ଓଡିଶା

odisha

ETV Bharat / lifestyle

ସିଝା ଆଳୁରେ ଚଟାପଟ୍ ବନାନ୍ତୁ ପଟାଟୋ ଲଲିପପ୍ - HOW TO MAKE POTATO LOLLIPOP

ସବୁବେଳେ ସିଙ୍ଗଡା, ବରା, ପକୁଡି ଖାଇ ବିରକ୍ତ ଲାଗିଲାଣି କି ? ତାହେଲେ ସିଝା ଆଳୁରେ ଘରେ ବନାନ୍ତୁ ଟେଷ୍ଟି ପଟାଟୋ ଲଲିପପ୍ ।

ସିଝା ଆଳୁରେ ଚଟାପଟ୍ ବନାନ୍ତୁ ପଟାଟୋ ଲଲିପପ୍
ସିଝା ଆଳୁରେ ଚଟାପଟ୍ ବନାନ୍ତୁ ପଟାଟୋ ଲଲିପପ୍ (ETV Bharat)

By ETV Bharat Lifestyle Team

Published : Jan 4, 2025, 2:10 PM IST

ଯଦି ଆପଣ ସବୁବେଳେ ସିଙ୍ଗଡା, ବରା, ପକୁଡି ଖାଇ ବିରକ୍ତ ହୋଇଗଲେଣି ତେବେ ସିଝା ଆଳୁର ଏହି ରେସିପି ଆପଣଙ୍କୁ ପସନ୍ଦ ଆସିବ ନିଶ୍ଚୟ । ଆଳୁ ଓଡିଆ ଘରର ଏକ ମୁଖ୍ୟ ପରିବା । ସବୁ ପ୍ରକାର ବ୍ୟଞ୍ଜନରେ ଆଳୁର ବ୍ୟବହାର କରାଯାଏ । ତେବେ କେବଳ ଭଜା, ତରକାରୀ କି ସିଙ୍ଗଡା-ଆଳୁଚପ୍ ନୁହେଁ, ଆପଣ ଆଳୁରୁ ସ୍ବାଦିଷ୍ଟ ପଟୋଟା ଲଲିପପ୍ ପ୍ରସ୍ତୁତ କରିପାରିବେ । ଏହା ଖାଇବାକୁ ଏତେ ସୁଆଦିଆ ଯେ ନାଁ ଶୁଣିବା ମାତ୍ରେ ପିଲାଙ୍କ ପାଟିରେ ଲାଳ ଆସିଯାଏ । ତେବେ ଚାଲନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ରେସ୍ତୋରାଁ ଷ୍ଟାଇଲ ପଟାଟୋ ଲଲିପପ୍ ।

ପଟାଟୋ ଲଲିପପ୍ ପ୍ରସ୍ତୁତି ସାମଗ୍ରୀ:

  • 4 ମଧ୍ୟମ ଆକାରର ଆଳୁ
  • ଅଧା କପ୍ ବ୍ରେଡକ୍ରମ୍ବ୍ସ
  • 2 ବଡ କପ ମଇଦା
  • 2 ବଡ ଚାମଚ କର୍ନ ଷ୍ଟାର୍ଚ
  • କଟା ପିଆଜ
  • ଛୋଟ ଚାମଚ ଅଦା ରସୁଣ ଛେଚା
  • ଧନିଆ ପତ୍ର
  • ଲଙ୍କା ପାଉଡର
  • ଲେମ୍ବୁ ରସ
  • ଲୁଣ
  • କଞ୍ଚାଲଙ୍କା
  • ଜୁଆଣି
  • ଟୁଥପିକ
  • ତେଲ

ପ୍ରସ୍ତୁତି ପ୍ରଣାଳୀ:

  1. ପ୍ରଥମେ ଆଳୁ ସିଝାଇ ଚଟକି ରଖନ୍ତୁ ।
  2. ଏଥିରେ ବ୍ରେଡକ୍ରମ୍ବ୍ସ, କଟା ପିଆଜ, ଅଦା ରସୁଣ ଛେଚା, ଲଙ୍କା ପାଉଡର, ଜୁଆଣି, କଟା କଞ୍ଚା ଲଙ୍କା, ଧନିଆ ଓ ସ୍ବାଦ ଅନୁସାରେ ଲୁଣ ମିଶାଇ ଭଲ ଭାବେ ଗୋଳାନ୍ତୁ ।
  3. ଏହାକୁ କିଛି ସମୟ ଫ୍ରିଜରେ ରଖନ୍ତୁ । ଯାହାଫଳରେ ଏହି ମିଶ୍ରଣ ଭଲ ଭାବେ ସେଟ୍ ହୋଇଯିବ ।
  4. ଏହାପରେ ହାତରେ ତେଲ ଲଗାଇ ଆଳୁ ମିଶ୍ରଣକୁ ଛୋଟ ଛୋଟ ବଲ ଆକାରରେ ଗଢନ୍ତୁ ।
  5. ଆଉ ଏକ ପାତ୍ରରେ ମଇଦା ଓ କର୍ନଷ୍ଟାର୍ଚ ନେଇ 4-5 ଚାମଚ ପାଣି ମିଶାଇ ଗୋଳାନ୍ତୁ । ଏହି ମିଶ୍ରଣ ଏପରି ଗାଢ କରନ୍ତୁ ଯାହା ଆପଣଙ୍କ ଆଳୁ ବଲରେ ଭଲରେ ଲାଗୁଥିବ ।
  6. ଏବେ ଆଉ ଏକ ପାତ୍ରରେ ବ୍ରେଡକ୍ରମ୍ବ୍ସ ନେଇ ସେଥିରେ ଚିଲି ଫ୍ଲେକ୍ସ, ଅରିଗାନୋ ମିଶାନ୍ତୁ ।
  7. ଏବେ ଆଳୁ ବଲକୁ ମଇଦାରେ ବୁଡାନ୍ତୁ ଏବଂ ଏହାପରେ ବ୍ରେଡକ୍ରମ୍ବ୍ସରେ ରୋଲ କରନ୍ତୁ ।
  8. ଗୋଟିଏ ଆଳୁ ବଲକୁ ଏହିପରି ଦୁଇଥର କରନ୍ତୁ ।
  9. ଏବେ ସେଥିରେ ଟୁଥପିକ୍ ଲଗାଇ ତେଲରେ ଛାଣନ୍ତୁ
  10. ଏହାକୁ ଡ୍ରିପ ଫ୍ରାଏ କରନ୍ତୁ । ଏହା ବାଦାମୀ ରଙ୍ଗ ଓ କୁରକୁରେ ହେବା ପର୍ଯ୍ୟନ୍ତ ଛାଣନ୍ତୁ ।
  11. ଏଠାରେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ରେସ୍ତୋରାଁ ଷ୍ଟାଇଲ ପଟାଟୋ ଲଲିପପ୍ ।

ଏହା ମଧ୍ୟ ପଢନ୍ତୁ: ପତଳା ଅଣ୍ଟା ପାଇଁ କରନ୍ତୁ ଏହି 5 ଏକ୍ସରସାଇଜ - EXERCISES TO REDUCE WAIST FAT

ଏହା ମଧ୍ୟ ପଢନ୍ତୁ: ଘରେ ବନାନ୍ତୁ ଫ୍ରେସ୍ ଆଲୋଭେରା ଜେଲ - HOMEMADE ALOE VERA GEL

ABOUT THE AUTHOR

...view details