ହାଇଦ୍ରାବାଦ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବିଶ୍ବର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ । ରାତିରେ ପାହିଲେ ଆରମ୍ଭ ହେବ ମତଦାନ ପ୍ରକ୍ରିୟା । ଦେଶର ପରବର୍ତ୍ତୀ ରାଷ୍ଟ୍ରପତିଙ୍କୁ ବାଛିବେ ଆମେରିକାବାସୀ । ଏଥର ନିର୍ବାଚନ ମଞ୍ଚରେ ଡେମୋକ୍ରାଟ୍ ପ୍ରାର୍ଥୀ ତଥା ବର୍ତ୍ତମାନର ଉପରାଷ୍ଟ୍ରପତି କମଲା ହାରିସ୍ ଏବଂ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦ୍ବିତା ହେଉଛି ।
ଇସ୍ରାଏଲ-ଗାଜା ଯୁଦ୍ଧକୁ ଶେଷ କରିବାକୁ ହାରିସଙ୍କ ପ୍ରତିଶ୍ରୁତି :
ରାଷ୍ଟ୍ରପତି ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଡେମୋକ୍ରାଟ୍ ପ୍ରାର୍ଥୀ କମଲା ହାରିସ ମିଚିଗାନରେ ଏକ ରାଲିରେ ସାମିଲ ହୋଇ ଆମେରିକାବାସୀଙ୍କୁ ଅନେକ ବଡ଼ ବଡ ପ୍ରତିଶ୍ରୁତି ଦେଇଛନ୍ତି । ସେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେଲେ ଗାଜାରେ ଚାଲିଥିବା ଯୁଦ୍ଧକୁ ଶେଷ କରିବେ । ସେଠାରେ ବନ୍ଦୀ ହୋଇଥିବା ଲୋକଙ୍କୁ ଘରକୁ ଫେରାଇ ଆଣିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଇସ୍ରାଏଲର ସୁରକ୍ଷା ତଥା ପାଲେଷ୍ଟାଇନବାସୀଙ୍କ ସମ୍ମାନ ଏବଂ ଆତ୍ମନିର୍ଭରଶୀଳତା ଅଧିକାରକୁ ସିନିଶ୍ଚିନ୍ତ କରିବାକୁ କହିଛନ୍ତି । ରାଲିକୁ ସମ୍ବୋଧିତ କରିବା ସମୟରେ କମଲା ହାରିସ ଆହୁରି ମଧ୍ୟ କହିଥିଲେ,''ଗାଜାରେ ମୃତ୍ୟୁ ଓ ବିନାଶର ଚିତ୍ର , ଲେବାନନରେ ସାଧାରଣ ନାଗରିକଙ୍କ ମୃତ୍ୟୁ ଏବଂ ବିସ୍ଥାପନକୁ ନେଇ ଚଳିତ ବର୍ଷ କଷ୍ଟସାଧ୍ୟ ହୋଇଛି । ରାଷ୍ଟ୍ରପତି ନିର୍ବାଚନରେ ମୁଁ ବିଜୟୀ ହେଲେ ଗାଜାରେ ଚାଲଥିବା ଯୁଦ୍ଧ ବନ୍ଦ କରିବି । ଏହା ସହିତ ଗାଜାରେ ବନ୍ଦୀ ହୋଇଥିବା ଲୋକଙ୍କୁ ଫେରାଇ ଆଣିବି । ଇସ୍ରାଏଲର ସୁରକ୍ଷା ସୁନିଶ୍ଚିତ କରିବା ସହିତ ପାଲେଷ୍ଟାଇନବାସୀଙ୍କୁ ସମ୍ମାନ, ସ୍ୱାଧୀନତା, ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ପାଇଁ ସେମାନଙ୍କର ଅଧିକାର ଦିଆଯିବ । ଇସ୍ରାଏଲ୍-ଲେବାନନ୍ ସୀମାରେ କୁଟନୈତିକ ସମାଧାନ ଉପରେ କାର୍ଯ୍ୟ ଜାରି ରହିବ ଯାହା ଦ୍ବାରା ନାଗରିକଙ୍କ ପାଇଁ ସୁରକ୍ଷା ତଥା ସ୍ଥାୟୀ ସ୍ଥିରତା ପ୍ରଦାନ କରିବ । ''
ନିର୍ବାଚନୀ ପ୍ରସଙ୍ଗ
- ଗର୍ଭପାତ
- ଇମିଗ୍ରେସନ
- ଅର୍ଥନୀତି
- ଇସ୍ରାଏଲ-ଗାଜା ଏବଂ ରୁଷ-ୟୁକ୍ରେନ ଯୁଦ୍ଧ
ଏହା ମଧ୍ୟ ପଢନ୍ତୁ-US Elections: ଟ୍ରମ୍ପ ନା ହାରିସ, କାହାକୁ ସମର୍ଥନ କରୁଛନ୍ତି ପ୍ରବାସୀ ଭାରତୀୟ ?
ଆମେରିକାର ନେତୃତ୍ବ ଏକ ନୂତନ ପିଢି ନେବାର ସମୟ ଆସିଛି: