ଓଡିଶା

odisha

ETV Bharat / lifestyle

ଆଜିର ରାଶିଫଳ: ପ୍ରତି କ୍ଷେତ୍ରରେ ସଫଳତା ପାଇବେ ଏହି ରାଶି - TODAY HOROSCOPE

ଆଜି ଆପଣଙ୍କ ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତିଙ୍କ ବଢ଼ିବ ଖର୍ଚ୍ଚ ? କେଉଁମାନେ ରହିବେ ସତର୍କ ? ପଢ଼ନ୍ତୁ ଆଜିର ରାଶିଫଳ

today horoscope
today horoscope (ETV Bharat Odisha)

By ETV Bharat Odisha Team

Published : Nov 29, 2024, 12:00 AM IST

ମେଷ:ପ୍ରିୟଜନଙ୍କୁ ପ୍ରଭାବିତ କରିବା ପାଇଁ ପ୍ରୟାସ କରିବେ । ଅଜଣା କାରଣରୁ ଆପଣ ନିଜ ଲୋକ ଓ ବନ୍ଧୁମାନଙ୍କ ନିକଟରେ ଅତ୍ୟଧିକ ଖୁସି ହେବେ ନାହିଁ । ରାତିରେ ସମସ୍ତେ ଏକାଠି ହେବାର ସମ୍ଭାବନା ସହ ନୂଆ ବନ୍ଧୁ ମଧ୍ୟ ପାଇପାରନ୍ତି । ସାମାଜିକ ସ୍ତରରେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ । ବୃତ୍ତିଗତ କ୍ଷେତ୍ରରେ କାର୍ଯ୍ୟ କରିବାରେ କୌଣସି ପ୍ରତିବନ୍ଧକ ନ ଆସି କାମ ସୁରୁଖୁରୁରେ ସମ୍ପନ୍ନ ହେବ ଏବଂ ଅର୍ଥଲାଭ ହୋଇପାରେ ।

today horoscope (ARIES)

ବୃଷ:ଆଶ୍ଚର୍ଯ୍ୟଜନକ ଭାବରେ ଆଜିର ଦିନ ଆପଣଙ୍କୁ ଅସୁବିଧାରେ ପକାଇପାରେ । ଯୋଜନାବଦ୍ଧ ଭାବରେ ଅଥବା ଅପ୍ରତ୍ୟାଶିତ ଭାବରେ କିଛି ହେବ ନାହିଁ । ସାରାଦିନ କଠିନ ପରିସ୍ଥିତିରେ ଉପର ତଳ ହେବେ କିନ୍ତୁ ଆପଣ ଧୈର୍ଯ୍ୟ ନ ହରାଇ ସ୍ୱାଭାବିକ ଭାବରେ ଶାନ୍ତ ରହିବେ । ଦିବସର ପ୍ରଥମାର୍ଦ୍ଧରେ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ । ଅଫିସରେ ଆପଣଙ୍କର ସହକର୍ମୀମାନେ ଆପଣଙ୍କୁ ସହଯୋଗ କରିବେ । ଆପଣଙ୍କ ପ୍ରତିଦ୍ୱନ୍ଦ୍ୱୀ ପରାଜୟ ବରଣ କରିବେ ।

today horoscope (TAURUS)

ମିଥୁନ: ଆଜି ନକ୍ଷତ୍ରଗଣ ଆପଣଙ୍କ ସପକ୍ଷରେ ନାହାନ୍ତି । ନିଜର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ନଜର ଦେବା ଆବଶ୍ୟକ ଯେହେତୁ ଆପଣ ସହଜରେ ପେଟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଗୃହର ଝଗଡା ଯୋଗୁଁ ବୃତ୍ତିରେ ଅଗ୍ରଗତି କରିବ ଅତ୍ୟନ୍ତ କଷ୍ଟକର ହୋଇପାରେ । ଆଜି ଦିନର କୁପ୍ରଭାବ ବିଦ୍ୟାର୍ଥୀମାନଙ୍କୁ ହଇରାଣରେ ପକାଇପାରେ । ଆପଣ ନିଜର ଅସ୍ଥିର ମନୋଭାବକୁ ପରିତ୍ୟାଗ କରନ୍ତୁ । ଅପ୍ରତ୍ୟାଶିତ ଭାବେ ଖର୍ଚ୍ଚାନ୍ତ ହୋଇପାରନ୍ତି, ତେଣୁ ନିଜର ଅର୍ଜିତ ଧନପ୍ରତି ସତର୍କ ରୁହନ୍ତୁ ।

today horoscope (GEMINI)

କର୍କଟ: ଅବାଞ୍ଛିତ ଘଟଣା ଓ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ । ଏହାଦ୍ୱାରା ଆପଣ ଦୁଃଖିତ ହେବେ, ତେବେ ଏଥିରୁ ଆପଣ ଶୀଘ୍ର ମୁକ୍ତ ହେବେ । ମାନସିକ ଚାପ ଆପଣଙ୍କ ମନ ଓ ଶରୀରକୁ ଚଳଚଞ୍ଚଳ କରିବ । ଏହାର କୁପ୍ରଭାବ ଯୋଗୁଁ ଆପଣ ଚିନ୍ତାଗ୍ରସ୍ତ ରହିବେ । ପରିବାରର ସଦସ୍ୟଙ୍କ ସହ ମତାନ୍ତର ଓ ମନୋମାଳିନ୍ୟ ଘଟିପାରେ, ତେଣୁ ସେମାନଙ୍କୁ ଶାନ୍ତ ମନରେ ବୁଝାବୁଝି କରି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଖର୍ଚ୍ଚର ପରିମାଣ ଅଶାତୀତ ଭାବରେ ବୃଦ୍ଧି ପାଇପାରେ ।

today horoscope (CANCER)

ସିଂହ:ପୁରୁଣା ସହଯୋଗୀଙ୍କ ସହ ମିଶି ଆଜିର ଦିନକୁ ଉପଭୋଗ କରନ୍ତୁ ଓ ନୂଆ ସମ୍ପର୍କ ଯୋଡ଼ନ୍ତୁ । ବନ୍ଧୁବାନ୍ଧବ ଆସିବାର ସମ୍ଭାବନା ଅଛି । ଆପଣଙ୍କର ପ୍ରଫୁଲ୍ଲ ମନ ଆପଣଙ୍କ ଘରକୁ ଆନନ୍ଦରେ ଭରି ଦେବା ସହ ଅତିଥିଙ୍କ ଆଗମନ ଏହାକୁ ଦ୍ୱିଗୁଣିତ କରିବ । ପ୍ରତି କ୍ଷେତ୍ରରେ ସଫଳତା ହାସଲ କରିବାରେ ସମର୍ଥ ହେବେ । ନିଜର ଏହି ନମ୍ର ଗୁଣ ଯୋଗୁଁ ପାରିବାରିକ ଜୀବନ ମଧୁମୟ ହେବ । ନିଜର ପ୍ରତିଦ୍ୱନ୍ଦ୍ବୀ ମାନେ ପରାଜିତ ହେବେ । ଏହା ଲୋକମାନଙ୍କ ସହ ରଖିଥିବା ଉତ୍ତମ ସମ୍ପର୍କର ପରିଣାମ ଅଟେ । ଭାବିଚିନ୍ତି କାର୍ଯ୍ୟ କରନ୍ତୁ ।

today horoscope (LEO)

କନ୍ୟା:ବ୍ୟବସାୟ ଓ ଅବସର ମଧ୍ୟରେ ସମନ୍ୱୟ ରହିବ । ଆଜି ଅନ୍ତହିନ ପାର୍ଟିରେ ଯୋଗଦାନ କରି ଆନନ୍ଦିତ ହେବେ ଓ ଆପଣଙ୍କ ଖର୍ଚ୍ଚରେ ମଧ୍ୟ ଵୃଦ୍ଧି ଘଟିପାରେ । ଧ୍ୟାନର ସହ ଖର୍ଚ୍ଚ କରନ୍ତୁ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ । ନିଜର ମେଧାବୀ ସାହାସ ବିଜ୍ଞଲୋକଙ୍କ ସହ ଆଲୋଚନା ଓ ତର୍କରେ ଉଚ୍ଚ ପ୍ରଶଂସିତ ହେବେ । ଏପରି ପ୍ରତିଦାନ ମିଳିବା ଫଳରେ ଆପଣ ଆମୋଦିତ ହେବେ । ଅର୍ଥଲାଭ ହେବ ଏବଂ ବ୍ୟବସାୟରେ ମଧ୍ୟ ଅନୁରୁପ ଲାଭବାନ ହେବେ ।

today horoscope (VIRGO)

ତୁଳା:ନାଟକୀୟ ଢଙ୍ଗରେ ଆପଣ ପ୍ରଦର୍ଶନର ନେତୃତ୍ୱ ନେବେ । ଆପଣଙ୍କ ଠାରୁ ଆଶା କରାଯାଇପାରେ ଯେ ଆପଣ ଅତି ଭଲ ପ୍ରଦର୍ଶନ କରିବେ ଯେଉଁଥିରେ ପରିବାର ପ୍ରତି ଆପଣଙ୍କର ସମର୍ପଣ ଭାବର ନିଦର୍ଶନ ମିଳିବ । କାର୍ଯ୍ୟରେ ନେଇଥିବା ସମସ୍ତ ନିଷ୍ପତି ସଫଳ ହେବେ । ଆପଣଙ୍କ ବ୍ୟବହାର ଏବଂ କଥାବାର୍ତ୍ତାରେ ମଧ୍ୟ ପରିବର୍ତ୍ତନ ଘଟିପାରେ । ଯେତେଦୂର ସମ୍ଭବ ଆପଣ କୌଣସି ଆଇନ ସମ୍ଵନ୍ଧୀୟ କାର୍ଯ୍ୟରେ ନିଜକୁ ଜଡିତ କରନ୍ତୁ ନାହିଁ । ନିଜେ ସାବଧାନ ରହିଲେ ପଛରେ ପଶ୍ଚାତାପ କରିବାକୁ ପଡିବ ନାହିଁ ।

today horoscope (LIBRA)

ବିଛା: ସମ୍ପର୍କ ଜୀବନର ସଂଯୋଗ ବିନ୍ଦୁ ଅଟେ । ନିକଟ ସମ୍ବନ୍ଧୀୟ ଆପଣଙ୍କ ଚାରିପାଖରେ ଥିବା ସମୟରେ ଆପଣଙ୍କ ତାଙ୍କ ପ୍ରତି ଥିବା ଭାବନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ସେମାନେ ଅତି ବିଶିଷ୍ଟ ଅଟନ୍ତି ଏପରି ଅନୁଭବ କରାନ୍ତୁ । ଆଜି ଏପରି ଘଟିପାରେ ଯେ ଆପଣଙ୍କ ଚତୁଃପାର୍ଶ୍ୱରେ ଥିବା ଲୋକମାନେ ଆପଣଙ୍କୁ ଅପଦସ୍ତ କରିପାରନ୍ତି । ଆପଣ ସେମାନଙ୍କୁ ସମ୍ଭାଳିବା କଷ୍ଟକର ହୋଇପଡିବ । ସେଥିପାଇଁ ସେମାନଙ୍କ ସହ ମାପିଚୁପି ବାର୍ତ୍ତାଳାପ କରନ୍ତୁ । ଏହା କଲେ ଆପଣ ନିଜର କ୍ରୋଧାନ୍ୱିତ ପ୍ରକୃତିକୁ ରୋକିବାରେ ସମର୍ଥ ହେବେ ।

today horoscope (SCORPIO)

ଧନୁ: ଆଜି ଆପଣଙ୍କ ଭାଗ୍ୟରେ ସୁଖ ସମୃଦ୍ଧିର ଯୋଗ ଅଛି । କାମରେ ଆସୁଥିବା ଅସୁବିଧାକୁ ଦୂର କରିବା ପାଇଁ ଆପଣଙ୍କ ନିକଟେରେ ଆକ ବିଶେଷ ଅଭିଜ୍ଞତା ଅଛି । ଆପଣଙ୍କର ଏହି ଦୃଷ୍ଟିଭଙ୍ଗୀ ଆପଣଙ୍କ ବନ୍ଧୁମାନଙ୍କର ମନ କିଣି ନିଏ । ନିଜ ବୃତ୍ତିରେ ବହୁ ପରିମାଣରେ ଉପକୃତ ହେବା ସହ ଆପଣଙ୍କର ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ଅଛି । ଦରମା ବୃଦ୍ଧି ମଧ୍ୟ ହୋଇପାରେ । ସାମାଜିକ କ୍ଷେତ୍ରରେ ଆପଣଙ୍କର ସୁନାମ ଓ ଖ୍ୟାତି ବୃଦ୍ଧି ପାଇବ ।

today horoscope (SAGITTARIUS)

ମକର:କର୍ମକ୍ଷେତ୍ରରେ ପୁରସ୍କାର ଓ ମାନ୍ୟତା ଉଭୟ ଆପଣଙ୍କୁ ଅପେକ୍ଷା କରିଛି । ତେବେ ବଡ଼ କଥା ହେଉଛି ସହକର୍ମୀମାନେ ଆପଣଙ୍କ ସଫଳତାରେ ଈର୍ଷାନ୍ୱିତ ହେବେ ନାହିଁ । ସେମାନେ ନୂଆ ପ୍ରକଳ୍ପ ପାଇଁ ଆପଣଙ୍କୁ ଉତ୍ସାହ ଓ ପ୍ରେରଣା ଯୋଗାଇବେ । ଯେଉଁମାନେ ଚାକିରି ପରିବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି, ସେମାନେ କିଛି ସମୟ ଅପେକ୍ଷା କରନ୍ତୁ । ଏହା ଉତ୍ତମ ସମୟ ନୁହେଁ । କୋର୍ଟ କଚେରୀ କାମକୁ ସାବଧାନତା ସହ ପରିଚାଳନା କରନ୍ତୁ । ଅଯଥା କାମରେ ବିଚଳିତ ହେବେ । ଶାରୀରିକ ସୁସ୍ଥତା ବଜାୟ ରହିବ ।

today horoscope (CAPRICORN)

କୁମ୍ଭ:ଆଜି ଆପଣଙ୍କର ଦିନ ନୁହେଁ । ଆଜି ଶାନ୍ତିପୂର୍ଣ୍ଣ ଵାତାଵରଣ ସୃଷ୍ଟି କରିବାରେ ଅସମର୍ଥ ହେବେ ଓ ପିଲାମାନେ ମଧ୍ୟ ଏହାକୁ ଅଧିକ କଷ୍ଟକର କରିବେ । ପାରିବାରିକ ବିବାଦ ହେବାର ମଧ୍ୟ ସମ୍ଭାଵନା ଅଛି ଓ ପଡ଼ୋଶୀ ନିଆଁରେ ଘିଅ ଢାଳିଲା ଭଳି କାମ କରିବେ । ଆର୍ଥିକ ଲାଭ ରହିବ ଆଇନ କାନୁନ ମାମଲାରୁ ଦୂରେଇ ରୁହନ୍ତୁ ।

today horoscope (AQUARIUS)

ମୀନ:ଆପଣ ଦୈନିକ ଦିନଚର୍ଯ୍ୟାକୁ ବ୍ୟବସ୍ଥିତ କରିବା ପାଇଁ ଅଧିକ ପରିଶ୍ରମ କରିବେ, ତେବେ ଭାଗ୍ୟ ଦୁର୍ଵଳ ଥିବାରୁ ଆପଣଙ୍କୁ ସଫଳତା ମିଳିବ ନାହିଁ । ଧୈର୍ଯ୍ୟ ହରାନ୍ତୁ ନାହିଁ, ସମୟକୁ ତା ବାଟରେ ଯିବାକୁ ଦିଅନ୍ତୁ ଓ ନିଜ ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ । ମଧ୍ୟାହ୍ନ ପରେ ଆପଣ ସ୍ୱାସ୍ଥ୍ୟରେ ସାମାନ୍ୟ ଅବନତି ଘଟିପାରେ । ପରିବାର ମଧ୍ୟରେ କୌଣସି ତର୍କବିତର୍କ ଆଲୋଚନା ନ କରିବା ଭଲ ଅଟେ । ନଚେତ ପରିବାରର ଜଣେ ସଦସ୍ୟଙ୍କ ବାର୍ତ୍ତାଳାପ ଆପଣଙ୍କୁ ଆଘାତ ଦେଇପାରେ । ଆର୍ଥିକ ସ୍ଥିତି ଦୁର୍ବଳ ରହିପାରେ ।

today horoscope (PISCES)

ABOUT THE AUTHOR

...view details