ଓଡିଶା

odisha

ETV Bharat / lifestyle

ଦୁର୍ଗାପୂଜାରେ ଘରେ ବନାନ୍ତୁ ରସମଲାଇ, ମୁହଁରେ ଦେଉ ଦେଉ ମିଳେଇ ଯିବ

ଦୁର୍ଗାପୂଜାରେ ନିଜ ଘରେ ବନାନ୍ତୁ ସ୍ବାଦିଷ୍ଟ ରସମଲାଇ । ଏହି ରେସିପି ଫଲୋ କରି ନିଜେ ଖାଆନ୍ତୁ ଓ ପରିବାର ଲୋକଙ୍କୁ ଖୁଆନ୍ତୁ ।

By ETV Bharat Lifestyle Team

Published : 5 hours ago

ଦୁର୍ଗାପୂଜାରେ ଘରେ ବନାନ୍ତୁ ରସମଲାଇ
ଦୁର୍ଗାପୂଜାରେ ଘରେ ବନାନ୍ତୁ ରସମଲାଇ (ETV Bharat)

Easy Rasmalai Recipe: ଏବେ ଚାଲିଛି ଶାରଦୀୟ ଦୁର୍ଗାପୂଜା । ଚାରିଆଡେ ପୂଜା ପାଉଛନ୍ତି ମା' ଦୁର୍ଗତିନାଶିନୀ ଦୁର୍ଗା । ଦୁର୍ଗାପୂଜାରେ ମା'ଙ୍କ ନିକଟରେ ନାନା ପ୍ରକାର ଭୋଗ ଲାଗି ହୁଏ । ଘରେ ଘରେ ଭଳିକି ଭଳି ସୁସ୍ବାଦୁ ବ୍ୟଞ୍ଜନ, ମିଷ୍ଟାନ୍ନ ପ୍ରସ୍ତୁତ ହୁଏ । ଆପଣ ବି ନିଜ ଘରେ ସୁସ୍ବାଦୁ ମିଠା ତିଆରି କରି ମା'ଙ୍କୁ ଭୋଗ ଲଗାଇପାରିବେ । ଆଜି ଆମେ ଆପଣଙ୍କୁ ଶିଖାଇବୁ ସ୍ବାଦିଷ୍ଟ ରସମଲାଇ ପ୍ରସ୍ତୁତି । ଏହା ଭାରତର ଏକ ଲୋକପ୍ରିୟ ମିଠା ଏବଂ ପ୍ରାୟ ସବୁ ମିଠା ଦୋକାନରେ ଉପଲବ୍ଧ ରହିଥାଏ । ତେବେ ଆସନ୍ତୁ ଜାଣିବା କିପରି ନିଜ ଘରେ ରସମଲାଇ ପ୍ରସ୍ତୁତ କରିବେ ।

ରସମଲାଇ ପାଇଁ ଆବଶ୍ୟକୀୟ ସାମଗ୍ରୀ:

  • ଛେନା- 150 ଗ୍ରାମ
  • ଚିନି- 2 କପ୍
  • କ୍ଷୀର- 1 ଲିଟର
  • ଗୁଜୁରାତି ଗୁଣ୍ଡ
  • କାଜୁ, ବାଦାମ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ରସମଲାଇ ପାଇଁ ସିରା ପ୍ରସ୍ତୁତ କରନ୍ତୁ । ଏଥିପାଇଁ ଗ୍ୟାସ ଉପରେ ଏକ ପାତ୍ର ବସାଇ 4 ବଡ କପ୍ ପାଣିରେ 4 କପ୍ ଚିନି ମିଶାଇ ଫୁଟାନ୍ତୁ ।

ଆଉ ଏକ ପାତ୍ରରେ 1 ଲିଟର କ୍ଷୀର ଫୁଟାନ୍ତୁ । ଆପଣ ଚାହିଁଲେ ଏଥିରେ କିଛି କେଶର ମିଶାଇ ପାରିବେ ।

ଏହାପରେ ଛେନାକୁ ହାତରେ କିଛି ସମୟ ଚକଟିନ୍ତୁ ।

ଚକଟିବା ସମୟରେ ଅଳ୍ପ ଗୁଜୁରାତି ଗୁଣ୍ଡ ମିଶାଇବେ ।

ଏବେ ଛେନାରେ ଛୋଟ ଛୋଟ ଗୋଲ ଆକାରର ଗୁଳା କରି ପାତ୍ରରେ ରଖନ୍ତୁ ।

ସେହି ଗୁଳାକୁ ଫୁଟୁଥିବା ସିରାରେ ଗୋଟିଏ ଗୋଟିଏ କରି ପକାନ୍ତୁ ।

15 ମିନିଟ୍ ପାଇଁ ସିରାରେ ଫୁଲିବାକୁ ଛାଡିଦିଅନ୍ତୁ ।

ସେପଟେ କ୍ଷୀର ଫୁଟି ବହଳିଆ ହୋଇଆସିଲେ ଏଥିରେ ସାମାନ୍ୟ ଖାଇବା ରଙ୍ଗ ମିଶାନ୍ତୁ । ଏହାଦ୍ବାରା ରସମଲାଇ ଭଲ ଦେଖାଯାଏ ।

କ୍ଷୀରରେ କଟା କାଜୁ, ଚିନି ଓ ଗୁଜୁରାତି ଗୁଣ୍ଡ ପକାଇ ଭଲ ଭାବେ ଗୋଳାନ୍ତୁ । ଏଠି ପ୍ରସ୍ତୁତି ହୋଇଗଲା ରସମଲାଇ ପାଇଁ ରାବିଡି ।

ଏବେ ରସଗୋଲା ଗୁଳାଗୁଡିକ ସିରାରୁ ବାହାର କରି ଥଣ୍ଡା ହେବା ପାଇଁ ଛାଡିଦିଅନ୍ତୁ ।

ଥଣ୍ଡା ହୋଇଯିବା ପରେ ଏହି ରସଗୋଲାକୁ ହାତରେ ହାଲୁକା ଚିପୁଡି ଫୁଟୁଥିବା ରାବିଡିରେ ପକାନ୍ତୁ ।

ରାବିଡିରେ ରସଗୋଲାକୁ 2-3 ମିନିଟ୍ ସିଝିବାକୁ ଛାଡି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ସୁସ୍ବାଦୁ ରସମଲାଇ । କାଜୁ ଓ କଟା ପିସ୍ତାବାଦାମ ପକାଇ ଗାରନିସ୍ କରିଦିଅନ୍ତୁ । ଏହି ରେସିପି ନିଜ ତିଆରି କରି ଖାଆନ୍ତୁ ଓ ଘର ଲୋକଙ୍କୁ ଖୁଆନ୍ତୁ ।

ଏହା ମଧ୍ୟ ପଢନ୍ତୁ:ପଖାଳ ଭାତରୁ ମିଳେ ଏମିତି ଚମତ୍କାର ଫାଇଦା, ବଲିଉଡ ଅଭିନେତ୍ରୀ କଲେ ପ୍ରଶଂସା

ଏହା ମଧ୍ୟ ପଢନ୍ତୁ:ପାର୍ବଣରେ ଘରେ ଚୁଟ୍‌କିରେ ବନାନ୍ତୁ ଗୁଲାବ ଜାମୁନ, ଯିଏ ଖାଇବ କହିବ ବାଃ ବାଃ

ABOUT THE AUTHOR

...view details