ମେଷ:ଆପଣଙ୍କୁ ସମାଜରୁ ପ୍ରେରଣା ମିଳିବ । ଅର୍ଥ ସମାଗମର ବାଟ ଖୋଲିଯିବ । ଜୀବନ ଖୁସି ଓ ସନ୍ତୋଷପୂର୍ଣ୍ଣ ରହିବ । ଆପଣ କୌଣସି ଜରୁରୀ କଥାବାର୍ତ୍ତାରେ ଭାଗ ନେବେ । କିନ୍ତୁ ନିଜ କଥା କହିବାରେ ସଂଯତ ରଖନ୍ତୁ । ବିଭିନ୍ନ ସୁଚିନ୍ତାଧାରାରେ ଆଜି ମଗ୍ନ ରହିବେ । ଯଦି ଏହାକୁ ଠିକରେ କାର୍ଯ୍ୟକାରୀ କରିପାରିବେ ତେବେ ଉପକାର ପାଇବେ । ଆପଣ ସମସ୍ତ ପ୍ରକାର ପ୍ରଶଂସା ଏବଂ ପୁରସ୍କାର ପାଇବେ । ସାମାଜିକ ସମ୍ପର୍କ ବଢିବ ।
ବୃଷ: ଆଜି ଦିନସାରା ଖୁସିରେ ରହିବେ । ଚିନ୍ତା ମୁକ୍ତ ରହିବେ । ଆପଣଙ୍କ ଇଚ୍ଛା ଅନୁସାରେ ସମସ୍ତ କାର୍ଯ୍ୟ ଠିକ ସମୟରେ ଶେଷ ହେବ । ଧନ ଲାଭ ହେବ । ଶେଷହୋଇନଥିବା କାମକୁ ସମାପ୍ତ କରିବେ । ମାତାପିତାଙ୍କ ଠାରୁ ସୁସମ୍ବାଦ ମିଳିବ । ଏହା ସହିତ ସେମାନଙ୍କଠାରୁ ଲାଭ ମଧ୍ୟ ପାଇବେ । ରୋଗୀମାନେ ରୋଗମୁକ୍ତ ହେବେ । ବନ୍ଧୁମାନେ ସାହାଯ୍ୟର ହାତ ବଢାଇବେ । ନୂଆ ଭାବରେ ପ୍ରାପ୍ତ ହୋଇଥିବା ଏକ ଖୁସି ଖବର ଆପଣଙ୍କ ପରିବାର ଏବଂ ଆପଣଙ୍କୁ ଅନେକ ଖୁସି ଏବଂ ଆନନ୍ଦ ଦେବ ।
ମିଥୁନ:ସପ୍ତାହ ସାରା ସ୍ତ୍ରୀ ଓ ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ବ୍ୟସ୍ତ ରହିବ । ବାଦ ବିବାଦ ଏବଂ ଯୁକ୍ତିତର୍କରୁ ଦୂରେଇ ରହନ୍ତୁ । ସମୟ ନଷ୍ଟ କରିବା ପାଇଁ କାହାରିକୁ ସୁବିଧା ଦିଅନ୍ତୁ ନାହିଁ । ସାଙ୍ଗଙ୍କ ପାଇଁ ଅର୍ଥ ଖର୍ଚ୍ଚ କରିବେ । ପେଟଜନିତ ଯନ୍ତ୍ରଣା ଭୋଗିବେ । ଯାତ୍ରା ବର୍ଜନୀୟ ଅଟେ । ଯଦି ଆପଣ କ୍ଲାନ୍ତ ଏବଂ ଶକ୍ତିହୀନ ଅନୁଭବ କରୁଛନ୍ତି, ତେବେ ଆପଣଙ୍କର ବର୍ତ୍ତମାନ ପରିସ୍ଥିତିକୁ ଆଉ ଥରେ ମୂଲ୍ୟାଙ୍କନ କରନ୍ତୁ । ଆପଣଙ୍କ ଦୃଷ୍ଟିକୋଣରେ ମଧ୍ୟ ହଠାତ୍ ପରିବର୍ତ୍ତନ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ, ଉଭୟ ଶାରିରୀକ ଏବଂ ମାନସିକ ଭଲ ରହିବ । କେତେକ ଭଲ ଖବର ଆପଣଙ୍କ ଅପେକ୍ଷାରେ ଅଛି ।
