ETV Bharat / lifestyle

ଏହି ଦେଶରେ କେବଳ ମୋଟା ଝିଅଙ୍କୁ ବାହା ହୁଅନ୍ତି ପୁଅ, ବାହାଘର ପୂର୍ବରୁ ଯାଆନ୍ତି ଫ୍ୟାଟ୍ କ୍ୟାମ୍ପ - MAURITANIA FAT GIRL

ଏମିତି ଏକ ଦେଶ ଯେଉଁଠି ପୁଅମାନଙ୍କ ପ୍ରଥମ ପସନ୍ଦ ମୋଟି ଝିଅ । କେବଳ ମୋଟି ଝିଅଙ୍କୁ ବାହା ହେବାକୁ ରାଜି ହୁଅନ୍ତି । ଝିଅମାନଙ୍କୁ ମୋଟା ହେବାକୁ ଫ୍ୟାଟ୍ କ୍ୟାମ୍ପ ପଠାଯାଏ ।

ଏହି ଦେଶରେ କେବଳ ମୋଟି ଝିଅଙ୍କୁ ବାହା ହୁଅନ୍ତି ପୁଅ
ଏହି ଦେଶରେ କେବଳ ମୋଟି ଝିଅଙ୍କୁ ବାହା ହୁଅନ୍ତି ପୁଅ (ETV Bharat)
author img

By ETV Bharat Odisha Team

Published : Dec 4, 2024, 1:35 PM IST

Updated : Dec 4, 2024, 1:43 PM IST

ଆଜିକାଲି ସମସ୍ତେ ପତଳା ଓ ଫିଟ୍ ଦେଖାଯିବାକୁ ଚାହାଁନ୍ତି । ପତଳା ହେବାକୁ ଲୋକେ କ'ଣ ବା ନ କରୁଛନ୍ତି ! ଜିମ୍‌ରେ ଘଣ୍ଟା ଘଣ୍ଟା ଝାଳ ବୁହାଉଛନ୍ତି, ଦାମୀ ଡାଏଟ୍ ଅନୁସରଣ କରୁଛନ୍ତି, କ୍ୟାଲୋରୀ ଗଣି ଖାଦ୍ୟ ଖାଉଛନ୍ତି । ଖାସ୍ କରି ଝିଅମାନେ... କାରଣ ଏବେ ପତଳା ଶରୀର ସୁନ୍ଦରତା ଓ ଫିଟ୍‌ନେସର ମାପକାଠି ହୋଇଛି । ପୁଅମାନେ ବି ବିବାହ ପାଇଁ ପତଳା ଝିଅଙ୍କୁ ଅଧିକ ପସନ୍ଦ କରୁଛନ୍ତି । କିନ୍ତୁ ଫିଟ୍ ରହିବାର ଏହି ରେସ୍ ଭିତରେ ଦୁନିଆରେ ଏମିତି ଏକ ଦେଶ ଅଛି, ଯେଉଁଠି ଝିଅ ଯେତେ ମୋଟା, ସେ ସେତେ ସୁନ୍ଦର ବୋଲି ମନେକରାଯାଏ । ଏମିତିକି ବିବାହ ପୂର୍ବରୁ ଝିଅମାନଙ୍କୁ ମୋଟା କରିବା ପାଇଁ ଫ୍ୟାଟ୍ କ୍ୟାମ୍ପକୁ ପଠାଯାଏ ।

କଥାଟା ଶୁଣିବାକୁ ଟିକିଏ ଅଜବ ଲାଗିବା ସ୍ବାଭାବିକ । ମାତ୍ର ବାସ୍ତବରେ ପଶ୍ଚିମ ଆଫ୍ରିକାର ମରିଟାନିଆ ଦେଶରେ ଏହି ପରମ୍ପରା ପ୍ରଚଳିତ । ଏଠିକାର ଲୋକମାନେ ମୋଟା ଝିଅଙ୍କୁ ଅଧିକ ସୁନ୍ଦର ମାନନ୍ତି । ସେମାନଙ୍କ ବିଶ୍ବାସ, ମୋଟି ଝିଅମାନେ ଭାଗ୍ୟଶାଳୀ ହୋଇଥାନ୍ତି । ପୁଅମାନେ ମୋଟି ଝିଅକୁ ବାହା ହେଲେ ବୈବାହିକ ଜୀବନ ସୁଖମୟ ହୋଇଥାଏ । ଏଠାରେ ପତଳା ଝିଅଙ୍କୁ ବାହା ହେବାକୁ କେହି ରାଜି ହୁଅନ୍ତି ନାହିଁ । ସେଥିପାଇଁ ଛୋଟ ବେଳୁ ଝିଅଙ୍କୁ ଅଧିକ ଖାଇବା ପିଇବାକୁ ଦିଆଯାଏ । ମୋଟି ଝିଅମାନେ ଘରକୁ ସମୃଦ୍ଧି ଆଣିଥାନ୍ତି ବୋଲି ସେମାନେ କୁହନ୍ତି ।

ଏହି ଦେଶରେ କେବଳ ମୋଟି ଝିଅଙ୍କୁ ବାହା ହୁଅନ୍ତି ପୁଅ
ଏହି ଦେଶରେ କେବଳ ମୋଟି ଝିଅଙ୍କୁ ବାହା ହୁଅନ୍ତି ପୁଅ (ETV Bharat)

ମୋଟି ଝିଅ ଭାଗ୍ୟଶାଳୀ:

ମିଡିଆ ରିପୋର୍ଟ ମୁତାବକ, ମରିଟାନିଆର ପୁରାତନ ରୀତିନୀତି ଅନୁସାରେ ଏହି ଦେଶରେ ମୋଟି ଝିଅଙ୍କୁ ଧନ ସମୃଦ୍ଧି ଓ ସାମାଜିକ ପ୍ରତିଷ୍ଠାର ପ୍ରତୀକ ଧରାଯାଏ । ଏହି କାରଣରୁ ପରିବାର ଲୋକେ ପିଲାଟି ବେଳୁ ଝିଅମାନଙ୍କୁ ଅଧିକ ଖାଦ୍ୟ ଖାଇବାକୁ ଦେଇଥାନ୍ତି । ବିଶେଷକରି କ୍ଷୀର, ଘିଅ, ପନିର ଭଳି ହାଇକ୍ୟାଲୋରୀ ଖାଦ୍ୟ ଖାଇବାକୁ ଦିଅନ୍ତି । ଯଦି କେହି ଖାଇବାକୁ ମନା କରେ ତେବେ ଜୋର ଜବରଦସ୍ତ କରାଯାଏ । କାହିଁ କେଉଁ କାଳରୁ ଏହି ପ୍ରଥା ସେଠାରେ ପ୍ରଚଳିତ । ଲୋକେ ଭାବନ୍ତି ମୋଟି ବୋହୂ ପରିବାରର ପ୍ରତିଷ୍ଠା ବଢାଏ ଓ ଘରେ ଆର୍ଥିକ ସମୃଦ୍ଧି ଆଣେ ।

ପତଳା ଝିଅଙ୍କୁ ପଠାଯାଏ 'ଫ୍ୟାଟ୍ କ୍ୟାମ୍ପ':

