ଓଡିଶା

odisha

ETV Bharat / opinion

OPINION: BAKU ଜଳବାୟୁ ସମ୍ମିଳନୀ ଦୂର କରିବ କି ରାଜନୈତିକ ପ୍ରତିକୂଳତା ? - BAKU CLIMATE SUMMIT

ବଢୁଛି ଅଙ୍ଗାରକାମ୍ଳ ନିର୍ଗମନ ସହ ଗ୍ଲାବାଲ ଓ୍ବାର୍ମିଂ ମାତ୍ରା । କେତେ ପ୍ରଭାବୀ ସମାଧାନ ବାହାର କରିପାରିବ ‘ବାକୁ(BAKU) ଜଳବାୟୁ ଶିଖର ସମ୍ମିଳନୀ 2024’ । ପଢନ୍ତୁ ସି.ପି ରାଜେନ୍ଦ୍ରନଙ୍କ ଆଲେଖ୍ୟ

ବାକୁ ଜଳବାୟୁ ଶିଖର ସମ୍ମିଳନୀ, ନୈରାଶ୍ୟଜନକ ରାଜନୈତିକ ପ୍ରତିକୂଳତାକୁ ଦୂର କରିବ କି ?
ବାକୁ ଜଳବାୟୁ ଶିଖର ସମ୍ମିଳନୀ, ନୈରାଶ୍ୟଜନକ ରାଜନୈତିକ ପ୍ରତିକୂଳତାକୁ ଦୂର କରିବ କି ? (ETV Bharat odisha)

By C P Rajendran

Published : Nov 14, 2024, 4:54 PM IST

Updated : Nov 14, 2024, 5:00 PM IST

ହାଇଦ୍ରାବାଦ:ଚଳିତବର୍ଷ ମିଳିତ ଜାତିସଂଘ ନେତୃତ୍ୱାଧୀନ ଜଳବାୟୁ ସମ୍ମିଳନୀ,‘COP-29’ ଚଳିତମାସ (ନଭେମ୍ବର) 11 ତାରିଖରୁ ଆଜେରବାଇଜାନର ରାଜଧାନୀ ବାକୁରେ ଆରମ୍ଭ ହୋଇଛି । ଏହି ସମ୍ମିଳନୀ 22 ତାରିଖ ପର୍ଯ୍ୟନ୍ତ ଚାଲିବ । 200ଟି ଦେଶର ପ୍ରତିନିଧିମାନେ ଯୋଗ ଦେଇଥିବା ଏହି ଗୁରୁତ୍ବପୂର୍ଣ୍ଣ ସମ୍ମିଳନୀରେ ବିଶ୍ବତାପନ (ଗ୍ଲୋବାଲ ଓ୍ବାର୍ମିଂ) ବୃଦ୍ଧିକୁ ସୀମିତ ରଖିବା ଦିଗରେ ଏକାଧିକ ପ୍ରଭାବୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହେବ । ସବୁଜ ଗ୍ୟାସର କୁପ୍ରଭାବ ଓ ଗ୍ରୀନ ହାଉସ ଗ୍ୟାସ ନିର୍ଗମନକୁ ହ୍ରାସ କରିବା ଦିଗରେ ଗ୍ରହଣ କରାଯିବାକୁ ଥିବା ଆକ୍ସନ ପ୍ଲାନ ସମ୍ପର୍କରେ ସମୀକ୍ଷା କରାଯିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବୈଠକରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବଂ ଏହାର ମୋଡାଲିଟି ଉପରେ ଏକ ଆକ୍ସନପ୍ଲାନ ଆସିବ ।

  • କଣ କହିଲେ ଜାତିସଂଘ ମହାସଚିବ

ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ନିର୍ଗମନ ବୃଦ୍ଧି ହେବା ବିସ୍ତୃତ ଧାରଣା ନୁହେଁ । ବଢୁଥିବା ନିର୍ଗମନ ଏବଂ ବଢୁଥିବା ଜଳବାୟୁ ପରିବର୍ତ୍ତନମୂଳକ ବିପର୍ଯ୍ୟୟ ମଧ୍ୟରେ ସିଧାସଳଖ ସମ୍ପର୍କ ରହିଛି । ରେକର୍ଡ ପରିମାଣର ନିର୍ଗମନ ଏବେ ସାଙ୍ଘାତିକ ସ୍ଥିତି ସୃଷ୍ଟି କଲାଣି । ଏବେ ସମୁଦ୍ର ପୃଷ୍ଠର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରଭାବରେ ବାରମ୍ବାର ପ୍ରଳୟଙ୍କାରୀ ସାମୁଦ୍ରିକ ବାତ୍ୟା ସୃଷ୍ଟି ହେଉଛି । ଏହାର କୁପ୍ରଭାବରୁ ସହର ଓ ଜଙ୍ଗଲ ମଧ୍ୟ ଦୂରରେ ନାହିଁ । ଉଭୟ ଏବେ ପ୍ରଭାବିତ ହେବା ସହ ସଭ୍ୟତାକୁ ପ୍ରଭାବିତ କରିବାରେ ଲାଗିଛି । ଏହା ଉପରେ ଏବେ ଚିନ୍ତା କରିବାର ସମୟ ଆସିଛି । ସମସ୍ତ ଦେଶକୁ ଏସମ୍ପର୍କରେ ଚିନ୍ତା କରିବାକୁ ହେବ ।

ବାକୁ ଜଳବାୟୁ ଶିଖର ସମ୍ମିଳନୀ, ନୈରାଶ୍ୟଜନକ ରାଜନୈତିକ ପ୍ରତିକୂଳତାକୁ ଦୂର କରିବ କି ? (ETV Bharat odisha)

ତେବେ ଏହି ସମ୍ମିଳନୀରେ ବହୁଳ ଜନସଂଖ୍ୟା ବିଶିଷ୍ଟ ଦେଶ, ଭାରତ ଏବଂ ଚୀନ ନେତାମାନେ ଯୋଗ ଦେଉନାହାନ୍ତି । ଏହି ବୈଠକରେ ଯୋଗ ଦେଇଥିବା ଅନ୍ୟତମ ଉଲ୍ଲେଖନୀୟ ନେତା ହେଉଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ କିଏର ଷ୍ଟାରମର । ସେ ବର୍ଷ 2035 ସୁଦ୍ଧା 1990 ଦଶକ ସ୍ତରର 81% ହ୍ରାସ କରିବାକୁ ଲକ୍ଷ୍ୟ ଘୋଷଣା କରିଛନ୍ତି । ଏହି ପ୍ରତିଶ୍ରୁତି ପ୍ୟାରିସ ଚୁକ୍ତିନାମାର ଲକ୍ଷ୍ୟ ସହିତ ପ୍ରାୟତଃ ଅନୁରୂପ ବୋଲି କହିପାରିବା ।

ଜାତିସଂଘର ପ୍ରଥମ ଅନୁମୋଦିତ କାର୍ବନ-କ୍ରେଡିଟ୍ 2025 ସୁଦ୍ଧା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି । ବିଶ୍ବର ଅସମାନତା ବଢିବା ସହିତ ଜଳବାୟୁ ଆର୍ଥିକ ବୃଦ୍ଧି ପାଇଁ ଅନେକ ଅଭିନବ ଉପାୟ ଉପରେ ଆଲୋଚନା ହେଉଛି । ଅତିମାତ୍ରାରେ ଅଙ୍ଗାରକାମ୍ଳ ନିର୍ଗମନ ହେବା ପରି କାର୍ଯ୍ୟକଳାପରେ ଟିକସ ଦେବା ଠାରୁ ଆରମ୍ଭ କରି ଘରୋଇ ବିମାନ ବ୍ୟବହାରକାରୀଙ୍କୁ ଟ୍ୟାକ୍ସ ଦେବା ପାଇଁ ବ୍ୟବସ୍ଥା କରିବାକୁ ବିଚାର ହେଉଛି । ଟିକସ ପାଇଁ ଅନ୍ୟାନ୍ୟ ପ୍ରସ୍ତାବିତ ଲକ୍ଷ୍ୟ ମଧ୍ୟ ରଖାଯାଇଛି ।

ବାକୁ ଜଳବାୟୁ ଶିଖର ସମ୍ମିଳନୀ, ନୈରାଶ୍ୟଜନକ ରାଜନୈତିକ ପ୍ରତିକୂଳତାକୁ ଦୂର କରିବ କି ? (ETV Bharat odisha)

ଏହା ମଧ୍ୟରେ ଅନ୍ୟତମ ହେଉଛି ତୈଳ କମ୍ପାନୀ ଉପରେ କର ଲଗାଇବା । ଏହି ତୈଳ କମ୍ପାନୀମାନେ ଋଷ-ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ବିପୁଳ ଲାଭ କରିଥିଲେ । ବାସ୍ତବରେ ଏହି ପ୍ରସ୍ତାବଗୁଡିକ କେତେ ବ୍ୟବହାରିକ ଏବଂ ସେଗୁଡିକ କିପରି କାର୍ଯ୍ୟକାରୀ କରାଯାଇପାରିବ ତାହା ପ୍ରଶ୍ନ ଉଠିଛି । ବିବାଦର ଅନ୍ୟ ଏକ କ୍ଷେତ୍ର ହେଉଛି କାର୍ବନ କ୍ରେଡିଟ୍ ବ୍ୟବସ୍ଥା ପାଇଁ ସ୍ଥିର ହୋଇଥିବା ନିୟାମକ ପ୍ରଣାଳୀର ଫିଚର ତଥା ମାପଦଣ୍ଡ । ଅନେକ ଏହାକୁ ନାପସନ୍ଦ କରିବା ସହ ଏହା କାଳ୍ପନିକ ବ୍ୟବସ୍ଥା ବୋଲି ବିବେଚନା କରନ୍ତି । ଏହି ପ୍ରସ୍ତାବିତ ଧାରଣା ବର୍ତ୍ତମାନ ବିଶ୍ବର ସ୍ବାର୍ଥ ସହିତ ମେଳ ଖାଉ ନାହିଁ ବୋଲି ସେମାନେ କହୁଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ପ୍ରଦୂଷଣମୁକ୍ତ ପରିବେଶରେ ବଞ୍ଚିବା ଜଣେ ନାଗରିକର ମୌଳିକ ଅଧିକାର: ସୁପ୍ରିମକୋର୍ଟ

ଏହା ମଧ୍ୟ ପଢ଼ନ୍ତୁ...ଦୀପାବଳି ପରେ ବିଗିଡିଲା କଟକର ପରିବେଶ, ଧୂଆଁ ବଳୟରେ କଲବଲ ଲୋକେ

ଏହା ମଧ୍ୟ ପଢ଼ନ୍ତୁ...ଦୀପାବଳି ପରେ ବଢ଼ିଲା ପ୍ରଦୂଷଣ ମାତ୍ରା; ଧୂଆଁମୟ ଟ୍ବିନ ସିଟି,ସୂର୍ଯ୍ୟ ମନ୍ଦିରରେ କୁହୁଡ଼ି ଆସ୍ତରଣ


ଏଠାରେ ଉଲ୍ଲେଖ କରିବା ପ୍ରଯୁଜ୍ୟ ହେବ ଯେ, ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଗର୍ଡନ ବ୍ରାଉନଙ୍କ ନେତୃତ୍ୱରେ ଏକଦା ବିଶ୍ୱ ନେତାମାନେ ଏକାଠି ହୋଇଥିଲେ । ସେମାନେ ଆଲୋଚନା ପରେ ଏକ ପ୍ରସ୍ତାବ ସମ୍ବଳିତ ଚିଠି ଲେଖିଥିଲେ । ପେଟ୍ରୋଲିୟମ ସମ୍ବଳ ଥିବା ଦେଶମାନଙ୍କୁ ସେମାନେ ପ୍ରାୟ 25 ବିଲିୟନ ଡଲାରରେ ଟିକସ ଦେବାକୁ ଦାବି କରିଥିଲେ । ଆର୍ଥିକ ଦୁର୍ବଳ ଦେଶଗୁଡିକୁ ସାହାଯ୍ୟ କରିବା ପାଇଁ ବିଶ୍ୱବ୍ୟାଙ୍କ, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ବିକାଶ ବ୍ୟାଙ୍କଗୁଡ଼ିକର ସଂସ୍କାର ପାଇଁ ମଧ୍ୟ ସେମାନେ ସୁପାରିଶ କରିଥିଲେ । ବ୍ରାଜିଲର ରାଷ୍ଟ୍ରପତି ଲୁଇସ୍ ଇନାସିଓ ଲୁଲା ଡା ସିଲଭା ‘2% ବିଲିୟନେୟାର ଟ୍ୟାକ୍ସ’ ପ୍ରସ୍ତାବ ଦେଇଥିଲେ । ଯାହା 250 ବିଲିୟନ ଡଲାର ସଂଗ୍ରହ କରିପାରିବ ବୋଲି ମତ ପ୍ରକାଶ ପାଇଥିଲା । ପରବର୍ତ୍ତୀ COP ଆସନ୍ତାବର୍ଷ (2025) ନଭେମ୍ବରରେ ବ୍ରାଜିଲର ବେଲାମ ସହରରେ ଅନୁଷ୍ଠିତ ହେବ । ଏହିପରି ପଦକ୍ଷେପ ଉପରେ ଆଲୋଚନା ଏବଂ ଏକ ଚୁକ୍ତିରେ ପହଞ୍ଚିବା ପାଇଁ ଏକ ପ୍ଲାଟଫର୍ମ ଯୋଗାଇବ ବୋଲି ଆଶା କରାଯାଉଛି । ଏଥିରେ ଏକାଧିକ ରାଷ୍ଟ୍ରମୁଖ୍ୟ ଅଂଶଗ୍ରହଣ କରିବେ ।

ସମ୍ପାଦକୀୟ...

Last Updated : Nov 14, 2024, 5:00 PM IST

ABOUT THE AUTHOR

...view details