ଓଡିଶା

odisha

ETV Bharat / lifestyle

ଅଫିସରେ କରନ୍ତୁ ଏହି 8 ଏକ୍ସରସାଇଜ, ରହିନପାରେ ମୋଟାପା ଟେନସନ

ଆପଣ ଡେକ୍ସ ଜବ୍ କରୁଛନ୍ତି କି ? ନିଜକୁ ଫିଟ୍ ରଖିବାକୁ ଚାହୁଁଥିଲେ ଅଫିସରେ ବସି କରନ୍ତୁ ଏହି 8 ଏକ୍ସରସାଇଜ ।

By ETV Bharat Lifestyle Team

Published : 6 hours ago

ଅଫିସରେ କରନ୍ତୁ ଏହି 8 ଏକ୍ସରସାଇଜ
ଅଫିସରେ କରନ୍ତୁ ଏହି 8 ଏକ୍ସରସାଇଜ (ETV Bharat)

Office Exercise: ଶରୀରକୁ ସୁସ୍ଥ ଓ ଫିଟ୍ ରଖିବା ପାଇଁ ଆକ୍ଟିଭ ରହିବା ଖୁବ୍ ଜରୁରୀ । ମାତ୍ର ଆଜିକାଲି ଅଧିକାଂଶ ଲୋକେ ଡେସ୍କ ଜବ୍ (ଚାକିରି) କରୁଛନ୍ତି । ଏଥିରେ ଦିନକୁ 8ରୁ 9 ଘଣ୍ଟା ଗୋଟିଏ ସ୍ଥାନରେ ବସି ରହି କାମ କରିବାକୁ ପଡୁଛି । ଆଉ ଡ୍ୟୁଟିରୁ ଫେରିବା ପରେ ମେଡିଟେସନ କିମ୍ବା ଏକ୍ସରସାଇଜ କରିବେ କ'ଣ, ଥକ୍କାପଣ ଯୋଗୁଁ ସିଧା ଯାଇ ବିଛଣା ପଡୁଛନ୍ତି । ଏପରି ଅଭ୍ୟାସ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ଏହି କାରଣରୁ ମୋଟାପା, ପେଟରେ ଅତିରିକ୍ତ ଚର୍ବି ଜମା ହେବା ଏବଂ ଅନ୍ୟାନ୍ୟ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇପାରେ ।

ଆଜିକାଲି ଯଦି ସବୁଠୁ ଚିନ୍ତାଜନକ ସମସ୍ୟା କ'ଣ ଥାଏ, ତାହା ହେଲା ମୋଟାପଣ । ଧାଁ ଦୌଡ ଜୀବନ ମଧ୍ୟରେ ଲୋକେ ସୁସ୍ଥ ଆହାର ଓ ଶାରିରୀକ ଗତିବିଧି ଅଭାବରୁ ମୋଟାପାର ଶିକାର ହେଉଛନ୍ତି । ଏହାବ୍ୟତୀତ ଅଫିସରେ କମ୍ପ୍ୟୁଟର ସାମ୍ନାରେ ଘଣ୍ଟା ଘଣ୍ଟା ଧରି କାମ କରିବା ଦ୍ବାରା ଆଖି, କାନ୍ଧ, ଅଣ୍ଟା ଓ ବେକରେ ଚାପ ପଡୁଛି । ତେବେ ଏହି ସମସ୍ୟାରୁ ମୁକ୍ତି ପାଇଁ ଆପଣ ନିଜ ଅଫିସ ଡେକ୍ସରେ ବସି ମଧ୍ୟ କରିପାରିବେ କିଛି ସହଜ ଏକ୍ସରସାଇଜ । ଏଥିରେ ଆପଣଙ୍କ ଶରୀର ଆକ୍ଟିଭ ରହିବା ସହ ଅଣ୍ଟା, ପିଠି ଓ ବେକ ଯନ୍ତ୍ରଣାରୁ ଆରାମ ମିଳିବ ।

Exercises to do at your desk (ETV Bharat)

ଅଫିସରେ ବସି କରନ୍ତୁ ଏହି ଏକ୍ସରସାଇଜ:

ଚେୟାର ସ୍କ୍ବାଟ୍ସ:

ଡେକ୍ସରେ ବସି ଆପଣ ଚେୟାର ସ୍କ୍ବାଟ୍ସ କରିପାରିବେ । ଏହା ଏକପ୍ରକାର ଉଠ୍-ବସ ହେଲା ଭଳି । ଏଥିରେ ପେଟର ଚର୍ବି କମିଥାଏ, ମାଂସପେଶୀ ମଜଭୁତ ହୋଇଥାଏ ଏବଂ ଅଧିକ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ । ତେଣୁ ଫିଟ୍ ରହିବା ପାଇଁ ଏହି ଏକ୍ସରସାଇଜ ଏକ ଭଲ ଉପାୟ ।

