ମେଷ: ଆଜି ଆପଣଙ୍କୁ ଦୁଇ ପ୍ରକାରର ସ୍ଥିତିର ସମ୍ମୁଖୀନ ହେବାକୁ ପଡିପାରେ । କ୍ଲାନ୍ତି, ଆଳସ୍ୟ ଓ ଔଦାସିନ୍ୟ ଆପଣଙ୍କର ଆଜିର ଶତ୍ରୁ ଅଟନ୍ତି । ସେମାନେ ମିଳିତ ଭାବେ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଆପଣଙ୍କ ଶାରିରୀକ ଓ ମାନସିକ ସ୍ଥିତିକୁ ଦୋହଲାଇ ଦେବେ ଏବଂ ଆପଣଙ୍କୁ କ୍ରୋଧିତ କରାଇବେ । ଯେଉଁମାନେ କୌଣସି ଘଟଣାରେ ଆପଣଙ୍କୁ ଅଯଥାରେ ହଇରାଣରେ ପକାଇବାପାଇଁ ଚେଷ୍ଟା କରିବେ, ଆପଣ ସେହି ଲୋକଙ୍କୁ ପ୍ରତିରୋଧ କରନ୍ତୁ । ନିଜକୁ ଶାନ୍ତରଖି ବର୍ତ୍ତମାନ ଆପଣଙ୍କୁ ଦିଆଯାଇଥିବା କାର୍ଯ୍ୟକୁ ଠିକ୍ ସମୟରେ ସମ୍ପୂର୍ଣ୍ଣ କରନ୍ତୁ । କୌଣସି ଧାର୍ମିକ ସ୍ଥାନକୁ ପର୍ଯ୍ୟଟନ ଲାଗି ଯିବାର ଯୋଜନା କରିବା ପାଇଁ ଆଜି ସବୁଠାରୁ ଶୁଭଦିନ ଅଟେ ।
ବୃଷ:ଦିନ ପ୍ରଥମାର୍ଦ୍ଧରେ ଆପଣ ସାମାଜିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ । ବ୍ୟବସାୟ ବନ୍ଧନରେ ବାନ୍ଧି ହୋଇପାରନ୍ତି । ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହ ବଣଭୋଜି କରିବାକୁ ଯାଇ ମୌଜ ମଜଲିସରେ ସମୟ କାଟିପାରନ୍ତି । ବିଶେଷତଃ ପିଲାମାନଙ୍କ ସହ ମିଶି ଆପଣ ଅଧିକ ଉତ୍ଫୁଲ୍ଳିତ ରହିବେ । ଦିବସର ଦ୍ବିତୀୟାର୍ଦ୍ଧରେ ଗ୍ରହମାନଙ୍କ କୁପ୍ରଭାବରେ ଆପଣଙ୍କ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସୁସ୍ଥ ମନରେ ଚିନ୍ତା କରନ୍ତୁ ଓ ନିଶ୍ଚିତ ରୁହନ୍ତୁ ।
ମିଥୁନ:ଆଜି ସାରା ଦିନଟି ଭଲ ଖାଦ୍ୟ ଖାଇବାରେ କଟିପାରେ । ଆପଣ ଖାଦ୍ୟ,ପାନୀୟ ଏବଂ ଆଗ୍ରହୀ ବନ୍ଧୁଙ୍କ ଗହଣରେ ମୌଜମଜଲିସରେ ଲିପ୍ତ ରହିବେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସଫଳ ହେବ । ସହକର୍ମୀ, ପ୍ରିୟତମା ଏବଂ ପିଲାଦିନର ବନ୍ଧୁଙ୍କ ସଙ୍ଗେ ଭ୍ରମଣ ଜନିତ ଆମୋଦପ୍ରମୋଦରେ ସମୟ କାଟିବେ । ଆଜି ଦିନଟି କିଣାକିଣି, ଖାଇବା ପିଇବାରେ ଜୀବନକୁ ରଙ୍ଗାୟିତ କରିପାରନ୍ତି । ଏହାମାନେ ଜୀବନର ସର୍ବଶ୍ରେଷ୍ଠ ମାର୍ଗ ସ୍ୱାସ୍ଥ୍ୟ ଭଲରହିବ ।
