ETV Bharat / state

ଚୋର ଆସିଲେ ବାଜିବ ବଜର୍‌ ଉଠିଯିବ ଫଟୋ, ଏମିତି ସ୍ମାର୍ଟଲକ୍‌ ତିଆରି କଲେ ଇଞ୍ଜିନିୟର - YOUNG ENGINEER MADE SMART LOCK

ଚୋରଙ୍କୁ ସାବାଡ୍‌ କରିବ ସମ୍ବଲପୁର ଇଞ୍ଜିନୟରଙ୍କ ସ୍ମାର୍ଟ ଲକ୍‌ । ତାଲା ଆଗକୁ ଆସିବା ମାତ୍ରେ ଜୋରରେ ବାଜି ଉଠିବ ଆଲାର୍ମ ଆଉ ଉଠିଯିବ ଫଟୋ ।

Young engineer made smart lock
Young engineer made smart lock (ETV Bharat)
author img

By ETV Bharat Odisha Team

Published : Nov 21, 2024, 8:01 PM IST

ସମ୍ବଲପୁର: ଘରକୁ ଚୋର ଦାଉରୁ ସୁରକ୍ଷା ଦେବା ପାଇଁ ଆମେ ସାଧାରଣତଃ ତାଲା ବ୍ୟବହାର କରିଥାଉ । ଏଥିପାଇଁ ବହୁତ ବ୍ରାଣ୍ଡେଡ୍‌ କମ୍ପାନୀ ନିଜର ତାଲା ବହୁତ ଭଲ ବୋଲି ଵିଜ୍ଞାପନରେ ପ୍ରଦର୍ଶନ କରନ୍ତି । ତଥାପି ବିଭିନ୍ନ ସମୟରେ ଯେତେ ଦୃଢ଼ତର ତାଲା ହୋଇଥିଲେ ମଧ୍ୟ ଚୋର ଲୁଟେରା ତାଲା ଭାଙ୍ଗି ଚୋରି କରିଥିବାର ନଜିର ରହିଛି । ତାଲାକୁ ଦୃଢ କରିବା ପରିବର୍ତ୍ତେ ସ୍ମାର୍ଟ କରିବା ଉଦ୍ଦେଶ୍ୟରେ ସମ୍ବଲପୁରର ଜଣେ ଯୁବ ଇଞ୍ଜିନିୟର ସ୍ମାର୍ଟ ଲକ୍‌ ବା ତାଲା ତିଆରି କରିଛନ୍ତି । ଚୋର ତାଲା ଭାଙ୍ଗିବାକୁ ଆସିବା ମାତ୍ରେ ଏହା ଜୋରରେ ଶବ୍ଦ କରିବା ସହ ଫଟୋ ଉଠାଇବ ବୋଲି କହିଛନ୍ତି ଇଞ୍ଜିନିୟର ।

ସ୍ମାର୍ଟ ଯୁଗର ସ୍ମାର୍ଟ ତାଲା:-

ଚୋରଙ୍କୁ ସାବାଡ୍‌ କରିବ ସମ୍ବଲପୁର ଇଞ୍ଜିନୟରଙ୍କ ସ୍ମାର୍ଟ ଲକ୍‌ (ETV Bharat)

ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ରମ୍ପେଲା ଗାଁର ଯୁବ ଇଞ୍ଜିନିୟର ଏହି ସ୍ମାର୍ଟ ତାଲା ତିଆରି କରିଛନ୍ତି ଯେଉଁ ତାଲା ବ୍ୟବହାର କଲେ ଚୋର ପାଖକୁ ଆସୁ ଆସୁ ଆଲାର୍ମ ବାଜିବାକୁ ଲାଗିବ । କେଵଳ ଏତିକି ନୁହେଁ, ତାଲାରେ ଲାଗିଥିବା କ୍ୟାମେରାରେ ଚୋରର ଫଟୋ ଓ ଭିଡିଓ ମଧ୍ୟ କ୍ୟାପଚର୍‌ ହୋଇଯିବ । ଏଭଳି ଭାବେ ସ୍ମାର୍ଟ ଉପାୟରେ ଚୋରଙ୍କୁ ଧରିବା ସହଜ ହେବ । ଯୁବ ଇଞ୍ଜିନିୟର ଆଶିଷ ଏହି ଏକ ସ୍ମାର୍ଟ ତାଲାକୁ ମାତ୍ର 2500 ଟଙ୍କା ଭିତରେ ତିଆରି କରି ଚର୍ଚ୍ଚା ସାଉଣ୍ଟୁଛନ୍ତି ।

Young engineer made smart lock
ତାଲା ସମ୍ମୁଖକୁ ଚୋର ଆସିବା ମାତ୍ରେ ବାଜିବ ବଜର (ETV Bharat)
ଏହା ବି ପଢନ୍ତୁ
  1. Amazon ତିଆରି କରୁଛି ସ୍ମାର୍ଟ ଚଷମା; ପିନ୍ଧିବା ପରେ ଆଖି ସାମ୍ନାରେ ହେବ ସବୁ ରାସ୍ତା
  2. Odisha First Smart Bus: ଓଡ଼ିଶାକୁ ଆସିଲା ପ୍ରଥମ ସ୍ମାର୍ଟ ବସ୍‌: ମଦ ପିଇଲେ ଗଡିବନି ଗାଡି, ମହିଳାଙ୍କ ସୁରକ୍ଷା ପାଇଁ ଆଲର୍ଟ ବଟନ
  3. ଜୀବନ ବଞ୍ଚାଇବ Apple Watch Series 10; ରହିଛି ଅନେକ ହେଲଥ୍‌ ଫିଚର, ଏତିକି ଦାମ