କେମିତି କରିବେ: ପ୍ରଥମେ ସିଧା ହୋଇ ଛିଡା ହୁଅନ୍ତୁ । ଦୁଇ ହାତ ସାମ୍ନା ପଟକୁ ସିଧା କରି ଚେୟାର ସମାନରେ ବସିବାକୁ ବସିବାକୁ ଚେଷ୍ଟା କରନ୍ତୁ । ଯେମିତି ଆପଣଙ୍କ ପଛ ପଟ ଚେୟାରରେ ଛୁଇଁବ, ପୁଣି ଛିଡା ହୋଇଯାଆନ୍ତୁ । ଏମିତି 8ରୁ 10 ଥର ଉଠ୍ ବସ ହେଲା ଭଳି କରନ୍ତୁ । ଏହି ଏକ୍ସରସାଇଜରେ ଚର୍ବି କମିବା ସହ ଶରୀର ଫିଟ୍ ରହେ ।

ହାତ ଓ ଆଙ୍ଗୁଠି ଷ୍ଟ୍ରେଚିଂ:

ସବୁଠୁ ସହଜ ଡେକ୍ସ ଏକ୍ସରସାଇଜ ହେଲା ହାତ ଓ ଆଙ୍ଗୁଠି ଷ୍ଟ୍ରେଚିଂ । ଲମ୍ବା ସମୟ ଯାଏଁ କମ୍ପ୍ୟୁଟରରେ ଟାଇପ୍ କରିବା ଦ୍ବାରା ଆପଣଙ୍କ ହାତ ଓ ଆଙ୍ଗୁଠିକୁ ଆଘାତ ହେଉଥିବ । ଏଥିପାଇଁ ଏହି ଷ୍ଟ୍ରେଚିଂ ଏକ୍ସରସାଇଜ ଲାଭଦାୟକ ।

କେମିତି କରିବେ: ହାତ ମୁଠା କରନ୍ତୁ ଏବଂ 30ରୁ 60 ସେକେଣ୍ଡ ଯାଏ ଏମିତି ରଖନ୍ତୁ । ଏବେ ହାତ ମୁଠା ଖୋଲି ଆଙ୍ଗୁଠିଗୁଡିକୁ ଷ୍ଟ୍ରେଚ କରନ୍ତୁ । ଏଥିସହ ଆପଣ ହାତକୁ ସିଧା ରଖି 8ରୁ 10 ଥର ହାତ ପାପୁଲିକୁ ପଛ ପଟକୁ ଏବଂ ତଳ ପଟକୁ ଟାଣିପାରିବେ । ଏହାକୁ ରିଷ୍ଟ ଏକ୍ସଟେନସନ କୁହନ୍ତି ।

Hand Stretching exercise (ETV Bharat)

ନେକ୍ ରୋଟେସନ:

ଘଣ୍ଟା ଘଣ୍ଟା କମ୍ପ୍ୟୁଟର/ଲାପଟପରେ କାମ କରିବା ଦ୍ବାରା ବେକ ଓ କାନ୍ଧରେ ଚାପ ପଡିଥାଏ ଏବଂ ଧୀରେ ଧୀରେ ଯନ୍ତ୍ରଣା ଅନୁଭବ ହୁଏ । ଏଥିରୁ ଆରାମ ପାଇଁ ଆପଣ ନେକ୍ ରୋଟେସନ ଏକ୍ସରସାଇଜ କରିପାରିବେ ।

ଏଥିପାଇଁ ଆପଣ ପ୍ରଥମେ ନିଜ ଚେୟାରରେ ଆରାମରେ ବସନ୍ତୁ । ଏବେ ଚିନ୍‌ ତଳକୁ କରି ବେକକୁ ଗୋଲାକାର ଆକାରରେ ବୁଲାନ୍ତୁ । ଏବେ ଚିନ୍ ଉପରକୁ ଉଠାଇ ବେକକୁ ଆଗ, ପଛ, ବାମ, ଡାହାଣ ପ୍ରତ୍ୟେକ ପାର୍ଶ୍ବକୁ ବୁଲାନ୍ତୁ । କାମ କରିବା ସମୟରେ ଆବଶ୍ୟକତା ମୁତାବକ ଏକାଧିକ ଥର ଏହି ଏକ୍ସରସାଇଜ କରିପାରିବେ ।

Neck Rotation exercise (ETV Bharat)

ଆଖି ଏକ୍ସରସାଇଜ:

ଅଧିକ ସମୟ ଯାଏଁ ସ୍କ୍ରିନକୁ ଚାହିଁ କାମ କରିବା ଦ୍ବାରା ଆଖି ଉପରେ ପ୍ରଭାବ ପଡେ । ତେଣୁ ଅଫିସରେ ଟିକିଏ ସମୟ ବାହାର କରି 20-20-20 ସୂତ୍ରୀ ଆଇ ଏକ୍ସରସାଇଜ କରନ୍ତୁ । ଏଥିରେ 20 ମିନିଟ ସ୍କ୍ରିନରୁ ଆଖିକୁ ଦୂରେଇ ରଖନ୍ତୁ । ପ୍ରତି 20 ମିନିଟ୍ ବ୍ୟବଧାନରେ 20 ସେକେଣ୍ଡ ପାଇଁ 20 ଫୁଟ ଦୂରରୁ ଯେକୌଣସି ଜିନିଷ ପ୍ରତି ଧ୍ୟାନ କେନ୍ଦ୍ରିତ କରନ୍ତୁ ।