କର୍କଟ:ଖରାପ ଚିନ୍ତା ଆପଣଙ୍କ ଦୁଃଖର କାରଣ ହେବ । ନିଜକୁ ଶକ୍ତି ସାମର୍ଥ ଶୂନ୍ୟ ପରି ଭାବିବେ । ପାରିବାରିକ ଗଣ୍ଡଗୋଳ ଲାଗିରହିବ । ଖର୍ଚ୍ଚ ବଢିବ । ଏହାକୁ ରୋକିବାରେ ଅସଫଳ ହେବେ । ଚିନ୍ତା ମଗ୍ନ ରହିବା ସହିତ ଭଲରେ ଶୋଇପାରିବେ ନାହିଁ । ହୃଦୟ ଜନିତ ଯନ୍ତ୍ରଣା ପାଇବେ । ଯଦି ଆପଣ କ୍ଲାନ୍ତ ଏବଂ ଶକ୍ତିହୀନ ଅନୁଭବ କରୁଛନ୍ତି, ତେବେ ଆପଣଙ୍କର ବର୍ତ୍ତମାନ ପରିସ୍ଥିତିକୁ ଆଉ ଥରେ ମୂଲ୍ୟାଙ୍କନ କରନ୍ତୁ ।
ସିଂହ: ଦିନସାରା ଆନନ୍ଦମୟ ଓ ଶାନ୍ତିପୂର୍ଣ୍ଣ ରହିବ । ପ୍ରେମ ସମ୍ପର୍କରେ ନିଜ ସାଥୀଙ୍କ ସହ ସମ୍ପର୍କ ଦୃଢ ରହିବ । ପ୍ରତିଟି ସମ୍ପର୍କର ମହତ୍ତ୍ବ ବୁଝି ପାରିବେ । ପାଖରେ ଥିବା ପରିଦର୍ଶନ ସ୍ଥଳ ବୁଲିଯାଇପାରନ୍ତି । ଚିନ୍ତା ଦୂର ହେବ ଓ କାର୍ଯ୍ୟରେ ସଫଳ ହେବେ । ଧର୍ମସ୍ଥାନକୁ ଯାତ୍ରାରେ ଯାଇପାରନ୍ତି । ବିଦେଶରେ ଥିବା ଆପଣଙ୍କର ପ୍ରିୟଜନଙ୍କଠାରୁ କିଛି ଖବର ଆଶା କରିପାରନ୍ତି । ଆଜି ଆପଣ ନିର୍ଦ୍ଦିଷ୍ଟ କାମରେ ଲକ୍ଷ୍ୟ ରଖିବେ ।
କନ୍ୟା: ପରିବାରରେ ଶାନ୍ତ ବାତାବରଣ ରହିବ । ମଧୁର କଥା କହି ସବୁ କାମ ସଫଳତାର ସହିତ ଶେଷ କରିବେ । କୌଣସି ସୂକ୍ଷ୍ମ ବିଚାର ନକରିବା ପାଇଁ ଚେଷ୍ଟା କରିବେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଭ୍ରମଣରେ ଯାଇପାରନ୍ତି । ଜଗିରଖି ଖର୍ଚ୍ଚ କରନ୍ତୁ । ଛାତ୍ର ପାଠପଢାରେ ଦୁର୍ବଳ ହେବେ । ଭଲ ସଂପର୍କ ରଖିବାର ଲାଭ ଆପଣ ଆଜି ଅନୁଭବ କରିପାରିବେ । ଯେତେବେଳେ ଆପଣ ଲୋକମାନଙ୍କର ପ୍ରଶଂସା ପାଇବେ । ଆପଣଙ୍କୁ ନ୍ୟସ୍ତ କରାଯାଇଥିବା କାର୍ଯ୍ୟ ଆପଣ ସମୟ ପୁର୍ବରୁ ସମାପ୍ତ କରିପାରିବେ ।
