ଓଡିଶା

odisha

ETV Bharat / lifestyle

ଦୀପାବଳିରେ ଘରେ ଲଗାନ୍ତୁ ଏହି ୬ ଗଛ, ପରିବାର ଉପରେ ହେବ ମା' ଲକ୍ଷ୍ମୀଙ୍କ କୃପା

ଆସୁଛି ଦୀପାବଳି । ଘରେ ଲଗାନ୍ତୁ ଏହି ୬ ଗଛ । ମା' ଲକ୍ଷ୍ମୀଙ୍କ କୃପାରୁ ଘର ପରିବାର ଉପରେ ହେବ ସୁଖ ସମୃଦ୍ଧି ବର୍ଷା ।

Diwali 2024
Diwali 2024 (ETV Bharat Odisha)

By ETV Bharat Odisha Team

Published : 5 hours ago

ହାଇଦ୍ରାବାଦ: ଆସୁଛି ଆଲୋକର ପର୍ବ ଦୀପାବଳି । ଆଲୋକମାଣାରେ ଝଲସିବ ଧରାପୃଷ୍ଟ । ଦୀପାବଳି ପାଇଁ ଲୋକେ ଘର ସାଜସଜ୍ଜା କରିବା ସୁଖ ସମୃଦ୍ଧି ପାଇଁ ଦେବୀଙ୍କୁ ଆରାଧନା କରନ୍ତି । ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଏପରି କିଛି ଗଛ ଅଛି ଯାହାକୁ ଦୀପାବଳିରେ ଘରେ ଲାଗାଇଲେ ଧନଦାତ୍ରୀ ମା' ଲକ୍ଷ୍ମୀଙ୍କ କୃପା ଘର ପରିବାର ଉପରେ ସଦା ସର୍ବଦା ରହିଥାଏ । ମା'ଙ୍କ ଆଶୀର୍ବାଦରୁ ଘରେ କଦାପି ଆର୍ଥିକ ସମସ୍ୟା ଦେଖାଦିଏ ନାହିଁ । ଆସନ୍ତୁ ଜାଣିବା ଦିପାବଳୀରେ ଘରେ କେଉଁ ଗଛ ଲଗାଇବେ...

ଧଳା ଅରଖ: (Getty)

ଧଳା ଅରଖ:

ଏହି ବୃକ୍ଷ କେବଳ ଧାର୍ମିକ ନୁହେଁ ଆୟୁର୍ବେଦିକ ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହାକୁ ଘରେ କିମ୍ବା କର୍ମକ୍ଷେତ୍ରରେ ଲଗାଇବା ଦ୍ୱାରା ଆର୍ଥିକ ସମୃଦ୍ଧି ଆସିଥାଏ । ପରିବାରରେ ସୁଖ ଏବଂ ଶାନ୍ତି ରହିଥାଏ ।

ଅଶ୍ବଗନ୍ଧା:

ଏହା ଏକ ଆୟୁର୍ବେଦିକ ବୃକ୍ଷ । ଏହି ଗଛକୁ ଅନେକ ପ୍ରକାର ରୋଗର ଚିକିତ୍ସାରେ ବ୍ୟବହୃତ ହୁଏ । ଏହା ବ୍ୟତୀତ, ଏହି ଗଛ ପରିବାରରେ ଧନ, ସୁଖ ଏବଂ ସମୃଦ୍ଧତା ବୃଦ୍ଧିରେ ଅତ୍ୟନ୍ତ ସହାୟକ ହୁଏ ।

ଗଙ୍ଗଶିଉଳି (Getty)

ଗଙ୍ଗଶିଉଳି (ଶେଫାଳୀ):

ହିନ୍ଦୁ ଧର୍ମରେ ପାରିଜାତ ଗଛକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ । ଗଙ୍ଗଶିଉଳି ଦେବୀ ଲକ୍ଷ୍ମୀଙ୍କ ପାଇଁ ଅତି ପ୍ରିୟ ଫୁଲ । ଏହି ଗଛ ନକାରାତ୍ମକ ଶକ୍ତିକୁ ଘରେ ସକରାତ୍ମକ ଶକ୍ତିରେ ପରିଣତ କରେ । ଗଙ୍ଗଶିଉଳି ଫୁଲର ସୁଗନ୍ଧରେ ମନରେ ସୁଖ ଭରିଦିଏ । ଦୀପାବଳିରେ ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ଏହି ଗଛ ଲଗାନ୍ତୁ । ଏହାଦାରା ପରିବାର ସଦସ୍ୟଙ୍କ ଅଗ୍ରଗତି ହୋଇଥାଏ ।

ଅଁଳା (Getty)

ଅଁଳା:

ଅଁଳା କେବଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ, ବରଂ ଧାର୍ମିକ ଦୃଷ୍ଟିକୋଣରୁ ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ବାସ୍ତୁ ଶାସ୍ତ୍ରରେ ଅଁଳା ଗଛକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଧାର୍ମିକ ବିଶ୍ବାସ ଅନୁଯାୟୀ, ଅଁଳା ଗଛରେ ଦେବୀ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ବାସ କରନ୍ତି । ଯଦି ଦୀପାବଳିରେ ଏହି ଗଛକୁ ଆଣି ଘର ପାଖରେ ଲଗାଯାଏ ତେବେ ଏହା ଘରୁ ଆର୍ଥିକ ସମସ୍ୟା ଦୂର କରିବା ସହ ସୁଖ ସମୃଦ୍ଧି ବୃଦ୍ଧି କରିଥାଏ ।

ମନି ପ୍ଲାଣ୍ଟ (Getty)

ମନି ପ୍ଲାଣ୍ଟ:

ଏହି ଗଛର ନାମରୁ ଏହା ସ୍ପଷ୍ଟ ହେଉଛି ଯେ ଏହା ଧନର ଗଛ । ବିଶ୍ବାସ କରାଯାଏ ଯେ, ଏହି ଗଛକୁ ଦୀପାବଳିରେ ଘରେ ଲଗାଇବା ଦ୍ବାରା ଘରେ ଧନକୁ ଧନର ଆଗମନ ହୋଇଥାଏ । ଘରେ ଆର୍ଥିକ ସ୍ଥିରତା ରୁହେ । ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ଏହା ବ୍ୟତୀତ ଏହି ଗଛ ଘର ପରିସର ବାୟୁକୁ ସଫା ରଖିଥାଏ ।

ଶାମୀ ପ୍ଲାଣ୍ଟ:

ହିନ୍ଦୁ ଧର୍ମରେ ଶାମି ଗଛକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହାକୁ ନିୟମିତ ପୂଜା କରିବା ଦ୍ବାରା ପରିବାରରୁ ଆର୍ଥିକ ସମସ୍ୟା ଦୂର ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଏହା ଘରେ ସକରାତ୍ମକ ପ୍ରଭାବ ବଢ଼ାଏ ।

ଏହା ବି ପଢନ୍ତୁ...କରଜରୁ ମିଳିବ ମୁକ୍ତି, ଆପଣାନ୍ତୁ ଏହି ଜ୍ୟୋତିଷ ଉପାୟ

ଏହା ବି ପଢନ୍ତୁ...ତୁଳା ରାଶିରେ ପ୍ରବେଶ କରିଛନ୍ତି ସୂର୍ଯ୍ୟ, ଜାଣନ୍ତୁ କେଉଁ ରାଶି ଉପରେ ପଡ଼ିବ କିପରି ପ୍ରଭାବ

ଏହା ବି ପଢନ୍ତୁ...ଶଶ ରାଜଯୋଗ; ଏହି ରାଶି ଉପରେ ହେବ ଶନିଦେବଙ୍କ କୃପା, ପଢ଼ନ୍ତୁ ଆଜିର ରାଶିଫଳ

ABOUT THE AUTHOR

...view details