Eye exercise (ETV Bharat)

ହିପ୍ ଫ୍ଲେକ୍ସିଅନ:

ହିପ୍ ଫ୍ଲେକ୍ସିଅନ ଆଉ ଏକ ଚେୟାର ଏକ୍ସରସାଇଜ ଅଟେ । ଏହାକୁ କରିବା ଭାରି ସହଜ । ଏଥିରେ ଆପଣ ଚେୟାରରେ ବସିବା ସମୟରେ ପ୍ରଥମେ ଗୋଟିଏ ପାଦକୁ ଚଟାଣରୁ କିଛି ଇଞ୍ଚ ଉପରକୁ ଉଠାନ୍ତୁ । ଏବେ ଆଣ୍ଠୁକୁ 90 ଡିଗ୍ରୀ ଆଙ୍ଗେଲରେ ପଛ ପଟକୁ ମୋଡନ୍ତୁ । ଅତିକମରେ 10 ସେକେଣ୍ଡ ଯାଏଁ ଏମିତି ଆଣ୍ଠୁ ରଖନ୍ତୁ । ଏବେ ଆଉ ଗୋଟେ ଗୋଡରେ ଏପରି କରନ୍ତୁ ।

ଲେଗ୍ ଏକ୍ସଟେନସନ:

ଅଫିସରେ ବସି ଏହି ଏକ୍ସରସାଇଜ କରିବା ସହଜ ଅଟେ । ଆପଣ ଚେୟାରରେ ସିଧା ବସି ରହି ନିଜ ଗୋଡକୁ ଉପରକୁ ଉଠାଇ ସମାନ୍ତରଳ ଭାବେ ରଖନ୍ତୁ । ଯେତେ ସମୟ ସମ୍ଭବ ନିଜ ଗୋଡକୁ ଏପରି ଉପରକୁ ଟେକି ରଖନ୍ତୁ । ଏହାପରେ ଟିକିଏ ରିଲାକ୍ସ ହୋଇ ପୁଣିଥରେ କରନ୍ତୁ । ଆପଣ ନିଜ ଡେକ୍ସରେ ବସି ରହି 8ରୁ 10 ଥର ଏହି ଲେଗ୍ ଏକ୍ସଟେନସନ କରିପାରିବେ ।

ପୁସ୍-ଅପ୍

ଅଫିସ ଭିତରେ ପାରମ୍ପରିକ ପୁସ୍-ଅପ୍ କରିବା ଏତେଟା ସହଜ ନୁହେଁ । କିନ୍ତୁ ଆପଣ ନିଜର ସ୍ଥିତି (position) ବଦଳାଇ ବିକଳ୍ପ ଡେକ୍ସ ଏକ୍ସରସାଇଜ କରିପାରିବେ । ଏହାକୁ କରିବା ପାଇଁ ପ୍ରଥମେ ଆପଣ କାନ୍ଥ କିମ୍ବା ଡେକ୍ସରେ ଆଉଜି ନିଜ ହାତ ଓ ବାହୁର ସାହାରା ନିଅନ୍ତୁ । ସେହି ସ୍ଥାନରେ ଆଉଜି ରହି ଧୀର ଧୀରେ ପୁସ୍ ଅପ୍ କରନ୍ତୁ । ଯେତେ ପାରୁଛନ୍ତି ସେତେ ସମୟ ଏହି ଏକ୍ସରସାଇଜ କରିପାରିବେ ।

Push up exercise (ETV Bharat)

ସିଧା ବସନ୍ତୁ:

ଯେତେବେଳେ ବି ଆପଣ ଚେୟାରରେ ବସି କାମ କରୁଛନ୍ତି ସବୁବେଳେ ସିଧା ବସନ୍ତୁ । କାରଣ ଅଙ୍କା ବଙ୍କା ବସି କିମ୍ବା ନଇଁକୁ କାମ କରିବା ଦ୍ବାରା ମେରୁଦଣ୍ଡ ଉପରେ ଚାପ ପଡେ । ଏହି କାରଣରୁ ଅଣ୍ଟା ଓ ପିଠିରେ (ବ୍ୟାକ୍ ପେନ) ଯନ୍ତ୍ରଣା ହୋଇପାରେ । ସିଧା ବସି କାମ କରିବା ଦ୍ବାରା ମେରୁଦଣ୍ଡ ସ୍ଥିତି ଠିକ୍ ରହେ ।

ଏହା ମଧ୍ୟ ପଢନ୍ତୁ:ଶୌଚାଳୟରେ ଫୋନ ଚଲାଇଲେ ପାଇଲ୍ସ ହୁଏ କି ? ଏମିତି କହିଲେ ଡାକ୍ତର

ଏହା ମଧ୍ୟ ପଢନ୍ତୁ:30 ବର୍ଷ ପରେ ବଢିପାରେ ଋତୁସ୍ରାବ ସମସ୍ୟା, ଗର୍ଭଧାରଣଠୁ ନେଇ ରକ୍ତସ୍ରାବ...

Disclaimer-ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ABOUT THE AUTHOR

...view details