ଲେଖକ- ଭିଭି ହରିପ୍ରସାଦ
ବିଶେଷଜ୍ଞ, ସାଇବର ଲ'
ହାଇଦ୍ରାବାଦ:ବିଶ୍ବରେ କାୟା ମେଲାଉଛି ସାଇବର ଅପରାଧ । ଭାରତ ମଧ୍ୟ ଅନେକ ସାଇବର ଅପରାଧର ସାକ୍ଷୀ ରହିଛି । ବିଶେଷ କରି ସରକାରୀ, କର୍ପୋରେଟ୍, ତଥା ବଡ଼ ବଡ଼ ବ୍ୟକ୍ତି ବିଶେଷଙ୍କ ତଥ୍ୟ ଗୁଡିକ ଚୋରି କରିବା ପାଇଁ ସାଇବର ଅପରାଧୀମାନେ ପ୍ରଚେଷ୍ଟା କରିଥାନ୍ତି । ୨୦୨୧ ମସିହାରେ ଭାରତରେ ୧୪.୦୨ ଲକ୍ଷ ସାଇବର ଅପରାଧ ମାମଲା ସାମ୍ନାକୁ ଆସିଥିଲା । ୨୦୨୨ରେ ୧୩.୯ଲକ୍ଷରୁ ଉର୍ଦ୍ଧ୍ବ ମାମଲା ରେକର୍ଡ ହୋଇଥିଲା । ୨୦୨୧ ତୁଳନାରେ ୨୦୨୨ରେ ବିଶ୍ବରେ ସାଇବର ଅପରାଧ ମାମଲା ୩୮ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି । ସାଇବର ସୁରକ୍ଷା ଚ୍ୟାଲେଞ୍ଜର ସାମନା କରିବ ଯେତିକି କଷ୍ଟକର ସେତିକି ସମୟ ସାପେକ୍ଷ ।
ସାଇବର ଅପରାଧୀଙ୍କ କବଳରେ ବହୁ ଲୋକେ:
ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର ଶିକ୍ଷା, ସ୍ବାସ୍ଥ୍ୟ, ବ୍ୟାଙ୍କ ସେବା, ବାଣିଜ୍ୟ ଭଳି କାମରେ ସୁବିନିଯୋଗ କରାଯାଏ । ହେଲେ ସାଇବର ଅପରାଧୀମାନେ ଏହାକୁ ତଥ୍ୟ ଲିକ୍ କରିବାରେ ବ୍ୟବହାର କରିଥାନ୍ତି । ଡିଜିଟାଲ ଭିତ୍ତିଭୂମିରୁ ବ୍ୟକ୍ତିଗତ ତଥ୍ୟ ନେଇ ସେମାନେ ବ୍ଲାକମେଲ କରିଥାନ୍ତି। ଏହା ପଛର ମୁଖ୍ୟ ଉଦ୍ଦେଶ୍ୟ ରହିଥାଏ ଅର୍ଥ ଲୁଟ୍ । ଏହାକୁ ନଜରରେ ରଖି ସାଇବର ନିରାପତ୍ତା ଉପରେ ଭାରତ ସକ୍ରିୟ ଆଭିମୁଖ୍ୟ ଗ୍ରହଣ କରିଛି । Computer Emergency Response Team (CERT-In) ଏଜେନ୍ସି ଏହି ସାଇବର କ୍ରାଇମ ଗୁଡିକର ରେକର୍ଡ ଅନୁଧ୍ୟାନ କରିଥାନ୍ତି । ସାଇବର ସୁରକ୍ଷେ ଦିଗରେ ବିଶେଷଜ୍ଞମାନେ ପଦକ୍ଷେପ ଗ୍ରହଣ କରିଥାନ୍ତି । କେବଳ ୨୦୨୦ରେ ପାଖାପାଖି ୧୧.୫୮ ଲକ୍ଷ ଅଭିଯୋଗ ଆସିଥିବା ନେଇ CERT ରିପୋର୍ଟରୁ ଜଣାପଡ଼ିଛି ।
AIIMS ସର୍ଭରକୁ ହ୍ୟାକରଙ୍କ ଟାର୍ଗେଟ୍:
ସାଇବର ଅପରାଧୀମାନେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ବିଭିନ୍ନ ପ୍ରକାର କୌଶଳ ଆପଣାଇଥାନ୍ତି । ବିଭିନ୍ନ ସେବା ପ୍ରଦାନକାରୀ ସଂସ୍ଥାର ସଫ୍ଟୱେୟାରକୁ ଟାର୍ଗେଟ୍ କରିବା ସହ ସାଇବର ଅପରାଧୀମାନେ ହ୍ୟାକ୍ କରୁଥିବା ନଜିର ରହିଛି । ଯାହା ଏମରଜେନ୍ସି ରେସପନ୍ସ ଫୋର୍ସ ଦ୍ବାରା ପରିଚାଳନା କରିବା ମଧ୍ୟ କଷ୍ଟକର ହୋଇପଡ଼ିଥିଲା । ୨୦୨୨ ମସିହା ନଭେମ୍ବରରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସ (AIIMS)ର ବୈଷୟିକ ଭିତ୍ତିଭୂମି ଉପରେ ନଜର ପକାଇଥିଲେ ସାଇବର ଅପରାଧୀ । ଅବୈଧ ଭାବରେ ୪ କୋଟିରୁ ଅଧିକ ସମ୍ବେଦନଶୀଳ ତଥ୍ୟ ହାତେଇଥିଲେ। ଏଥିରେ ବହୁ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ତଥ୍ୟ ମଧ୍ୟ ରହିଥିଲା ।