ତୁଳା:ଆର୍ଥିକ ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ । ନୂତନ କାମ କରିବାର ସୁଯୋଗ ମିଳିପାରେ । ଦେହ ଓ ମନ ସୁସ୍ଥ ରହିବ । ନିଷ୍ଠାର ସହିତ ଠିକ ସମୟରେ କାର୍ଯ୍ୟ ଶେଷ କରିବେ । ନିଜ ଉପରେ ଭରସା ବଢିବ । ମୌଜମଜଲିସରେ ଅନେକ ଅର୍ଥ ସାରିବେ । ଭଲ ପ୍ରଭାବରୁ ଆପଣ ଆଜି ସୃଜନଶୀଳ ହେବେ ଏବଂ ଏହି ଗୁଣ ଦ୍ୱାରା ଅନ୍ୟମାନଙ୍କୁ ସହଜରେ ପ୍ରଭାବିତ କରିପାରିବେ । ଆପଣଙ୍କର ଶାରୀରିକ ଏବଂ ମାନସିକ ଶକ୍ତି ବଦଳିଯାଇପାରେ ଏବଂ ଯାହାକି ପରିବେଶକୁ ବଦଳାଇ ଦିଏ । ଯଶ ଖ୍ୟାତି ଅର୍ଜିବା ସହ ସୁସ୍ୱାଦୁ ଜିନିଷ ଖାଇପାରନ୍ତି ।
ବିଛା:ଆପଣ ନିଜର କ୍ରୋଧ ନିୟନ୍ତ୍ରଣ କରନ୍ତୁ । ରାଗ ସମୟରେ କଥାବାର୍ତ୍ତାରେ ସଂଯମତା ଅବଲମ୍ଵନ କରନ୍ତୁ । ମସ୍ତିଷ୍କରେ ବିଭିନ୍ନ ଚାପ ଯୋଗୁଁ ସବୁବେଳେ ଉତ୍କଣ୍ଠିତ ରହିବେ । ଶାରୀରିକ ଅସୁସ୍ଥତା ମଧ୍ୟ ମନକୁ ବିବ୍ରତ କରିପାରେ । ଗାଡି ଚଳାଇବା ବେଳେ ସତର୍କତା ଅବଲମ୍ୱନ ନକଲେ ଦୁର୍ଘଟଣା ଘଟିବାର ଆଶଙ୍କା ଅଛି । କୌଣସି ନିଜର ଅଙ୍ଗରେ ଅସ୍ତ୍ରୋପଚାର କରିବାର ଥିଲେ ମଧ୍ୟ କରନ୍ତୁ ନାହିଁ । ପରିବାର ଓ ପ୍ରିୟଜନଙ୍କ ସହ ଆମୋଦ ପ୍ରମୋଦ କରିପାରନ୍ତି । ଆଇନ ସମ୍ପନ୍ଧୀୟ କାର୍ଯ୍ୟରେ ସତର୍କତା ଅବଲମ୍ୱନ କରିବା ଉଚିତ । ଦିନଟି ମଉଜ ମଜଲିସରେ କାଟିପାରନ୍ତି ।
today horoscope (SCORPIO) ଧନୁ:ଆଜି ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ଅଟେ । ଆପଣଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ । ସାମାଜିକ ତଥା ବ୍ୟକ୍ତିଗତ ଜୀବନରେ ସୁଫଳ ପ୍ରାପ୍ତି ଯୋଗ ଅଛି । ପ୍ରିୟଜନଙ୍କ ସହ ଆପଣ ପରିଭ୍ରମଣ କରି ମୌଜମଜଲିସରେ ସମୟ ଅତିବାହିତ କରିପାରନ୍ତି । ଆପଣଙ୍କ ପାରିବାରିକ ଜୀବନରେ ଶାନ୍ତି ପାଇବେ । ଯେଉଁ ଯୁବକ ଯୁବତୀ ବିବାହ ପାଇଁ ଲାଳାୟିତ ସେମାନେ ନିଜର ପସନ୍ଦ ମୁତାବକ ଜୀବନସାଥୀ ପାଇବେ ।