10ଫୁଟ ଦୂରରୁ ବାଜିବ ଆଲାର୍ମ:-

Young engineer made smart lock
ସମ୍ବଲପୁର ଇଞ୍ଜିିନିୟରଙ୍କ ସ୍ମାର୍ଟ ତାଲା (ETV Bharat)

ସ୍ମାର୍ଟତାଲା ତିଆରି କରିବାକୁ ଆଶିଷଙ୍କୁ 4 ଦିନ ସମୟ ଲାଗିଥିଲା । ଏଥିରେ ସେ ଅଲଟ୍ରାସାଉଣ୍ଡ ସେନ୍ସର, ନାଇଟ୍‌ ଭିଜନ କ୍ୟାମେରା, ଵଜର ଆଦି ଉପକରଣ ବ୍ୟବହାର କରିଛନ୍ତି । ଏହି ସ୍ମାର୍ଟ ଲକ୍‌ରେ ଲାଗିଥିବା ନାଇଟ୍‌ ଭିଜନ କ୍ୟାମେରା ରାତିରେ ମଧ୍ୟ ଏହା ସମ୍ମୁଖକୁ ଆସୁଥିବା ଯେକୌଣସି ବ୍ୟକ୍ତିର ଉଭୟ ଭିଡିଓ ଓ ଫଟୋ ଉତ୍ତୋଳନ ସ୍ବୟଂଚାଳିତ ଭାବରେ କରିପାରିବ । ସ୍ମାର୍ଟ ଲକ୍‌କୁ ଅନ୍‌ କରିଦିଆଯାଇଥିଲେ, ଏହାର ସମ୍ମୁଖର 10 ଫୁଟ ଦୂରତାରେ ବି ଯଦି କେହି ଆସେ ଏହାର ଆଲାର୍ମ ଜୋରରେ ବାଜିବାକୁ ଲାଗିବ ଓ ସେହି ବ୍ୟକ୍ତିରେ ଫଟୋ ଅଟୋମେଟିକ ଉତ୍ତୋଳନ ହୋଇଯିବ । ଏହାସହ ଜଣେ ଚାହିଁଲେ ଏହି ତାଲାର କ୍ୟାମେରାକୁ ୱାଇ ଫାଇ ଜରିଆରେ ନିଜ ମୋବାଇଲ ସହ କନେକ୍ଟ କରି ରଖିପାରିବେ ଓ ତାଲା ସମ୍ମୁଖର ସବୁ ଗତିବିଧି ଉପରେ ନଜର ରଖିପାରିବେ ବୋଲି ଆଶିଷ କହିଛନ୍ତି ।

ସ୍ମାର୍ଟ ଲକ୍‌କୁ ନେଇ ଇଞ୍ଜିନିୟର ଆଶିଷ ମହାନା କୁହନ୍ତି, "ଆମେ ଚୋରିରୁ ରକ୍ଷା ପାଇବା ପାଇଁ ତାଲାର ବ୍ୟବହାର କରିଥାଉ । କିନ୍ତୁ ଚୋରମାନେ ଯେତେ ଭଲ କି ଯେତେ ଷ୍ଟ୍ରଙ୍ଗ ତାଲା ହେଲେବି ସେମାନେ ତାକୁ କାଟି ଦେଉଛନ୍ତି । କମ୍ପାନୀମାନେ ବିଶେଷ କରି ତାଲାର ଷ୍ଟ୍ରଙ୍ଗନେସ୍‌ ଉପରେ ଧ୍ୟାନ ଦେଉଛନ୍ତି, ଆଉ ଚୋର ଯେକୌଣସି ଉପାୟରେ ହେଉ ବା କୌଣସି କଟରରେ ତାଲାକୁ କାଟି ଦେଉଛି । ଏଭଳି ସ୍ଥିତିରେ ତାଲାକୁ ଷ୍ଟ୍ରଙ୍ଗ କରିବା ଅପେକ୍ଷା ସ୍ମାର୍ଟ ଯଦି କରାଯାଏ, ତାହେଲେ ଚୋର ଧରିହେବ । ମୁଁ ସେଇ ଚିନ୍ତା ନେଇକି ସ୍ମାର୍ଟଲକ୍‌ ତିଆରି କରିଛି । ତେବେ ଜିଲ୍ଲା ପ୍ରଶାସନ ଆର୍ଥିକ ସହାୟତା କିମ୍ବା ପ୍ରୋତ୍ସାହନ ଦେଲେ ମୁଁ ଆହୁରି ବହୁତ କିଛି ନୂଆ ନୂଆ ଜିନିଷ ତିଆରି କରିପାରିବି ।"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.