ଯେଉଁଠି ଆମ ଦେଶ ଓ ଅନ୍ୟ ଦେଶର ଝିଅମାନେ ପତଳା ହେବାକୁ ଜିମ୍ ଯାଉଛନ୍ତି, ସେଠି ମରିଟାନିଆରେ ମୋଟା ହେବାକୁ ଝିଅମାନେ ଫ୍ୟାଟନିଙ୍ଗ କ୍ୟାମ୍ପ ଯାଆନ୍ତି । ଏଠି ସେମାନଙ୍କୁ ଓଜନ ବଢାଉଥିବା କ୍ଷୀର, ମାଂସ, ବାଦାମ ପ୍ରଭୃତି ଖାଦ୍ୟ ଦିଆଯାଏ । ବିଭିନ୍ନ ମିଡିଆ ରିପୋର୍ଟ ଅନୁସାରେ, ମରିଟାନିଆ ଦେଶରେ ଝିଅମାନଙ୍କୁ 13-14 ବର୍ଷ ହେବା ମାତ୍ରେ ହାଇ କ୍ୟାଲୋରୀ ଖାଦ୍ୟ ଖାଇବାକୁ ଦିଆଯାଏ । ଡାଏଟରେ କ୍ଷୀର, ବାଦାମ, ଚର୍ବିବହୁଳ ମାଂସ ସାମିଲ କରାଯାଏ । ଯାହାଫଳରେ ଓଜନ ଶୀଘ୍ର ବଢିପାରିବ । ଏଠାରେ ଆଜି ବି ଅନେକ ଲୋକ ନିଜ ଝିଅମାନଙ୍କୁ ମୋଟା କରିବାର ପରମ୍ପରାକୁ ମାନି ଆସୁଛନ୍ତି ।

ଛପିଲାଣି ଏହି ଶତାଦ୍ଦୀ ପୁରୁଣା ପରମ୍ପରା:

ମରିଟାନିଆବାସୀଙ୍କ ମତରେ ମୋଟାପଣ ଧନ ସମ୍ପତ୍ତିର ପ୍ରତୀକ । ଯଦି ଜଣେ ଝିଅ ପତଳା ହୋଇଥାଏ ତେବେ ସେ ଗରିବ ବୋଲି ଧରାଯାଏ ଓ ତାଙ୍କୁ ସମ୍ମାନ ଦିଆଯାଏ ନାହିଁ । ତେବେ ସମୟ ସହିତ ଏଠାରେ ଧୀରେ ଧୀରେ ଲୋକଙ୍କ ଭାବନା ବଦଳିବାକୁ ଲାଗିଲାଣି । ଆଧୁନିକତା ଓ ସଚେନତାର ଛାୟାରେ ଏହି ଶତାବ୍ଦୀ ପୁରୁଣା ପରମ୍ପରାରକୁ ଅନେକ ଓଲ୍ଡ ଫ୍ୟାସନ ମନେକଲେଣି । ଏବେ ପ୍ରାୟ 10 ଜଣଙ୍କ ମଧ୍ୟରୁ ଜଣେ ଏହି ପରମ୍ପରା ମାନୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବିବାହ ପୂର୍ବରୁ ପାର୍ଟନରଙ୍କ ଏହି 7 ମେଡିକାଲ ଟେଷ୍ଟ କରାନ୍ତୁ, ନହେଲେ...

ଏହା ମଧ୍ୟ ପଢନ୍ତୁ: ଓଡ଼ିଶା ଭିତରେ ରୋମାଣ୍ଟିକ ସ୍ପଟ୍ ଖୋଜିଛନ୍ତି ? ଏହି ଖବର ପ୍ରେମୀଯୁଗଳଙ୍କ ପାଇଁ

ଏହା ମଧ୍ୟ ପଢନ୍ତୁ: ଅଟା ନୁହେଁ ଚାଉଳ ଚୂନାରେ ବନାନ୍ତୁ ନରମ ରୁଟି

(Disclaimer-ଏଠାରେ ଦିଆଯାଇଥିବା ସମସ୍ତ ସୂଚନା ମିଡିଆ ରିପୋର୍ଟ, ସାଧାରଣ ବିଶ୍ବାସ ଓ ସୂଚନା ଉପରେ ଆଧାରିତ । ଏହାକୁ ନେଇ ଇଟିଭି ଭାରତ କୌଣସି ସ୍ପଷ୍ଟୀକରଣ ଦିଏ ନାହିଁ ।)

Last Updated : Dec 4, 2024, 1:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.