ETV Bharat / state

ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ, ପ୍ରସ୍ତୁତ ହେବ ପୌର ନିର୍ବାଚନ ରଣନୀତି - AMIT SHAH ODISHA VISIT

ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ । ଡିଜିପି ସମ୍ମିଳନୀରେ ହେବେ ସାମିଲ । ପୌର ନିର୍ବାଚନ ପାଇଁ ବସିପାରେ ବୈଠକ ।

ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ
ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ (@PIBHomeAffairs)
author img

By ETV Bharat Odisha Team

Published : Nov 21, 2024, 7:40 PM IST

ଭୁବନେଶ୍ବର: ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଭୁବନେଶ୍ଵରରେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ । ରାଜ୍ୟରେ ଡିଜିପି ସମ୍ମିଳନୀ ହେବାକୁ ଯାଉଥିବା ବେଳେ ଏଥିରେ ଯୋଗ ଦେବା ପାଇଁ ନଭେମ୍ବର 29ରୁ ଭୁବନେଶ୍ବର ଗସ୍ତରେ ଆସୁଛନ୍ତି ଅମିତ ଶାହ । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ସ୍ବରାଷ୍ଟ୍ର ମନ୍ତ୍ରୀ ଏହା ହେଉଛି ଦ୍ବିତୀୟ ଗସ୍ତ ।

ଅମିତ ଶାହଙ୍କ ଗସ୍ତ ବଢାଇଲା ଏସବୁ ଚର୍ଚ୍ଚା:

ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ (ETV Bharat Odisha)

ମିଳିଥିବା ସୂଚନା ଅନୁଯାୟୀ, ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବୈଠକ ନେବେ ଶାହ । ସରକାରକୁ ପାଞ୍ଚ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇପାରିନାହିଁ । ଆହୁରି 6 ମନ୍ତ୍ରୀ ପଦ ଖାଲି ପଡିଛି ମୋହନ ମାଝୀ ସରକାରରେ । ସେପଟେ ସରକାରକୁ 5 ମାସ ବିତିଯାଇଥିଲେ ସୁଦ୍ଧା ନିଗମ, ବୋର୍ଡ ଅଧ୍ୟକ୍ଷ ପଦ ଖାଲି ପଡିଛି । ଏସବୁ ଉପରେ ଆଲୋଚନା କରି ମୋହର ମାରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେହିପରି ନିକଟରେ ମହିଳା କମିଶନ ଅଧ୍ୟକ୍ଷା ପଦ ଫାଙ୍କା ପଡିଛି ।

ଆଗକୁ ଆସୁଛି ପୌର ନିର୍ବାଚନ:

ଏହା ସହିତ ଆଗକୁ ଅଛି ରାଜ୍ୟରେ ପଞ୍ଚାୟତ ଏବଂ ପୌରନିର୍ବାଚନ । ଏହି ନିର୍ବାଚନରେ କେମିତି ବାଜିମାତ୍ କରିବ ଦଳ ସେଥିଲାଗି ଗୁରୁ ମନ୍ତ୍ର ଦେବେ ଅମିତ ଶାହ । ରାଜ୍ୟରେ ବିଜେପି ପକ୍ଷରୁ ଚାଲିଥିବା ସଦସ୍ୟତା ଅଭିଯାନକୁ ଆଗକୁ ନେବେ । ଏକ କୋଟି ସଦସ୍ୟତା ଲକ୍ଷ୍ୟ ନେଇ ବିଜେପି ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ:

ଲାଲବାହିନୀ ବିରୋଧରେ ବଡ଼ ଆକ୍ସନ ପ୍ଲାନ ! ଓଡ଼ିଶା ସମେତ ୮ ନକ୍ସଲ ଉପଦ୍ରୁତ ରାଜ୍ୟ ମୁଖିଆଙ୍କ ବୈଠକ - Anti Naxal Meet

ଆଗୁଆ ସତର୍କ କରାଇଥିଲା କେନ୍ଦ୍ର, ଅଣଦେଖା କରିଥିଲେ କେରଳ ସରକାର: ନବୀନଙ୍କୁ ପ୍ରଶଂସାରେ ପୋତିଲେ ଅମିତ ଶାହ - Kerala Given Early Warning

ମାରାଥନ ବୈଠକ କରିବେ, ପ୍ରସ୍ତୁତ ହେବ ରୋଡ ମ୍ୟାପ:

ସୂଚନା ଅନୁସାରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ତିନି ଦିନ ଧରି ଆସିବେ ଶାହ । ରାଜ୍ୟ ନେତୃତ୍ବଙ୍କ ସହ ମାରାଥନ ବୈଠକ କରି ଆଗାମୀ ଦିନର ରୋଡ଼ମ୍ୟାପ ପ୍ରସ୍ତୁତ କରିବେ । ରାଜ୍ୟ ସମବାୟ ବିଭାଗକୁ ଦଖଲକୁ ନେବା ଲକ୍ଷ୍ୟରେ ରହିଛି ବିଜେପି । ଆଗାମୀ ସମବାୟ ନିର୍ବାଚନ ଜିତିବାକୁ ରଣନୀତି କରୁଛି ଦଳ । କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହ ସମବାୟକୁ ଗରୁତର ସହ ନେଇ ପ୍ରତି ତିନି ମାସରେ ଥରେ ଓଡ଼ିଶା ଆସିବେ ବୋଲି ଗତକାଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.