ନୂଆଦିଲ୍ଲୀ:ବହୁ ପ୍ରତିକ୍ଷୀତ ଦିଲ୍ଲୀ ଜନାଦେଶ ଆସିଯାଇଛି । ଆପର ‘ଝାଡୁ’ ସମସ୍ତ ଜନକଲ୍ୟାଣକାରୀ ଯୋଜନାକୁ ଅଳିଆ ଗଦାରେ ପିଙ୍ଗି ଦେଇଛି । ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଆମ ଆଦମୀ ପାର୍ଟିକୁ ଏକ ଛୋଟ ଦଳ ଭାବେ ପରିଣତ କରିଛି । ସେହିପରି ରାଜଧାନୀ ଦିଲ୍ଲୀ ମାନଚିତ୍ରରେ କଂଗ୍ରେସ ତା ଛାପ ଛାଡିବାରେ ବିଫଳ ହେଲା । ଯଦିଓ କଂଗ୍ରେସ ଗୋଟିଏ ବି ଆସନ ଜିତିବାରେ ସଫଳ ହୋଇପାରିଲା ନାହିଁ । କିନ୍ତୁ ବିଜେପି ବିରୋଧି ଭୋଟକୁ ବିଭାଜିତ କରି ଆପର ଭୋଟ କାଟିବାରେ ସକ୍ଷମ ହେଲେ । ଫଳରେ ଆପର ଭୋଟ ହାର ହ୍ରାସ ପାଇଛି ।
ଆପର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ନିର୍ବାଚନରେ ପରାଜିତ ହେଲେ । କାରଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷିତଙ୍କୁ ଏଥର ନିର୍ବାଚନ ମଇଦାନରେ ଓହ୍ଲାଇଥିଲେ । ଯିଏକି ରାଜନୀତିରେ ଜଣେ ବିଶିଷ୍ଟ ଚେହେରା । କେଜ୍ରିୱାଲଙ୍କ ଦୁଇ ମୁଖ୍ୟ ସହଯୋଗୀ ମନିଷ ସିସୋଦିଆ ଓ ସତୈନ୍ଦ୍ର ଜୈନ ଓ କଂଗ୍ରେସ ମଧ୍ୟରେ ବିଭାଜନ କାରଣରୁ ଦଳ ହାରିଗଲା । ନିର୍ବାଚନ ପ୍ରଚାର ଅନ୍ତିମ ପର୍ଯ୍ୟାୟରେ କଂଗ୍ରେସର ଶୀର୍ଷ ନେତାଙ୍କ ବୟାନକୁ ଦୃଷ୍ଟିରେ ରଖି ଅନେକ ସିଟ୍ ବିଜେପି ଖାତାକୁ ଯିବା ନେଇ ସ୍ଥିର ହୋଇଯାଇଥିଲା ।
ପରସ୍ପରକୁ ଆରୋପ ପ୍ରତ୍ୟାରୋପ ବ୍ୟତୀତ ଅନ୍ୟ କାରଣ ମଧ୍ୟ ରହିଛି । ଯାହାକି ଆପ୍ ବିରୋଧରେ ବିଜେପିକୁ ସାହାଯ୍ୟ କଲା । ନିର୍ବାଚନ ପ୍ରଚାର ବେଳେ ବିଜେପି ନେତା ବିକାଶ ଅଭିଯାନ ଆରମ୍ଭ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ, ଯାହାକି ସଫଳ ହେଲା । ଉନ୍ନତିକରଣ କଥା ହେଇ, ଆପ ବିରୋଧୀ ବୟାନ ବାଜି ଭୋଟରଙ୍କୁ ଦ୍ବନ୍ଦ୍ବରେ ପକାଇଲା । ଏପରିକି କେତେକ ନିର୍ବାଚନ ମଣ୍ଡଳରେ ଭୋଟର ଏହି ଦ୍ବନ୍ଦ୍ବରେ ଥିଲେ କାହାକୁ ସମର୍ଥନ କରିବେ । କଂଗ୍ରେସ ନା ଆପ । ଦ୍ବନ୍ଦ୍ବରେ ଥିବା ଭୋଟରଙ୍କ ପାଇଁ ବିଜେପି ବିକଳ୍ପ ଭାବେ ଉଭା ହୋଇଥିଲା । କାରଣ ବିଜେପିର ନାରା ଓ ସଂକଳ୍ପପତ୍ର ବିକାଶ ଉପରେ ଆଧାରିତ ଥିଲା । ଏଥିପାଇଁ ମୁସଲିମ ଭୋଟର ବିଜେପିକୁ ଭୋଟ ଦେବାରେ କୌଣସି ଦ୍ବିଧା ମନରେ ଆଣିଲେନି । କେବଳ ସେହି ଅଞ୍ଚଳକୁ ଛାଡି ଯେଉଁଠାରେ ସେମାନଙ୍କ ପାଖରେ ଭଲ ବିକଳ୍ପ ଥିଲା ।