today horoscope (SAGITTARIUS) ମକର: ଆଜି ବ୍ୟବସାୟରୁ ଅଧିକ ଲାଭ ପାଇବେ । ଆଜି ଉଧାର ଯାଇଥିବା ଅର୍ଥ ହସ୍ତଗତ ହେବା ସହ ଭ୍ରମଣରୁ ଓ ଅନ୍ୟାନ୍ୟ ଦିଗରୁ ମଧ୍ୟ ଅର୍ଥ ପାଇବେ । ସରକାରୀ ତଥା ବନ୍ଧୁବନ୍ଧବଙ୍କ ଠାରୁ ସହାୟତା ମିଳିବ । ପ୍ରିୟଜନ ଉପହାର ଦେଇ ଚକିତ କରିବେ । ନିଁଆ, ପାଣି ଏବଂ ଦୁର୍ଘଟଣା ପାଇଁ ସତର୍କ ରୁହନ୍ତୁ । ବ୍ୟବସାୟିକ କାମରେ ବହୁତ ଏପଟ ସେପଟ ହୋଇପାରନ୍ତି । ପିଲାଙ୍କ ପାଠପଢାର ଅଭିବୃଦ୍ଧିକୁ ପରିଲକ୍ଷିତ କରିବେ ।
today horoscope (CAPRICORN) କୁମ୍ଭ:ଆଜି ମିଶ୍ରିତ ଫଳ ମିଳିବ । ମନ ଭଲ ରହିବ । ମାତ୍ରାଧିକ କାମ ପାଇଁ ଅଧିକ ବଳ ହେବନି । ଉପରିସ୍ଥ ଅଧିକାରୀ କାମରେ ଅସନ୍ତୁଷ୍ଟ ହେବେ । କିଛି ବଡଧରଣର ବିକ୍ରି କରିପାରନ୍ତି । ଯାତ୍ରା କରିପାରନ୍ତି । ବିଦେଶରୁ ଖବର ପାଇବେ । ପିଲାମାନେ ଚିନ୍ତାର କାରଣ ହେବେ । ଆପଣ ଆପଣଙ୍କ ପରିବାର ସହ ଖୁସି ବାଣ୍ଟି ପାରିବେ ଏବଂ ସାନ ଭାଇ ଭଉଣୀ ମାନଙ୍କ ସହ ଭଲ ସମୟ ବିତାଇ ପାରିବେ ଯାହାକି ଆପଣଙ୍କ ଦିନକୁ ଆହୁରି ଆନନ୍ଦମୟ କରିବ । ଏଥିସହ ଆପଣ ଗୋଟିଏ ଛୋଟ ଯାତ୍ରାର ଆୟୋଜନ କରିପାରନ୍ତି ତାହା ଆହୁରି ଆନନ୍ଦମୟ ରହିବ ।
today horoscope (AQUARIUS) ମୀନ: ଆଜି ଭାଗ୍ୟ ଓ ସ୍ୱାସ୍ଥ୍ୟ ପାଇଁ ମଧ୍ୟମ ଦିନ ଅଟେ । ପରିଶ୍ରମ ବହୁଳ କାର୍ଯ୍ୟ କରନ୍ତୁ ନାହିଁ । ରକ୍ଷା ପାଇବା ପାଇଁ କିଛି ବାଟ ନାହିଁ । ମାତ୍ର ପରିଶ୍ରମର ଫଳ ମିଠା ଅଟେ । ସ୍ୱାସ୍ଥ୍ୟ ଓ ଖର୍ଚ୍ଚରେ ଯତ୍ନଶୀଳ ହୁଅନ୍ତୁ । ସାମାନ୍ୟ ବିଶ୍ୱାସ ଭଗବାନଙ୍କ ଉପରେ ରଖନ୍ତୁ । ଆପଣଙ୍କ ଦିନଟିକୁ ଭଲରେ ପରିଣତ କରିବ । ଶାରିରୀକ ଚିକିତ୍ସା ନିମନ୍ତେ ଖର୍ଚ୍ଚାନ୍ତ ହେବାକୁ ପ଼ଡିପାରେ । ଆପଣ ଆଶ୍ୱସ୍ଥି ଅନୁଭବ କରିପାରନ୍ତି । ମୂଲ୍ୟହିନ ଚିନ୍ତା ଆପଣଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିପାରେ ।