ହାଇଦ୍ରାବାଦ:ଭାରତର ବିଭିନ୍ନ ସହର ବର୍ତ୍ତମାନ ଜଳସଙ୍କଟ ଦେଇ ଗତି କରୁଛନ୍ତି । କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ୱାଟର ସପ୍ଲାଏ ଏବଂ ସ୍ବିରେଜ ବୋର୍ଡ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ସମସ୍ତ ଚିନ୍ତା ଦୂର କରିଛି । ଚଳିତ ବର୍ଷ ବେଙ୍ଗାଲୁରୁ ବହୁ ମାତ୍ରାରେ ଜଳସଙ୍କଟର ସାମ୍ନା କରିଥିଲା। ୨୦୨୪ ମାର୍ଚ୍ଚରେ ମୋଟ୍ ୧୪ ହଜାର ବୋରୱେଲରୁ ୬୯୦୦ଟି ବୋରୱେଲ ଅଚଳ ହୋଇପଡିଥିଲା । ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ପୂର୍ବତନ ଉପନିର୍ଦ୍ଦେଶକ ଟି କ୍ରିଷ୍ଣାଅପ୍ପା କହିଥିଲେ ଯେ,ଦୀର୍ଘ ଦିନ ଧରି ବିଭିନ୍ନ ପ୍ରକାର ସମସ୍ୟା ରହିଛି । ଯେପରିକି ଅନିୟନ୍ତ୍ରିତ ନିର୍ମାଣ, ହ୍ରଦ ନଷ୍ଟ, ଅବ୍ୟବସ୍ଥିତ ଭୂତଳ ଜଳ ପୁନଃଭରଣ ଏବଂ ଦୁର୍ବଳ ଜଳ ସଂରକ୍ଷଣ, ପ୍ରାକୃତିକ ଭୂତଳ ଜଳ ପ୍ରବାହରେ ବାଧା, ପାଣି ବ୍ୟବହାର କରିବାରେ ନାଗରିକଙ୍କ ଅସାବଧାନତା, ଏବଂ ଜଳବାୟୁ ପରିବର୍ତ୍ତନ ଏହି ସଙ୍କଟ ସୃଷ୍ଟି କରିଛି ।
ବେଙ୍ଗାଲୁରୁ ୱାଟର ସପ୍ଲାଏ ଏବଂ ସ୍ବିରେଜ ବୋର୍ଡ ଉପାଧ୍ୟକ୍ଷ ରାମ ପ୍ରସାଦ ମନୋହର କହିଛନ୍ତି, ୨୦୧୬ରେ ଜନସଂଖ୍ୟା ୮୯ ଲକ୍ଷ ଥିବାବେଳେ ବର୍ତ୍ତମାନ ତାହା ୧ କୋଟି ୪୦ ଲକ୍ଷରେ ପହଞ୍ଚିଛି । ଏବେ ଜଳ ପାଇଁ ଆମକୁ ୧୦ ଲକ୍ଷ ୮୯ ହଜାର କନେକ୍ସନ ଦେବାକୁ ପଡିଛି । ଜନସଂଖ୍ୟା ବୃଦ୍ଧି ଜଳସଙ୍କଟର ପ୍ରମୁଖ କାରଣ । ଏହାସହ ଗ୍ରୀଷ୍ମ ଋତୁରେ ବର୍ଷା ବି କମ୍ ପରିମାଣରେ ହେଉଥିବାକୁ ଜଳ ସମସ୍ୟା ଦେଖାଦେଉଛି । ଭୂତଳ ଜଳ ସୁଖିଯିବାରୁ ୨୦୨୪ରେ ଭୀଷଣ ଜଳ ସଙ୍କଟର ସମ୍ମୁଖୀନ ହୋଇଥିଲା ବେଙ୍ଗାଲୁରୁ । ଏହାରୁ ମୁକାବିଲା ନେଇ ଡକ୍ଟର ମନୋହର କହିଛନ୍ତି, ଉନ୍ନତମାନର ଜ୍ଞାନକୌଶଳ ବ୍ୟବହାର କରି ଆମେ ଜଳ ସଂରକ୍ଷଣ କରୁଛୁ । ଯେହେତୁ ବେଙ୍ଗାଲୁରୁ ହିଲ୍ ଟପରେ ଅବସ୍ଥିତ ସେଥିପାଇଁ ଆମକୁ ସହର ବାହାରେ ଥିବା କାବେରୀ ନଦୀ ନିକଟରୁ ଅର୍ଥାତ୍ ପାଖାପାଖି ୧୨୦ କିମି ଦୂରରୁ ଜଳ ଆଣିବାର ବ୍ୟବସ୍ଥା କରିବାକୁ ପଡୁଛି ।
