ଆଜିର ଧାଁ ଦୌଡ ଜୀବନରେ ନିଜକୁ ସୁସ୍ଥ ଓ ଫୁଟ୍ ରଖିବା ଏକ ବଡ଼ ଚ୍ୟାଲେଞ୍ଜ । ଏଥିପାଇଁ ସ୍ବାସ୍ଥ୍ୟକର ଖାଦ୍ୟଭ୍ୟାସ ସହ ନିୟମିତ ଯୋଗ, ଏକ୍ସରସାଇଜ ଓ ମେଡିଟେସନ କରିବା ଆବଶ୍ୟକ । ଏହି କାର୍ଯ୍ୟବ୍ୟସ୍ତତା କାରଣରୁ ଅନେକ ଲୋକ ମାନସିକ ଚାପଗ୍ରସ୍ତ ରହୁଛନ୍ତି । ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ନିୟମିତ ମାଇଣ୍ଡଫୁଲ ବ୍ରିଦିଙ୍ଗ ମେଡିଟେସନ(Mindful breathing) କରିପାରିବେ । ଏନେଇ ଯୋଗ ଗୁରୁ ମୀନାକ୍ଷୀ ବର୍ମା କହିଛନ୍ତି, ଆମର ନିଶ୍ବାସ ଆମ ସୁସ୍ଥ ଜୀବନର ଚାବିକାଠି । ତେଣୁ ଏହା ଜରୁରୀ ଯେ, ଆମ ସଠିକ ଭାବେ ନିଶ୍ବାସ ପ୍ରଶ୍ବାସ ନେବାର ଗୁରୁତ୍ବକୁ ବୁଝିବା ଓ ମାଇଣ୍ଡଫୁଲ୍ ବ୍ରିଦିଙ୍ଗକୁ ନିଜ ନିୟମିତ ଦିନଚର୍ଯ୍ୟାରେ ସାମିଲ କରିବା । ମାଇଣ୍ଡଫୁଲ୍ ବ୍ରିଦିଙ୍ଗ ଏକ ପ୍ରକାର ଧ୍ୟାନ ବା ମେଡିଟେସନ ଅଟେ । ଏଥିରେ ଧୀରେ ଧୀରେ ଗଭୀର ନିଶ୍ବାସ ପ୍ରଶ୍ବାସ ନିଆଯାଏ ଯାହାଫଳରେ ଆମର ଶରୀର ଓ ମସ୍ତିଷ୍କ ଶାନ୍ତ ରହିଥାଏ ।
ମାଇଣ୍ଡଫୁଲ୍ ବ୍ରିଦିଙ୍ଗ ଶରୀରରେ ଅକ୍ସିଜେନ ମାତ୍ରା ସନ୍ତୁଳିତ ରଖିଥାଏ ଯେଉଁଥିପାଇଁ ମସ୍ତିଷ୍କ ଓ ମାଂସପେଶୀକୁ ଶକ୍ତି ମିଳେ । ଏହି ଅଭ୍ୟାସ କେବଳ ଶ୍ବାସ ପ୍ରଣାଳୀ ପାଇଁ ଲାଭଦାୟକ ନୁହେଁ ବରଂ ଆମର ମାନସିକ ସ୍ବାସ୍ଥ୍ୟ, ରକ୍ତଚାପ ଓ ହୃଦୟ ସ୍ବାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିଥାଏ । ଏହି ମେଡିଟେସନ ବିଶେଷ ଭାବେ ମାନସିକ ଚାପଗ୍ରସ୍ତ ବ୍ୟକ୍ତିଙ୍କ ପାଇଁ ପ୍ରଭାବଶାଳୀ ଉପାୟ ଅଟେ । କାରଣ ଏହା ଶରୀରରେ କୋର୍ଟିସୋଲ (ଚାପ ହରମୋନ) ସ୍ତର କମ୍ କରିବାରେ ସାହାଯ୍ୟ କରେ ।
ମାଇଣ୍ଡଫୁଲ୍ ବ୍ରିଦିଙ୍ଗ ଫାଇଦା:
ମୀନାକ୍ଷୀ ବର୍ମା କହିଛନ୍ତି, ନିୟମିତ ମାଇଣ୍ଡଫୁଲ୍ ବ୍ରିଦିଙ୍ଗ ଅଭ୍ୟାସ କଲେ ଶରୀରକୁ ଅନେକ ଲାଭ ମିଳିପାରେ । ଯେମିତିକି:-
ଶ୍ବାସ ପ୍ରଣାଳୀ ମଜଭୁତ ହେବା: ଏହା ଫୁସଫୁସ୍ର କ୍ଷମତା ବଢାଇବାରେ ସାହାଯ୍ୟ କରେ ।
ମାନସିକ ଚାପ ହ୍ରାସ: ମାଇଣ୍ଡଫୁଲ ବ୍ରିଦିଙ୍ଗ ଦ୍ବାରା ମସ୍ତିଷ୍କକୁ ଆରାମ ମିଳେ । ଏହା ମାନସିକ ଚାପ ହ୍ରାସ କରି ଶାନ୍ତି ପ୍ରଦାନ କରିଥାଏ ।
ରକ୍ତଚାପ ନିୟନ୍ତ୍ରଣ: ଗଭୀର ନିଶ୍ବାସ ନେବା ଦ୍ବାରା ରକ୍ତ ସଞ୍ଚାଳନ ଉନ୍ନତ ହୁଏ । ଫଳରେ ଆମର ହୃଦୟ ସୁସ୍ଥ ରହିଥାଏ ।
ନିଦ୍ରା ସମସ୍ୟାରେ ସୁଧାର ଆଣେ: ମାଇଣ୍ଡଫୁଲ୍ ବ୍ରିଦିଙ୍ଗ ନିଦ୍ରା ସମସ୍ୟା ଭୋଗୁଥିବା ଲୋକଙ୍କୁ ଆରାମ ଦିଏ । ଭଲ ନିଦ ହେବାରେ ସାହାଯ୍ୟ କରେ ।
ଏକାଗ୍ରତା ବଢାଏ: ମାଇଣ୍ଡଫୁଲ ବ୍ରିଦିଙ୍ଗ ଦ୍ବାରା ଧ୍ୟାନ ଓ ଏକାଗ୍ରତା ବଢେ ।