ଓଡିଶା

odisha

ETV Bharat / lifestyle

ମଦ ପିଉଛନ୍ତି କି ? କାହିଁକି ଖାଇବା ଜରୁରୀ କଞ୍ଚାଲଙ୍କା , ଜାଣନ୍ତୁ କାରଣ ? - BENEFITS OF GREEN CHILLIES

ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ଲିଭର ଉପରେ ପଡ଼ିପାରେ ପ୍ରଭାବ । ଖାଦ୍ୟରେ କଞ୍ଚାଲଙ୍କା ସାମିଲ କରିବାକୁ ବୈଜ୍ଞାନିକଙ୍କ ପରାମର୍ଶ ।

BENEFITS OF GREEN CHILLIES
BENEFITS OF GREEN CHILLIES (FREEPIK)

By ETV Bharat Odisha Team

Published : Dec 30, 2024, 3:50 PM IST

ହାଇଦ୍ରାବାଦ: ମଦ୍ୟପାନ କରିବା ଆଜିର ସମୟରେ ଏକ ଟ୍ରେଣ୍ଡ ପାଲଟିଛି । ଯୁବକଙ୍କଠାରୁ ଆରମ୍ଭ କରି ବୃଦ୍ଧ ଓ ପୁରୁଷଙ୍କଠାରୁ ମହିଳା ପର୍ଯ୍ୟନ୍ତ ସମସ୍ତେ ମଦ୍ୟପାନ କରିବା ଏକ ପ୍ରକାର ସାଧାରଣ କଥା ‌ହୋଇଯାଇଛି । ଏକଥା ସମସ୍ତଙ୍କୁ ଜଣା ଯେ, ମଦ୍ୟପାନ କରିବା ସ୍ବାସ୍ଥ୍ୟ ପକ୍ଷରେ ହାନିକାରକ । ମଦ୍ୟପାନ କରିବା ଦ୍ବାରା ଲିଭରରେ ଜ୍ବଳନ ହେବା ସହ ଏହା ବଡ଼ ହେବାକୁ ଲାଗେ । ଏହାସହ ଲିଭର ସେଲରେ ଚର୍ବି ଜମା ହୋଇପାରେ । ଏମିତି ସ୍ଥିତି ଉପୁଜେ ଯେ, ମଦ୍ୟକୁ ସମ୍ପୂର୍ଣ୍ଣ ଭାବେ ଛାଡ଼ିବାକୁ ପଡ଼ିଥାଏ । ତେବେ ଏମିତି କିଛି ଉପାୟ ଅଛି, ଯାହାଦ୍ବାରା ଜଣେ ବ୍ୟକ୍ତି ମଦ୍ୟପାନ କରିବା ପରେ ମଧ୍ୟ ଲିଭରର କୌଣସି କ୍ଷତି ନହେବା ସହ ଜଣେ ସୁସ୍ଥ ଜୀବନ ଜିଇଁ ପାରିବ ।

ଖାଇବାରେ ସାମିଲ କରନ୍ତି କଞ୍ଚା ଲଙ୍କା:

ମଦ ପିଇବା ସ୍ବାସ୍ଥ୍ୟ ପାଇଁ ବିପଦଜ୍ଜନକ ଜାଣିବା ପରେ ମଧ୍ୟ ଅନେକଙ୍କ ପକ୍ଷରେ ଏହି ନିଶା ଛାଡ଼ିବା କଷ୍ଟକର ହୋଇଥାଏ । ଯଦି ଏସବୁ ଜାଣିବା ପରେ ମଧ୍ୟ ଆପଣ ମଦ ପିଇବା ଛାଡ଼ି ପାରୁନାହାନ୍ତି ତେବେ ଖାଦ୍ୟରେ କଞ୍ଚା ଲଙ୍କା ସାମିଲ କରନ୍ତୁ । ଯଦି ମଦ୍ୟପାନ କରିବା ସତ୍ତ୍ବେ ଲିଭରର କୌଣସି କ୍ଷତି ନକରି ଏକ ସୁସ୍ଥ ଜୀବନ ବଞ୍ଚିବା ପାଇଁ ଚାହୁଁଛନ୍ତି ତେବେ ଖାଦ୍ୟରେ କଞ୍ଚା ଲଙ୍କା ସାମିଲ କରିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

ଲିଭରକୁ ମିଳିବ ସୁରକ୍ଷା:

NIH ୱେବ ସାଇଟରେ ପ୍ରକାଶିତ ଏକ ରିସର୍ଚ୍ଚ ତଥ୍ୟ ଅନୁଯାୟୀ, ଏହା ପ୍ରମାଣିତ ହୋଇଛି ଯେ, ମଦ୍ୟପାନ କରୁଥିବା ବ୍ୟକ୍ତି କଞ୍ଚା ଲଙ୍କା ଖାଇବା ଦ୍ବାରା ମଦର କୌଣସି ଖରାପ ପ୍ରଭାବ ଲିଭର ଉପରେ ପଡେ ନାହିଁ ବରଂ ଲିଭରକୁ ସୁରକ୍ଷା ମିଳିଥାଏ । କାରଣ କଞ୍ଚା ଲଙ୍କାରେ ଥିବା କ୍ୟାପ୍ସାଇସିନରେଆଣ୍ଟି ଅକ୍ସିଡାଣ୍ଟ ଓ ଆଣ୍ଟି-ଇଫ୍ଲାମେଟୋରୀଗୁଣ ରହିଥାଏ । ଏହି ଗୁଣ ମଦ୍ୟପାନ ଦ୍ବାରା ଶରୀରରେ ହେଉଥିବା କ୍ଷତିକୁ ହ୍ରାସ କରିଥାଏ । ଅର୍ଥାତ ମଦ୍ୟପାନ କରୁଥିବା ବ୍ୟକ୍ତିମାନେ କଞ୍ଚାଲଙ୍କା ଖାଇବା ଉଚିତ । ଏହାସହ ସିମଲା ମିର୍ଚି (bell peppers) ଓ ଶୁଖିଲା ଲଙ୍କା ମଧ୍ୟ ଖାଇପାରିବେ । ମାତ୍ର ଶରୀରର ଆବଶ୍ୟକତା ଅନୁସାରେ ଖାଇବା ଉଚିତ ।

ରିସର୍ଚ୍ଚ ଅନୁସାରେ, ସାଲାଡ କିମ୍ବା ଅନ୍ୟ ଖାଦ୍ୟ ସହ କଞ୍ଚା ଲଙ୍କା ମିଶାଇ ଖାଇବା ଲାଭଦାୟକ ହୋଇଥାଏ । ମଦ୍ୟପାନ କରିବା ଦ୍ବାରା ଏହା ଶରୀରରେ ପ୍ରତିକ୍ରିୟାଶୀଳ ଅମ୍ଳଜାନ ସୃଷ୍ଟି ହୋଇଥାଏ । ଯାହା ଲିଭର ସେଲ୍‌କୁ କ୍ଷତି ପହଞ୍ଚାଇଥାଏ । କ୍ୟାପ୍ସାଇସିନଏଥିରୁ ରକ୍ଷା କରିବା ସହ ଲିଭରକୁ ସୁରକ୍ଷା ଦେଇଥାଏ । ତେବେ ଏକ ଅଧ୍ୟୟନରେ ମୂଷାମାନଙ୍କୁ ନେଇ କରାଯାଇଥିବା ରିସର୍ଚ୍ଚ ବେଳେ ଏହା ପ୍ରମାଣିତ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଧୂମପାନ ଛାଡିବାକୁ ଚାହୁଁଛନ୍ତି ହେଲେ ପାରୁନାହାନ୍ତି ? ଆଜିଠୁ କରନ୍ତୁ ଏହି କାମ

ଏହା ମଧ୍ୟ ପଢ଼ନ୍ତୁ...ଦାଗହୀନ ଚମକଦାର ଚେହେରା ଚାହୁଁଛନ୍ତି ? ହଳଦୀରେ ମିଶାଇ ଲଗାନ୍ତୁ ଏହି ଜିନିଷ

ଏହି ଅଧ୍ୟୟନର ରେଜଲ୍ଟ 'କାନାଡିୟାନ ଜର୍ଣ୍ଣାଲ ଅଫ୍‌ ସାଇକୋଲୋଜି ଆଣ୍ଡ ଫାର୍ମାକୋଲୋଜି (CJPP)' (Canadian Journal of Physiology and Pharmacology (CJPP)) ବୈଜ୍ଞାନିକ ପତ୍ରିକାରେ ପ୍ରକାଶ ପାଇଛି । ଏହି ଅଧ୍ୟୟନର ନେତୃତ୍ବ CSIRIICTର ପ୍ରମୁଖ ବୈଜ୍ଞାନିକ ଡ଼ଃ ସିସ୍ଟଲା ରାମକୃଷ୍ଣ ନେଇଥିବା ବେଳେ ଏହାର କୋ-ଅଥର ଆନ୍ଧ୍ର ବିଶ୍ବବିଦ୍ୟାଳୟର ଫାର୍ମାସୀ କଲେଜର ଆସିଷ୍ଟାଣ୍ଡ ପ୍ରଫେସର ଡ଼ଃ କେ.ଈଶ୍ବର କୁମାର ଓ ରିସର୍ଚ୍ଚ ଛାତ୍ର ମେଘନା କୋନେରୁଙ୍କ ଦ୍ବାରା କରାଯାଇଥିଲା ।

ମଦ୍ୟପାନ ଦ୍ବାରା ହେଉଥିବା କ୍ଷତି:

  • ମଦ୍ୟପାନ ଲିଭର ସେଲ ଉପରେ ପ୍ରଭାବ ପକାଏ ।
  • ମଦ ସିଧାସଳଖ ଭାବରେ ମାଇଟ୍ରୋକଣ୍ଡିଆ ଉପରେ ପ୍ରଭାବ ପକାଇଥାଏ । ଯାହା ସେଲର ପାୱର ହାଉସ ( Powerhouse of the Cells) ।
  • ମଦ୍ୟପାନ ଦ୍ବାରା ମାନସିକ ଓ ଶାରୀରିକ ଭାବବରେ ଶରୀର ଉପରେ ପ୍ରଭାବ ପକାଏ ।

Disclaimer: (ଏଠାରେ ଦିଆଯାଇଥିବା ସମସ୍ତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ କେବଳ ଆପଣଙ୍କ ପରାମର୍ଶ ପାଇଁ । ବୈଜ୍ଞନିକ ଅନୁସନ୍ଧାନ, ଅଧ୍ୟୟନ ଉପରେ ଆଧାରିତ । ଏହି ନିୟମାବଳୀକୁ ଅନୁସରଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । )

ABOUT THE AUTHOR

...view details