ମେଘଦୂତ ଟେକ୍ନୋଲୋଜି:
ବେଙ୍ଗାଲୁରୁରେ ବ୍ୟବହାର ହେଉଥିବା ଜଳରୁ କାବେରୀ ନଦୀରୁ ୬୫ ପ୍ରତିଶତ ଜଳ ଆସିଥାଏ । ଅବଶିଷ୍ଟ ୩୫ ପ୍ରତିଶତ ଭୂତଳ ଜଳ ଆସିଥାଏ । ତେବେ ଏଭଳି ପରିଚାଳନା ପାଇଁ ବେଙ୍ଗାଲୁରୁ ବିଶ୍ବସ୍ତରୀୟ ମଡେଲ ପାଲଟିଛି । ଆଉ ଏହାକୁ ସଂଯୁକ୍ତ ରାଷ୍ଟ୍ର ଜଳବାୟୁ ପରିବର୍ତ୍ତନ ଫ୍ରେମୱାର୍କ ଦ୍ବାରା ସ୍ବୀକୃତି ଦିଆଯାଇଛି । ବାୟୁମଣ୍ଡଳୀୟ ଜଳ ଉତ୍ପାଦନ (Atmospheric Water Generation) ହେଉଛି ଏପରି ଏକ ଟେକ୍ନୋଲୋଜି ଯାହା ଖଣିଜ ପଦାର୍ଥ ମିଶା ଜଳକୁ ପାନୀୟ ଜଳରେ ପରିଣତ କରିଥାଏ । ଏହି Meghdoot (ମେଘଦୂତ) ଟେକ୍ନୋଲୋଜି ସାହାଯ୍ୟରେ ମୁଖ୍ୟତଃ ବାୟୁମଣ୍ଡଳର ଆଦ୍ର ବାୟୁରୁ ପାନୀୟ ଜଳ ପ୍ରସ୍ତୁତ ହୋଇଥାଏ । ମୈତ୍ରୀ ଆକ୍ବାଟେକ୍ ପ୍ରତିଷ୍ଠାତା ଏମ ରାମକ୍ରିଷ୍ଣା କହିଛନ୍ତି ଯେ, ଏହି ମେସିନ ରେଫ୍ରିଜେରେସନ ଟେକନିକ୍ ଦ୍ବାରା ବାୟୁମଣ୍ଡଳରୁ ଆର୍ଦ୍ରତାକୁ ପାନୀୟ ଜଳରେ ପରିଣତ କରିଥାଏ । ଦକ୍ଷିଣ ପୂର୍ବ ଏସିଆ, ମଧ୍ୟ ପୂର୍ବ, ଆଫ୍ରିକା ଆଦିରେ ପ୍ରାୟ ୧୮୦୦ରୁ ଊର୍ଦ୍ଧ୍ବ ଇନଷ୍ଟଲେସନ ହୋଇଥିବାବେଳେ ଏହାର କ୍ଷମତା ରହିଛି ଦୈନିକ ୪୦ରୁ ୫ହଜାର ଲିଟର ପାନୀୟ ଜଳ ଉତ୍ପନ କରିବା । ପ୍ରାୟ ଦେଢ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ପାନୀୟ ଜଳ ଯୋଗାଇବାରେ ସହାୟକ ହେଉଛି AWG ମେସିନ । AWGର ମାର୍କେଟିଂ ଅଫିସର ରାହୁଲ ବୈଦ୍ୟଙ୍କ କହିବା କଥା, ଉପକୂଳବର୍ତ୍ତୀ ଅଞ୍ଚଳରେ ଅଧିକ ପରିମାଣରେ ଜଳ ଉତ୍ପନ କରିପାରେ AWG । ଅପରପକ୍ଷେ, କମ୍ ଆଦ୍ରତା ବିଶିଷ୍ଟ ବାୟୁରୁ ଖରାଦିନେ ଜଳ ଉତ୍ପନ କରିବାରେ ସମସ୍ୟା ଦେଖାଦେଇଥାଏ ।
ସ୍କୁଲରେ AWG ମେସିନ: