ମେଷ: ଦିନଟି ମିଶ୍ରିତ ଫଳଯୁକ୍ତ ଅଟେ । ଶରୀର ଓ ମନ କାର୍ଯ୍ୟ କରିବାକୁ ସମର୍ଥ ହେବ ନାହିଁ । ବ୍ୟସ୍ତ ବହୁଳ, ଆଳସ୍ୟ ଭରି ରହିବ । ଦିନଟିରେ ଚିନ୍ତା ବଢିପାରେ ଯାହା କର୍ମକ୍ଷେତ୍ରରେ କୁପ୍ରଭାବ ପକାଇବ । ଆପଣ ଯଦି କିଛି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଚାହୁଁଥାନ୍ତି କିମ୍ଵା ନୂତନ କାର୍ଯ୍ୟର ଶୁଭାରମ୍ଭ କରିବାକୁ ମନସ୍ଥ କରିଛନ୍ତି, ତାହା ହେଲେ ଏହି ସନ୍ଧ୍ୟାଟି ଆପଣଙ୍କ ପାଇଁ ସର୍ବୋତ୍କୃଷ୍ଟ ଅଟେ । ସୁନ୍ଦର ଭାବରେ ଓ ଢଙ୍ଗରେ ସାହାଯ୍ୟ ମାଗିଲେ ସୁଫଳ ପ୍ରାପ୍ତି ହେବ । ଭାବିଥିବା କାର୍ଯ୍ୟ ହାସଲ ହେବ । ଦେବ ଦର୍ଶନ ଯୋଗ ଅଛି । ମନ ଯୋଗ ସହ କାର୍ଯ୍ୟ କରନ୍ତୁ ସୁଫଳ ମିଳିବ ।
ବୃଷ: ସାବଧାନତା ଅବଲମ୍ବନ କରନ୍ତୁ । ନୂତନ କାର୍ଯ୍ୟାରମ୍ଭ କରିବା ମନା । ଦେହ ଭଲ ରହିବ ନାହିଁ । ଖାଦ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ବ୍ୟସ୍ତତା ଓ ଦେହ ପୀଡାରେ କଷ୍ଟ ପାଇବେ । କାର୍ଯ୍ୟସ୍ଥଳରେ ଅଳସୁଆ ହେବେ । ଯାତ୍ରା ଶୁଭ ଅଟେ । ଅଧିକ ସମୟ ଦେବ ଦର୍ଶନରେ ଅତିବାହିତ କରନ୍ତୁ । ଶାରିରୀକ ସ୍ୱାସ୍ଥ୍ୟ ଏବଂ ମାନସିକ ଶାନ୍ତିର ଆଶୀର୍ବାଦ ଆପଣଙ୍କ ପ୍ରତି ରହିବ ଏବଂ ଆପଣଙ୍କ ପ୍ରିୟଜନ ଏବଂ ପ୍ରେମିକାଙ୍କ ସହିତ ଏହି ଉପକାର ବହୁଳ ଭାବରେ ସେୟାର କରିବେ ।
ମିଥୁନ:ଗୁପ୍ତ କାର୍ଯ୍ୟ ସିଦ୍ଧି ଓ ମନ ଭଲ ରହିବ । ଭିନ୍ନ ଭିନ୍ନ ଲୋକଙ୍କ ସହ ମିତ୍ରତା ବଢିବ । ସ୍ତ୍ରୀ ପିଲାଙ୍କ ସହ ସୁନ୍ଦର ଯାତ୍ରା କରିବେ । ନୂତନ ବସ୍ତ୍ର ପରିଧାନ କରିବେ । ପ୍ରେମ ବାଣରେ ଆଜି କାହାକୁ ବଶିଭୂତ କରିପାରନ୍ତି । ଶାରୀରିକ ସୁସ୍ଥତା, ସାମାଜିକ ପ୍ରତିଷ୍ଠା ଓ ଖ୍ୟାତି ବଢିବ । ଶାରୀରିକ ସମ୍ୱନ୍ଧ ମଧୁରମୟ ହେବ । ଆପଣଙ୍କର ସହକର୍ମୀ ଏବଂ ଉପରିସ୍ଥ କର୍ମଚାରୀମାନେ ନୈରାଶ୍ୟ ହୋଇପାରନ୍ତି । ଆପଣଙ୍କର ପୁଞ୍ଜିରୁ କିଛି ଧନ ବାଜେ ଖର୍ଚ୍ଚରେ ଲାଗିପାରେ । କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ସିଦ୍ଧାନ୍ତ ଆଜି ନିଅନ୍ତୁ ନାହିଁ ।
କର୍କଟ: ଦିନଟି ଶୁଭ ଫଳ ଦାୟକ ଅଟେ । ପାରିବାରିକ ସମ୍ପର୍କ ଭଲ ରହିବ । କିଛି ଶୁଭ ଫଳ ପାଇବେ । ଯାହା କରିବେ ଯଶ ପାଇବେ, ଶରୀର ସୁସ୍ଥ ରହିବ । ସ୍ତ୍ରୀ ପିଲାଙ୍କ ସହ ସୁନ୍ଦର ସମୟ ଅଟେ । ଚାକିରି କ୍ଷେତ୍ରରେ ଉନ୍ନତି । ଉପରିସ୍ଥ କର୍ମଚାରୀଙ୍କ ଦ୍ୱାରା ଉପକୃତ ହେବେ । ସ୍ତ୍ରୀ ସାଙ୍ଗ ମାନଙ୍କ ସହ ମଧୁର ସମ୍ପର୍କ । ଶତୃ ପରାଜୟ ହେବେ । ପ୍ରାର୍ଥନା କରିବା, ଧର୍ମ ଗ୍ରନ୍ଥ ପଡିବା, ମନ୍ତ୍ର ଉଚ୍ଚାରଣ କରିବା କିମ୍ୱା ଅନ୍ୟ କୌଣସି ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ନିଜକୁ ନିୟୋଜିତ କରିପାରିଲେ ଆପଣ ମାନସିକ ଶାନ୍ତି ପାଇପାରନ୍ତି ।
ସିଂହ:ଦିନଟି ଖୁସିରେ କଟିବ । ଉଚ୍ଚ ଚିନ୍ତା ଶକ୍ତି ହେବ । ପ୍ରେରଣା ପାଇବେ ନୂତନ କବିତା ଲେଖିବା ପାଇଁ । ପ୍ରେମାଳାପ ମଧୁର ଫଳ ଯୁକ୍ତ ହେବ । ପିଲାଙ୍କ ପ୍ରଗତିରେ ସୁଫଳ ପ୍ରାପ୍ତି । ପିଲାମାନେ ପାଠପଢାରେ ଉଚ୍ଚ ଫଳ ଯୁକ୍ତ ହେବେ । ସାଙ୍ଗ ତଥା ସ୍ତ୍ରୀ ମାନଙ୍କ ଠାରୁ ଲାଭ ହେବ । କିଛି ଆୟୋଜକ ଭାବରେ କାମ କରିପାରନ୍ତି । ନୂଆ ପ୍ରକଳ୍ପ କିମ୍ୱା ନୂଆ କାର୍ଯ୍ୟ ହାତକୁ ନିଅନ୍ତୁ ନାହିଁ । ଆଜି ଦିନ ସେଥିପାଇଁ ଅନୁକୂଳ ନୁହେଁ । ଆର୍ଥିକ କାରାବାର ବେଳେ ସତର୍କ ରୁହନ୍ତୁ ।
କନ୍ୟା: ଆଜି ଦିନ ଆପଣଙ୍କ ସପକ୍ଷରେ ନାହିଁ । ଶାରିରୀକ ଭାବରେ ଆପଣ ଆଶାବାଦୀ ଅନୁଭବ କରି ନପାରନ୍ତି । ବ୍ୟସ୍ତତା ଆପଣଙ୍କ ମନକୁ ଗ୍ରାସ କରିବ । ଆପଣଙ୍କ ଜୀବନସାଥୀଙ୍କ ସହ ଯୁକ୍ତିତର୍କ ଏବଂ କଳହ ସୃଷ୍ଟି ହୋଇପାରେ । ମାଆଙ୍କର ସ୍ୱାସ୍ଥ୍ୟ ଆପଣଙ୍କୁ ବ୍ୟସ୍ତ କରିପାରେ । ଜମି ଏବଂ ସମ୍ପତ୍ତି ବିଷୟରେ ଅତ୍ୟନ୍ତ ଯତ୍ନଶୀଳ ହୁଅନ୍ତୁ । ଆପଣ ନିଶ୍ଚିତ ଭାବରେ ପଦନ୍ନୋତି ପାଇବା ଆଶା କରିବେ ଏବଂ ଅଫିସ୍ରେ ପ୍ରଶଂସାର ପାତ୍ର ହେବେ । ସାମାଜିକ ଭାବରେ ପ୍ରତିଷ୍ଠା ବଢ଼ିବ ।