ଓଡିଶା

odisha

ETV Bharat / opinion

ଟ୍ରମ୍ପଙ୍କ ଦମଦାର କମବ୍ୟାକ୍, MAGA ଫୋକସ ବଦଳାଇଦେବ ଜିଓପଲିଟିକ୍ସ - US PRESIDENT DONALD TRUMP

ଆମେରିକାରରେ ଟ୍ରମ୍ପ ରିଟର୍ଣ୍ଣସ । ଟ୍ରମ୍ପ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ହେବା ପରେ ତାଙ୍କର ଆଭିମୁଖ୍ୟ କ'ଣ ରହିବ, ପଢନ୍ତୁ ରାଜକମଲ ରାଓଙ୍କ ଆଲେଖ୍ୟ ।

Donald Trump
Donald Trump (ETV Bharat)

By Rajkamal Rao

Published : Nov 7, 2024, 10:38 PM IST

ହାଇଦ୍ରାବାଦ:ପୁଣି ଥରେ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ପ୍ରଚାର ସମୟରେ ଉପରାଷ୍ଟ୍ରପତି କମଳା ହାରିସ ଦମଦାର କ୍ୟାମ୍ପେନ କରିଥିବା ଦେଖିବାକୁ ମିଳିଥିଲା । ହଲିଉଡ ଷ୍ଟାରଙ୍କୁ ନେଇ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ କମଲା । ଟେଲର ସ୍ବିଫ୍ଟ, ବିୟନ୍ସ, ଜେନିଫର ଲୋପେଜ, ଏମିନେମ, ବିଲି ଏଇଲିଶ, କାର୍ଡି ବି, ହାରିସନ ଫୋର୍ଡ, ରିଚାର୍ଡ ଗେରେ ଏବଂ ଉପରାହ ୱିନଫ୍ରେ ପ୍ରମୁଖ ପ୍ରଚାରରେ ସାମିଲ ଥିଲେ ।

ଟ୍ରମ୍ପଙ୍କ ବାଜିମାତ:

Donald Trump (ETV Bharat)

ରାଜନୈତିକ ଭିତ୍ତିଭୂମି ଦୃଷ୍ଟିକୋଣରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ବିଲ୍ କ୍ଲିଣ୍ଟନ ସେମାନଙ୍କ ପତ୍ନୀ, ମାଇକେଲ ଓବାମା, ହିଲରୀ କ୍ଲିଣ୍ଟନ ପ୍ରମୁଖ ପ୍ରଚାରରେ ଯୋଗ ଦେଇଥିଲେ । ପୂର୍ବତନ ଉପରାଷ୍ଟ୍ରପତି ଡିକ୍ ଚେନେ ଏବଂ ତାଙ୍କ ଝିଅ ଲିଜ୍ ଚେନେ ମଧ୍ୟ ହାରିସଙ୍କୁ ସମର୍ଥନ ଜଣାଇଥିଲେ । ପରିଶେଷରେ ସେ ପରାସ୍ତ ହେଲେ । ଟ୍ରମ୍ପ ହାରିସଙ୍କୁ ୨୯୨-୨୨୪ ଇଲେକ୍ଟୋରାଲ କଲେଜ ଭୋଟରେ ପରାସ୍ତ କରିଛନ୍ତି । ଯେତେବେଳେ କି ଏରିଜୋନା, ନେୱାଦା ଏବଂ ଅଲାସ୍କା ଭଳି ୩ ରାଜ୍ୟରେ ଟ୍ରମ୍ପ ଆଗୁଆ ରହିଥିଲେ ।

ଟ୍ରମ୍ପ ଜଣେ ପ୍ରସିଦ୍ଧ ବ୍ୟକ୍ତି:

Donald Trump (ETV Bharat)

ସବୁଠୁ ଧନୀ ରାଜନେତାଙ୍କ ମଧ୍ୟରେ ଜଣେ ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପ । ଗଲ୍ଫ ରିସର୍ଟ, ବିଳାସପୂର୍ଣ୍ଣ ହୋଟେଲ ଏବଂ ଆପାର୍ଟମେଣ୍ଟର ମାଲିକ ଅଟନ୍ତି ଟ୍ରମ୍ପ । ସେ NBC, ୟୁନିଭର୍ସାଲରେ ଏକ ରିଆଲିଟି ସୋ’ର ଷ୍ଟାର ଭାବେ ମଧ୍ୟ ବେଶ ପ୍ରସିଦ୍ଧି ଲାଭ କରିଥିଲେ । ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ଆମେରିକାର ସୀମା ସୁରକ୍ଷିତ ଥିଲା ଏବଂ ନିକଟ ଅତୀତରେ ବେଆଇନ ଅନୁପ୍ରେବଶ ସଂଖ୍ୟା ମଧ୍ୟ ସର୍ବନିମ୍ନ ସ୍ତରରେ ରହିଥିଲା । ମୁଦ୍ରାସ୍ଫୀତି କମ୍ ଥିଲା ଏବଂ ତାଙ୍କ କାର୍ଯ୍ୟକାଳ ମଧ୍ୟରେ କୌଣସି ନୂତନ ଯୁଦ୍ଧ ହୋଇନଥିଲା । ଡିସେମ୍ବର 2019 ରେ, ଆମେରିକା ପ୍ରଥମ ଥର ପାଇଁ ଶକ୍ତି କ୍ଷେତ୍ରରେ ସ୍ବାଧୀନ ହୋଇଗଲା । ଆମଦାନୀ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର ନକରି ଦେଶ ଆବଶ୍ୟକ କରୁଥିବା ସମସ୍ତ ତୈଳ ଏବଂ ପ୍ରାକୃତିକ ଗ୍ୟାସ ଉତ୍ପାଦନ କରୁଛି ଆମେରିକା । ଟ୍ରମ୍ପ ଶକ୍ତିଶାଳୀ ଆମେରିକୀୟ ସୈନ୍ୟବହିନୀ ଉପରେ ବିଶ୍ବାସ କରନ୍ତି ତେଣୁ ଦେଶର ସୁରକ୍ଷାକୁ ନଜରରେ ରଖି ସେ ବାୟୁସେନା ପାଇଁ ଆମେରିକା ସ୍ପେସ୍ ଫୋର୍ସ ଗଠନ କରିଥିଲେ । ଦେଶରେ ବିରାଟ ପରିବର୍ତ୍ତନ ଆଣିବାକୁ MAGA ଆନ୍ଦୋଳନ କରିଥିଲେ ଟ୍ରମ୍ପ । ବିଶେଷ କରି ବେଆଇନ ଅନୁପ୍ରବେଶ ଉପରେ ରୋକ୍ ଦିଗରେ ଗୁରୁତ୍ବ ଦିଆଯାଇଥିଲା ।

ବିଭିନ୍ନ କ୍ଷେତ୍ରରେ ଉନ୍ନତି ଆଣିବାକୁ ଟ୍ରମ୍ପ ଭୋଟରଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହାସହ 'ଦ ଆର୍ଟ ଅଫ୍ ଦ ଡିଲ୍'ର ଲେଖକ ଭାବେ ବ୍ୟବସାୟ ଚଳାଇବା ଭଳି ପରିଚାଳନା କରିବା ପାଇଁ ଲକ୍ଷ୍ୟ ରଖିଥିବା କହିଥିଲେ ଟ୍ରମ୍ପ । ଗତ ମାସରେ ଚିକାଗୋରେ ଆୟୋଜିତ ଇକୋନୋମିକ୍ କ୍ଲବରେ ଅଭିଭାଷଣ ଦେବା ସମୟରେ ଦ୍ବିତୀୟ ଥର ନିର୍ବାଚିତ ହେଲେ କାର୍ଯ୍ୟକାଳ କିପରି ରହିବ ପ୍ରକାଶ କରିଥିଲେ । ଯଦି ଟୟୋଟା ପରି ବିଦେଶୀ ନିର୍ମାତା ଯୁକ୍ତରାଷ୍ଟ୍ରର ଏକ ନୂତନ କାରଖାନାରେ କରିପାରୁଛନ୍ତି, ତେବେ ସେମାନେ ମାତ୍ର 15 ପ୍ରତିଶତରେ ଟିକସ ଦେବେ । କହିରଖୁଛୁ, ଆମେରିକାରେ ବର୍ତ୍ତମାନ କର୍ପୋରେଟ୍ ଟ୍ୟାକ୍ସ ୨୧ ପ୍ରତିଶତ ରହିଛି ।

ଟ୍ରମ୍ପ ଶାସନ ସମୟରେ ଭାରତ କ'ଣ ଆଶା କରିବ?

US President Election (ETV Bharat)

ଟ୍ରମ୍ପ-ମୋଦିଙ୍କ ମଧ୍ୟରେ ଥିବା ବନ୍ଧୁତା ଭରତ ପାଇଁ ସହାୟକ ହୋଇପାରେ । ଜଣେ ବ୍ୟବସାୟୀ ଭାବରେ ଟ୍ରମ୍ପ ସମ୍ପର୍କକୁ ଗୁରୁତ୍ବ ଦିଅନ୍ତି । ସେପ୍ଟେମ୍ବର 2019 ରେ ହ୍ୟୁଷ୍ଟନରେ ହାଓଡି ମୋଦି ରାଲିରେ ଟ୍ରମ୍ପ ଅଂଶଗ୍ରହଣ କରିଥିଲେ । ପ୍ରଥମ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଏକ ସମ୍ପ୍ରଦାୟର ସମାବେଶରେ ଭାଗ ନେଇଥିଲେ । କୋଭିଡ ସମୟରେ ଟ୍ରମ୍ପ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଥିଲେ । ଆଉ ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ 'ନମସ୍ତେ ଟ୍ରମ୍ପ' ସମାବେଶରେ ଯୋଗ ଦେଇଥିଲେ । ଉଭୟ ରାଲିରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ ।

'ଭାରତୀୟ ରପ୍ତାନି ଉପରେ ଲାଗି ପାରେ ଶୁଳ୍କ'

ଭାରତୀୟ ରପ୍ତାନି ଉପରେ ଟ୍ରମ୍ପ ଶୁଳ୍କ ଲଗାଇ ପାରନ୍ତି ବୋଲି କୁହଯାଉଛି । ଟ୍ରମ୍ପଙ୍କ ଅର୍ଥନୈତିକ ମୁଖ୍ୟ ମୁଖ୍ୟ ହାୱାର୍ଡ ଲୁଟନିକ୍ କହିଛନ୍ତି, ସେହି ସବୁ ସାମଗ୍ରୀ ଉପରେ ଶୁଳ୍କ ଲାଗିବା ଉଚିତ ଯାହା ଆମେ ପ୍ରସ୍ତୁତ କରିଥାଉ । ଆଉ ଯାହା ଆମେ ପ୍ରସ୍ତୁତ କରିନଥାଉ ତାହା ଉପରେ ଶୁଳ୍କ ଲାଗିବା ଉଚିତ ନୁହେଁ ।

ଏହା ବି ପଢନ୍ତୁ...ଆମେରିକାରେ ଟ୍ରମ୍ପ ଯୁଗ ଆରମ୍ଭ, ବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ଏହା ବି ପଢନ୍ତୁ...‘ଅଙ୍ଗୁଳି ନିର୍ଦ୍ଦେଶ କରିବା ପୂର୍ବରୁ ଆମେରିକା ନିଜକୁ ଦେଖିବା ଉଚିତ’

ଏହା ବି ପଢନ୍ତୁ...ବ୍ୟବସାୟୀରୁ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରର ମୁଖିଆ, ରିୟଲିଟି ଶୋ'ରେ ବି ହୋଷ୍ଟିଂ କରିଛନ୍ତି ଟ୍ରମ୍ପ

(ଏହା ଲେଖକଙ୍କର ନିଜସ୍ୱ ମତ)

ABOUT THE AUTHOR

...view details