Safety tools for women:କଟକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି । ଏହା କେବଳ ଗୋଟାଏ ନୁହେଁ, ଏମିତି ଦୁଷ୍କର୍ମ ଘଟଣା ଆଜିକାଲି ନିତିଦିନିଆ ହୋଇଗଲାଣି । ଛୋଟ ଝିଅଟିଏ ହେଉକି ମହିଳା, କେହି ବି ଯୌନ ପିପାସୁ କବଳରୁ ବର୍ତ୍ତିପାରୁ ନାହାନ୍ତି । ରାତିରେ ଅଫିସରୁ ଫେରିବା ସମୟରେ, ସ୍କୁଲ, କଲେଜ ଯିବା ବାଟରେ ଝିଅମାନେ ଦୁଷ୍କର୍ମର ଶିକାର ହେଉଛନ୍ତି । କୌଣସି ବି ସ୍ଥାନ ଯେପରି ମହିଳାଙ୍କ ପାଇଁ ଆଉ ସୁରକ୍ଷିତ ହୋଇରହନି । ଏମିତିରେ ମହିଳାମାନେ ନିଜେ ନିଜର ସୁରକ୍ଷା ପ୍ରତି ଅଧିକରୁ ଅଧିକ ସଚେତନ ହେବା ଜରୁରୀ ହୋଇପଡିଛି । ଏଥିପାଇଁ ଘରୁ ବାହାରିବା ପୂର୍ବରୁ ମହିଳା/ଯୁବତୀ/କିଶୋରୀମାନେ ଆତ୍ମରକ୍ଷା ଲାଗି ନିଜ ବ୍ୟାଗରେ ସବୁବେଳେ ନିମ୍ନୋଲିଖିତ 5ଟି ଜିନିଷ ରଖିବା ନିହାତି ଜରୁରୀ । ପାଖରେ ଏସବୁ ଜିନିଷ ଥିଲେ, ବିପଦ ବେଳେ କାମରେ ଆସିଥାଏ ।
- ପେପର ସ୍ପ୍ରେ
ମହିଳାମାନେ ସବୁବେଳେ ନିଜ ବ୍ୟାଗରେ ପେପର ସ୍ପ୍ରେ ରଖିବା ଉଚିତ୍ । ଏହି ସ୍ପ୍ରେ ଯଦି କାହା ଆଖିରେ ପଡେ ଆଖି ଖୁବ୍ ଜୋରରେ ପୋଡିବା ସହ ବନ୍ଦ ହୋଇଯାଏ । ଆଖି ଖୋଲିବା ମୁସ୍କିଲ ହୁଏ । ତେଣୁ କେବେ କେହି ଅସାମାଜିକ ବ୍ୟକ୍ତି ହାବୁଡରେ ପଡିଲେ ଏହି ପେପର ସ୍ପ୍ରେ ବ୍ୟବହାର କରି ନିଜକୁ ରକ୍ଷା କରିପାରିବେ ।
ପେପର ସ୍ପ୍ରେ ପରି ପେପର ଜେଲ କାମ କରେ । ଏହାକୁ ଦୂରରୁ ସ୍ପ୍ରେ କଲେ ମଧ୍ୟ ପ୍ରଭାବ ଦେଖାଇଥାଏ ।
- ଛୋଟ ଛୁରୀ
ବାହାରେ କାମ କରୁଥିବା ପ୍ରତିଟି ମହିଳା ନିଜ ବ୍ୟାଗରେ ଆତ୍ମରକ୍ଷା ପାଇଁ ଏକ ଛୋଟ ଛୁରୀ ରଖିବା ଉଚିତ୍ । ବିପଦ ସମୟରେ ଏହା କାମରେ ଆସେ । କୌଣସି ଅସମାଜିକ ବ୍ୟକ୍ତି କବଳରୁ ରକ୍ଷା ପାଇବା ପାଇଁ ଏହାକୁ ନିଜର ଆତ୍ମରକ୍ଷା ହତିଆର ଭାବେ ବ୍ୟବହାର କରିପାରିବେ ।
- ବ୍ୟକ୍ତିଗତ ଜିପିଏସ ଟ୍ରାକର:
ଜିପିଏସ ଟ୍ରାକର ଏକ ଡିଭାଇସ, ଏହାକୁ ନିଜ ବ୍ୟାଗ କିମ୍ବା ପୋଷାକରେ ଲଗାଇ ଲୋକେସନ ମନିଟରିଂ କରିପାରିବେ । ଏହି ଟ୍ରାକର ମହିଳାଙ୍କ ସୁରକ୍ଷା ପାଇଁ ଖୁବ୍ ଜରୁରୀ । ଏହା ଜରିଆରେ ନିଜ ସାଙ୍ଗସାଥୀ କିମ୍ବା ପରିବାରକୁ ଲାଇଭ ଲୋକେସନ ସେୟାର କରିପାରିବେ । ଫଳରେ କୌଣସି ଅସୁବିଧାରେ ପଡିଲେ ପରିବାର ଲୋକେ ଆପଣଙ୍କର ଲୋକେସନ ବା ଠିକଣା ଜାଣିପାରିବେ ।
- ମୋବାଇଲ ସେଫ୍ଟି ଆପ୍-112 ଇଣ୍ଡିଆ