ଓଡିଶା

odisha

ETV Bharat / lifestyle

ଆଜିର ରାଶିଫଳ; ମନର ମଣିଷ ପାଇବେ ଏହି ରାଶି, ଯୁକ୍ତିତର୍କ-ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ ଏମାନେ

କେମିତି କଟିବ ଆଜିର ଦିନ । କାହାକୁ ମିଳିବ ଖୁସି ଖବର । କିଏ ରହିବେ ସତର୍କ । ସବୁ ପ୍ରଶ୍ନର ଉତ୍ତର ପାଇଁ ପଢନ୍ତୁ ଆଜିର ରାଶିଫଳ ।

TODAY HOROSCOPE
TODAY HOROSCOPE (ETV Bharat Odisha)

By ETV Bharat Odisha Team

Published : Nov 9, 2024, 12:01 AM IST

ମେଷ:କାର୍ଯ୍ୟାଳୟରେ ଆପଣ ନିଜର ଉପରିସ୍ଥ କର୍ମଚାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ବ୍ୟସ୍ତ ରହିବେ । ଆପଣଙ୍କ ଯୋଜନା ପାଇଁ ସରକାରଙ୍କଠାରୁ କିଛି ଅର୍ଥ ମିଳିପାରେ । ନିଜ କାର୍ଯ୍ୟ ପାଇଁ ବିଭିନ୍ନ ସ୍ଥାନକୁ ଆପଣଙ୍କୁ ଯିବାକୁ ପଡିପାରେ । ନିଜ ଗୃହର ପରିବେଶ ଦୋଳାୟମାନ ଅବସ୍ଥାରେ ରହିବ । ନିଜ ଗୃହର ସାଜସଜ୍ଜା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ନିଜକୁ ବ୍ୟସ୍ତ ରଖିବେ । ନିଜର ମାଆଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ତର୍କବିତର୍କ ପରି କାର୍ଯ୍ୟକଳାପ ନିଜ ମୁଣ୍ଡରେ ନିଅନ୍ତୁ ନାହିଁ । ବୃଥା ଖର୍ଚ୍ଚରୁ ବିରତ ରହନ୍ତୁ । ବିଭିନ୍ନ ପ୍ରକାର ଖର୍ଚ୍ଚ ଆପଣଙ୍କୁ ଭାରଗ୍ରସ୍ତ କରାଇବ ।

today horoscope (ARIES)

ବୃଷ:ଆଜି ନିଜ ବନ୍ଧୁ ତଥା ଆତ୍ମୀୟ ମାନଙ୍କଠାରୁ ବିଦେଶରୁ ସୁଫଳଯୁକ୍ତ ଖବର ପାଇବେ । ଏଥିରେ ଖୁସି ହୋଇ ବିଦେଶ ଯିବାପାଇଁ ମନ ବଳିବ । ଛାତ୍ର ମାନେ ବିଦେଶରେ ପାଠ ପଢିବା ପାଇଁ ସମୟ ଅନୁକୁଳ ଅଟେ । ଛୁଟିର ଆନନ୍ଦ ନେଇପାରନ୍ତି । ଏହିସବୁ କାରଣରୁ ଆନନ୍ଦିତ ହୋଇରହିବେ । କାମ ଅଧିକ ଥିବା ସତ୍ତ୍ୱେ ମନ ଭଲ ରହିବ । ଆୟ ବହୁଳ ଦିନ ଓ ଅର୍ଥଲଗାଣ ପାଇଁ ମଧ୍ୟ ସୁଦିନ ଅଟେ । ଅର୍ଥର ବର୍ଷା ହୋଇପାରେ । ଆର୍ଥିକ ଲାଭ ସହିତ ଆପଣଙ୍କର ଆର୍ଥିକ ସ୍ରୋତ ମଧ୍ୟ ବର୍ଦ୍ଧିତ ହେବ ।

today horoscope (TAURUS)