ମୁସ୍ତଫାବାଦ ଏକ ଭଲ ଉଦାହରଣ ଭାବେ ନିଆଯାଇପାରେ । କିପରି ଦୁଇ ପସନ୍ଦିତ ପ୍ରାର୍ଥୀ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ବିଜେପିକୁ ନିର୍ବାଚନରେ କମାଲ କରିବାରେ ସାହାଯ୍ୟ କଲା । ଏହି ନିର୍ବାଚନ କ୍ଷେତ୍ରରେ 50-55 ପ୍ରତିଶତ ମୁସଲିମ ଭୋଟର ଅଛନ୍ତି । ଏଠାରେ AIMIM ମହମ୍ମଦ ତାହିର ହୁସେନଙ୍କୁ ଆପ୍ର ଅନ୍ୟ ଏକ ମୁସଲିମ ପ୍ରାର୍ଥୀ ଅଦିଲ ଅହମ୍ମଦ ଖାନ ବିରୋଧରେ ଛିଡା କରିଥିଲେ । ଯାହାକି ଆପର ଖେଳ ବିଗାଡି ଦେଇଥିଲା । ତାହିର 33,474 ଭୋଟ ପାଇଥିବା ବେଳେ ଆପ 67,638 ଭୋଟ ଓ ବିଜେପି ପ୍ରାର୍ଥୀ ମୋହନ ସିଂହ ବିଷ୍ଟ 17,578 ଭୋଟ ବ୍ୟବଧାନରେ ଜିତିଥିଲେ ।
ଏପରି ଅନେକ ଆସନ ଅଛି ଯେଉଁଠି ବିଜେପି ଓ ଆପ ମଧ୍ୟରେ ବିଜୟ ବ୍ୟବଧାନ ବହୁତ କମ ଅଟେ । ଅନେକ ନିର୍ବାଚନ ମଣ୍ଡଳୀରେ କିଛି ଭୋଟର କଂଗ୍ରେସକୁ ଆପର ବିକଳ୍ପ ଭାବେ ଦେଖିଥିଲେ । ବିଜେପିକୁ ସମର୍ଥନ କରିଥିଲେ । ତିମାପୁର ଆସନରେ 1,657 ଭୋଟ ବିଜେପି ଖାତାକୁ ଯାଇଥିବା ବେଳେ କଂଗ୍ରେସ ଖାତା କୁ 6,101 ଭୋଟ ଯାଇଛି । ମହରୌଲିରେ ବିଜେପି ପ୍ରାର୍ଥୀ ଗଜେନ୍ଦ୍ର ସିଂ ଯାଦବଙ୍କୁ 35,893 ଭୋଟ ମିଳିଥିବା ବେଳେ ଆପ ପ୍ରାର୍ଥୀ ମହେନ୍ଦ୍ର ଚୌଧରୀଙ୍କୁ 426 ଭୋଟ ବ୍ୟବଧାନରେ ହରାଇଛନ୍ତି । ଏହି ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ପୁଷ୍ପା ସିଂହ 6,762 ଭୋଟ ମିଳିଥିବା ବେଳେ ଆପକୁ 35,467 ଭୋଟ ମିଳିଛି । ସଙ୍ଗମ ବିହାର ଏପରି ଏକ ଆସନ ଯେଉଁଟି କଂଗ୍ରେସ, ଆପ ଓ ବିଜେପି ବହୁତ କମ ବ୍ୟବଧାନରେ ଜିତିଥିଲେ । ଏଥର ବିଜେପି ପ୍ରାର୍ଥୀ ଚନ୍ଦନ କୁମାର ଚୌଧରୀ 344 କମ ଭୋଟ ବ୍ୟବଧାନ ମିଳିଛି । ତ୍ରିଲୋକପୁରୀ ଆସନ ମଧ୍ୟ ଏକ ଉଦାହରଣ ଅଟେ । ଯେଉଁଠି ବିଜେପି ପ୍ରାର୍ଥୀ ରବିକାନ୍ତ ମାତ୍ର 392 ଭୋଟ ଅର୍ଥାତ ଛୋଟ ବ୍ୟବଧାନରେ ଜିତାପଟ ହାସଲ କରିଛନ୍ତି । ଏଠି ଆପ ପ୍ରାର୍ଥୀ 57,825 ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କୁ 6147 ଭୋଟ ମିଳିଛି ।