କର୍କଟ: ଶତ୍ରୁଙ୍କ ଉପରେ ବିଜୟଲାଭ କରିବେ, ବାନ୍ଧବୀଙ୍କ ସହ ସାକ୍ଷାତ ଆପଣଙ୍କୁ ଉଲ୍ଲସିତ କରିବ । ଏକ ସୁସ୍ଥ ମାନବ ଜୀବନ ପାଇଁ ସର୍ବଶ୍ରେଷ୍ଠ ଉପହାର ଆପଣଙ୍କୁ ଆଜି ସହଜରେ ଉପଲବ୍ଧ ହେବ । ନିଜ ବୃତ୍ତିଗତ କାର୍ଯ୍ୟରେ ସହକର୍ମୀ ଓ ସହଯୋଗୀଙ୍କ ସହଯୋଗରେ କଠିନ କାର୍ଯ୍ୟ କରିବାରେ ସକ୍ଷମ ହେବେ । ପରିବାରର ସଦସ୍ୟଙ୍କ ସହିତ ମଉଜ ମଜଲିସରେ ସମସ୍ତ ଦିନଟିକୁ ଉପଭୋଗ କରିବେ । ପୂର୍ବ ପ୍ରସ୍ତୁତି ଅନୁଯାୟୀ ବିଭିନ୍ନ ସ୍ତରରୁ ଅର୍ଥାଗମ ହୋଇ ଆର୍ଥିକ ସ୍ଥିତିକୁ ଦୃଢ଼ ହେବ । ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନଟି ଭଲରେ କଟିବ ।
ସିଂହ:ଦିନଟି ଖୁସିରେ କଟିବ । ନୂତନ କବିତା ଲେଖିବା ପାଇଁ ପ୍ରେରଣା ପାଇବେ । ପ୍ରେମାଳାପ ମଧୁର ଓ ଫଳଯୁକ୍ତ ହେବ । ପିଲାଙ୍କ ପ୍ରଗତିରେ ସୁଫଳ ପ୍ରାପ୍ତି ହେବ । ପିଲାମାନେ ପାଠପଢାରେ ଉଚ୍ଚ ଫଳ ଯୁକ୍ତ ହେବେ । ସାଙ୍ଗ ତଥା ସ୍ତ୍ରୀଙ୍କ ଠାରୁ ଲାଭ ହେବ । କାର୍ଯ୍ୟସ୍ଥଳରେ ସିନିଅର୍ମାନେ ଆପଣଙ୍କ ଉପରେ ଖୁସି ହୋଇପାରନ୍ତି । ଏହା ପରିବେଶକୁ ଆପଣଙ୍କ ପାଇଁ କାର୍ଯ୍ୟ ଅନୁକୂଳ କରିପାରେ । ଏହି ସମୟରେ ବ୍ୟବସାୟରେ ଥିବା ବ୍ୟକ୍ତିମାନଙ୍କ ପାଇଁ କେବଳ ଯେ ଲାଭ ବଢିବ ତାହା ନୁହେଁ ଏହା ଆପଣଙ୍କର ବାକି ପଡିଥିବା ଟଙ୍କାକୁ ଫେରି ପାଇବେ । କର୍ମଚଞ୍ଚଳ ରହିବେ ।
କନ୍ୟା: ଆପଣ ଆଜି ନିଜକୁ ଦିନସାରା ନିଷ୍କ୍ରିୟ ମନେକରିବେ । କିନ୍ତୁ ଆଜି ଏକ ସାଧାରଣ ଦିବସ ଅଟେ । ଆଜି ଆପଣଙ୍କ ଶାରୀରିକ ଅସୁସ୍ଥତା ଏବଂ ମାଆଙ୍କର ଅସୁସ୍ଥତା ଆପଣଙ୍କ ମୁଣ୍ଡବ୍ୟଥାର କାରଣ ହୋଇପାରେ । ଜଣେ ପ୍ରିୟଜନଙ୍କ ସଙ୍ଗେ ସାମାନ୍ୟ ଝଗଡା, ଜନସାଧାରଣଙ୍କ ମିଥ୍ୟା ଅପବାଦ କିମ୍ୱା ହଠାତ୍ ଖର୍ଚ୍ଚ ବୃଦ୍ଧି ଆପଣଙ୍କୁ ମଧ୍ୟ ଚିନ୍ତାଗ୍ରସ୍ତ କରିପାରେ । ଜଳାଶୟ କିମ୍ୱା ମହିଳାଙ୍କ ଠାରୁ ଦୂରେଇ ରୁହନ୍ତୁ । ନିଜର ସମ୍ପତ୍ତି ଓ ଗୃହର ଯାବତୀୟ ଦରକାରୀ କାଗଜପତ୍ରକୁ ସୁରକ୍ଷିତ କରି ରଖନ୍ତୁ ।
