Multani Mitti benefits:କାହିଁ କେଉଁ କାଳରୁ ସ୍କିନ କେୟାର ଓ ବିଭିନ୍ନ ତ୍ବଚା ସମସ୍ୟାର ଚିକିତ୍ସା ଲାଗି ମୁଲତାନି ମାଟି ବ୍ୟବହାର କରାଯାଇଆସୁଛି । ଏହା ମୁହଁରେ ଦାଗ, ବ୍ରଣ ଦୂର କରିବାରେ ସହାୟକ ହୁଏ । ତ୍ବଚାକୁ ପ୍ରାକୃତିକ ଚମକ ଦିଏ । ଅନେକ ଲୋକ ମୁଲତାନି ମାଟି ଫେସପ୍ୟାକ୍ ବ୍ୟବହାର କରିଥାନ୍ତି । ତେବେ ଏହାର ବ୍ୟବହାର ତ୍ବଚାର ପ୍ରକାର ଉପରେ ନିର୍ଭର କରେ । ସବୁ ପ୍ରକାର ସ୍କିନ ପାଇଁ ଏହା ଉପଯୋଗୀ ହୋଇନପାରେ । ଏହି ଖବରରେ ଜାଣନ୍ତୁ ମୁଲତାନି ମାଟି ଲଗାଇବାର ଫାଇଦା ଓ ଏହା କେଉଁ ସ୍କିନ ପାଇଁ ଭଲ ।
ଏନେଇ ଚିକିତ୍ସକ ସୁବର୍ଣ୍ଣା ସିଂହ କୁହନ୍ତି, ମୁଲତାନି ମାଟି ତ୍ବଚାକୁ ପରିଷ୍କାର କରିବା, ବ୍ରଣ କମାଇବା ଓ ତେଲିଆ ଚର୍ମରୁ ମୁକ୍ତି ଦେବାରେ ସାହାଯ୍ୟ କରେ । ଏହା ତ୍ବଚାକୁ ଥଣ୍ଡା ରଖେ ଏବଂ ଚମକ ବଢାଏ । ଏହି ମାଟି ଅନେକ ପ୍ରାକୃତିକ ତତ୍ତ୍ବରେ ଭରପୁର ଯେମିତିକି- କ୍ୟାଲସିୟମ, ମ୍ୟାଗ୍ନେସିୟମ, ଆଇରନ ଯାହା ତ୍ବଚା ପାଇଁ ଲାଭଦାୟକ । ମାତ୍ର ଏହାର ବ୍ୟବହାର ବିଭିନ୍ନ ତ୍ବଚା ପାଇଁ ଭିନ୍ନ ଭିନ୍ନ ହୋଇଥାଏ । ତେଣୁ ଲୋକମାନେ ନିଜ ତ୍ବଚା ବିଷୟରେ ଭଲ ଭାବେ ଜାଣି ସେହି ଅନୁସାରେ ମୁଲତାନି ମାଟି ବ୍ୟବହାର କରିବା ଉଚିତ୍ ।
ମୁଲତାନି ମାଟି ଫାଇଦା:
ତେଲିଆ ସ୍କିନ କଣ୍ଟ୍ରୋଲ: ମୁଲତାନି ମାଟି ଖାସ୍ କରି ତେଲିଆ ସ୍କିନ ପାଇଁ ଅଧିକ ଉପଯୋଗୀ ହୋଇଥାଏ । ଏହା ତ୍ବଚାରୁ ଅତିରିକ୍ତ ତେଲ ଶୋଷି ନିଏ ଓ ତ୍ବଚାକୁ ସନ୍ତୁଳିତ ରଖେ । ଫଳରେ ମୁହଁରେ ଅଧିକ ତେଲ ଆସେ ନାହିଁ ।
ବ୍ରଣ କମାଇବା: ମୁଲତାନି ମାଟିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ମୁହଁର ଛିଦ୍ର ସଫା କରିଥାଏ ଓ ବ୍ରଣ ଦୂର କରିବାରେ ସାହାଯ୍ୟ କରେ । ଏହା ତ୍ବଚାରେ ଜମିଥିବା ମଇଳା ହଟାଇ ସଂକ୍ରମଣ ଓ ବ୍ରଣ ହେବାରୁ ରୋକେ ।
ମୁହଁରେ ଗ୍ଲୋ: ଏହା ମୁହଁରେ ଥିବା ଦାଗ ବ୍ରଣ କମ୍ କରି ପ୍ରାକୃତିକ ଚମକ ଫେରାଇଥାଏ । ମୁହଁରେ ଥିବା କଳାପଣ ଓ ପିଗମିଣ୍ଟେସନକୁ ମଧ୍ୟ କମ୍ କରେ । ତ୍ବଚାର ଗଭୀରକୁ ଯାଇ ମଇଲା ଓ ମୃତକୋଷିକାଗୁଡିକୁ ହଟାଏ । ଫଳରେ ଚେହେରା ଗ୍ଲୋ କରିଥାଏ ।
କିଏ ଲଗାଇବେନି ମୁଲତାନି ମାଟି
ଯଦିଓ ମୁଲତାନି ମାଟି ତ୍ବଚାରେ ଚମକ ଆଣିଥାଏ, ହେଲେ ଏହାର ଭୁଲ୍ ବ୍ୟବହାର ହାନିକାରକ ହୋଇପାରେ । ଯେମିତିକି:-