତାଙ୍କ ଏକ ବଡ ଭାଗ ମଧ୍ୟ ରହୁଛି । ତେଣୁ ବୃହତ୍ତ ଦେଶମାନେ ଏହାର ଲାଭ ପାଇବେ । ଏହା ଭାରତକୁ କ୍ଷତି ପହଞ୍ଚାଇପାରେ ।

ନିଜସ୍ବ ଡିଜିଟାଲ ସର୍ଭିସେସ୍ ଟ୍ୟାକ୍ସ କାର୍ଯ୍ୟକାରୀ କରିଛି ଭାରତ:

ଭାରତ ଏହା ମଧ୍ୟ ଆଶଙ୍କା କରୁଛି ଯେ ଏହି ପ୍ରଥମ ସ୍ତମ୍ଭର ସର୍ତ୍ତାବଳି ଅଧୀନରେ ଟିକସ କ୍ଷମତାର ପୁନଃଆବଣ୍ଟନ ନିଷ୍ପତ୍ତି ରାଜସ୍ୱର ବହୁ କ୍ଷତି ଘଟାଇପାରେ । ପ୍ରସ୍ତାବିତ ନିୟମ ଗୁଡ଼ିକ ଭାରତୀୟ ବଜାରରୁ ପ୍ରଚୁର ଆୟ କରୁଥିବା ବିଭିନ୍ନ ବହୁଦେଶୀୟ କମ୍ପାନୀଙ୍କ ଟାକ୍ସ ଦେବାର ପରିମାଣକୁ ହ୍ରାସ କରିବ । ଏହି ସମୟରେ, ଭାରତ ନିଜର ଡିଜିଟାଲ ସର୍ଭିସେସ୍ ଟ୍ୟାକ୍ସ (DST) ମଧ୍ୟ କାର୍ଯ୍ୟକାରୀ କରିଛି । ଯାହା ଭାରତରେ କାର୍ଯ୍ୟ କରୁଥିବା ବିଦେଶୀ ଡିଜିଟାଲ କମ୍ପାନୀଗୁଡିକର ଆୟ ଉପରେ ଏକ ନିର୍ଦ୍ଧାରିତ ଶୁଳ୍କ ଆଦାୟ କରୁଛି । ପ୍ରଥମ ସ୍ତମ୍ଭର ପଦକ୍ଷେପଗୁଡିକ ଏହାର କାର୍ଯ୍ୟକାରିତାକୁ ନିଷ୍କ୍ରିୟ କରିଦେବ । ଫଳରେ ଭାରତ ରାଜସ୍ବ କ୍ଷତିର ସାମ୍ନା କରିବାର ଯଥେଷ୍ଟ ଆଶଙ୍କା ରହିଛି ।

ସମ୍ପାଦକୀୟ...

‘ଇଟିଭି ଭାରତ’ ନିଜସ୍ବ ପ୍ରକାଶନ ନୁହେଁ

ABOUT THE AUTHOR

...view details