Skin Care Tips:ସୁନ୍ଦର, ଚମକଦାର ତ୍ବଚା କାହାକୁ ବା ଲୋଡା ନାହିଁ । ଖାସ୍ କରି ପୂଜାପାର୍ବଣରେ ସମସ୍ତେ ଆକର୍ଷଣୀୟ ଦିଶିବାକୁ ଚାହାଁନ୍ତି । ଏଥିପାଇଁ ବଜାରରୁ ନାନା ପ୍ରକାର ବ୍ୟୁଟି ପ୍ରଡକ୍ଟ ଆଣି ବ୍ୟବହାର କରନ୍ତି । ହେଲେ ଏହି ପୂଜାପାର୍ବଣର ଧାଁ ଦୌଡ ଏବଂ ଖାଦ୍ୟପେୟ କାରଣରୁ ଚେହେରା ଉପରେ ପ୍ରଭାବ ପଡିଥାଏ । ଏଥିରେ ତ୍ବଚାର ଚମକ କମିଯାଏ, ଦାଗ ବ୍ରଣ, ଡ୍ରାଏ ସ୍କିନ ଭଳି ସମସ୍ୟା ହେବାକୁ ଲାଗିଥାଏ । ତେଣୁକରି ଏହି ସମୟରେ ନିଜ ତ୍ବଚାର ବିଶେଷ ଯତ୍ନ ନେବା ଜରୁରୀ ।
ଉତ୍ତରାଖଣ୍ଡର ଡର୍ମେଟୋଲୋଜିଷ୍ଟ ଡଃ ଆଶା ସକଲାନୀ କହିଛନ୍ତି, ''ପୂଜାପାର୍ବଣ ସମୟରେ ତ୍ବଚାକୁ ସଫାସୁତୁରା ଓ ଚମକଦାର ରଖିବା କଷ୍ଟକର ହୋଇଥାଏ । ହେଲେ ଯଦି ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ସହିତ ଡିପ୍ କ୍ଲିନିଂ, ହାଇଡ୍ରେସନ, ମେକଅପ୍ ରିମୁଭିଂ ସହ ଜଡିତ ଜରୁରୀ ସାବଧାନତା ପାଳନ କରିବେ ତାହେଲେ ତ୍ବଚାର ଗ୍ଲୋ ବଜାୟ ରଖିପାରିବେ ।''
କେମିତି ନେବେ ତ୍ବଚାର ଯତ୍ନ:
ହାଇଡ୍ରେଟ ରୁହନ୍ତୁ: ଗ୍ଲୋଇଂ ସ୍କିନ ପାଇଁ ହାଇଡ୍ରେଟ ରହିବା ଜରୁରୀ । ଏଥିପାଇଁ ପର୍ଯ୍ୟାପ୍ତ ପାଣି ପିଅନ୍ତୁ । ଦିନରେ ଦୁଇଥର ମଇଶ୍ଚରାଇଜର ଲଗାନ୍ତୁ । ଏଥିରେ ତ୍ବଚା ନରମ ଓ ମୁଲାୟନ ରହେ ।
ଡିପ୍ କ୍ଲିନିଙ୍ଗ: ତ୍ବଚାକୁ ଭଲ ଭାବେ ସଫା କରନ୍ତୁ । ସପ୍ତାହକୁ ଥରେ ସ୍କ୍ରବ ବ୍ୟବହାର କରନ୍ତୁ ଯାହାଫଳରେ ତ୍ବଚାରୁ ଡେଡ୍ ସେଲଗୁଡିକ ବାହାରିଯିବ । ସ୍କ୍ରବ ପରେ ତ୍ବଚାକୁ ମଇଶ୍ଚରାଇଜ କରିବାକୁ ଭୁଲିବେନି । ଯେତେବେଳେ ବି ବାହାରୁ ଘରକୁ ଫେରୁଛନ୍ତି, ମୁହଁରେ ଲଗାଇଥିବା ମେକଅପ୍, ଧୂଳି, ପ୍ରଦୂଷଣ ହଟାଇବାକୁ ଭଲ ଭାବେ ସଫା କରନ୍ତୁ । ଏଥିପାଇଁ ଆପଣ ମେକଅପ୍ କ୍ଲିନିଂ ଅଏଲ କିମ୍ବା କ୍ରିମ ସହ ଫେସୱାସ ବ୍ୟବହାର କରିପାରିବେ ।
ଫେସପ୍ୟାକ ଲଗାନ୍ତୁ: ନିଜ ସ୍କିନ ଅନୁସାରେ ମୁହଁରେ ଫେସପ୍ୟାକ ଲଗାନ୍ତୁ । ଆପଣ ଚାହିଁଲେ ଘରୋଇ ଫେସପ୍ୟାକ ଯେମିତି- ବେସନ, ଦହି, ହଳଦୀକୁ ମିଶାଇ ଏହି ପେଷ୍ଟ ଲଗାନ୍ତୁ । ଏହା ତ୍ବଚାରେ ପ୍ରାକୃତିକ ଗ୍ଲୋ ଆଣିଥାଏ ।