ମିଥୁନ:ଦିନଟି ଅତ୍ୟନ୍ତ ଶୁଭ ନୁହେଁ । ଯେଉଁମାନେ ନିଜର ଶାରୀରିକ ଅସୁବିଧା ପାଇଁ ଚିକିତ୍ସିତ ହେଉଛନ୍ତି, କୌଣସି ଜରୁରୀକାଳୀନ ପରିସ୍ଥିତି ପାଇଁ ଶଲ୍ୟଚିକିତ୍ସା କରନ୍ତୁ ନାହିଁ । ଆକ୍ରମଣାତ୍ମକ ମନୋଭାବ ଆପଣଙ୍କୁ ଆଘାତ ଦେଇପାରେ । ନିଜର ମାନସିକ ଶାନ୍ତିକୁ ରକ୍ଷା କରନ୍ତୁ । ଅସାବଧାନତା ନିଜର ମାନହାନି ଘଟାଇ ପାରେ । ସେଥିପାଇଁ କଥାବାର୍ତ୍ତାରେ ନମ୍ର ଭାବ ଆପଣଙ୍କୁ ଝଗଡାରୁ ବଞ୍ଚାଇପାରିବ । ଖର୍ଚ୍ଚର ପରିମାଣ ଅଧିକ ହୋଇଯିବା ଯାହା ପାଇଁ ଆପଣ ଆର୍ଥିକ ସଙ୍କଟର ସମ୍ମୁଖିନ ହୋଇପାରନ୍ତି । ମାନସିକ ଶାନ୍ତି ପାଇବାକୁ ହେଲେ ଠାକୁର ପୂଜା ହିଁ ସର୍ବତ୍କୃଷ୍ଟ ଉପାୟ ଅଟେ ।

today horoscope (GEMINI)

କର୍କଟ: ଦିନଟିକୁ ବନ୍ଧୁ ଓ ପ୍ରିୟଜନଙ୍କ ଗହଣରେ ସୁଖରେ କଟାଇପାରିବେ । ମନୋରଞ୍ଜନ କାର୍ଯ୍ୟରେ ମନୋନିବେଶ କଲେ ଶାନ୍ତି ପାଇବେ । ବୃତ୍ତିଗତ ଜୀବନରେ ଅର୍ଥଲାଭ ହୋଇପାରେ । ଆପଣ ନିଜର ଅଂଶୀଦାରଙ୍କ ଠାରୁ ଉପକୃତ ହେବେ । ଅଳ୍ପଦିନ ପାଇଁ କୌଣସି ସ୍ଥାନକୁ ପରିଭ୍ରମଣରେ ଯାଇ ମନକୁ ଶାନ୍ତି ପ୍ରଦାନ କରିବେ । ସାମାଜିକ ଜୀବନରେ ପ୍ରତିଷ୍ଠିତ ହେବେ । ଆପଣ ଜୀବନ ସାଥୀ ଶୀଘ୍ର ପାଇପାରନ୍ତି । ହଠାତ୍‍ ଆର୍ଥିକ ଲାଭ ଏବଂ ଆୟର ସ୍ରୋତ ରେ ବର୍ଦ୍ଧିତ ହେବ । ଆଜି ଆଗକୁ ଆପଣଙ୍କୁ ଭାଗ୍ୟବାନ କରାଇବ ।

today horoscope (CANCER)

ସିଂହ: ଉତ୍କଣ୍ଠାରେ ଜଡିତ ହୋଇ ଦିନଟି ଅଶାନ୍ତିରେ କଟିବ । ଦୁଃଖଦୁର୍ଦ୍ଦଶା ଭୋଗିବା ଯୋଗୁଁ ମନ ଭାରାକ୍ରାନ୍ତ ହେବ । କୌଣସି କାରଣରୁ କାର୍ଯ୍ୟ କରିବାବେଳେ ଅସୁବିଧାରେ ପଡିପାରନ୍ତି । କାର୍ଯ୍ୟାଳୟରେ ନିଜର ସହକର୍ମୀଙ୍କଠାରୁ ସହଯୋଗ ମିଳିବ ନାହିଁ । ନିଜର ବରିଷ୍ଠ ଅଧିକାରୀଙ୍କ ସହ କଥାବାର୍ତ୍ତା ହେଲାବେଳେ ସଞ୍ଜମତା ରଖନ୍ତୁ । କଠିନ ପରିଶ୍ରମ କରିଥିବା କାର୍ଯ୍ୟରେ ସାମାନ୍ୟ ସଫଳତା ମିଳିପାରେ । ବ୍ୟୟ ନିୟନ୍ତ୍ରଣରୁ ବାହାରକୁ ଯିବାର ସମ୍ଭାବନା ଅଛି । ନୂଆ ମହିଳା ବନ୍ଧାବୀଙ୍କଠାରୁ ଦୂରେଇ ରୁହନ୍ତୁ ।

today horoscope (LEO)

କନ୍ୟା: ଆଜି ଦିନଟି ଛାତ୍ରଙ୍କ ପାଇଁ ସଂଘର୍ଷପୂର୍ଣ୍ଣ ଅଟେ । ନିଜର ସନ୍ତାନମାନଙ୍କ ଚିନ୍ତାରେ ବୁଡି ରହିବେ । ଅର୍ଥ ଲଗାଣକାରୀ ସଂସ୍ଥା କିମ୍ବା ବାଜି ଲଗେଇଥିବା ସଂସ୍ଥାରୁ କିଛି ନ ମିଳିବା ପାଇଁ ହତୋତ୍ସାହିତ ହେବେ । ମାନସିକ ଅଶାନ୍ତିରେ ଦିନଟିକୁ ଅତିବାହିତ କରିବେ । କୌଣସି ମେଧା ଆଲୋଚନାରେ ଅଂଶଗ୍ରହଣ କରନ୍ତୁ ନାହିଁ । ଆଜି ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଯେଉଁମାନେ ଶାରୀରିକ ପୀଡା ଭୋଗୁଛନ୍ତି, ଏପରି ଦିନରେ ଅନେକ ସୁସ୍ଥ ଅନୁଭବ କରିବେ ।

today horoscope (VIRGO)

ତୁଳା:ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ । ଆପଣ ନିଜର ମାତାଙ୍କ ନିମନ୍ତେ ଚିନ୍ତିତ ରହିବେ । ସମ୍ପତ୍ତି ସମ୍ପର୍କିୟ କାଗଜପତ୍ର ପାଇଁ ସତର୍କତା ଅବଲମ୍ୱନ କରନ୍ତୁ । ଯଦି ସମ୍ଭବ ହୁଏ ଆଜି ଯାତ୍ରା କରନ୍ତୁ ନାହିଁ । ଆପଣଙ୍କର ଗୃହ ପରିବେଶ ଦୋଳାୟମାନ ସ୍ଥିତିରେ ରହିବ । ନିଜର ସମ୍ମାନହାନି ଘଟିବା ସ୍ଥାନରୁ ନିଜକୁ ଦୂରେଇ ରୁହନ୍ତୁ । ଆଜି ଆପଣ ସମସ୍ତ ପ୍ରକାର କଥାବାର୍ତ୍ତା କରିବା ବେଳକୁ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଉଛି । ଆପଣ କଥାମାନେ ବ୍ୟକ୍ତିମାନେ ଅଧିକ ଆଶାଖୋର କିମ୍ବା ଅଧିକ କ୍ଷମତା ଯୁକ୍ତ ହୋଇପାରନ୍ତି, ଯାହାକି ଆପଣଙ୍କୁ ବିରକ୍ତି ପ୍ରକାଶ କରାଇବ । ସେହି ଅତ୍ୟଧିକ ବିରକ୍ତି ଭାବକୁ ନିୟନ୍ତ୍ରଣରେ ରଖନ୍ତୁ ।

today horoscope (LIBRA)

ବିଛା: ଆଜି ଆନନ୍ଦ ଏବଂ ମଜ୍ଜା ପ୍ରତି ସେକେଣ୍ଡରେ ଭରିରହିଛି । ଆଜିର ଦିନ ଏକ ଭାଗ୍ୟଶାଳୀ ଦିନ ଅଟେ । ଆପଣଙ୍କ ଆନନ୍ଦର ସୀମା ରହିବ ନାହିଁ ଏବଂ ଏଥିରେ ନିଜକୁ ହଜେଇଦେବେ । ନିଜର ଚେଷ୍ଟା ବଳରେ ନିଜର ହଜିଯାଇଥିବା ବନ୍ଧୁଙ୍କ ସହ ପୁଣି ମିଶିପାରିବେ । ଏହାଦ୍ୱାରା ଆପଣଙ୍କର ଲାଭ ହେବ । ଆପଣଙ୍କ ନୂତନ କାମରେ ସେମାନଙ୍କ ସହଯୋଗ ମିଳିବ । ଭବିଷ୍ୟତରେ ଲାଭବାନ ହେବେ । ଦୂର ଯାତ୍ରା କରିପାରନ୍ତି ।

today horoscope (SAGITTARIUS)

ଧନୁ:ମନରେ ଦ୍ୱିଧା ରଖି କୌଣସି କାମକୁ ଅସମ୍ପୂର୍ଣ୍ଣ ରଖନ୍ତୁ ନାହିଁ । ଯେ କୌଣସି ସମସ୍ୟାର ସମାଧାନ ଶୀଘ୍ର କରନ୍ତୁ । ପାରିବାରିକ ଅଶାନ୍ତି ଲାଗି ରହିବ । ତେଣୁ ନୀରବ ରୁହନ୍ତୁ । ଆଜି ଆପଣ ଉତ୍ତେଜିତ ହେଲେ ଅଶାନ୍ତି ବଢିପାରେ । ନିଜର ଅସମ୍ପୁର୍ଣ୍ଣ କାର୍ଯ୍ୟକୁ ସାରିବା ପାଇଁ ଆପଣ କଷ୍ଟ ସ୍ୱୀକାର କରିପାରନ୍ତି । କୌଣସି ଜରୁରୀ ସିଦ୍ଧାନ୍ତ ତରବରିଆ ଭାବେ ନିଅନ୍ତୁ ନାହିଁ । କାର୍ଯ୍ୟର ଭାର ବଢିଯାଇପାରେ ।

today horoscope (CAPRICORN)

ମକର: ଦିନଟିର ଶୁଭାରମ୍ଭ ପୁର୍ବରୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରି ଆଶୀର୍ବାଦ ଭିକ୍ଷା କରନ୍ତୁ । ନିଜର ବୃତ୍ତିରେ ସହକର୍ମୀଙ୍କ ସଙ୍ଗରେ ଓ ପ୍ରିୟଜନଙ୍କ ସଙ୍ଗରେ ବନ୍ଧୁତ୍ୱ ଅତୁଟ ରହିବ । ବୃତ୍ତିରେ ନିଜର କର୍ମଦକ୍ଷତା ଯୋଗୁଁ ପ୍ରିୟଭାଜନ ହେବେ ଏବଂ ଉପରିସ୍ଥ କର୍ମଚାରୀଙ୍କ ଶୁଭଦୃଷ୍ଟି ପଡିବ । ଅତ୍ୟଧିକ ପରିଶ୍ରମ କରନ୍ତୁ ନାହିଁ । ଏହାର କୁପ୍ରଭାବ ଶରୀର ଉପରେ ପଡିପାରେ । ଗଭୀର ନିଶ୍ୱାସ ନିଅନ୍ତୁ ଏବଂ ଆପଣଙ୍କର ବିଶ୍ରାମ ଏବଂ ଆରାମ ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରିତ କରନ୍ତୁ । ଆପଣଙ୍କର ପିଲାମାନଙ୍କର ଏବଂ ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

today horoscope (AQUARIUS)

କୁମ୍ଭ:ଆଜି ଆପଣ ଶାରୀରିକ ଓ ମାନସିକ କ୍ଲାନ୍ତି ଅନୁଭବ କରିବେ । ପରିବାରର ସଦସ୍ୟଙ୍କ ସହ ମନୋମାଳିନ୍ୟ ଘଟିପାରେ । ଅର୍ଥଲଗାଣ କ୍ଷେତ୍ରରେ ସର୍ତକତା ଅବଲମ୍ୱନ କରନ୍ତୁ । ଖର୍ଚ୍ଚ ବୃଦ୍ଧି ଘଟିପାରେ । ବ୍ୟକ୍ତିଗତ କ୍ଷତିକୁ ଭରଣ କରିବାକୁ ଚେଷ୍ଟା କରିପାରନ୍ତି । ନିଜର ଉତ୍ତେଜିତ ମନକୁ ଆୟତରେ ରଖନ୍ତୁ । ଆଜି ଆପଣ ଦୁର୍ଘଟଣାର ସମ୍ମୁଖିନ ହୋଇପାରନ୍ତି । ଗୃହ ଏବଂ ସମ୍ପତ୍ତିର ନିଷ୍ପତ୍ତି ନେଲାବେଳେ ସାବଧାନ ରହନ୍ତୁ । ଛାତ୍ରମାନଙ୍କର ପଢିବାର ଏହା ହେଉଛି ଉତ୍ତମ ସମୟ ଅଟେ । ଆପଣ କୌଶଳକ୍ରମେ ଆପଣଙ୍କର ଆର୍ଥିକ ଉତ୍ସର ପରିଚାଳନାରେ ସଫଳ ହେବେ ।

today horoscope (PISCES)

ମୀନ: ଅପ୍ରତ୍ୟାଶିତ ଭାବେ ଆର୍ଥିକ ଲାଭ ହେବାର ସୂଚନା ମିଳୁଛି । ଆପଣଙ୍କ ସନ୍ତାନଙ୍କ ସମ୍ପର୍କିତ ଖୁସି ଖବର ପାଇବେ । ପିଲାଦିନର ଜଣେ ବନ୍ଧୁଙ୍କ ସହିତ ସାକ୍ଷାତ କରି ଆପଣ ଆନନ୍ଦିତ ହେବେ । ଆଜି ଆପଣ ନୂତନ ବନ୍ଧୁ ସୃଷ୍ଟି କରିପାରନ୍ତି ଯାହାକି ଭବିଷ୍ୟତରେ ଆପଣଙ୍କୁ ଉପକୃତ କରାଇବ । ବୃତ୍ତିଗତ ଜୀବନରେ ଅର୍ଥଲାଭର ଶୁଭ ସୂଚନା ଅଛି । ଆପଣ ପରିଭ୍ରମଣରେ ଯାଇ ଆନନ୍ଦ ଲାଭ କରିପାରନ୍ତି ।

ABOUT THE AUTHOR

...view details