ତୁଳା:ଆଜି ଆପଣଙ୍କ ପାଇଁ ଏକ ସୌଭାଗ୍ୟଶାଳୀ ଓ ଆମୋଦ ପ୍ରମୋଦର ଦିନ ଅଟେ । ବନ୍ଧୁ ବାନ୍ଧବ ଓ ଭାଇ ଭଉଣୀଙ୍କ ସହ ଏକ ଧର୍ମୀୟ ସ୍ଥାନକୁ ଯିବାପାଇଁ ଯୋଜନା କରିପାରନ୍ତି । ଆର୍ଥିକ ସ୍ଥିତି ଭଲ ରହିବ । ନୂଆ ଦୁଃସାହାସିକ କାର୍ଯ୍ୟ କରିବାକୁ ଉତ୍ସାହିତ ହେବେ ଏବଂ ସଫଳ ହେବେ । ବିଦେଶରୁ ଶୁଭ ଖବର ପାଇବେ । ଆପଣ ଲାଭଜନକ ବ୍ୟବସ୍ଥାରେ ପୁଞ୍ଜି ଲଗାଣ କରିବେ । ଆପଣ ନିଜର ଭାଇଙ୍କ ସହ ଘର ଓ ପରିବାର ବିଷୟରେ ତେଜସ୍ୱୀ ଆଲୋଚନା କରିବାରେ ବ୍ୟସ୍ତ ରହିପାରନ୍ତି । ବ୍ୟବହାରିକ କାର୍ଯ୍ୟରେ ହଠାତ୍ ବାହାରକୁ ଯାତ୍ରା କରିବାକୁ ପଡିପାରେ । ମାତ୍ର ଶେଷରେ ଏହାର ଫଳାଫଳ ଶୁଭ ହୋଇପାରେ । ଆପଣଙ୍କ ଶାରୀରିକ ଓ ମାନସିକ ସୁସ୍ଥତା ଅତୁଟ ରହିବ ।
ବିଛା:ନିଜର ପରିବାରର ସଦସ୍ୟ କିମ୍ୱା ସାମାଜିକ ସ୍ତରରେ ଭୁଲ ବୁଝାମଣାର ଶିକାର ହୋଇପାରନ୍ତି । ତେଣୁ ମତଭେଦ ହେବା ପରି ଘଟଣାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ । ଏହିଭଳି କିଛି ଭ୍ରାନ୍ତିକୁ ଦୂର କରିବାକୁ ପ୍ରାଣପୂର୍ବକ ଚେଷ୍ଟା କରନ୍ତୁ । ନିଜକୁ ଏହିଭଳି ସ୍ଥିତିରୁ ମୁକୁଳିବାକୁ ଚେଷ୍ଟା ନକଲେ ସାଧାରଣ ସ୍ୱାସ୍ଥ୍ୟଗତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଅଯଥା ଖର୍ଚ୍ଚକୁ ରୋକିବାକୁ ଚେଷ୍ଟା କରନ୍ତୁ । ବିଦ୍ୟାର୍ଥୀ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
today horoscope (SCORPIO) ଧନୁ:ଆପଣ ଏକ ତୀର୍ଥ ଯାତ୍ରାରେ ଯାଇପାରନ୍ତି । ଆପଣଙ୍କ ଯୋଜନା ଅନୁସାରେ ଆପଣ ଆପଣଙ୍କ କାର୍ଯ୍ୟ ସମାପ୍ତ କରିପାରନ୍ତି । ଆପଣଙ୍କର ଶାରିରୀକ ଏବଂ ମାନସିକ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଆପଣ ଉତ୍ସାହୀ ଏବଂ ଉଲ୍ଲାସ ଅନୁଭବ କରିପାରନ୍ତି । ପରିବାରରେ ଏକ ଶୁଭ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ । ପ୍ରିୟଜନଙ୍କ ସହିତ ମିଳନ ହେବ ଏବଂ ଏହା ଦିନସାରା ଆପଣଙ୍କୁ ହସଉଲ୍ଲାସ ମନରେ ରହିବେ । ଶାରୀରିକ ସୁସ୍ଥତା ବଜାୟ ରହିବ । ଆଚରଣ ଓ ଉଚ୍ଚାରଣର ଶୁଦ୍ଧତା ଆପଣଙ୍କୁ ମହାନ୍ କରିବ । ଆଜି ଆପଣ ଧୈର୍ଯ୍ୟଧରି ଶୁଭ ସମୟକୁ ଅପେକ୍ଷା କରନ୍ତୁ ।
today horoscope (SAGITTARIUS) ମକର: ଧାର୍ମିକ ଏବଂ ଆଧ୍ୟାତ୍ମିକ ବିଷୟ ଗୁଡିକରେ ଆପଣଙ୍କ ମନ ଆକର୍ଷିତ ରହିବ ଏବଂ ସେଥିପାଇଁ ଆପଣ ବ୍ୟସ୍ତ ରହିବେ ଏବଂ ଏହିପାଇଁ ଖର୍ଚ୍ଚ ମଧ୍ୟ କରିବେ । ଆପଣ କୋର୍ଟ ସମସ୍ୟାରେ ମଧ୍ୟ ବାନ୍ଧି ହୋଇପାରନ୍ତି । ବ୍ୟବସାୟ ସମ୍ପର୍କିତ ବିଷୟରେ ଆପଣଙ୍କ ବିରୋଧି ସୃଷ୍ଟି ହୋଇପାରନ୍ତି । ବ୍ୟକ୍ତିଗତ ଜୀବନରେ ଆପଣଙ୍କ ଦକ୍ଷତା ଓ କର୍ମ କୁଶଳତା ପ୍ରଦର୍ଶିତ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବେ ଏବଂ ପ୍ରତିଦ୍ୱନ୍ଦ୍ବୀଙ୍କୁ ପରାଜିତ କରିବେ । ଆପଣଙ୍କ ମାଆଙ୍କର ଶାରୀରିକ ଅସୁସ୍ଥତା ଯୋଗୁଁ ଆପଣ ଚିନ୍ତାଗ୍ରସ୍ତ ରହିବେ । ସମ୍ପତ୍ତି ସମ୍ପର୍କିତ ଘଟଣାରେ ଆପଣ ସତର୍କତା ଅବଲମ୍ଵନ କରନ୍ତୁ ।
today horoscope (CAPRICORN) କୁମ୍ଭ:ଆଜି ଆପଣଙ୍କ ପାଇଁ ଏକ ଅନୁକୂଳ ଦିନ । ବ୍ୟବସାୟୀମାନେ ଲାଭ ପାଇବାର ସମ୍ଭାବନା ରହିଛି । ସାଙ୍ଗମାନଙ୍କ ସହିତ ମିଳନ ହେତୁ ଆପଣଙ୍କ ମନ ଉଲ୍ଲାସ ରହିବ । ସାଙ୍ଗମାନଙ୍କ ସହିତ ଆପଣ ଏକ ଯାତ୍ରାରେ ଯାଇପାରନ୍ତି । ନୂଆ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଆଜି ହେଉଛି ଉପଯୁକ୍ତ ଦିନ ଯେହେତୁ ଗ୍ରହମାନେ ଅନୁକୂଳ ସ୍ଥାନରେ ଅଛନ୍ତି । ଗୃହରେ ଶାନ୍ତ ପରିବେଶ ଜାରି ରହିବ ଏବଂ ବନ୍ଧୁତ୍ବପୂର୍ଣ୍ଣ ବାତାବରଣ ସୃଷ୍ଟି ହେବ । ବୃତ୍ତିଗତ ଜୀବନରେ ସଫଳତାର ସହ ଆପଣ ନିଜ ଉପରେ ନିତ୍ୟ କର୍ମକୁ ସମ୍ପୂର୍ଣ୍ଣ କରି ଆତ୍ମସନ୍ତୋଷ ଲାଭ କରିବେ । ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନ ଭଲରେ କଟିବ ।
today horoscope (AQUARIUS) ମୀନ: ବ୍ୟବସାୟ ପାଇଁ ଆଜି ହେଉଛି ଏକ ଭଲ ଦିନ । ଆପଣଙ୍କ ପ୍ରଚେଷ୍ଟା ସଫଳତାରେ ପରିଣତ ହେବ ଏବଂ ଆପଣଙ୍କ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ । ପଦନ୍ନୋତି ହୋଇପାରେ । ବ୍ୟବସାୟୀମାନେ କେବଳ ଲାଭ କରିବେ ତାହା ନୁହେଁ, ସେଥିରେ ମଧ୍ୟ ଅନେକ ଉନ୍ନତି କରିବେ । ବାପାଙ୍କଠାରୁ ଲାଭ ମିଳିପାରେ । ପରିବାରରେ ପରିବେଶ ଆନନ୍ଦ ଉଲ୍ଲାସରେ ଭରା ରହିବ । ସ୍ବାଭିମାନୀ ଓ ପ୍ରୟାସୀ ହୋଇପାରନ୍ତି । ଆଜି ଦାମ୍ପତ୍ୟ ଜୀବନ ହସ ଖୁସିରେ ଅତିବାହିତ ହେବ । ଘରକୁ ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି ।